Bank Holiday: ମେ' ମାସରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ, ସାରି ନିଅନ୍ତୁ ସମସ୍ତ କାର୍ଯ୍ୟ
Advertisement

Bank Holiday: ମେ' ମାସରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ, ସାରି ନିଅନ୍ତୁ ସମସ୍ତ କାର୍ଯ୍ୟ

Bank Holiday on Buddha Purnima 2023 News In Odia: ଆସନ୍ତାକାଲି ବୁଦ୍ଧ ପୂର୍ଣ୍ଣିମା (Buddha Purnima 2023)।ଏଭଳି ପରିସ୍ଥିତିରେ, ବ୍ୟାଙ୍କରେ ଛୁଟିଦିନ ଥିବାବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବନ୍ଦ ହୋଇଯାଏ। ଆସନ୍ତାକାଲି ବୁଦ୍ଧ ପୂର୍ଣ୍ଣିମା ଅବସରରେ (Bank Holiday on Buddha Purnima 2023) ଅନେକ ସହରରେ ବ୍ୟାଙ୍କ ଗୁଡିକ ବନ୍ଦ ରହିଥାଏ । ବୁଦ୍ଧ ପୂର୍ଣ୍ଣିମା ବ୍ୟତୀତି ମେ ମାସରେ ବ୍ୟାଙ୍କ ଗୁଡିକ କେତେ ଦିନ ବନ୍ଦ ରହିବ ଜାଣନ୍ତୁ।

Bank Holiday: ମେ' ମାସରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ, ସାରି ନିଅନ୍ତୁ ସମସ୍ତ କାର୍ଯ୍ୟ

Bank Holiday on Buddha Purnima 2023 News In Odia: ଆସନ୍ତାକାଲି ବୁଦ୍ଧ ପୂର୍ଣ୍ଣିମା (Buddha Purnima 2023)। ଏହି ପର୍ବ ସାରା ଦେଶରେ ପାଳନ କରାଯିବ । ଏନେଇ ଆସନ୍ତାକାଲି ଅର୍ଥାତ୍ (ମେ ୫)ରେ ଦେଶରେ ଅନେକ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ (Bank Holiday on Buddha Purnima 2023) । ଏ-ପରି ପରିସ୍ଥିତିରେ, ଯଦି ଆପଣଙ୍କର ବ୍ୟାଙ୍କରେ କୌଣସି ଗୁରୁତ୍ବପୁର୍ଣ୍ଣ କାର୍ଯ୍ୟ ରହିଛି । ତେବେ, ଏହି କାର୍ଯ୍ୟ ଗୁଡିକୁ ଆପଣ ଆଜିହିଁ ସାରି ନିଅନ୍ତୁ ।  ନଚେତ୍ ଆପଣ ଅସୁବିଧାର ସମ୍ମୁଖିନ ହୋଇପାରନ୍ତି । ଚେକ୍ ଡିପୋଜିଟ୍ କରିବା ଠାରୁ ଆରମ୍ଭ କରି ଡ୍ରାଫ୍ଟ, ଟଙ୍କା ଉଠାଇବା ଇତ୍ୟାଦି ପର୍ଯ୍ୟନ୍ତ ବ୍ୟାଙ୍କରେ ଅନେକ କାର୍ଯ୍ୟ ଅଛି | ଏଭଳି ପରିସ୍ଥିତିରେ, ବ୍ୟାଙ୍କରେ ଛୁଟିଦିନ ଥିବାବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବନ୍ଦ ହୋଇଯାଏ।  ଆସନ୍ତାକାଲି ବୁଦ୍ଧ ପୂର୍ଣ୍ଣିମା ଅବସରରେ ଅନେକ ସହରରେ ବ୍ୟାଙ୍କ ଗୁଡିକ ବନ୍ଦ ରହିଥାଏ । 

କେଉଁ ସହରରେ ବ୍ୟାଙ୍କଗୁଡ଼ିକ ଆସନ୍ତାକାଲି ବନ୍ଦ ରହିବ ,ଜାଣନ୍ତୁ:
ଗ୍ରାହକଙ୍କ ସୁବିଧା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (Reserve Bank of India) ବ୍ୟାଙ୍କ ଗୁଡିକର ଛୁଟି ତାଲିକା ଆଗରୁ ପ୍ରକାଶ କରିଥାଏ (Bank Holidays in May 2023)। ବୁଦ୍ଧ ପୂର୍ଣ୍ଣିମା ଅବସରରେ, ଅନେକ ସହରରେ ଥିବା ବ୍ୟାଙ୍କ ଗୁଡିକ ଛୁଟି ରହିବ।  ଅଗରତାଲା, ଆଇଜାୱଲ୍ (Aizawl), ବେଲାପୁର, ଭୋପାଳ, ଲକ୍ଷ୍ନୌ, ଚଣ୍ଡିଗଡ଼, ଡେରାଡୁନ୍, ଜାମ୍ମୁ କାଶ୍ମୀର, କୋଲକାତା, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ରାଞ୍ଚି, ଶିମଲା ଏବଂ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ। ଏପରି ପରିସ୍ଥିତିରେ, ଯଦି ଆପଣ ଏହି ସହର ଗୁଡିକରେ ରୁହନ୍ତି, ତେବେ ଆଜି ନିଜ ବ୍ୟାଙ୍କ ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସାରି ନିଅନ୍ତୁ (Bank Holiday)। 

