୭୩୭ ମ୍ୟାକ୍ସ ଏୟାରକ୍ରାଫ୍ଟର ପ୍ରଥମ ଡେଲିଭରୀ ନେଲା ଅକାସା ଏୟାର: ବୋଇଙ୍ଗ ଇଣ୍ଡିଆ
Advertisement
Article Detail0/zeeodisha/odisha1222475

୭୩୭ ମ୍ୟାକ୍ସ ଏୟାରକ୍ରାଫ୍ଟର ପ୍ରଥମ ଡେଲିଭରୀ ନେଲା ଅକାସା ଏୟାର: ବୋଇଙ୍ଗ ଇଣ୍ଡିଆ

Boeing India: ଗତ ବର୍ଷ ନଭେମ୍ବର ୨୬ରେ ଅକାସା ଏୟାର ୭୨ ଟି ମ୍ୟାକ୍ସ ବିମାନ କିଣିବା ପାଇଁ ବୋଇଙ୍ଗ ସହିତ ଏକ ଚୁକ୍ତି କରିଥିଲା। ଆଜି ଅକାସା ଏୟାର,୭୩୭ ମ୍ୟାକ୍ସ ଏୟାରକ୍ରାଫ୍ଟର ପ୍ରଥମ ଡେଲିଭରୀ ନେଇଥିବାରୁ ବୋଇଙ୍ଗ ଇଣ୍ଡିଆ ଟୁଇଟ୍ କରି ଅଭିନନ୍ଦନ ଜଣାଇଛି ।

୭୩୭ ମ୍ୟାକ୍ସ ଏୟାରକ୍ରାଫ୍ଟର ପ୍ରଥମ ଡେଲିଭରୀ ନେଲା ଅକାସା ଏୟାର: ବୋଇଙ୍ଗ ଇଣ୍ଡିଆ

ନୂଆଦିଲ୍ଲୀ: ଅରବପତି ନିବେଶକ ରାକେଶ ଝୁନଝୁନଓ୍ୱାଲା(Mr Jhunjhunwala)ଙ୍କ ପୃଷ୍ଠପୋଷକତ୍ୱରେ ଥିବା  ଅକାସା ଏୟାର(Akasa Air) ଗୁରୁବାର ଦିନ ବୋଇଙ୍ଗ ପାଖରୁ ପ୍ରଥମ ୭୩୭ ମ୍ୟାକ୍ସ ବିମାନ(737 Max Aircraft) ଡେଲିଭରୀ ନେଇଛି । ବୋଇଙ୍ଗ ଇଣ୍ଡିଆ(Boeing India) ଟୁଇଟ୍ କରି କହିଛି, " ୭୩୭-୮ ର ପ୍ରଥମ ଡେଲିଭରୀ ନେଇଥିବାରୁ ଆପଣ @ ଅକାସା ଏୟାର କୁ ଅଭିନନ୍ଦନ! ଆମେ ଆପଣଙ୍କୁ ଏବଂ ଆପଣଙ୍କ ଯାତ୍ରୀମାନଙ୍କ ପାଇଁ ଉତ୍ସାହିତ ଅଟୁ।" ଏୟାରଲାଇନ ଗତ ମାସରେ ଆମେରିକାର ପୋର୍ଟଲ୍ୟାଣ୍ଡରେ ଥିବା ଉତ୍ପାଦନ କେନ୍ଦ୍ରରୁ  ପ୍ରଥମ ବୋଇଙ୍ଗ ୭୩୭ ମ୍ୟାକ୍ସ ବିମାନର ଫଟୋଗ୍ରାଫ୍ ପ୍ରକାଶ କରିଥିଲା। ଗତ ମାସରେ ଏୟାରଲାଇନ୍ସର ଏକ ବିବୃତ୍ତିରେ କୁହାଯାଇଥିଲା ଯେ,ମ୍ୟାକ୍ସ ବିମାନ ଇନ୍ଧନ-ଦକ୍ଷ ସିଏଫଏମ୍ ଲିପ୍ ବି (CFM LEAP B )ଇଞ୍ଜିନ୍ ଦ୍ୱାରା ପରିଚାଳିତ ହେବ। ୭୩୭ ମ୍ୟାକ୍ସ ହେଉଛି ଏକ ରଣନୈତିକ କାରଣ ଭିତରୁ ଯାହା ଅକାସା ଏୟାରକୁ ଗତିଶୀଳ ଘରି ବଜାରରେ ଏକ ପ୍ରତିଯୋଗିତାମୂଳକ ଦିଗ ଦେବ । ଭାରତୀୟ ବିମାନ ଚଳାଚଳ ନିୟନ୍ତ୍ରକ(DGCA) ମ୍ୟାକ୍ସ ବିମାନକୁ ସବୁଜ ଆଲୋକ ଦେବା ପରେ ତିନିମାସ ପରେ ଅକାସା ଏୟାର ଗତ ବର୍ଷ ନଭେମ୍ବର ୨୬ ରେ ବୋଇଙ୍ଗ ସହିତ ୭୨ ମ୍ୟାକ୍ସ ବିମାନ କିଣିବା ପାଇଁ ଚୁକ୍ତି କରିଥିଲା ।

