Advertisement
Photo Details/zeeodisha/odisha2496517
photoDetails0hindi

Weekly Special Horoscope: ୭ ରାଶିଙ୍କ ପାଇଁ ଖାସ୍ ରହିବ ନୂଆ ସପ୍ତାହ, ବ୍ୟବସାୟୀ ଓ ଚାକିରିଆଙ୍କୁ ମିଳିବ ଶୁଭଫଳ!

Weekly Special Horoscope 4 to 10 November 2024: ନଭେମ୍ବର ମାସର ଦ୍ବିତୀୟ ସପ୍ତାହ କିପରି କଟିବ?  ଦ୍ବିତୀୟ ସପ୍ତାହରେ ଏକାଧିକ ଗ୍ରହ ନିଜ ମୂଳ ରାଶି ପରିବର୍ତ୍ତନ କରୁଥିବାରୁ ଏକାସାଙ୍ଗରେ ତିନି ରାଜଯୋଗ ପଡୁଛି। ଧନଲକ୍ଷ୍ମୀ, ନବ ପଞ୍ଚମ ଓ ଲକ୍ଷ୍ମୀ ନାରାୟଣ ରାଜଯୋଗ ପଡୁଛି। ଏହି ତିନି ରାଜଯୋଗର ସୁ ପ୍ରଭାବ ହେତୁ କିଛି ରାଶିଙ୍କର ଆର୍ଥିକ, ସ୍ବାସ୍ଥ୍ୟବସ୍ଥ୍ୟ ଓ ବ୍ୟବସାୟିତ ସ୍ଥିତିରେ ପରିବର୍ତ୍ତନ ଆସିବ। କିଛି ରାଶିଙ୍କ ଭାଗ୍ୟ ଚମକିବାକୁ ଥିବା ବେଳେ ଆଉ କିଛି ରାଶିଙ୍କ ଲାଗି ନୂଆ ସପ୍ତାହ ଅଶୁଭ ରହିପାରେ। ତେବେ, ଆସନ୍ତୁ ଜାଣିବା ୧୨ଟି ରାଶିଙ୍କ ପାଇଁ ନୂଆ ସପ୍ତାହ କିପରି ରହିବ? 

1/12

ମେଷ: ନୂଆ ସପ୍ତାହ ଏହି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। କ୍ୟାରିୟର ଦୃଷ୍ଟି କୋଣରୁ ସମୟ ଭଲ ରହିବ। କର୍ମକ୍ଷେତ୍ରରେ ସମ୍ମାନୀତ ହେବ। ଚାକିରି ଖୋଜୁଥିବା ଲୋକଙ୍କୁ ନିଯୁକ୍ତି ମିଳିବ।  ବ୍ୟବସାୟୀମାନେ  ଲାଭବାନ୍ ହେବା ସହ ବଡ଼ ଡିଲ୍ ଫାଇନାଲ୍ କରିବାରେ ସହାୟକ ହେବେ।  ଦିର୍ଘ ଦିନର ଆଶା ବି ପୂରଣ ହେବ। ନୂଆ ଗାଡି କିମ୍ବା ଜମି କ୍ରୟ କରିବେ। ପୈତୃକ ସମ୍ପତ୍ତି ସହ ଜଡ଼ିତ ବିବାଦ ତୁଟିବ। ପ୍ରେମୀଯୁଗଳଙ୍କ ପାଇଁ ସପ୍ତାହଟି ଖୁବ୍ ଉତ୍ତମ ରହିବ।  ଚିନ୍ତା କରିଥିବା କାର୍ଯ୍ୟ ପୂରଣ କରିବେ। 

ALSO READ: Career Horoscope: ନଭେମ୍ବର ୧ରେ ଉଦୟ ହେବ ୫ ରାଶିଙ୍କ ଭାଗ୍ୟ, ମାଆ ଲକ୍ଷ୍ମୀଙ୍କ କୃପାରୁ ପାଇବେ ଅପାର ଲାଭ!

