Cadbury Chocolateରେ ମିଶୁଛି ଗୋମାଂସ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବଦନାମ କରିବାକୁ କମ୍ପାନୀ ରଚିଛି ଷଡ଼ଯନ୍ତ୍ର!
Advertisement

Cadbury Chocolateରେ ମିଶୁଛି ଗୋମାଂସ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବଦନାମ କରିବାକୁ କମ୍ପାନୀ ରଚିଛି ଷଡ଼ଯନ୍ତ୍ର!

Cadbury chocolate Controversy:  ପୁଣି ଥରେ ବିବାଦ ଘେରକୁ ଟାଣି ହୋଇଛି Cadbury କମ୍ପାନୀ। ରବିବାର ସକାଳୁ ଟ୍ୱିଟରରେ #BoycottCadbury ଟ୍ରେଣ୍ତ କରୁଛି। Cadburyର ପ୍ରଡକ୍ଟରେ ହାଲାଲ ସାର୍ଟିଫାଏଡ୍ ଜିଲୋଟିନ ବ୍ୟବହୃତ ହେଉଛି। ଆଉ ସେହି ଜିଲୋଟିନ ଗୋମାଂସରୁ ପ୍ରସ୍ତୁତ ହେଉଛି। ଏହାର ପ୍ରମାଣ ଦେବାକୁ ଏକାଧିକ ସ୍କ୍ରିନସଟ୍ ମଧ୍ୟ ସେୟାର କରାଯାଇଛି। 

Cadbury Chocolateରେ ମିଶୁଛି ଗୋମାଂସ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବଦନାମ କରିବାକୁ କମ୍ପାନୀ ରଚିଛି ଷଡ଼ଯନ୍ତ୍ର!

Cadbury Chocolate Controversy, ନୂଆଦିଲ୍ଲୀ: ପୁଣି ଥରେ ବିବାଦ ଘେରକୁ ଟାଣି ହୋଇଛି Cadbury କମ୍ପାନୀ। ରବିବାର ଟ୍ୱିଟରରେ #BoycottCadbury ଟ୍ରେଣ୍ଟ କରୁଛି। Cadbury ତାର ଉତ୍ପାଦରେ ଗୋମାଂସ ମିଶାଉଥିବା ସୋସିଆଲ ମିଡିଆ ୟୁଜର୍ସ ଦାବି କରିଛନ୍ତି। ଅନ୍ୟପଟେ କମ୍ପାନୀ ଭାରତର ପ୍ରଧାନମନ୍ତ୍ରୀଙ୍କ ବଦନାମ କରିବା ଉଦ୍ଦେଶ୍ୟରେ ବିଜ୍ଞାପନ ତିଆରି କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଗୋମାଂସ ମିଶାଉଥିବା ଅଭିଯୋଗକୁ ନେଇ Cadbury ପକ୍ଷରୁ ସ୍ପଷ୍ଟିକରଣ ମଧ୍ୟ ଦିଆଯାଇଛି।

ରବିବାର ସକାଳୁ ଟ୍ୱିଟରରେ #BoycottCadbury ଟ୍ରେଣ୍ତ କରୁଛି। କିଛି ସୋସିଆଲ ମିଡିଆ ୟୁଜର୍ସମାନେ ଦାବି କରିଛନ୍ତି ଯେ, Cadburyର ପ୍ରଡକ୍ଟରେ ହାଲାଲ ସାର୍ଟିଫାଏଡ୍ ଜିଲୋଟିନ ବ୍ୟବହୃତ ହେଉଛି। ଆଉ ସେହି ଜିଲୋଟିନ ଗୋମାଂସରୁ ପ୍ରସ୍ତୁତ ହେଉଛି। ଏହାର ପ୍ରମାଣ ଦେବାକୁ ଏକାଧିକ ସ୍କ୍ରିନସଟ୍ ମଧ୍ୟ ସେୟାର କରାଯାଇଛି। ସେଥି ମଧ୍ୟରୁ ଗୋଟିଏରେ Cadburyର ନାମ ରହିଛି। ସେଥିରେ ଲେଖା ହୋଇଛି, "ଦୟାକରି ଧ୍ୟାନ ଦିଅନ୍ତୁ। ଯଦି ଆମର କୌଣସି ବି ଉତ୍ପାଦରେ ଜିଲୋଟିନ୍ ଥାଏ, ତେବେ ତାହା ହାଲାଲ ସାର୍ଟିଫାଏଡ ଓ ଗୋମାଂସ ଦ୍ୱାରା ପ୍ରାପ୍ତ ଅଟେ।" ତେବେ ଏହି ପୋଷ୍ଟ Cadbury ଦ୍ୱାରା ସେୟାର କରାଯାଇଥିବା ଦାବି କରାଯାଉଛି। ତେଣୁ ଏହାକୁ ହିନ୍ଦୁ ବିରୋଧି ବୋଲି କହିବା ସହ Cadburyର ଉତ୍ପାଦକୁ Boycott କରିବାକୁ ସୋସିଆଲ ମିଡିଆରେ ଅପିଲ କରାଯାଇଛି।

