DA Hike: ହୋଲି ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୬ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା, ସରକାର କଲେ ଘୋଷଣା
Advertisement

DA Hike: ହୋଲି ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୬ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା, ସରକାର କଲେ ଘୋଷଣା

DA Hike: ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ୬ ପ୍ରତିଶତ ମହଙ୍ଗା ଭତ୍ତା ଓ ପେନସନଭୋଗୀଙ୍କ ପାଇଁ ୬ ପ୍ରତିଶତ ମହଙ୍ଗା ରିଲିଫ୍ ବୃଦ୍ଧି କରିବାକୁ ମମତା ସରକାର ଘୋଷଣା କରିଛନ୍ତି । ଏହି ମହଙ୍ଗା ଭତ୍ତା ଘୋଷଣା ସହିତ ରାଜ୍ୟ ସରକାର ଏକ ବିଜ୍ଞପ୍ତି ମଧ୍ୟ ଜାରି କରିଛନ୍ତି । ଦରଦାମରୁ ମୁକ୍ତି ପାଇବା ପାଇଁ ପେନସନଭୋଗୀ ଓ କର୍ମଚାରୀମାନଙ୍କୁ ଏହି ଭତ୍ତା ଦିଆଯାଇଥାଏ ।

DA Hike: ହୋଲି ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୬ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା, ସରକାର କଲେ ଘୋଷଣା

DA Hike For Government Employees: ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ମହଙ୍ଗା ଭତ୍ତା (Dearness Allowance) କୁ ଅପେକ୍ଷା କରି ବସିଛନ୍ତି । ଏହି ସମୟରେ ପଶ୍ଚିମବଙ୍ଗ ସରକାର (West Bengal Government) ନିଜ ରାଜ୍ୟର ସରକାରୀ କର୍ମଚାରୀ (State Government Employees) ଙ୍କୁ ଏକ ବଡ଼ ଖୁସି ଖବର ଦେଇଛନ୍ତି । ରାଜ୍ୟର ସରକାରୀ କର୍ମଚାରୀ (West Bengal Government Employees) ଙ୍କ ପାଇଁ ୬ ପ୍ରତିଶତ ମହଙ୍ଗା ଭତ୍ତା (6 Percent DA Hike) ଓ ପେନସନଭୋଗୀ (West Bengal Government Pensioners) ଙ୍କ ପାଇଁ ୬ ପ୍ରତିଶତ ମହଙ୍ଗା ରିଲିଫ୍ ବୃଦ୍ଧି କରିବାକୁ ମମତା ସରକାର ଘୋଷଣା କରିଛନ୍ତି । ଏହି ମହଙ୍ଗା ଭତ୍ତା (DA Hike) ଘୋଷଣା ସହିତ ରାଜ୍ୟ ସରକାର ଏକ ବିଜ୍ଞପ୍ତି ମଧ୍ୟ ଜାରି କରିଛନ୍ତି । ଦରଦାମରୁ ମୁକ୍ତି ପାଇବା ପାଇଁ ପେନସନଭୋଗୀ ଓ କର୍ମଚାରୀମାନଙ୍କୁ ଏହି ଭତ୍ତା ଦିଆଯାଇଥାଏ ।

ପଶ୍ଚିମବଙ୍ଗ ସରକାର (West Bengal Government) ଶୁକ୍ରବାର ଅର୍ଥାତ ଫେବୃଆରୀ ୨୪ ତାରିଖ ଦିନ ରାଜ୍ୟର ସରକାରୀ କର୍ମଚାରୀ, ପେନ୍‌ସନ୍‌ଭୋଗୀ ଏବଂ ପରିବାର ପେନସନଭୋଗୀଙ୍କୁ ୬ ପ୍ରତିଶତ ବେସିକ୍ ବେତନ ହାରରେ ମହଙ୍ଗା ଭତ୍ତା (DA Hike) ପ୍ରଦାନ କରିବାକୁ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତାର ଲାଭ ମାର୍ଚ୍ଚ ୧ ତାରିଖରୁ ଲାଗୁ ହେବ । ଏହି ବୃଦ୍ଧି ଷଷ୍ଠ ପେ କମିଶନ (6th Pay Commission) ଅଧୀନରେ କରାଯାଇଛି । ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଡିସେମ୍ବର ୨୦୨୦ରେ ଘୋଷିତ ମୋଟ ୩ ପ୍ରତିଶତ ଓ ଜାନୁୟାରୀ ୨୦୨୧ରେ ୩ ​​ପ୍ରତିଶତ ଘୋଷଣା ଯୋଗୁଁ ଡିଏ (DA Hike) ରେ ୬ ପ୍ରତିଶତ ବୃଦ୍ଧି ଘଟିଛି ।

