Holi 2024: ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ ଦଳୀୟ କର୍ମୀଙ୍କ ଉତ୍ସାହ ବୃଦ୍ଧି କରୁଛନ୍ତି ବିଜେଡ଼ି ପ୍ରାର୍ଥୀ
Advertisement

Holi 2024: ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ ଦଳୀୟ କର୍ମୀଙ୍କ ଉତ୍ସାହ ବୃଦ୍ଧି କରୁଛନ୍ତି ବିଜେଡ଼ି ପ୍ରାର୍ଥୀ

Odisha Election 2024: ଆଗକୁ ନିର୍ବାଚନ ରହିଥିବାରୁ  କର୍ମକର୍ତ୍ତାଙ୍କ ସହଯୋଗ ପାଇବାକୁ ପ୍ରୟାସ ଆରମ୍ଭ କରି ଦେଇଛନ୍ତି ଦଳୀୟ ଆଶାୟୀ ପ୍ରାର୍ଥୀ।

Holi 2024: ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ ଦଳୀୟ କର୍ମୀଙ୍କ ଉତ୍ସାହ ବୃଦ୍ଧି କରୁଛନ୍ତି ବିଜେଡ଼ି ପ୍ରାର୍ଥୀ

BJD MP Candidate Celebrated Holi: ମୁଣ୍ଡ ଉପରେ ନିର୍ବାଚନ। ନେତା ଏବେ କର୍ମୀଙ୍କ ସହଯୋଗ କାମନାରେ ଲାଗିଛନ୍ତି। ହୋଲି ଅବସରରେ ନେତା କର୍ମୀଙ୍କୁ ନେଇ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସେମାନଙ୍କ ଉତ୍ସାହ ବୃଦ୍ଧି କରୁଛନ୍ତି। ପୁରୀ ଲୋକସଭା ଆସନରୁ ବିଜେଡି଼ ପ୍ରାର୍ଥୀ ହେବାକୁ ଯାଉଥିବା ଅରୁପ ପଟ୍ଟନାୟକ ମଧ୍ଯ ହୋଲି ଅବସରରେ ଦଳୀୟ କର୍ମୀଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଅରୁପ ପଟ୍ଟନାୟକ କହିଛନ୍ତି ହୋଲି ହେଉଛି ଏକ ଭାଇଚାରାର ପର୍ବ। ଯାହା ସମସ୍ତଙ୍କୁ ଏକାଠି ରହିବାର ବାର୍ତ୍ତା ଦେଇଥାଏ। ହୋଲି ଖେଳ ଅବସରରେ ଦଳୀୟ ନେତା କର୍ମୀଙ୍କ ତାଙ୍କର ପରିଚୟ ମଧ୍ଯ ହୋଇଛି। ପ୍ରଥମ ଥର ପାଇଁ ପୁରୀ ଆସନରେ ନିର୍ବାଚନ ଲଢୁଥିବାରୁ ନେତା କର୍ମୀଙ୍କ ମଧ୍ୟରେ ଉତ୍ସାହ ବଢାଇଛନ୍ତି। ପୁରୀ ସହରର ବିଭନ୍ନ ଅଞ୍ଚଳର ଦଳୀୟ କର୍ମକର୍ତ୍ତାଙ୍କୁ ରଙ୍ଗ ଲଗାଇ, ଖାଦ୍ୟ ପାନୀୟରେ ଆପ୍ୟାୟିତ କରି ହୋଲି ପାଳନ କରିଛନ୍ତି। ମହାପ୍ରଭୁ ତାଙ୍କୁ ଜଗନ୍ନାଥ ଧାମକୁ ଡକାଇଛନ୍ତି। ତାଙ୍କ ହାତରେ ବୋଧେ ପ୍ରଭୁ କିଛି ସେବା କାର୍ଯ୍ୟ ରଖିଥିବେ। ସେ କେବଳ ବଡ଼ଙ୍କ ଠାରୁ ଆଶୀର୍ବାଦ ଏବଂ ଛୋଟଙ୍କ ଠାରୁ ସ୍ନେହ ଚାହୁଁଥିବା କହିଛନ୍ତି। ତେବେ ସେବା ହିଁ ତାଙ୍କର ମୂଳ ଲକ୍ଷ୍ୟ ବୋଲି ଅରୁପ ପଟ୍ଟନାୟକ କହିଛନ୍ତି। 

ସେପଟେ ଏହି ହୋଲି ଖେଳରେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ସାମିଲ ହୋଇଥିଲେ। ମହାପ୍ରଭୁ ଶ୍ରଜଗନ୍ନାଥ ସବୁ ଲୋକଙ୍କ ଭିତରେ ରଙ୍ଗର ପର୍ବ ହୋଲି ଭଳି ରଙ୍ଗୀନ କରିଦିଅନ୍ତୁ ବୋଲି ସେ ପ୍ରାର୍ଥନା କରିଥିବା କହିଛନ୍ତି। ଆଗାମୀ ନିର୍ବାଚନରେ ବିଜେଡ଼ି ପୁରୀ ସହିତ ରାଜ୍ୟରେ ମଧ୍ଯ ବ୍ୟାପକ ଭାବେ ଜିତିବ। ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। 

ପୁରୀ ବିଧାନସଭା ଆସନରୁ ବିଜେଡ଼ି ପ୍ରାର୍ଥୀ ହେବାକୁ ଯାଉଥିବା ସୁନୀଲ ମହାନ୍ତି କହିଛନ୍ତି ରଙ୍ଗର ପର୍ବ ହୋଲି ଏକ ଉତ୍ସବର ଦିବସ। ତେବେ ତାଙ୍କ ବାପା ମହେଶ୍ବର ମହାନ୍ତିଙ୍କ ଦେହାନ୍ତକୁ ଏକ ବର୍ଷ ପୂରଣ ହୋଇନଥିବାରୁ ସେ ହୋଲି ଖେଳୁ ନଥିବା କହିଛନ୍ତି। ସେ ନିଜେ ଖେଳୁ ନଥିଲେ ମଧ୍ୟ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ପୁରୀ ବାସିନ୍ଦା ଆଗାମୀ ଦିନରେ ତାଙ୍କୁ ସମର୍ଥନ ଦେବେ ବୋଲି ସେ ଆଶା ରଖିଥିବା କହିଛନ୍ତି। ସେପଟେ ପୁରୀ ସହରର ବରିଷ୍ଠ ବିଜେଡି ନେତା କହିଛନ୍ତି ପୁରୀରେ ବିଜୁ ଜନତା ଦଳର ଦଳୀୟ ସଙ୍ଗଠନ ବେଶ ଦୃଢ଼ ରହିଛି। ଚଳିତ ନିର୍ବାଚନରେ ବିଜେଡ଼ି ପୁରୀ ଲୋକସଭା ଆସନରେ ରେ ବିପୁଳ ବିଜୟ ହାସଲ କରିବ ବୋଲି ବରିଷ୍ଠ ବିଜେଡି ନେତା ପ୍ରକାଶ କରିଛନ୍ତି।