Also Read: Kiara And Sidharath Wedding: ଏହି ଦିନ ପଡିବା କିଆରା ଓ ସିଦ୍ଧାର୍ଥଙ୍କ ହାତଗଣ୍ଠି, ମୁମ୍ବାଇରେ

ଭାଇରାଲ ପୋଷ୍ଟ ପରେ Cadbury ପକ୍ଷରୁ ସ୍ପଷ୍ଟିକରଣ ଜାରି କରାଯାଇଛି। କମ୍ପାନୀ କହିଛି ଯେ, ସେୟାର କରାଯାଉଥିବା ସ୍କ୍ରିନସଟର କୌଣସି ସତ୍ୟତା ନାହିଁ। ତାହା Mondelez/Cadbury ଦ୍ୱାରା ଜାରି ହୋଇନାହିଁ। ଭାରତରେ କମ୍ପାନୀର ନିର୍ମିତ ଓ ବିକ୍ରି ହେଉଥିବା ସମସ୍ତ ଉତ୍ପାଦ ଶତ ପ୍ରତିଶତ ନିରାମିଷ। ଯାହା ରାପରରେ ଦିଆଯାଉଥିବା ଗ୍ରୀନ ମାର୍କ ଦର୍ଶାଉଛି। ଏଭଳି ନକରାତ୍ମକ ପୋଷ୍ଟ ଦ୍ୱାରା କମ୍ପାନୀର ସମ୍ମାନ ହାନୀ ହେବା ସହ ବ୍ରାଣ୍ଡ ଉପରୁ ଉପଭୋକ୍ତଙ୍କ ବିଶ୍ୱାସ ତୁଟି ଥାଏ। ତେଣୁ ଉପଭୋକ୍ତାଙ୍କୁ ଏଭିଳି ଖବର ସେୟାର କରିବା ପୂର୍ବରୁ ଉତ୍ପାଦ ବିଷୟରେ ସମସ୍ତ ସତ୍ୟାସତ୍ୟ ଜାଣି ରଖିବା ଉଚିତ। ଯଦି କେହି ଅଧିକ ତଥ୍ୟ ଜାଣିବାକୁ ଚାହୁଛନ୍ତି, ତେବେ କମ୍ପାନୀକୁ ଇମେଲ କରନ୍ତୁ ବୋଲି Cadbury କହିଛି। 

fallback

ତେବେ ଏତିକି ନୁହଁ ଆଉ ଏକ ପ୍ରସଙ୍ଗକୁ ନେଇ Cadbury ଚର୍ଚ୍ଚାରେ ଅଛି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦୀପାବଳି ଅବସରରେ Cadbury India ତାର ବ୍ରାଣ୍ଡ ବିଜ୍ଞାପନ ଭିଡିଓ ରିଲିଜ କରିଛି। ଏହାକୁ ଲୋକ ଖୁବ ପସନ୍ଦ ମଧ୍ୟ କରୁଛନ୍ତି। କିନ୍ତୁ ରିଲିଜ ହେବାର ମାସେ ପରେ ଭିଡିଓକୁ ନେଇ ବିବାଦ ସୃଷ୍ଟି କରାଯାଇଛି। ଡକ୍ଟର ପ୍ରାଚୀ ସାଧୱି ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ Cadburyର ଦୀପାବଳୀ ବିଜ୍ଞାପନ ସେୟାର କରିଛନ୍ତି। ଏଥିରେ ସେ, ଦାବି କରିଛନ୍ତି ଯେ, କମ୍ପାନୀ ତାର ବିଜ୍ଞାପନରେ ଜଣେ ଦୀପ ବିକାଳିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିତା ଦାମମଦର ଦାସ ମୁଲଚନ୍ଦ ମୋଦି ଭାବେ ଦର୍ଶାଯାଇଛି। ଆଉ ତାଙ୍କୁ ଅଳ୍ପ ଆଲୁଅରେ ରଖାଯାଇଛି। ତେବେ ବିଜ୍ଞାପନର ଦୀପ ବିକାଳିଙ୍କ ନାମ ଦାମୋଦର ଥିବାରୁ ପ୍ରାଚୀ ଏପରି କହିଥିବା ଚର୍ଚ୍ଚା ହେଉଛି।

