Gas Tanker Blast: ଭୟଙ୍କର ଅଗ୍ନିକାଣ୍ଡ! ଜୀବନ୍ତ ଜଳିଗଲେ ୭୦ ଲୋକ...
Advertisement
Article Detail0/zeeodisha/odisha2607408

Gas Tanker Blast: ଭୟଙ୍କର ଅଗ୍ନିକାଣ୍ଡ! ଜୀବନ୍ତ ଜଳିଗଲେ ୭୦ ଲୋକ...

Gas Tanker Blast: ବିସ୍ଫୋରଣ ପରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୭୦ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଅଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଘଟଣାସ୍ଥଳରେ ଘଟିଥିବା ବିଶୃଙ୍ଖଳାକୁ ପୋଲିସ ନିୟନ୍ତ୍ରଣ କରିଥିଲା। ଅଗ୍ନିଶମ ବାହିନୀ ନିଆଁ ଲିଭାଇବାରେ ସଫଳ ହୋଇଥିଲେ।

Gas Tanker Blast: ଭୟଙ୍କର ଅଗ୍ନିକାଣ୍ଡ! ଜୀବନ୍ତ ଜଳିଗଲେ ୭୦ ଲୋକ...
Gas Tanker Blast: ନାଇଜେରିଆ ଦେଶରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ପେଟ୍ରୋଲରେ ଭର୍ତ୍ତି ଏକ ଟ୍ୟାଙ୍କରରେ ହଠାତ୍ ବିସ୍ଫୋରଣ ଘଟି ବ୍ୟାପକ ଅଗ୍ନିକାଣ୍ଡ ଘଟି ୭୦ ଜଣଙ୍କର ମୃତ୍ୟୁ ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜାତୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସି ମୁଖ୍ୟ ହୁସେନି ଇସା ଏହି ଅଗ୍ନିକାଣ୍ଡକୁ ନିଶ୍ଚିତ କରିଛନ୍ତି। ଇନ୍ଧନ ସ୍ଥାନାନ୍ତର ସମୟରେ ଏହି ଦୁର୍ଘଟଣା ଘଟିଥିବା ସେ କହିଛନ୍ତି।
 
ଶନିବାର ଦିନ ଉତ୍ତର-କେନ୍ଦ୍ରର ନାଇଜର ରାଜ୍ୟର ସୁଲେଜା ଅଞ୍ଚଳ ନିକଟରେ ଥିବା ଏକ ଟ୍ୟାଙ୍କରରେ ନିଆଁ ଲାଗିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଟ୍ୟାଙ୍କର୍ ବିସ୍ଫୋରଣ ହୋଇ ନିଆଁକୁ ଆୟତ୍ତ କରୁଥିବା ବେଳେ କିଛି ଲୋକ ଜେନେରେଟର ବ୍ୟବହାର କରି ଗୋଟିଏ ଟ୍ୟାଙ୍କରରୁ ଅନ୍ୟକୁ ପେଟ୍ରୋଲ ସ୍ଥାନାନ୍ତର କରିବାକୁ ଚେଷ୍ଟା କରିଥିଲେ। ଏହି କାରଣରୁ ପେଟ୍ରୋଲ ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଥିବା ଲୋକମାନେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ନିଆଁ ପାଖରେ ଠିଆ ହୋଇଥିବା ଲୋକେ ମଧ୍ୟ ଜଳି ଯାଇଥିଲେ। ଭୟଙ୍କର ନିଆଁ ଲାଗିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।
 
ଦୁର୍ଘଟଣାର ତଦନ୍ତ ପାଇଁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି:
ଏହି ଦୁର୍ଘଟଣାରେ ନାଇଜର ରାଜ୍ୟପାଳ ମହମ୍ମଦ ବାଗୋ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ନାଇଜର ରାଜ୍ୟର ଡିକ୍କୋ ଚଳରେ ଏକ ପେଟ୍ରୋଲ ଟାଙ୍କିରୁ ଇନ୍ଧନ ଚୋରି କରିବାକୁ ଉଦ୍ୟମ କରାଯାଉଥିଲାବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ପରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ପ୍ରାୟ ୭୦ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଅଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଘଟଣାସ୍ଥଳରେ ଘଟିଥିବା ବିଶୃଙ୍ଖଳାକୁ ପୋଲିସ ନିୟନ୍ତ୍ରଣ କରିଥିଲା। ଅଗ୍ନିଶମ ବାହିନୀ ନିଆଁ ଲିଭାଇବାରେ ସଫଳ ହୋଇଥିଲେ।
 
ନିଆଁ ଲିଭାଇବା ପରେ ପୋଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ବିଭାଗ ଏବଂ ପ୍ରଶାସନର ଅଧିକାରୀମାନେ ସରକାରୀ କର୍ମଚାରୀଙ୍କ ସହ ଦୁର୍ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ। ଉଦ୍ଧାର କାର୍ଯ୍ୟକୁ ସଫଳ କରିଥିବା ଲୋକଙ୍କୁ ସେ ପ୍ରଶଂସା କରିବା ସହ ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।