Fire: ଦୀପାବଳିରେ ଘଟିଗଲା ବଡ଼ ଅଘଟଣ। ଚାହୁଁଚାହୁଁ ଜଳି ଉଠିଲା ଭୁବନେଶ୍ବର ୧ ନମ୍ବର ହାଟ ଭୂତଳ ମାର୍କେଟ । ବିଳମ୍ବିତ ରାତିରେ ମାର୍କେଟ ବିଲ୍ଡିଂ ଭୂତଳ ମାର୍କେଟରେ ଅଗ୍ନିକାଣ୍ଡ ଘଟିଛି । ତେବେ, ଏହି ଅଗ୍ନିକାଣ୍ତରେ କେହି ମୃତାହତ ହୋଇ ନଥିବା ବେଳେ ପ୍ରାୟ ୨୫ ଦୋକାନ ଜଳିଯାଇଥିବା ସୂଚନା ମିଳିଛି। ସେଥିମଧ୍ୟରୁ ଅଧିକାଂଶ କପଡା ଦୋକାନ ରହିଥିବା ଜଣାପଡିଛି। ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଛି। ତେବେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।...
ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୧ ଟା ସମୟରେ ଭୁବନେଶ୍ବର ୧ ନମ୍ବର ହାଟ ଭୂତଳ ମାର୍କେଟ ନିଆଁ ଲାଗିଯାଇଥିଲା । ଖବର ପାଇ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ୪ ଘଣ୍ଟା ସମୟ ଲାଗିଥିଲା । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିଲେ ହେଁ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ନେଇ ଅନୁମାନ କରାଯାଉଛି । ଶାଢୀ ଦୋକାନ ସମ୍ପୂର୍ଣ୍ଣ ଜଳିଯାଇ ସେଥିରୁ ପ୍ରବଳ ମାତ୍ରାରେ ଧୂଆଁ ବାହାରିଥିଲା । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ନିଆଁ ଲାଗିଲା ସେନେଇ ଛାନଭିନ୍ ଆରମ୍ଭ କରିଛି।