Also Read: Asteroid: ପୃଥିବୀ ଆଡକୁ ଦ୍ରୁତ ଗତିର ମାଡି ଆସୁଛି ଉଲକାପିଣ୍ଡ, ଜାଣନ୍ତୁ ଏହା କେତେ ବିପଜ୍ଜନକ?

ବିଜ୍ଞାପନକୁ ନେଇ ସୋସିଆଲ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଡକ୍ଟର ପ୍ରାଚୀ ସାଧୱିଙ୍କ ସମର୍ଥନରେ ବାହାରି ଜଣେ ୟୁଜର୍ସ ଲେଖିଛନ୍ତି ଯେ, ଦୀପ ବିକାଳିଙ୍କ ନାମ ରାଜୀବ, ଜବାହର କିମ୍ବା ପପୁ ମଧ୍ୟ ହୋଇପାରିଥାନ୍ତା। କିନ୍ତୁ କମ୍ପାନୀ ବିଜ୍ଞାପନ ମାଧ୍ୟରେ କେତେବେଳେ ହିନ୍ଦୁ ଧର୍ମକୁ ତ ଆଉ କେତେବେଳେ ହିନ୍ଦୁଙ୍କ ପରମ୍ପରାକୁ ଟାର୍ଗେଟ କରୁଛି। ଏବେ ବିଜ୍ଞାପନରେ ଦୀପ ବିକାଳିର ନାମ ଦାମୋଦର ରଖି Cadbury କାହାକୁ ଟାର୍ଗେଟ କରୁଛି, ତାହା ସମସ୍ତେ ଜାଣନ୍ତି। ଅନ୍ୟଜଣେ ୟୁଜର Cadbury ସପକ୍ଷରେ ବାହାରି କହିଛନ୍ତି, "ମ୍ୟାଡମ ଆପଣ ଅଧିକ ହେଉଛନ୍ତି। ଯଦି ଏଭଳି ବୟକଟ କରିବେ ତେବେ ଆପଣଙ୍କୁ କେହି ଗୁରୁତ୍ୱ ସହ ନେବେନାହିଁ। ମତେ ବୁଝା ପଡୁ ନାହିଁ ଏବି ବିଜ୍ଞାପନରେ କଣ ଅଛି ଯାହା ଆପଣଙ୍କ ଭାବନାକୁ ଆଘାତ କରୁଛି।"    

 

ସୂଚନାଯୋଗ୍ୟ, ବିଜ୍ଞାପନକୁ ନେଇ ଭାରତରେ ବିବାଦ କୌଣସି ନୁଆଁ କଥା ନୁହେଁ। ବିଗତ ଦିନରେ ମଧ୍ୟ ବିଭିନ୍ନ କମ୍ପାନୀର ବିଜ୍ଞାପନ ଗୁଡିକ ରାଜନୈତିକ ଓ ଧାର୍ମୀକ ଆକ୍ରୋସର ଶିକାର ହୋଇଛି। ସେଥିମଧ୍ୟରୁ Fabindiaର Jashn-e-Riwaaz କ୍ୟାମ୍ପେନ, Dabur Femର Karwa Chauth କ୍ୟାମ୍ପେନ ହେଉ କିମ୍ବା Surf Exelର ହୋଲି ବିଜ୍ଞାପନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।