ALSO READ: Diwali 2024: ଅଭିନେତା ମନୋଜ ମିଶ୍ରଙ୍କ ସହ କେମିତି ଦୀପାବଳି ପାଳିଲେ ଦ୍ବିତୀୟ ସ୍ତ୍ରୀ ମମତା, ଦେଖନ୍ତୁ ଫଟୋରେ କିଛି ଝଲକ୍

ALSO READ: Shani Budh Yuti 2024: ଶନି-ବୁଧଙ୍କ କୃପାରୁ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ଧନବାନ୍ ହେବେ ବ୍ୟବସାୟୀ, ଚାକିରିଆଙ୍କୁ ମିଳିବ ପଦୋନ୍ନତି!

2/12

ବୃଷ: ନୂଆ ସପ୍ତାହଟିରେ ମିଶ୍ରିତ ଫଳ ପାଇବେ ଏହି ରାଶିର ଲୋକେ। ମେଡିକାଲ୍ ଓ ପ୍ରଶାସନିକ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ସମୟ ଶୁଭ ରହିବ।  କର୍ମକ୍ଷେତ୍ରରେ ଅଧିକ କାମ କରିବାକୁ ପଡିପାରେ। ସପ୍ତାହ ଆରମ୍ଭରୁ ଚାକିରି ଏବଂ ବ୍ୟବସାୟ ପାଇଁ ଦୂର ଯାତ୍ରା କରିପାରନ୍ତି। ବ୍ୟବସାୟରେ ଜଡିତ କିଛି ଲୋକଙ୍କୁ ଲାଭ ମିଳିବ।  ଜମି କିମ୍ବା ଘର ମାମଲାରେ କୋର୍ଟ କଚେରୀ ଯାଇପାରନ୍ତି। ପ୍ରିୟ ବ୍ୟକ୍ତିଙ୍କ ବ୍ୟବହାର ଯୋଗୁ ଦୁଃଖିତ ରହିବେ। ଅଯଥା ଖର୍ଚ୍ଚା ବଢିବ। ଘରେ କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ଛାତ୍ରଛାତ୍ରୀମାନେ ପାଠପଢାରେ ଧ୍ୟାନ ଦେବା ଉଚିତ। ଦାମ୍ପତ୍ୟ ଜୀବନ ମଧ୍ୟମ ଧରଣର ରହିବ। 

3/12

ମିଥୁନ:  ନୂଆ ସପ୍ତାହ ଏହି ରାଶିର ଲୋକଙ୍କ ପାଇଁ ଏତେ ଖାସ୍ ରହିବ ନାହିଁ।  ଆର୍ଥିକ ସଙ୍କଟ ଦେଇ ଗତି କରିପାରନ୍ତି। କାହା-ଠାରୁ ଟଙ୍କା ଧାର ନେଇ ପାରନ୍ତି। ବ୍ୟବସାୟୀମାନେ କୌଣସି ନୂତନ ପ୍ରକାର ବ୍ୟବସାୟ କରନ୍ତୁ ନାହିଁ, କି କୌଣସି ପ୍ରକାର ଆର୍ଥିକ ଦେଣନେଣ କରନ୍ତୁ ନାହିଁ । ନଚେତ୍ କ୍ଷତି ସହିବେ।  ପୁଞ୍ଜି ବିନିଯୋଗ କଲେ  କ୍ଷତିରେ ପଡିବ। ଚାକିରିଆମାନେ କୌଣସି କାର୍ଯ୍ୟକୁ ନେଇ ନିଜ ବରିଷ୍ଠ ଅଧିକାରୀଙ୍କର ଆକ୍ରୋଶର ଶୀକାର ହୋଇପାରନ୍ତି। ଘରେ ହେଉ କି ବାହାରେ ନିଜର ମନମାନି କରିବା କିମ୍ବା ଅନ୍ୟ ଲୋକଙ୍କ ପରାମର୍ଶ ନେବାରୁ ନିବୃତ୍ତ ରୁହନ୍ତୁ। କାର୍ଯ୍ୟ କ୍ଷେତ୍ରରେ ଶତ୍ରୁମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ। ସେଥିପାଇଁ ସତର୍କତାର ସହ ଚଳନ୍ତୁ।  ପ୍ରେମ ସମ୍ପର୍କରେ ଥିଲେ ସପ୍ତାହଟି ଭଲ ରହିବ। ସାଥୀଙ୍କ ସହ ଡେଟ୍ ରେ ଯିବେ।

