Delhi Pollution:ଦିଲ୍ଲୀ-ଏନସିଆରରେ ଗଡ଼ିବନି ଡିଜେଲ ଚାଳିତ ଯାନ, GRAP ଷ୍ଟେଜ-୪ ଲାଗୁ
Advertisement
Article Detail0/zeeodisha/odisha1424144

Delhi Pollution:ଦିଲ୍ଲୀ-ଏନସିଆରରେ ଗଡ଼ିବନି ଡିଜେଲ ଚାଳିତ ଯାନ, GRAP ଷ୍ଟେଜ-୪ ଲାଗୁ

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଅନୁଯାୟୀ ଗୁରୁବାର ଦିନ ଦିଲ୍ଲୀର ବାୟୁ ଗୁଣବତ୍ତା 'ଗୁରୁତର' ବର୍ଗରେ ରହିଛି। ଡିପିଏସ୍ ଇନ୍ଦିରାପୁରମ୍ ପ୍ରିନ୍ସିପାଲ୍ ସଂଗୀତତା ହାଜେଲାଙ୍କ ସୂଚନା ଅନୁସାରେ ଶୀତ ଋତୁରେ ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ହୋଇଥାଏ । 

Delhi Pollution:ଦିଲ୍ଲୀ-ଏନସିଆରରେ ଗଡ଼ିବନି ଡିଜେଲ ଚାଳିତ ଯାନ, GRAP ଷ୍ଟେଜ-୪ ଲାଗୁ

Delhi Pollution: ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଇବା ପରେ GRAP ଷ୍ଟେଜ୍ -୪ ଲାଗୁ ହୋଇଛି । ଶୀତ ଋତୁ ଆରମ୍ଭରୁ ପ୍ରଦୂଷଣ ଉଦବେଗଜନକ ସ୍ତରରେ ରହିଛି। ଆଜି ବି ସକାଳୁ କୁହୁଡି ଏବଂ ଧୂଆଁର ଆସ୍ତରଣ ଦେଥିବାକୁ ମିଳିଛି । ଗତ କିଛି ଦିନ ଧରି ଦିଲ୍ଲୀର ଅନେକ ସ୍ଥାନରେ AQI 400 ଅତିକ୍ରମ କରିଛି ।

Delhi Pollution: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉଦବେଗଜନକ ସ୍ତରରେ ପହଞ୍ଚିବା ପରେ କେନ୍ଦ୍ରୀୟ ବାୟୁ ଗୁଣବତ୍ତା ଆୟୋଗ ଦିଲ୍ଲୀ-ଏନସିଆରରେ ଡିଜେଲ ଚାଳିତ ହାଲୁକା ଯାନଗୁଡିକର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି। ଏହା ସହିତ ଦିଲ୍ଲୀରେ ଇଲେକ୍ଟ୍ରିକ୍ କିମ୍ବା ସିଏନଜିରେ ଚାଲୁ ନ ଥିବା ଟ୍ରକ ଗୁଡିକର ପ୍ରବେଶ ଉପରେ ମଧ୍ୟ ପ୍ୟାନେଲ୍ ନିଷେଧାଦେଶ ଜାରି କରିଛି। ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଇବା ପରେ GRAPର ଷ୍ଟେଜ୍ -୪ ଲାଗୁ ହୋଇଛି ।

କିନ୍ତୁ ପ୍ରଦୂଷଣ କାରଣରୁ ଦିଲ୍ଲୀର ଅନେକ ବିଦ୍ୟାଳୟ ଶିକ୍ଷାଦାନ ବନ୍ଦ କରିବାକୁ ମନା କରିଦେଇଛନ୍ତି କାରଣ ଏହା ଏକାଡେମିକ୍ ଶିକ୍ଷାର ଗତିରେ ବାଧା ସୃଷ୍ଟି କରିବା ଆଶଙ୍କା ରହିଛି । ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ (NCPCR) ବୁଧବାର ଦିନ ଦିଲ୍ଲୀ ସରକାରଙ୍କୁ ବାୟୁ ଗୁଣବତ୍ତା ସୁଦୃଢ଼ ନହେବା ପର୍ଯ୍ୟନ୍ତ ରାଜଧାନୀରେ ସ୍କୁଲ ବନ୍ଦ କରିବାକୁ କହିଥିଲେ ।
   