ବିଜ୍ଞପ୍ତିରେ ଏହା ମଧ୍ୟ ସୂଚନା ଦିଆଯାଇଛି ଯେ, ମହଙ୍ଗା ଭତ୍ତା କିପରି ହିସାବ କରାଯିବ । ସଂଶୋଧିତ ବେସିକ ଦରମା ଓ ଅଣ ଭତ୍ତା ଅନୁଯାୟୀ DA ର ଗଣନା କରାଯିବ । ଯଦି ଅନ୍ୟ ଭତ୍ତା ନାହିଁ ତେବେ ବେସିକ୍ ଦରମା ଓ ଡିଏ ଗଣନା କରାଯିବ । ଏହି ବର୍ଦ୍ଧିତ ଡିଏ ଶିକ୍ଷକ ତଥା ସରକାରୀ ସହାୟକ ଅନୁଷ୍ଠାନର ଅନ୍ୟ କର୍ମଚାରୀ ତଥା ସ୍ଥାନୀୟ ସଂସ୍ଥାର କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ ହେବ । ଅନ୍ୟପକ୍ଷରେ ପେନସନ୍ କ୍ଷେତ୍ରରେ ସଂଶୋଧିତ ପେନସନ୍ ଉପରେ ମହଙ୍ଗା ରିଲିଫର ପରିମାଣକୁ ହିସାବ କରିବା ଓ ପ୍ରତ୍ୟେକ ବ୍ୟକ୍ତିଗତ ମାମଲାରେ ପେନସନ୍ ରାଶି ବଣ୍ଟନ କରିବା ପେନସନ୍ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ହେବ ।

ଅଧିକ ପଢ଼ନ୍ତୁ:-ବଡ଼ ଝଟକା! ଏଣିକି ଏହି ୫ଟି ବ୍ୟାଙ୍କର ଗ୍ରାହକ ନିଜ ଆକାଉଣ୍ଟରୁ ଉଠାଇପାରିବେନି ଟଙ୍କା, RBI ଜାରି କଲା ଆଦେଶ

ଅଧିକ ପଢ଼ନ୍ତୁ:-'ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର: ଦରମାରେ ହେବ ବମ୍ପର ବୃଦ୍ଧି, ପ୍ରତି ମାସରେ ଆକାଉଣ୍ଟକୁ ଆସିବ ୧୦,୫୦୦ ଟଙ୍କା!

ଅଧିକ ପଢ଼ନ୍ତୁ:-'ଆମେ ୱାର୍ଲ୍ଡ ଚାମ୍ପିୟନ, ଆମର ବି ଅଛି ମାନ-ସମ୍ମାନ...ବିଶ୍ୱକପ ଖେଳିବାକୁ ଯିବୁ ନାହିଁ ଭାରତ'; BCCIକୁ ପୁଣି ଦେଲେ ଧମକ

 

ଜଣେ ରାଜ୍ୟ ସରକାରୀ କର୍ମଚାରୀ କହିଛନ୍ତି ଯେ, ଏହି ବୃଦ୍ଧି ପରେ ମଧ୍ୟ କେନ୍ଦ୍ର କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା ଠାରୁ ୩୨ ପ୍ରତିଶତ କମ୍ ହେବ । ରାଜ୍ୟ ସରକାରୀ କର୍ମଚାରୀଙ୍କ ଅନେକ ସଂଗଠନ କେନ୍ଦ୍ର ସହିତ ମହଙ୍ଗା ଭତ୍ତା (DA Hike) ସମାନତା ଦାବି କରୁଛନ୍ତି । ଏହି ସପ୍ତାହ ଆରମ୍ଭରେ କାର୍ଯ୍ୟାନୁଷ୍ଠାନର ଚେତାବନୀକୁ ଅଣଦେଖା କରି ସେମାନେ ୪୮ ଘଣ୍ଟିଆ 'ପେନ୍ ଡାଉନ୍' ଆନ୍ଦୋଳନ କରିଥିଲେ ।