4/12
କର୍କଟ:  ଆଗାମୀ ସପ୍ତାହରେ କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ହେତୁ ଚିଡଚିଡା ପଣ ଦେଖିବାକୁ ମିଳିବ। କର୍ମକ୍ଷେତ୍ରରେ ସତର୍କ ରୁହନ୍ତୁ। ଅଯଥା ଯୁକ୍ତିତର୍କ କରନ୍ତୁ ନାହିଁ। ନଚେତ୍ ବିବାଦରେ ଫସିପାରନ୍ତି।  ବ୍ୟବସାୟରେ ସାବଧାନତାର ସହ ନେଣ ଦେଣ କରନ୍ତୁ। ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ହୋଇପାରେ। ପରିବାର ସଦସ୍ୟଙ୍କ ସହ ଟଙ୍କା ପଇସାକୁ ନେଇ ଯୁକ୍ତିତର୍କ ହୋଇପାରେ। ପରିବାର ସଦସ୍ୟଙ୍କ ଅସୁସ୍ଥତା ହେତୁ ମେଡିକାଲ୍ ଖର୍ଚ୍ଚ ବୃଦ୍ଧି ପାଇବ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ଦେଉଛନ୍ତି। ସେମାନେ ସଫଳତା ପାଇବେ। ଲଟେରିରୁ ଲାଭବାନ୍ ହେବେ।

5/12
ସିଂହ:  ନୂଆ ସପ୍ତାହ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍  ଚ୍ୟାଲେଞ୍ଜିଂ ରହିବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଆୟରେ ବୃଦ୍ଧି ଘଟିବ। ସହକର୍ମୀମାନେ ଆପଣଙ୍କୁ କୌଣସି କାର୍ଯ୍ୟରେ ଫସାଇବାକୁ ଷଡଯନ୍ତ୍ର କରିପାରନ୍ତି। ତେଣୁ ସତର୍କ ରହିବା ଜରୁରି। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିପାରେ। ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଚିନ୍ତାରେ ରହିବେ। ଫଳରେ ଆପଣଙ୍କୁ ହସପିଟାଲ ଚକ୍କର କାଟିବାକୁ ପଡିପାରେ। ସପ୍ତାହ ମଝିରେ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି। ରାଜନୀତି ସହ ଜଡ଼ିତ ଲୋକଙ୍କୁ ନୂଆ ଦାୟିତ୍ୱ ମିଳିପାରେ। ପରୀକ୍ଷା ଓ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରୁଥିବା ପିଲାଙ୍କୁ ସଫଳତା ମିଳିବ। ବ୍ୟବସାୟୀମାନେ ନିଜ ବ୍ୟବସାୟ ବିସ୍ତାର କରିବା କାର୍ଯ୍ୟରେ ସଫଳ ହେବେ। 

6/12
କନ୍ୟା: ଏହି ସପ୍ତାହରେ କାମ ପାଇଁ ଅଧିକ ଦୌଡ ଧାପଡ କରିବାକୁ ପଡିପାରେ। ସପ୍ତାହ ଆରମ୍ଭରୁ କାମ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ। ଯାତ୍ରା ସମୟରେ ମନ ମୁତାବକ ସଫଳାତ ମିଳିବ। ଏହି ସପ୍ତାହରେ ଖୁସି ପାଇପାରନ୍ତି। ପରିବାର ପାଇଁ ବ୍ୟସ୍ତ ବିବ୍ରତ ରହିବେ। ମୁଣ୍ଡ ଉପରେ କାମର ବୋଝ ରହିବ। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ। ସମୟ ଭିତରେ ଟାର୍ଗେଟ ପୂରଣ କରିପାରିବେ ନାହିଁ। ପ୍ରେମ ସମ୍ପର୍କରେ ବାଧା ଆସିପାରେ। ବୈବାହିକ ଜୀବନ ସୁଖମୟ ରହିବ। ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ।

