Delhi School Result: ଛାତ୍ରଙ୍କ ଲାଗି ପରୀକ୍ଷା ଦେଲେ ଶିକ୍ଷକ, ଜାଣନ୍ତୁ ପୁରା ଘଟଣାକ୍ରମ
Advertisement
Article Detail0/zeeodisha/odisha1637679

Delhi School Result: ଛାତ୍ରଙ୍କ ଲାଗି ପରୀକ୍ଷା ଦେଲେ ଶିକ୍ଷକ, ଜାଣନ୍ତୁ ପୁରା ଘଟଣାକ୍ରମ

Delhi Govt School Exam Result: କୋରୋନା ମହାମାରୀ ପର ଠାରୁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ କରାଯାଉଥିବା ଶିକ୍ଷାଦାନ ଅନେକାଶଂରେ ପ୍ରଭାବିତ ହୋଇଥିଲା। ଅନଲାଇନ୍ ଅଧ୍ୟୟନରେ ଶିକ୍ଷକ ସେମାନଙ୍କର ସର୍ବୋତ୍ତମ ପ୍ରୟାସ କରିଥିଲେ। ହେଲେ ପରୀକ୍ଷରେ ଶତ ପ୍ରତିଶତ ସଫଳତା ମିଳିନାହିଁ। 

Delhi School Result: ଛାତ୍ରଙ୍କ ଲାଗି ପରୀକ୍ଷା ଦେଲେ ଶିକ୍ଷକ, ଜାଣନ୍ତୁ ପୁରା ଘଟଣାକ୍ରମ

Delhi Govt School 9 And 11 Class Result: ନିକଟରେ ଦିଲ୍ଲୀର ସରକାରୀ ବିଦ୍ୟାଳୟର ନବନ ଏବଂ ଏକାଦଶ ପରୀକ୍ଷା ଫଳାଫଳ ଘୋଷଣା କରାଯାଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୩୧ ମାର୍ଚ୍ଚରେ ଘୋଷଣା ହୋଇଥିବା ସରକାରୀ ବିଦ୍ୟାଳୟର ପରୀକ୍ଷା ଫଳାଫଳ ଏଥର ଆଶାନୁରୂପକ ହୋଇନାହିଁ। ଦିଲ୍ଲୀର ଅଧିକାଂଶ ସରକାରୀ ବିଦ୍ୟାଳୟର ପରୀକ୍ଷା ଫଳାଫଳ ୪୦-୫୦ ପ୍ରତିଶତ ମଧ୍ୟରେ ରହିଛି। ଏପରିକି ବହୁ ସଂଖ୍ୟକ ଛାତ୍ର ଏଥର ପରୀକ୍ଷାରେ ଫେଲ ହୋଇଥିବାରେ ସୂଚନା ମିଳିଛି। ଦିଲ୍ଲୀର ସରକାରୀ ବିଦ୍ୟାଳୟକୁ ଏପ୍ରିଲ ୬ ପର୍ଯ୍ୟନ୍ତ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମୟ ଦିଆଯାଇଛି। ଏହା ପରେ ପରୀକ୍ଷା ଫଳ ସମ୍ପର୍କିତ ସବିଶେଷ ତଥ୍ୟ ସଂଶୋଧନ କରାଯିବା ପରେ ଶିକ୍ଷା ନିର୍ଦ୍ଦେଶାଳୟ ୱେବସାଇଟ ମାଧ୍ୟମରେ ପୁନର୍ବାର ଅପଲୋଡ୍ କରାଯିବ। 