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଅନୁଯାୟୀ ଗୁରୁବାର ଦିନ ଦିଲ୍ଲୀର ବାୟୁ ଗୁଣବତ୍ତା 'ଗୁରୁତର' ବର୍ଗରେ ରହିଛି। ଡିପିଏସ୍ ଇନ୍ଦିରାପୁରମ୍ ପ୍ରିନ୍ସିପାଲ୍ ସଂଗୀତତା ହାଜେଲାଙ୍କ ସୂଚନା ଅନୁସାରେ ଶୀତ ଋତୁରେ ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ହୋଇଥାଏ । କିନ୍ତୁ ବାୟୁ କାରଣରୁ ବିଦ୍ୟାଳୟଗୁଡ଼ିକ ବନ୍ଦ ହେବା ଦ୍ୱାରା ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗ୍ରହଣରେ ବାଧା ସୃଷ୍ଟି ହେବ ବୋଲି ସେ କହିଛନ୍ତି । ସ୍କୁଲ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଗୁଣଯୁକ୍ତ ମାସ୍କ ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି ।
   
ଏପଟେ ବୋର୍ଡ ପରୀକ୍ଷା ପାଇଁ ମାତ୍ର ପାଞ୍ଚ ମାସ ବାକି ଅଛି । ଛାତ୍ରଛାତ୍ରୀମାନେ ପ୍ରି-ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ତେବେ ଶିଶୁଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଯଦିଓ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ପିଲାମାନଙ୍କୁ ପୁଷ୍ଟିକର ଫଳ ଏବଂ ପନିପରିବା ଖାଇବାକୁ ଉତ୍ସାହିତ କରାଯାଉଛି । ଅନେକ ଜନଗହଳିପୂର୍ଣ୍ଣ ସ୍ଥାନରେ ବାୟୁ ବିଶୋଧନକାରୀ ସ୍ଥାପିତ ହୋଇଛି, ତଥାପି  AQI 400 ଅତିକ୍ରମ କରିଛି ।
   
ଏମଆରଜି ସ୍କୁଲର ପ୍ରଧାନଶିକ୍ଷକ ଅନସୁ ମିତ୍ତଲଙ୍କ ସୂଚନା ଅନୁସାରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟରେ କେଉଁ ପ୍ରକାରର ଖାଦ୍ୟ, ପାନୀୟ ଏବଂ ଅଭ୍ୟାସ ଅନ୍ତର୍ଭୁକ୍ତ କରିବା ଉଚିତ ସେ ବିଷୟରେ ଏକ ଲିଖିତ ବୁକଲେଟ୍ ପ୍ରଦାନ କରିବାକୁ ଯୋଜନା କରାଯାଇଛି । ବିଦ୍ୟାଳୟ ପକ୍ଷରୁ ବାହ୍ୟ କାର୍ଯ୍ୟକଳାପକୁ ସାମୟିକ ଭାବେ ବନ୍ଦ କରାଯାଇଥିବା ଶାଲିମାରବାଗ ସ୍ଥିତ ମର୍ଡନ ପବ୍ଲିକ୍ ସ୍କୁଲର ପ୍ରିନ୍ସପାଲ୍ ଅଲ୍କା କପୁର କହିଛନ୍ତି ।

ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତି ଭୟଙ୍କର ସ୍ତରରେ ପହଞ୍ଚିଛି । ବାୟୁ ପ୍ରଦୂଷଣରେ ଅଣ ନିଶ୍ୱାସୀ ହେଉଛନ୍ତି ରାଜଧାନୀବାସୀ । ବାୟୁରେ ପ୍ରଦୂଷଣ ମାତ୍ରା ବଢୁଥିବାବେଳେ ନିଶ୍ୱା ନେବାରେ କଷ୍ଟ ଭୋଗୁଛନ୍ତି ଲୋକେ । ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ବହୁତ ଖରାପ ଶ୍ରେଣୀରେ ଆସୁଛି ।
     
ଆଜି ଦିଲ୍ଲୀର ଅନେକ ସ୍ଥାନରେ AQI ୪୦୦ ଅତିକ୍ରମ କରିଛି । ବାୟୁ ଗୁଣମାନ ସୂଚକାଙ୍କ ବା ଏକ୍ୟୁଆଇ ଶୂନ୍ୟରୁ ୫୦ ଭିତରେ ରହିଲେ ‘ଉତ୍ତମ’ ପର୍ଯ୍ୟାୟର ରହିଥାଏ ।  AQI  ୫୧ରୁ ୧୦୦ ଭିତରେ ରହିଲେ  ବାୟୁ ଗୁଣମାନ ସନ୍ତୋଷଜନକ’, AQI ୧୦୧ରୁ ୨୦୦ ଭିତରେ ରହିଲେ ମଧ୍ୟମ, AQI ୨୦୧ରୁ ୩୦୦ ଭିତରେ ରହିଲେ ‘ଖରାପ’, AQI ୩୦୧ରୁ ୪୦୦ ଭିତରେ ରହିଲେ ‘ଅତି ଖରାପ ଏବଂ AQI  ୪୦୧ରୁ ୫୦୦ ଭିତରେ ରହିଲେ ‘ଅତି ବିପଜ୍ଜନକ’ବୋଲି ବିବେଚନା କରାଯାଇଥାଏ ।