7/12
ତୁଳା: ବ୍ୟବସାୟିକ ଦୃଷ୍ଟିକୋଣରୁ ନୂଆ ସପ୍ତାହ ଏହି ରାଶିଙ୍କ ଲାଗି ଅନୁକୂଳ ରହିବ। ବ୍ୟାପାର ବାଣିଜ୍ୟରେ ଲାଭ ହେବ । କର୍ମକ୍ଷେତ୍ରରେ କାମରେ ମନ ନ ଲାଗିବା ଦ୍ଵାରା ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଅଚାନକ କାମରେ କିଛି ପରିବର୍ତ୍ତନ ଆସିପାରେ । ଅଫିସ୍ ଟୁର୍ -କାର୍ଯ୍ୟରେ ଦୂରଯାତ୍ରା କରିବାକୁ ପଡିପାରେ।  କିଛି ଜରୁରୀ କାମ ଏହି ସପ୍ତାହରେ ହୋଇ ପାରିବ ନାହିଁ । ତେଣୁ ଧୌର୍ଯ୍ୟହରା ହୁଅନ୍ତୁ ନାହିଁ । ସମସ୍ତ କାର୍ଯ୍ୟକୁ ଆତ୍ମବିଶ୍ବାସର ସହ ଶେଷ କରିବାକୁ ଚେଷ୍ଟା କରନ୍ତୁ। ଛାତ୍ରମାନଙ୍କୁ ଭଲ ଫଳାଫଳ ମିଳିପାରେ । ଦାମ୍ପତ୍ୟ ଜୀବନ ଏତେ ଖାସ୍ ରହିବ ନାହିଁ। 

8/12
ବିଛା : ସପ୍ତାହ ଆରମ୍ଭରୁ କର୍ମକ୍ଷେତ୍ରରେ ଆପଣଙ୍କ ଦାୟିତ୍ବ ବଢିପାରେ। ଅର୍ଥ ଦୃଷ୍ଟିରୁ, ସପ୍ତାହ ଆରମ୍ଭରେ ଲାଭରେ ରହିବେ। ଘରକୁ ଟଙ୍କା ଆସିବାର ସମ୍ଭାବନା ରହିଛି। ବ୍ୟବସାୟରେ ଶତ୍ରୁମାନଙ୍କ ଉପରେ ନଜର ରଖନ୍ତୁ, ନଚେତ୍ ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ। ପ୍ରେମୀମାନେ ନିଜ ସାଥୀଙ୍କୁ ଟିକେ ଅଧିକ ସମୟ ଦିଅନ୍ତୁ। ନଚେତ୍ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ।  ପାରିବାରିକ ଜୀବନ ସୁଖମୟ ହେବ।

9/12

ଧନୁ: ନୂଆ ସପ୍ତାହରେ ଏହି ରାଶିଙ୍କ ପାଇଁ ଖୁସିର ଦିନ ଆଣିବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଭଲ ରହିବ। ଯେଉଁମାନେ ବେକାର ଅଛନ୍ତି ସେମାନଙ୍କୁ ଭଲ ଚାକିରି ମିଳିବ। ଯେଉଁମାନେ ଚାକିରି ବଦଳାଇବାକୁ ଚେଷ୍ଟା କରୁଛନ୍ତି। ସେମାନଙ୍କର ଆଶା ନୂଆ ସପ୍ତାହରେ ପୂରା ହେବ। ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ଲାଭବାନ୍ ହେବା ସହ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ସପ୍ତାହ ଶେଷ ବେଳକୁ ନିଜ ବନ୍ଧୁମାନଙ୍କ ସହ ଦୂରଯାତ୍ରା କରିବେ। 