ଯେତେବେଳେ ଗଣମାଧ୍ୟମ ପକ୍ଷରୁ ପରୀକ୍ଷା ଫଳ ସମ୍ପର୍କରେ ପଚରା ଯାଇଥିଲା, ସେତେବେଳେ ଏହି ପ୍ରସଙ୍ଗରେ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ (Delhi Government School Principal) ପ୍ରତିକ୍ରୟା ରଖିବାରୁ ଦୂରେଇ ଯାଇଥିଲେ। ହେଲେ ଦିଲ୍ଲୀର ସରକାରୀ ବିଦ୍ୟାଳୟର (Delhi Govt School) ନବମ ଏବଂ ଏକାଦଶ ଶ୍ରେଣୀର (Class 9 and 11) ଫଳାଫଳ ଆଶାନୁରୂପକ ହୋଇନଥିବାରୁ ଏହାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି କହିଛନ୍ତି ପ୍ରଧାନଶିକ୍ଷକ। ସମସ୍ତ ପ୍ରୟାସ ଶିକ୍ଷକଙ୍କ ଦ୍ୱାରା କରାଯାଇଥିଲା, ହେଲେ ଅଧିକାଂଶ ସରକାରୀ ବିଦ୍ୟାଳୟର ମୋଟ ପରୀକ୍ଷା ଫଳାଫଳ (Delhi Govt School Exam Result) ୪୦-୫୦ ପ୍ରତିଶତ ମଧ୍ୟରେ ରହିଥିଲା।

ପ୍ରଧାନ ଶିକ୍ଷକ କହିଛନ୍ତି ଯେ ବିଭିନ୍ନ ଶ୍ରେଣୀରେ ପାସ୍ କରୁଥିବା ମୋଟ ପିଲାଙ୍କ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି। ଏହା ବ୍ୟତୀତ ଯେତେବେଳେ ଅନ୍ୟ ସରକାରୀ ବିଦ୍ୟାଳୟର ଶିକ୍ଷକଙ୍କ (Delhi Government School Teacher) ସହ ଯୋଗାଯୋଗ କରାଯାଇଥିଲା, ସେତେବେଳେ ସେମାନେ କହିଥିଲେ ଯେ ପ୍ରତ୍ୟେକ ବିଦ୍ୟାଳୟର ପରୀକ୍ଷା ଫଳାଫଳ ଅଲଗା। ହେଲେ ଏଥର ନବମ ଏବଂ ଏକାଦଶ ଶ୍ରେଣୀର ପରୀକ୍ଷା ଫଳାଫଳ ଉତ୍ସାହଜନକ ହୋଇନାହିଁ।

ପ୍ରଧାନ ଶିକ୍ଷକ ଆହୁରି ମଧ୍ୟ କହିଛନ୍ତି କୋରୋନା ମହାମାରୀ (Corona Pandemic) ପର ଠାରୁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ କରାଯାଉଥିବା ଶିକ୍ଷାଦାନ ଅନେକାଶଂରେ ପ୍ରଭାବିତ ହୋଇଥିଲା। ଅନଲାଇନ୍ ଅଧ୍ୟୟନରେ ଶିକ୍ଷକ ସେମାନଙ୍କର ସର୍ବୋତ୍ତମ ପ୍ରୟାସ କରିଥିଲେ। ହେଲେ ପରୀକ୍ଷରେ ଶତ ପ୍ରତିଶତ ସଫଳତା ମିଳିନାହିଁ। ଏହା ବ୍ୟତୀତ ଅନେକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ନହେବା ମଧ୍ୟ ଏପରି ଫଳାଫଳର ମୁଖ୍ୟ କାରଣ। ସୂତ୍ରରୁ ମିଳିଥିବା ଖବର ଅନୁସାରେ  ପରୀକ୍ଷା ଫଳ ସଂଶୋଧନ କରିବାର ନିଷ୍ପତ୍ତି ସମ୍ପର୍କରେ ଏକ ଚମକାଇବା କଥା ସାମ୍ନାକୁ ଆସିଛି। ଛାତ୍ରଛାତ୍ରୀଙ୍କୁ ପାସ କରାଇବା ପାଇଁ ଅନେକ ଉତ୍ତର ଖାତାରେ ଶିକ୍ଷକ ନିଜେ ମଧ୍ୟ ଲେଖିଛନ୍ତି। ଏହା ବ୍ୟତୀତ ପୁନର୍ବାର ପରୀକ୍ଷା ଫଳାଫଳକୁ ସଂଶୋଧନ କରିବା ପାଇଁ ଶିକ୍ଷକଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି।