ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଲେ ଅରୁଣ ଯୋଗୀରାଜ
Advertisement

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଲେ ଅରୁଣ ଯୋଗୀରାଜ

Ayodhya RamMandir: ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହୋଇଥିବା ପ୍ରତିମାର ନିର୍ମାତା ଅରୁଣ ଯୋଗୀରାଜଙ୍କୁ ପ୍ରଶଂସା କରିଥିଲେ ପ୍ରସିଦ୍ଧ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଯାହାର ଉତ୍ତର ଦେଇଛନ୍ତି ଶିଳ୍ପୀ ଅରୁଣ ଯୋଗୀରାଜ ।

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପ୍ରଶଂସା କରି ଅରୁଣଙ୍କୁ ଟ୍ୟାଗ କରି ନମସ୍କାର ଲେଖିବା ସହିତ ଏହା କହିଥିଲେ ଯେ, ଆପଣ ପ୍ରଭୁ ବିଶ୍ୱକର୍ମାଙ୍କ ଆଶୀର୍ବାଦ ପ୍ରାପ୍ତ । ଆପଣ ନିର୍ମାଣ କରିଥିବା ପ୍ରଭୁ ଶ୍ରୀରାମଙ୍କ ପ୍ରତିମା ଖୁବ ହୃଦୟସ୍ପର୍ଶୀ ହୋଇଛି । ଜଣେ ଶିଳ୍ପୀ ହିସାବରେ ଏହା ମତେ ଖୁବ ପ୍ରଭାବିତ କରିଛି । ପ୍ରଭୁ ଶ୍ରୀରାମ ଆପଣଙ୍କ ଆଶୀର୍ବାଦ ସଦାସର୍ବଦା ଆପଣଙ୍କ ଉପରେ ଥାଉ ।

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ଉତ୍ତର ଦେଇ ଅରୁଣ ଯୋଗୀରାଜ ଲେଖିଛନ୍ତି ଯେ, ଆପଣଙ୍କ ଶୁଭେଚ୍ଛା ମୋ ପାଇଁ ଅନେକ କିଛି । ଆପଣଙ୍କ ଏହି ଶୁଭେଚ୍ଛା ମତେ ଆଗକୁ ନିଶ୍ଚେ ପ୍ରେରଣା ଯୋଗାଇବା ସହିତ କର୍ମକ୍ଷେତ୍ରରେ ଉତ୍ସାହିତ କରିବ ।

ସୂଚନାଯୋଗ୍ୟ, ଗତ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ନିର୍ମିତ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଏହି କାର୍ଯ୍ୟକ୍ରମରେ ସମସ୍ତ ଦାୟିତ୍ୱ ସୂଚାରୁ ରୂପେ ପାଳନ କରିଥିଲେ । ଦେଶର ବିଶିଷ୍ଟ ରାଜନେତା, କଳାକାର, ବ୍ୟବସାୟୀଙ୍କ ସମେତ ଅନେକ ସାଧୁସନ୍ଥ ଏହି ମହାନ ଉତ୍ସବରେ ନିଜକୁ ସାମିଲ କରି ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ ।

Also Read- Padmini Rout: ଜୟକିଶିନଙ୍କୁ ବିବାହ କଲେ ଚେସ୍ ତାରକା ପଦ୍ମିନୀ ରାଉତ

Also Read-  ନୂଆ ଓଡ଼ିଆ ଚଳଚ୍ଚିତ୍ର "କେମିତି ଏ ସମ୍ପର୍କ"ର ଟ୍ରେଲର ଓ ଫାଷ୍ଟ ଲୁକ୍ ରିଲିଜ୍