10/12

ମକର:  ଆଗାମୀ ସପ୍ତାହ ଏହି ରାଶିଙ୍କ ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। ଭାବିଥିବା କାମ ସମୟରେ ସଂପୂର୍ଣ୍ଣ ହେବ ସତ କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିବ। ତେଣୁ, ସ୍ୱାସ୍ଥର ଯତ୍ନ ନିଅନ୍ତୁ।  ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ନଚେତ୍ ପରେ ପସ୍ତେଇବେ। କର୍ମକ୍ଷେତ୍ରରେ ଅନ୍ୟକୁ କାମ ଦେବା ଅପେକ୍ଷା ନିଜେ କାମ କରନ୍ତୁ। କୋର୍ଟ କଚେରୀ ମାମଲାରେ ସଫଳତା ପାଇବେ ନାହିଁ। ପ୍ରେମୀମାନଙ୍କ ଲାଗି ସମୟ ଆଦୌ ଭଲ ରହିବ ନାହିଁ। ଛୋଟ କଥାକୁ କେନ୍ଦ୍ର କରି ସାଥୀଙ୍କ ସହ ଝଗଡା ହୋଇପାରେ, ସାବଧାନ ରୁହନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। 

11/12
କୁମ୍ଭ : କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କୁ ଆଗାମୀ ସପ୍ତାହ ଶୁଭଫଳ ଦେବ। ସପ୍ତାହ ଆରମ୍ଭରୁ ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ।  ପୁରୁଣା ନିବେଶରୁ ଅଧିକ ଲାଭ ପାଇବେ। ଯେଉଁମାନେ ବିଦେଶରେ ବ୍ୟବସାୟ କରୁଛନ୍ତି , ସେମାନେ ପ୍ରଚୁର ଲାଭ ପାଇବେ।  ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ସନ୍ତାନଙ୍କ ଠାରୁ କୌଣସି ସୁଖ ଖବର ମିଳିବ। ସପ୍ତାହ ଶେଷର କୌଣସି ଖରାପ ଖବର ମିଳିପାରେ। ପ୍ରେମୀଙ୍କ ଲାଗି ସମୟ ଅନୁକୂଳ ରହିବ। ସାଥୀଙ୍କ ଠାରୁ ଦାମୀ ଉପହାର ମିଳିବ। 

12/12
  ମୀନ:  ନୂଆ ସପ୍ତାହରେ ଆର୍ଥିକ ସ୍ଥିତି ବିଗିଡିପାରେ। ନିଜ ସମ୍ପର୍କୀୟ ଓ ସାଙ୍ଗସାଥୀଙ୍କ ଠାରୁ ଧାର୍ କରଜ କରିବାକୁ ପଡିପାରେ। କର୍ମକ୍ଷେତ୍ରରେ ଅଧିକ ଚାପରେ ରହିବେ। ଫଳରେ ରୋଗାଗ୍ରସ୍ତ ହେବା ସହ ଶାରୀରିକ ପୀଡା ଅନୁଭବ କରିବେ। ତେଣୁ ନିଜର ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଜରୁରୀ। କର୍ମକ୍ଷେତ୍ରରେ ବରିଷ୍ଠଙ୍କ କ୍ରୋଧର ଶିକାର ହୋଇପାରନ୍ତି। ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇବେ। କୌଣସି ଗୁରୁତ୍ବପୂର୍ଣ୍ଣ ଡିଲ୍ ଫାଇନାଲ୍ ବେଳେ ସମସ୍ତ କାଗଜପତ୍ରକୁ ତନ୍ନ ତନ୍ନ କରି ପଢନ୍ତୁ। ନଚେତ୍ ସମସ୍ୟାରେ ପଡିବେ।  ଯେଉଁ କାମରେ ହାତ ଦେବେ ସଫଳତା ନିଶ୍ଚୟ ପାଇବେ।  ନିଜ ପରିବାର ଲୋକଙ୍କ ସହ  ତୀର୍ଥସ୍ଥାନ ଯାତ୍ରା କରିବେ।  ମାଆ ଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ନେଇ ଚିନ୍ତିତ ରହିବେ।  ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ବୈବାହିକ ଜୀବନ ସୁଖମୟ ହେବ।    (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)