Odisha News: ଜାଣନ୍ତୁ କିଏ ଏହି ସରପଞ୍ଚ ଆରତୀ ଦେବୀ, ଯାହାଙ୍କୁ ନେଇ ନିର୍ମାଣ ହେବାକୁ ଯାଉଛି ବଲିଉଡ଼ ଫିଲ୍ମ
Advertisement
Article Detail0/zeeodisha/odisha1653386

Odisha News: ଜାଣନ୍ତୁ କିଏ ଏହି ସରପଞ୍ଚ ଆରତୀ ଦେବୀ, ଯାହାଙ୍କୁ ନେଇ ନିର୍ମାଣ ହେବାକୁ ଯାଉଛି ବଲିଉଡ଼ ଫିଲ୍ମ

Odisha News In Odia: ଓଡ଼ିଶାର ସରପଞ୍ଚଙ୍କ ଉପରେ ନିର୍ମିତ ହେବ ବଲିଉଡ୍ ଫିଲ୍ମ(bollywood film) । ଗଞ୍ଜାମ ଢୁଙ୍କାପଡାର (dhunkapada) ପୂର୍ବତନ ସରପଞ୍ଚ ଆରତୀ ଦେବୀଙ୍କ ଉପରେ ତିଆରି ହୋଇଛି ଫିଲ୍ମ(Former Ganjam Sarpanch Aarti Devi) । ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଜୁରୀ ଆୱାର୍ଡ ପାଇବା ସହ ବହୁ ପ୍ରଶଂସା ସାଉଁଟିଛି ଏହି ଓଡ଼ିଆ ମହିଳା ସରପଞ୍ଚଙ୍କ କାହାଣୀ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Odisha News In Odia: ଓଡ଼ିଶାର ସରପଞ୍ଚଙ୍କ ଉପରେ ନିର୍ମିତ ହେବ ବଲିଉଡ୍ ଫିଲ୍ମ(bollywood film) । ଗଞ୍ଜାମ ଢୁଙ୍କାପଡାର (dhunkapada) ପୂର୍ବତନ ସରପଞ୍ଚ ଆରତୀ ଦେବୀଙ୍କ ଉପରେ ତିଆରି ହୋଇଛି ଫିଲ୍ମ(Former Ganjam Sarpanch Aarti Devi) । ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଜୁରୀ ଆୱାର୍ଡ ପାଇବା ସହ ବହୁ ପ୍ରଶଂସା ସାଉଁଟିଛି ଏହି ଓଡ଼ିଆ ମହିଳା ସରପଞ୍ଚଙ୍କ କାହାଣୀ । ୨୦୧୨ରେ ଦେଶର ସର୍ବକନିଷ୍ଠ ମହିଳା ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ଦୀର୍ଘ ବର୍ଷ ପରେ ଆରତୀ ଦେବୀଙ୍କ ଆଦର୍ଶ ଓ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଏକ ବହୁଭାଷୀ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ଚଳଚ୍ଚିତ୍ରର ନାମ `ସାର ମ୍ୟାଡାମ ସରପଞ୍ଚ'(Sir Madam Sarpanch') । ତେବେ , ଏହି ଫିଲ୍ମଟି ଦେଶର ୧୮୦ଟି ଫିଲ୍ମ ହଲରେ ରିଲିଜ୍ ହୋଇଛି । ତେବେ, ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି (Praveen Morchhale) ପ୍ରବୀନ ମୋଚଲେ । ଏହା ଚାରୋଟି ଭାଷାରେ ରିଲିଜ୍ ହୋଇଛି । କିନ୍ତୁ, ଫିଲ୍ମଟି ଓଡିଆ ଭାଷାରେ ରିଲିଜ୍ ହୋଇ ନଥିବା ବେଳେ ଏ-ହା କେବେ ରିଲିଜ୍ ହେବ ତାହା ସ୍ପଷ୍ଟ ହୋଇନି । କିନ୍ତୁ ଏହି ଫିଲ୍ମଟି ଖୁବଶିଘ୍ର ରିଲିଜ୍ ହେବ ବୋଲି ଜଣାପଡିଛି । ତେବେ, ଓଡିଆ ଚଳଚ୍ଚିତ୍ର ଦମନ ପରି ଫିଲ୍ମଟି ଟାକ୍ସ ଫ୍ରି ହେବ ବୋଲି ଦାବି ହୋଇଛି ।  

