Crime News: ବେଙ୍ଗାଲୁରୁ କାଫେ ବିସ୍ଫୋରଣ ଘଟଣା, ପଶ୍ଚିମବଙ୍ଗରୁ ୨ ମାଷ୍ଟରମାଇଣ୍ଡ ଗିରଫ
Advertisement

Crime News: ବେଙ୍ଗାଲୁରୁ କାଫେ ବିସ୍ଫୋରଣ ଘଟଣା, ପଶ୍ଚିମବଙ୍ଗରୁ ୨ ମାଷ୍ଟରମାଇଣ୍ଡ ଗିରଫ

Crime News: ପୂର୍ବରୁ କର୍ଣ୍ଣାଟକ, ତାମିଲନାଡୁ ସମେତ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଏନଆଇଏ ପକ୍ଷରୁ ଚଢାଉ କରାଯାଇଥିଲା । ପାଖାପାଖି ଏକ ମାସ ଧରି ଅଭିଯୁକ୍ତମାନେ ଏନଆଇଏ ଟିମକୁ ଚକମା ଦେଇଥିଲେ ।

Crime News: ବେଙ୍ଗାଲୁରୁ କାଫେ ବିସ୍ଫୋରଣ ଘଟଣା, ପଶ୍ଚିମବଙ୍ଗରୁ ୨ ମାଷ୍ଟରମାଇଣ୍ଡ ଗିରଫ

ବେଙ୍ଗାଲୁରୁ: ବହୁ ଚର୍ଚ୍ଚିତ କାଫେ ବିସ୍ଫୋରଣ ଘଟଣାରେ ଦୁଇ ମାଷ୍ଟରମାଇଣ୍ଡକୁ ଧରିବାରେ ସକ୍ଷମ ହୋଇଛି ଏନଆଇଏ ଟିମ୍। ପୂର୍ବରୁ କର୍ଣ୍ଣାଟକ, ତାମିଲନାଡୁ ସମେତ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଏନଆଇଏ ପକ୍ଷରୁ ଚଢାଉ କରାଯାଇଥିଲା । ପାଖାପାଖି ଏକ ମାସ ଧରି ଅଭିଯୁକ୍ତମାନେ ଏନଆଇଏ ଟିମକୁ ଚକମା ଦେଇଥିଲେ । 

ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କ ନାମ ମୁସାବୀର ହୁସେନ ଶାଜେବ ଏବଂ ଅବଦୁଲ ମାଥୀନ ତାହା । ଉଭୟଙ୍କୁ ଧରାଇଦେବା ନେଇ ସେମାନଙ୍କ ନାମରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଏମାନଙ୍କ ସନ୍ଧାନ ପାଇବାରେ ବିଳମ୍ୱ ହୋଇଥିଲେ ମଧ୍ୟ ଏନଆଇଏ ଟିମ୍ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇପାରିଛି । ପଶ୍ଚିମବଙ୍ଗ ପୂର୍ବ ମେଦିନାପୁରର ଏକ ସ୍ଥାନରେ ଚଢାଉ ପରେ ଉଭୟଙ୍କ ସନ୍ଧାନ ମିଳିଥିଲା । ବିଭିନ୍ନ ରାଜ୍ୟପ ପୋଲିସ ସମେତ କେରଳର କେନ୍ଦ୍ରୀୟ ଗୁପ୍ତଚର ଏଜେନ୍ସି ମଧ୍ୟ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବା ପାଇଁ ଚେଷ୍ଟା ଜାରି ରଖିଥିଲା ।

ସୂଚନାଯୋଗ୍ୟ, ମାର୍ଚ୍ଚ ୧ ତାରିଖରେ ବେଙ୍ଗାଲୁର କା‍ଫେରେ ଆଇଇଡି ବିସ୍ଫୋରଣ ଘଟିଥିଲା। ଘଟଣାରେ କାହାର ମୃତ୍ୟୁ ହୋଇନଥିଲେ ମଧ୍ୟ ୧୦ରୁ ଅଧିକ ଲୋକ ଆହତ ହୋଇଥିଲେ । ତେବେ କିଏ ବିସ୍ଫୋରଣ ଘଟଣାରେ ସମୃକ୍ତ ସେନେଇ ତଦନ୍ତ କରିବାକୁ ଏନଆଇଏ ଟିମକୁ ତଦନ୍ତ ନିର୍ଦ୍ଦେଶ ହୋଇଥିଲା ।

Also Read- Mangal Gochar 2024 April: ବୃହସ୍ପତିଙ୍କ ଘରେ ମଙ୍ଗଳ ପ୍ରବେଶ, ୬ ଟି ରାଶିର ଲୋକଙ୍କୁ ମିଳିବ ଲାଭ

Also Read- Heat Wave: ତାପମାତ୍ରାରେ ହେବ ବଡ଼ ପରିବର୍ତ୍ତନ, ଆଜିଠୁ ପୁଣି ତାତି !