ଗୁରୁବାର ଦିନ ପ୍ରଥମ ବିମାନର ସଫଳ ଡେଲିଭରୀ ନେବାପରେ ଏହା ଉପରେ ମନ୍ତବ୍ୟ ଦେଇ ପ୍ରତିଷ୍ଠାତା, ପରିଚାଳନା ନିର୍ଦ୍ଦେଶକ ତଥା ଅକାସା ଏୟାର ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିନୟ ଦୁବେ କହିଛନ୍ତି ଯେ,ଅକାସା ଏୟାର ର ଯାତ୍ରା ସମୟରେ ଏହା ଏକ ପ୍ରତୀକାତ୍ମକ ମାଇଲଖୁଣ୍ଟ ଅଟେ, ଯାହା ଆମକୁ ଆଉ ଗୋଟିଏ ପାଦ ନିକଟକୁ ନେଇଛି । ଆମର ଏୟାର ଅପରେଟରଙ୍କ ଅନୁମତି (AOP) ପାଇବା ଏବଂ ଆମର ବ୍ୟବସାୟିକ ଉନ୍ମୋଚନକୁ ନେଇ ପ୍ରକ୍ରିୟା ଜାରୀ ରହିଛି । ଶ୍ରୀ ଝୁନଝୁନଓ୍ୱାଲା "ଇଣ୍ଡିଗୋ ର ପୂର୍ବତନ ସିଇଓ ଆଦିତ୍ୟ ଘୋଷ(Aditya Ghosh, former CEO of IndiGo) ଏବଂ ଜେଟ ଏୟାରୱେଜର ପୂର୍ବତନ ସିଇଓ ବିନୟ ଦୁବେ(Vinay Dube, the former CEO of Jet Airways)ଙ୍କ ସହ ମିଳିତ ଭାବେ ଘରୋଇ ବିମାନ ଯାତ୍ରା  ଚାହିଦାକୁ ପୁରଣ  କରିବାକୁ କ୍ୟାରିଅର୍ ଲଞ୍ଚ କରିଛନ୍ତି । ବାଣିଜ୍ୟିକ ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ଏହା ଅଗଷ୍ଟ ୨୦୨୧ ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରୁ ନୋ ଅବଜେକସନ ପ୍ରମାଣପତ୍ର (NOC)ଗ୍ରହଣ କରିଥିଲା । ଏକ ବିବୃତ୍ତିରେ ଏୟାରଲାଇନ୍ସ କହିଛି ଯେ, ଆବଶ୍ୟକତାକୁ ନେଇ ଏକ ଦୃଢ଼ ପ୍ରତିବଦ୍ଧତା ସହିତ ମୋଟ୍ ୭୨ ଟି ବିମାନ ମଧ୍ୟରୁ  କ୍ରମାନ୍ୱୟରେ ମାର୍ଚ୍ଚ ୨୦୨୩ ସୁଦ୍ଧା ୧୮ ଟି ଏବଂ ଆସନ୍ତା ଚାରିବର୍ଷ ମଧ୍ୟରେ  ଅବଶିଷ୍ଟ ୫୪ ଟି ବିମାନ ଡେଲିଭରୀ ନେବା ଲକ୍ଷ ରଖିଛି ସଂସ୍ଥା ।  "ଏହି ଏୟାର କ୍ୟାରିଅର ଏକ ଏମିତି ସମୟରେ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି ଯେତେବେଳେ ଦେଶର ବିମାନ ଶିଳ୍ପ କୋଭିଡ ମହାମାରୀର ବ୍ୟାପକ ପ୍ରଭାବରୁ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛି। ପ୍ରାୟ ତିନି ବର୍ଷର ବ୍ୟବଧାନ ପରେ ଜେଟ୍ ଏୟାରୱେଜ୍ ପୁନର୍ବାର ଉଡ଼ିବାକୁ ପ୍ରସ୍ତୁତ ଥିବାରୁ ଏହି ଶିଳ୍ପ ଅଧିକ ପ୍ରତିଯୋଗିତା ହେବା ଅନୁମାନ କରାଯାଉଛି । ଚଳିତ ବର୍ଷ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ବ୍ୟବସାୟିକ ବିମାନ ଚଳାଚଳ ପୁନଃ ଆରମ୍ଭ କରିବାକୁ ଯୋଜନା କରାଯାଉଥିବା ଜଣାପଡ଼ିଛି। ଅନ୍ୟପଟେ  ଟାଟା ଗ୍ରୁପ୍  ଏୟାର ଇଣ୍ଡିଆକୁ ନିଜ ଅଧୀନକୁ ନେଇଛି ଏବଂ ନିଜର ହଜିଯାଇଥିବା ଗୌରବକୁ ପୁନଃ ପ୍ରାପ୍ତ କରିବାକୁ କୌଣସି ସୁଯୋଗ ଛାଡ଼ିନାହିଁ ।