ଆର୍ଯ୍ୟାନ ସଜନାନୀ ମଧ୍ୟ ଏହି ଫିଲ୍ମରେ ଲିଡ଼ ରୋଲରେ ନଜର ଆସିଛନ୍ତି ।  ଫିଲ୍ମଟି ମହିଳା ସଶକ୍ତି କରଣ ଓ ଶିକ୍ଷା ଉପରେ ପର୍ଯ୍ୟବେଶିତ । ରାଜ୍ୟରେ ମହିଳା ମାନେ କିଭଳି ଶିକ୍ଷା ରେ ପଛରେ ରହିଛନ୍ତି ସେନେଇ ଫିଲ୍ମର ଦର୍ଶାଯାଇଛି । ଆରତୀ ଦେବୀଙ୍କ ଆଦର୍ଶ ଓ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଏକ ବହୁଭାଷୀ ଫିଲ୍ମ ମୁକ୍ତିଲାଭ କରିଛି ।  

fallback

Also Read : Salman Khan Love Story: ଏହି ସୁନ୍ଦରୀଙ୍କ ପ୍ରେମରେ ପାଗଳ ଭାଇଜାନ୍, ଚଳିତ ବର୍ଷ ବାଜିବ ସାହାନାଇ !

Also Read : Chankya Niti: ଦୂର ହେବ ସମସ୍ୟା, ମାଡ଼ିଯିବ ଧନସମୃଦ୍ଧି...ବାସ୍ କରିବାକୁ ହେବ ଏହି ୫ଟି ନୀତି

ଦେଶର ସବୁଠୁାରୁ କନିଷ୍ଠ ସରପଞ୍ଚ ଥିଲେ ଆରତୀ । ଏ-କ ପ୍ରମୁଖ ବ୍ୟାଙ୍କରେ ଲୋନ୍ ଅଫିସର ଚାକିରି ଛାଡି ଗାଁ ରାଜନୀତିକୁ ଆସିଥିଲେ । ତାଙ୍କ ସମୟରେ ପଂଚାୟତର ଉନ୍ନତି ଶୀର୍ଷରେ ପହଂଚିଥିଲା । ପକ୍କା ରୋଡ୍, ବିଦ୍ୟୁତ୍ ସଂଯୋଗ, ପିଡିଏସ୍ରେ ସରଳୀକରଣ ବ୍ୟବସ୍ଥା, ନିଜ ପଂଚାୟତରେ ଦେଢ ଲକ୍ଷ ଗଛ ଲଗାଇଥିଲେ । ଟିପ ନୁହେଁ ଦସ୍ତଖତ ଅଭିଯାନରେ ୭ ଶହ ନିରକ୍ଷର ମହିଳାଙ୍କୁ ସ୍ୱାକ୍ଷର କରାଇଥିଲେ ଆରତୀ ଦେବୀ । ନିଜ ପଞ୍ଚାୟତରେ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସେ ପ୍ରକୃତି ମିତ୍ର ଓ ବେଷ୍ଟ ଗ୍ରାମପଞ୍ଚାୟତର  ଆଓ୍ବାର୍ଡ ମଧ୍ୟ ପାଇଥିଲେ। ଭାରତ ହେଉଛି ଗାଁର ଦେଶ । ଗାଁରେ ନାରୀ ଶିକ୍ଷା ପ୍ରଥମେ ଆରମ୍ଭ କରିଥିଲେ ଏହି ସରପଞ୍ଚ । ଯେଉଁଥି ପାଇଁ ସେ ଏମଆଇଟି ପୁନେରେ ଆଦର୍ଶ ସରପଞ୍ଚ ଭାବେ ସମ୍ନାନିତ ହୋଇଥିଲେ। । ଯେଉଁଠାରେ ୩୫ ହଜାର ଛାତ୍ର ନେତା ଥିଲେ। ସେଠାରେ ସେ ନାରୀ ଶିକ୍ଷା ଉପରେ ଭାଷଣ ଦେଇଥିଲେ । ଏବଂ ବେଟି ବଚାଓ ଉପରେ ଭାଷଣ ଦେଇଥିଲେ। କେବଳ  ସେତିକି ନୁହେଁ, ସେ ନିଜର କାର୍ଯ୍ୟ ପାଇଁ ରାଷ୍ଟ୍ରପତି ବାରାକ ଓବାମାଙ୍କ ଦ୍ବାରା ସମ୍ମାନୀତ ହୋଇଥିଲେ । ସେ ଯେତେବେଳେ ସରପଞ୍ଚ ହୋଇଥିଲେ ପ୍ରଥମ ସେ ରାଜ୍ୟରେ ନିଜ ପଞ୍ଚାୟତରେ ମହିଳା ଗ୍ରାମସଭା ଆୟୋଜନ କରିଥିଲେ।