Puri News: ପୁରୀରେ ଭକ୍ତଙ୍କ ଗହଳୀ, ଭାଇରାଲ ହେଲା ଭିଡ଼ିଓ
Advertisement

Puri News: ପୁରୀରେ ଭକ୍ତଙ୍କ ଗହଳୀ, ଭାଇରାଲ ହେଲା ଭିଡ଼ିଓ

Puri News: ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏସି ଟର୍ନେଲ ଓ ହ୍ଯାଙ୍ଗର ବ୍ଯବସ୍ଥାକୁ କରିଛନ୍ତି। ସାଧାରଣ ଭକ୍ତଙ୍କ ଲାଗି ଗୋଟିଏ ଦ୍ୱାର ଅର୍ଥାତ ସିଂହଦ୍ଵାର ଦେଇ ପ୍ରବେଶ ଓ ତିନି ଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। କେବଳ ପୁରୀବାସୀଙ୍କ ପାଇଁ ପଶ୍ଚିମ ଦ୍ୱାର ଖୋଲାଥିବା ବେଳେ ଏଭଳି ଭକ୍ତଙ୍କ ଗହଳି କାହିଁକି ଲାଗିଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

Puri News: ପୁରୀରେ ଭକ୍ତଙ୍କ ଗହଳୀ, ଭାଇରାଲ ହେଲା ଭିଡ଼ିଓ

Puri News: ପୁରୀ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଲାଗିଥିବା ନାହିଁ ନଥିବା ଗହଳିର ଦୃଶ୍ୟ। ଦୃଶ୍ଯରେ ସ୍ପଷ୍ଟ ଅନୁମେୟ ଯେ, ମହିଳାଙ୍କ ଫେରିବା ସମୟରେ କିପରି ଅସୁବିଧା ସୃଷ୍ଟି ହେଉଛି । ପଶ୍ଚିମ ଦ୍ୱାରରେ ଘଟିଥିବା ଏପରି ଅଭାବନୀୟ ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଏହାକୁ ଏକ କୁତ୍ରିମ ଗହଳି କୁହାଯାଉଥିବା ସମୟରେ ଭିଡ ନିୟନ୍ତ୍ରଣ ପାଇଁ ନାମକୁ ମାତ୍ର ଜଣେ ଦୁଇଜଣ ପୋଲିସ କର୍ମଚାରୀ ଓ ଜେଟିପି ଅଛନ୍ତି । 

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏସି ଟର୍ନେଲ ଓ ହ୍ଯାଙ୍ଗର ବ୍ଯବସ୍ଥାକୁ କରିଛନ୍ତି। ସାଧାରଣ ଭକ୍ତଙ୍କ ଲାଗି ଗୋଟିଏ ଦ୍ୱାର ଅର୍ଥାତ ସିଂହଦ୍ଵାର ଦେଇ ପ୍ରବେଶ ଓ ତିନି ଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। କେବଳ ପୁରୀବାସୀଙ୍କ ପାଇଁ ପଶ୍ଚିମ ଦ୍ୱାର ଖୋଲାଥିବା ବେଳେ ଏଭଳି ଭକ୍ତଙ୍କ ଗହଳି କାହିଁକି ଲାଗିଛି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିଛି ଭକ୍ତଙ୍କଠାରୁ ଟଙ୍କା ନେଇ ତାଙ୍କୁ ଉକ୍ତ ରାସ୍ତା ପଟେ ଭିତରକୁ ଛଡା ଯାଉଛି ବୋଲି ଅଭିଯୋଗ ଆସିଛି । ଏହାର ତଦନ୍ତ ହେବା ଜରୁରୀ ବୋଲି କିଛି ଶ୍ରଦ୍ଧାଳୁ ଦାବି କରିଛନ୍ତି । 

ତେବେ ଏତେ ସଂଖ୍ୟକ ଭକ୍ତଙ୍କ ଗହଳିକୁ ଜଣେ ପୁଲିସ ନିୟନ୍ତ୍ରଣ କରିବା ଅତ୍ଯନ୍ତ ପରିତାପର ବିଷୟ। ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଭିଡ ନାହିଁ କିମ୍ବା ସବୁ ଦ୍ୱାର ଆଜି ସକାଳୁ ଫାଙ୍କା ରହିଛି ବୋଲି ଏସପି କହିଛନ୍ତି।

Also Read- Road Accident News: ରାସ୍ତା ତଳକୁ ଟ୍ୟାକ୍ସି ଓଲଟି ୧୦ଜଣଙ୍କ ମୃତ୍ୟୁ

Also Read- Grah Gochar April 2024: ୪ଟି ବଡ଼ ଗ୍ରହ ଚଳନ ପ୍ରଭାବରୁ ୫ରାଶିର ବ୍ୟକ୍ତିଙ୍କୁ ଶୁଭଫଳ