Also Read: Chaturgrahi Yoga in Chandragrahan: ୧୨ ବର୍ଷପରେ ଚନ୍ଦ୍ରଗ୍ରହଣରେ ସୃଷ୍ଟି ହେଉଛି ମହାସଂଯୋଗ, ଏହି ସବୁ ରାଶି ଉପରେ ହେବ ଧନବର୍ଷା

Also Read: Accident News: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ନିଶ୍ଚିହ୍ନ ହୋଇଗଲା ଗୋଟିଏ ପରିବାର, ହୃଦୟ ବିଦାରକ ଥିଲା ଦେଢବର୍ଷ ଶିଶୁର ମୃତ୍ୟୁ

ମେ ମାସରେ ବ୍ୟାଙ୍କଗୁଡିକର (Bank Holidays in May 2023) ମୋଟ ଏତିକି ଦିନ ବନ୍ଦ ରହିବ:
ବୁଦ୍ଧ ପୂର୍ଣ୍ଣିମା (Buddha Purnima 2023) ବ୍ୟତୀତ ବ୍ୟାଙ୍କଗୁଡିକ ଆଉ ୧୦ ଦିନ ବନ୍ଦ ରହିବ (Bank Holidays in May 2023)। ଶନିବାର, ରବିବାର ଛୁଟି ବ୍ୟତୀତ ରବୀନ୍ଦ୍ରନାଥ ଟାଗୋର ଜୟନ୍ତୀ, ମହାରାଣା ପ୍ରତାପ ଜୟନ୍ତୀରେ ବ୍ୟାଙ୍କ ଗୁଡିକ ମଧ୍ୟ ବନ୍ଦ ରହିବ । 

ନଜର ପକାନ୍ତୁ କେଉଁ ଦିନ (Bank Holiday)ବ୍ୟାଙ୍କ ଗୁଡିକ ବନ୍ଦ ରହିବ :
ମେ' ୭ - ରବିବାର ହେତୁ ସମଗ୍ର ଦେଶରେ ବ୍ୟାଙ୍କ ଗୁଡିକ ଏହି ଦିନ ଛୁଟି ରହିବ । 
ମେ' ୯- ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମ ବାର୍ଷିକୀ ହେତୁ କୋଲକାତାର  ସମସ୍ତ ବ୍ୟାଙ୍କ ଗୁଡିକ ଛୁଟି ରହିବ । 
ମେ'୧୩- ଦ୍ୱିତୀୟ ଶନିବାର ହେତୁ ସମଗ୍ର ଦେଶରେ ବ୍ୟାଙ୍କଗୁଡିକ ବନ୍ଦ ରହିବ । 
ମେ' ୧୪-ରବିବାର ହେତୁ ଦେଶର ସମସ୍ତ ବ୍ୟାଙ୍କ ଗୁଡିକ ବନ୍ଦ ରହିବ । 
ମେ' ୧୬- ସିକ୍କିମ୍ ରାଜ୍ୟସ୍ତରୀୟ ଦିବସ ହେତୁ ସିକ୍କିମରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
ମେ' ୨୧-ରବିବାର ଯୋଗୁଁ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
ମେ'୨୨- ମହାରାଣା ପ୍ରତାପ ଜୟନ୍ତୀ ହେତୁ ଶିମଲାର ସମସ୍ତ ବ୍ୟାଙ୍କ ଗୁଡିକ ବନ୍ଦ ରହିବ । 
ମେ' ୨୪ - କାଜି ନାଜରୁଲ ଇସଲାମ ଜୟନ୍ତୀଙ୍କ (Kazi Nazrul Islam Jayanti) ଅବସରରେ ତ୍ରିପୁରାରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।
ମେ' ୨୭- ଚତୁର୍ଥ ଶନିବାର ହେତୁ ସମଗ୍ର ଦେଶରେ ଗୁଡିକ ଛୁଟି ରହିବ। 
ମେ' ୨୮- ରବିବାର ହେତୁ ଦେଶରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

ବ୍ୟାଙ୍କ ବନ୍ଦ (Bank Holiday)ରହିଲେ ଆପଣ କିପରି ନିଜର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଶେଷ କରିବେ:
ବ୍ୟାଙ୍କରେ ଛୁଟିଦିନ ଥିଲେ ମଧ୍ୟ ଆପଣ ନେଟ୍ ବ୍ୟାଙ୍କିଙ୍ଗ୍, ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଇତ୍ୟାଦି ମାଧ୍ୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରିବେ । ଗୋଟିଏ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ଟାନ୍ସଫର କରିବାକୁ ଆପଣ ମୋବାଇଲ୍ ବ୍ୟାଙ୍କିଙ୍ଗ୍ କିମ୍ବା ନେଟ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରିପାରିବେ । ଏହା ବ୍ୟତୀତ, ଆପଣ ନଗଦ ଟଙ୍କା ଉଠାଇବା ପାଇଁ ଏଟିଏମ୍ ବ୍ୟବହାର କରିପାରିବେ । ଏହା ସହିତ, ଆଜିକାଲି ଡିଜିଟାଲ୍ କାରବାର ପାଇଁ (UPI) ୟୁପିଆଇ ଏ-କ ଲୋକପ୍ରିୟ ମାଧ୍ୟମ ପାଲଟିଛି । ଯାହା ଅଧିକାଂଶ ଲୋକେ ବ୍ୟବହାର କରୁଛନ୍ତି ।