Odisha +2 Result 2023: ଏହି ଦିନ ବାହାରିବ ଯୁକ୍ତ ଦୁଇ ପରୀକ୍ଷା ଫଳ
Advertisement
Article Detail0/zeeodisha/odisha1711794

Odisha +2 Result 2023: ଏହି ଦିନ ବାହାରିବ ଯୁକ୍ତ ଦୁଇ ପରୀକ୍ଷା ଫଳ

Odisha +2 Result 2023:  ଯୁକ୍ତ ଦୁଇ ପରୀକ୍ଷା (CHSE Plus 2 exam results)ଶେଷ ହୋଇଥିବା ବେଳେ ଏହାର ରେଜଲ୍ଟକୁ ଅପେକ୍ଷା କରିଛନ୍ତି ଛାତ୍ରଛାତ୍ରୀ। ଯୁକ୍ତ ଦୁଇ ରେଜଲ୍ଟ (Odisha +2 Result 2023) ଖୁବଶିଘ୍ର ପ୍ରକାଶ ପାଇବାକୁ ଯାଉଛି । ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥଲା ବେଳେ ଏପ୍ରିଲ୍ ୫ ତାରିଖରେ ଶେଷ ହୋଇଥିଲା। ତେବେ ରେଜଲ୍ଟ ଏହି ମାସ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Odisha +2 Result 2023:  ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି (Council of Higher Secondary Education) । ଯୁକ୍ତ ଦୁଇ ପରୀକ୍ଷା (CHSE Plus 2 exam results)ଶେଷ ହୋଇଥିବା ବେଳେ ଏହାର ରେଜଲ୍ଟକୁ ଅପେକ୍ଷା କରିଛନ୍ତି ଛାତ୍ରଛାତ୍ରୀ।  ଯୁକ୍ତ ଦୁଇ ରେଜଲ୍ଟ (Odisha +2 Result 2023) ଖୁବଶିଘ୍ର ପ୍ରକାଶ ପାଇବାକୁ ଯାଉଛି । ଆସନ୍ତା ୨୮ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବାର ତାରିଖ ଘୋଷଣା କରାଯିବ ବୋଲି ସୂଚନା ମିଳିଛି । ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ତାରିଖ ଘୋଷଣା ହେବ। ଏହାପରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ ହେବ। ମେ’ ୩୦ କିମ୍ବା ୩୧ରେ ( May 31)ପ୍ରକାଶ ପାଇପାରେ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ। ସେହିପରି ଜୁନ୍‌ ୮ ସୁଦ୍ଧା ପ୍ରକାଶ ପାଇପାରେ କଳା ଓ ଧନ୍ଦାମୂଳକ ରେଜଲ୍ଟ।

ସୂଚନା ଅନୁସାରେ, ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥଲା ବେଳେ ଏପ୍ରିଲ୍ ୫ ତାରିଖରେ ଶେଷ ହୋଇଥିଲା। ଏବଂ ଏପ୍ରିଲ୍ ୧୦ରେ ଆରମ୍ଭ ହୋଇଥିଲା ଖାତାଦେଖା । ଏଥିପାଇଁ ୧୦୪ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଥିଲା । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଖାତା ଦେଖାରେ ସାମିଲ ହୋଇଥିଲେ ୧୫ ହଜାର ଅଧ୍ୟାପକ, ଅଧ୍ୟାପିକା । ପ୍ରଥମ ପର୍ଯ୍ୟାୟରେ ଅନଲାଇନରେ ମୂଲ୍ୟାୟନ ହୋଇଥିଲା । ଏଥିରେ ପ୍ରାୟ ୩ ହଜାର ଓ ଅଫଲାଇନରେ ୫ ହଜାର ମୂଲ୍ୟାୟନକାରୀ ନିୟୋଜିତ ହୋଇଥିଲେ। । ବିଜ୍ଞାନ ଓ ଗଣିତ ବିଭାଗର ବିଷୟଗୁଡିକର ଇ-ମୂଲ୍ୟାୟନ ଲାଗି ୩୯ଟି କେନ୍ଦ୍ର କରାଯାଇଥିଲା । ମାନୁଆଲ ମୂଲ୍ୟାୟନ ହେବାକୁ ଥିବା କଳା ଓ ଧନ୍ଦମୂଳକ ବିଷୟଗୁଡିକରେ ୬୫ଟି କେନ୍ଦ୍ର ହୋଇଥିଲା । 

ଏହାବି ପଢନ୍ତୁ :  Morning Tips: ସକାଳୁ ଶେଜ ଛାଡିବା ପରେ କରନ୍ତୁ ଏହି ସବୁ କାମ, ଦୂର ହେବ ଦାରିଦ୍ରତା, ମାଡି ଯିବ ଧନ ସମୃଦ୍ଧି

ଏହାବି ପଢନ୍ତୁ :  Horoscope Today 26 May 2023: ଆଜି ଏହି ଏସବୁ ରାଶି ଉପରେ ହେବ ଧନର ବର୍ଷା, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର?

ଯୁକ୍ତ ଦୁଇ ପରୀକ୍ଷା ନିମନ୍ତେ ସାରା ରାଜ୍ୟରେ ୧୧୪୫ଟି କେନ୍ଦ୍ର କରାଯାଇଥିଲା । ଏଥର ୩ଲକ୍ଷ ୫୪ ହଜାର ୯୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ପ୍ରଥମ ଦିନରେ ବିଜ୍ଞାନ ଛାତ୍ରଛାତ୍ରୀ ମାତୃଭାଷାରେ ପରୀକ୍ଷା ଦେଇଥିଲେ ।  ତେଣୁ ସମସ୍ତ କେନ୍ଦ୍ରରେ ସକାଳ ୮ଟା ୩୦ ସୁଦ୍ଧା ପ୍ରଶ୍ନପତ୍ର ପହଁଚିଥିଲା । ପରୀକ୍ଷା କେନ୍ଦ୍ରରେ କପି ରୋକିବାକୁ ନେଇ ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏଥିପାଇଁ ଫେବୃଆରୀ ୨୫ ତାରିଖରୁ ସମସ୍ତ ହବ୍ କୁ ପ୍ରଶ୍ନପତ୍ର ପଠାଯାଇଥିଲା । ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖିବୁ ଯେ, କଳାରେ ୨ଲକ୍ଷ ୧୯ହଜାର ୧୧୦, ବିଜ୍ଞାନରେ ୯୧ ହଜାର ୩୭୯, ବାଣିଜ୍ୟରେ ୨୩ ହଜାର ୧୪୮ଜଣ ଏବଂ ଧନ୍ଦାମୂଳକରେ ୫ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏଥର ଶତ ପ୍ରତିଶତ ସିଲାବସ୍ ରେ ପରୀକ୍ଷା ହୋଇଥିଲା। ସେପଟେ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆସନ୍ତା ୨୯ରୁ ଆରମ୍ଭ ହେବ । ମାତ୍ର ମନ ପସନ୍ଦର କଲେଜରେ ସିଟ୍ ମିଳିବ ନା ନାହିଁ ତାକୁ ନେଇ ପିଲାଙ୍କ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଅନ୍ୟପଟେ ସିଟ୍ ବଢିବ ନା ନାହିଁ ସେନେଇ ଗଣଶିକ୍ଷା ବିଭାଗରେ ଏଯାଏ ଅଙ୍କ ଛିଡ଼ୁନି।