BJD Shankha Bhawan: ଅକ୍ଷୟ ତୃତୀୟା ଅବସରରେ ‘ଶଙ୍ଖ ଭବନ’ ଉଦ୍ଦଘାଟନ କଲେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha1664568

BJD Shankha Bhawan: ଅକ୍ଷୟ ତୃତୀୟା ଅବସରରେ ‘ଶଙ୍ଖ ଭବନ’ ଉଦ୍ଦଘାଟନ କଲେ ମୁଖ୍ୟମନ୍ତ୍ରୀ

BJD Shankha Bhawan: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶଙ୍ଖ ଭବନରେ ଗୃହ ପ୍ରବେଶ କରିଛି ଶାସକ ବିଜେଡ଼ି । ଶଙ୍ଖ ଭବନ ଉଦ୍ଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ସାଢେ ୪ କୋଟି ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଶଙ୍ଖ ଭବନକୁ (Shankha Bhawan) ସମର୍ପିତ କରି ବହୁତ ଖୁସି । ଏହି ସୁନ୍ଦର ଭବନ ନିର୍ମାଣରେ ସମସ୍ତଙ୍କର ଯୋଗଦାନ ରହିଛି” । 

ସୌ(ସୋସିଆଲ ମିଡିଆ)

BJD Shankha Bhawan: ଓଡ଼ିଶାବାସୀଙ୍କ ସେବାରେ ଶଙ୍ଖ ଭବନ (Shankha Bhawan)  ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen patnaik) । ପବିତ୍ର ଅକ୍ଷୟ ତୃତୀୟା (Ashay tutiya 2023) ଅବସରରେ ଶଙ୍ଖ ଭବନରେ ଗୃହ ପ୍ରବେଶ କରିଛି ଶାସକ ବିଜେଡ଼ି । ଶଙ୍ଖ ଭବନ ଉଦ୍ଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ସାଢେ ୪ କୋଟି ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଶଙ୍ଖ ଭବନକୁ (Shankha Bhawan) ସମର୍ପିତ କରି ବହୁତ ଖୁସି । ଏହି ସୁନ୍ଦର ଭବନ ନିର୍ମାଣରେ ସମସ୍ତଙ୍କର ଯୋଗଦାନ ରହିଛି” । ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଯେ, “୧୯୯୭ ମସିହାରେ ଓଡ଼ିଶା ରାଜନୀତିରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ବିଜୁ ବାବୁଙ୍କ (Biju Patnaik) ଆଦର୍ଶ, ସେବା, ସ୍ବାଭିମାନକୁ ନେଇ ବିଜୁ ଜନତା ଦଳରେ (BJD) ଜନ୍ମ ନେଇଥିଲା । ସେବେଠାରୁ ଆଞ୍ଚଳିକ ଦଳ ଭାବରେ ଏହା ଓଡ଼ିଶାବାସୀଙ୍କ ସେବା କରିଆସୁଛି । ସେବେଠାରୁ ବିଜୟର ଶଙ୍ଖ ବାଜି ଚାଲିଛି । ଓଡ଼ିଶାର ଅତୀତ, ଭବିଷ୍ୟତକୁ ଯୋଡି଼ବା ସହ ରାଜ୍ୟ ପାଇଁ କାମ କରୁବାକୁ ଚାହିୁଁଥିବା ସମସ୍ତ ବ୍ୟକ୍ତିଙ୍କୁ ଏକାଠି କରିବ ଏହି ଶଙ୍ଖ ଭବନ । ବିଶ୍ବ ଦରବାରରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଲାଗି ଏହା କାର୍ଯ୍ୟ କରିବ। ଏହା କେବଳ ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ରାଜନୈତିକ ଉନ୍ନତି ପାଇଁ ପ୍ରେରଣାର କେନ୍ଦ୍ର ହେବ ତାହା ନୁହେଁ ଏହା ଜଗନ୍ନାଥ ସଂସ୍କୃତିର ମୂଳତତ୍ତ୍ବର ଆଧ୍ଯାତ୍ମିକ କେନ୍ଦ୍ରସ୍ଥଳୀ ଭାବେ କାମ କରିବ” ।

