BJP MPs Resignation from Lok Sabha: ବିଧାୟକ ନିର୍ବାଚିତ ହେବା ପରେ ଇସ୍ତଫା ଦେଲେ ବିଜେପି ସାଂସଦ
Advertisement
Article Detail0/zeeodisha/odisha1997327

BJP MPs Resignation from Lok Sabha: ବିଧାୟକ ନିର୍ବାଚିତ ହେବା ପରେ ଇସ୍ତଫା ଦେଲେ ବିଜେପି ସାଂସଦ

BJP Lok Sabha MP resigned from Parliament: ୨୦୨୩ ବିଧାନସଭା ନିର୍ବାଚନରେ ବିଧାୟକ ନିର୍ବାଚିତ ହେବା ପରେ  ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବିଜେପି ସାଂସଦ।

BJP MPs Resignation from Lok Sabha: ବିଧାୟକ ନିର୍ବାଚିତ ହେବା ପରେ ଇସ୍ତଫା ଦେଲେ ବିଜେପି ସାଂସଦ

BJP MP resigned after being elected as MLA: ଚଳିତ ବର୍ଷ ଦେଶର ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଆଦି ୩ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିଛି। ଏହି ୩ ରାଜ୍ୟ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ ବିଜେପି। ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ ରାଜନୈତିକ ମହଲରେ ଜାରି ରହିଛି ଚର୍ଚ୍ଚା। ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅନେକ ବିଜେପି ନେତା ସାମିଲ ହୋଇଛନ୍ତି। ସେମାନଙ୍କ ନାମକୁ ନେଇ ଅନେକ ଆଲୋଚନା ହେଉଛି। ହେଲେ ବିଧାନସଭା ନିର୍ବାଚନରେ ବାଜିମାତ କରିବା ପରେ ବିଜେପି ସାଂସଦ ସେମାନଙ୍କ ଲୋକସଭା ସଦସ୍ୟ ପଦ ଛାଡି଼ଛନ୍ତି। ଏନେଇ ମିଳିଥିବା ଖବର ଅନୁସାରେ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ବିଜେପି ସାଂସଦଙ୍କୁ ସେମାନଙ୍କୁ ରାଜ୍ୟରେ ବଡ଼ ଦାୟିତ୍ୱ ମିଳିପାରେ। ବିଜେପି ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ପ୍ରଭୃତି ୩ ରାଜ୍ୟରେ ଦଳର ଯେକୌଣସି ସାଂସଦଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବା ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।

ବିଧାୟକ ନିର୍ବାଚିତ ହେବା ପରେ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ବିଜେପି ସାଂସଦ
ବିଧାନସଭା ନିର୍ବାଚନରେ ବାଜିମାତ କରିଥିବା ମୋଟ ୧୦ ଜଣ ବିଜେପି ସାଂସଦ ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ତଫା ଦେଇ ସାରିଛନ୍ତି। ସେମାନେ ହେଉଛନ୍ତି କିରୋଡ଼ୀ ଲାଲ ମୀଣା, ରାଜ୍ୟବର୍ଦ୍ଧନ ସିଂହ ରାଠୋର, ନରେନ୍ଦ୍ର ସିଂହ ତୋମାର, ପ୍ରହ୍ଲାଦ ସିଂହ ପଟେଲ, ରାକେଶ ସିଂହ, ଉଦୟ ପ୍ରତାପ, ରିତି ପାଠକ, ଅରୁଣ ସାଓ, ଗୋମତି ସାଇ ଏବଂ ଦିୟା କୁମାରୀ। ଅନ୍ୟ ୨ ଜଣ ସାଂସଦ ବାବା ବାଲକନାଥ ଏବଂ ରେଣୁକା ସିଂହ ସେମାନଙ୍କ ଇସ୍ତଫା ଦେଇନାହାଁନ୍ତି। ଆପଣଙ୍କୁ କହିରଖୁଛୁ ଯେ ୨୦୨୩ ବିଧାନସଭା ନିର୍ବାଚନରେ ୨୧ ​ବିଜେପି ସାଂସଦ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେମାନଙ୍କ ମଧ୍ୟରୁ ୧୨ ବିଜୟୀ ହୋଇଥିବା ବେଳେ ୯ ପରାସ୍ତ ହୋଇଛନ୍ତି।

କେନ୍ଦ୍ରମନ୍ତ୍ରୀ ପଦ ଛାଡି଼ବେ ପ୍ରହ୍ଲାଦ ସିଂହ ପଟେଲ ଏବଂ ନରେନ୍ଦ୍ର ସିଂହ ତୋମାର 
ବିଜେପି ସୂତ୍ରରୁ ମିଳିଥିବା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ତଥା ରାଜ୍ୟସଭା ଅଧ୍ୟକ୍ଷଙ୍କ ସହ ହୋଇଥିବା ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳୀୟ ସାଂସଦଙ୍କ ପ୍ରତିନିଧିତ୍ୱ କରିଥିଲେ। ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିବା ବିଜେପି ସାଂସଦ ପ୍ରହ୍ଲାଦ ସିଂହ ପଟେଲ ଏବଂ ନରେନ୍ଦ୍ର ସିଂହ ତୋମାର ଡିସେମ୍ବର ୬ ତାରିଖ ବୁଧବାର କେନ୍ଦ୍ରୀୟ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେବେ। ଉଭୟେ ସେମାନେଙ୍କ ଇସ୍ତଫା ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇବେ।

୨୦୨୩ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ବିଜେପି
ଚଳିତ ବର୍ଷ ଦେଶର ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ମିଜୋରାମ ଆଦି ୫ ରାଜ୍ୟରେ ବିଜେପି ବିପୁଳ ବିଜୟ ହାସଲ କରିଛି। ବିଜେପି ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଆଦି ୩ ରାଜ୍ୟରେ ବିଜୟ ବାନା ଉଡ଼ାଇଛି। ମଧ୍ୟ ପ୍ରଦେଶରେ ବିଜେପି ନିଜର ପାରମ୍ପରିକ ଗଡ଼ ବଜାୟ ରଖିବାରେ ସଫଳ ହୋଇଥିବା ବେଳେ ଛତିଶଗଡ଼ ଏବଂ ରାଜସ୍ଥାନରେ ୫ ବର୍ଷ ପରେ ପୁଣି ଥରେ ସରକାରକୁ ଫେରିଛି ଦଳ। ଏହି ୩ ରାଜ୍ୟ ମଧ୍ୟରୁ  ସେହିପରି କଂଗ୍ରେସ ତେଲେଙ୍ଗାନା ଏବଂ ଜୋରାମ୍ ପିପୁଲ୍ସ ମୁଭମେଣ୍ଟ ମିଜୋରାମ ଦଖଲ କରିଛି।