ସୂଚନା ଅନୁଯାୟୀ, ଓଡି଼ଶାର ସମୃଦ୍ଧ କଳା ଓ ସଂସ୍କୃତି ପ୍ରଦର୍ଶନ କରୁଥିବା ଭୁବନେଶ୍ୱରର ୟୁନିଟ୍-୬ (Bhubaneswar Unit 6) ଅଞ୍ଚଳରେ ବିଜୁ ଜନତା ଦଳର ଏହି ନୂତନ କାର୍ଯ୍ୟାଳୟ ନିର୍ମାଣ କରାଯାଇଛି। ଶଙ୍ଖ ଭବନର (Shankha Bhawan) ତଳ ମହଲାରେ ଏକ ବଡ଼ ପାର୍କିଂ (Big Parking) ସ୍ଥାନ ଅଛି ଯେଉଁଥିରେ ତିନି ମହଲା କୋଠା ନିର୍ମାଣ କରାଯାଇଛି। ସୂତ୍ରରୁ ପ୍ରକାଶ ଯେ, ଏୟାର କଣ୍ଡିସନର ସଜ୍ଜିତ ପ୍ରଥମ ମହଲାରେ ଦୁଇ ହଜାର ଲୋକଙ୍କ କ୍ଷମତା ବିଶିଷ୍ଟ ଏକ ସମ୍ମିଳନୀ ହଲ୍ ରହିଛି। ୨୫୦ ସିଟ୍ ବିଶିଷ୍ଟ ଅଡିଟୋରିୟମ୍ ଓ ଏକ କ୍ୟାଣ୍ଟିନ ମଧ୍ୟ ରହିଛି। ପ୍ରଥମ ମହଲାରେ ଏକ ସାମ୍ବାଦିକ ସମ୍ମିଳନୀ ହଲ୍ ଅଛି, ଯେଉଁଠାରେ ସାମ୍ବାଦିକଙ୍କ ପାଇଁ ପର୍ଯ୍ୟାପ୍ତ ସ୍ଥାନ ରହିଛି। ଦଳୀୟ କାର୍ଯ୍ୟାଳୟରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ସେ ନେଇ କୌଣସି ସଠିକ୍ ସୂଚନା ମିଳିପାରିନାହିଁ । ହେଲେ ରିପୋର୍ଟ ଅନୁଯାୟୀ, ଏହି ପ୍ଲଟ ପାଇଁ ଦଳ ୧୨.୩୮ କୋଟି ଟଙ୍କା ଦେଇଛି। 

ଏହା ବି ପଢନ୍ତୁ-Sambalpur Curfew: ୧୦ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ୍ ସେବା, ଆହୁରୀ କୋହଳ ହେଲା କର୍ଫ୍ୟୁ କଟକଣା

ଦଳର ଉପରିସ୍ଥ ଅଧିକାରୀଙ୍କ ପାଇଁ ଦ୍ୱିତୀୟ ମହଲାରେ ସେମାନଙ୍କ ପାଇଁ ବ୍ୟକ୍ତିଗତ ସ୍ଥାନ ରହିବ । ଏନେଇ ପ୍ରାୟ ୩୦ଟି କୋଠରୀ ନିର୍ମାଣ କରାଯାଇଛି। ଏହିଠାରୁ ଆଇଟି ସେଲ୍ ମଧ୍ୟ ପରିଚାଳିତ ହେବ । ପାର୍ଟିର ସଭାପତି ନବୀନ ପଟ୍ଟନାୟକ (Bjd Supremo Naveen Patnaik) ତାଙ୍କ ଦଳର ଉପରିସ୍ଥ ନେତା ଓ ନେତ୍ରୀ ମାନଙ୍କୁ ତାଙ୍କ କାର୍ଯ୍ୟାଳୟରୁ ନବନିର୍ମିତ କୋଠାର ତୃତୀୟ ମହଲାରୁ ନିର୍ଦ୍ଦେଶ ଦେବେ। ଉଲ୍ଲେଖଯୋଗ୍ୟ ଯେ, ବିଜେଡି ପାର୍ଟି କାର୍ଯ୍ୟାଳୟର ନବୀକରଣ ପାଇଁ ୨୦୨୧ ମସିହା ରଥଯାତ୍ରା ସମୟରୁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ତେବେ ସ୍ମାର୍ଟ ସିଟିକୁ (Smart city) ଆଖିରେ ରଖି ଏହି ସ୍ମାର୍ଟ କାର୍ଯ୍ୟାଳୟ ନିର୍ମାଣ କରାଯାଇଛି ।