Dream Astrology: ଭାଗ୍ୟ ବଦଳାଏ ଏହିପରି ସ୍ୱପ୍ନ,ଆପଣ କେବେ ଦେଖିଛନ୍ତି କି ?
Advertisement

Dream Astrology: ଭାଗ୍ୟ ବଦଳାଏ ଏହିପରି ସ୍ୱପ୍ନ,ଆପଣ କେବେ ଦେଖିଛନ୍ତି କି ?

ସ୍ୱପ୍ନ ବିଜ୍ଞାନ ଅନୁଯାୟୀ, ସ୍ୱପ୍ନରେ ଜଳପ୍ରପାତ ଦେଖିବା କିମ୍ବା ନଦୀ କୂଳକୁ ଯାଇ ପାଣି ପିଇବା ଏକ ଭଲ ସଙ୍କେତ ବୋଲି ବିବେଚନା କରାଯାଏ। ଏହିପରି ସ୍ୱପ୍ନଗୁଡିକ ବହୁତ ଭାଗ୍ୟବାନ ଲୋକ ଦେଖନ୍ତି। ସ୍ୱପ୍ନରେ ନଦୀ, ଜଳପ୍ରପାତ କିମ୍ବା ପାହାଡ ଦେଖିବା ବ୍ୟକ୍ତିଙ୍କ ଜୀବନରେ କିଛି ବଡ ଏବଂ ଭଲ ପରିବର୍ତ୍ତନ ସୂଚାଇଥାଏ।

Dream Astrology: ଭାଗ୍ୟ ବଦଳାଏ ଏହିପରି ସ୍ୱପ୍ନ,ଆପଣ କେବେ ଦେଖିଛନ୍ତି କି ?

Dream Astrology News In Odia: ସ୍ୱପ୍ନ ଦେଖିବା(Dream) ଏ-କ ସାଧାରଣ କଥା। ଆମେ ପ୍ରତିଦିନ ଗଭୀର ନିଦରେ ଶୋଇଥିବା ସମୟରେ ବିଭିନ୍ନ ପ୍ରକାରର ସ୍ବପ୍ନ (Dream) ଦେଖିଥାଉ । ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ଅନେକ ସ୍ୱପ୍ନ ଭବିଷ୍ୟତ ବିଷୟରେ ଅନେକ ଶୁଭ ( good luck)ସୂଚନା ପ୍ରଦାନ କରିଥାଏ। ଏହାସହ ଭବିଷ୍ୟତରେ ହେବାକୁ ଥିବା କିଛି ଘଟଣା ବିଷୟରେ ମଧ୍ୟ ସଙ୍କେତ ଦେଇଥାଏ। 

ସ୍ୱପ୍ନ ଦେଖିବା(Dream) ଏ-କ ସାଧାରଣ କଥା।  ଆମେ ପ୍ରତିଦିନ ଗଭୀର ନିଦରେ ଶୋଇଥିବା ସମୟରେ ବିଭିନ୍ନ ପ୍ରକାରର ସ୍ବପ୍ନ (Dream) ଦେଖିଥାଉ । ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ଅନେକ ସ୍ୱପ୍ନ ଭବିଷ୍ୟତ ବିଷୟରେ ଅନେକ ଶୁଭ ( good luck)ସୂଚନା ପ୍ରଦାନ କରିଥାଏ। ଏହାସହ ଭବିଷ୍ୟତରେ ହେବାକୁ ଥିବା କିଛି ଘଟଣା ବିଷୟରେ ମଧ୍ୟ ସଙ୍କେତ ଦେଇଥାଏ। ସ୍ୱପ୍ନରେ (Dream) କିଛି ଲୋକେ ପଶୁପକ୍ଷୀଙ୍କୁ ଦେଖି ଥାଆନ୍ତି। ସେଭଳି କିଛି ଧନ-ସମ୍ପତ୍ତି ମଧ୍ୟ ଦେଖିଥାଆନ୍ତି। ତେବେ ଜାଣନ୍ତୁ ସ୍ୱପ୍ନରେ (Dream) ଦେଖୁଥିବା ଏହି ୫ଟି ଜିନିଷ କି କି ସଙ୍କେତ ଦେଇଥାଏ। 

ସ୍ୱପ୍ନରେ ଶୁଆ ଦେଖିବା ଶୁଭ ସଙ୍କେତ ବୋଲି କୁହାଯାଏ। ଏହାର ଅର୍ଥ ଆପଣଙ୍କୁ ହଠାତ୍‌‌ କେଉଁଠାରୁ ଧନ ଲାଭ ହେବ। ସେହିପରି, ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ସ୍ୱପ୍ନରେ ମହୁମାଛି ବସା ଦେଖିବା ମଧ୍ୟ ଶୁଭଙ୍କର। ଏହାର ଅର୍ଥ ଆପଣଙ୍କ ଆୟରେ ବୃଦ୍ଧି ହେବ। ଭବିଷ୍ୟତରେ ଘରେ ସୁଖସମୃଦ୍ଧି ଭରପୁର ରହିବ। ହସଖୁସିରେ ଦିନ ବିତିବ।

ଦେବୀଦେବତାଙ୍କୁ ସ୍ୱପ୍ନରେ ଦେଖିବା ବେଶ ଶୁଭଙ୍କର ବୋଲି କୁହାଯାଇଥାଏ । ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ସ୍ୱପ୍ନରେ ଦେବୀଦେବତାଙ୍କୁ ଦେଖିବା ଅର୍ଥ ଆଗାମୀ ଦିନରେ ଆପଣଙ୍କର ହେବାକୁ ଥିବା କାମରେ ନିଶ୍ଚୟ ସଫଳତା ମିଳିବ। ଏହାସହ ଆମଦାନୀର ସ୍ରୋତ ବୃଦ୍ଧି ପାଇବ। ହଠାତ୍‌‌ ଧନ ପ୍ରାପ୍ତି ହେବ। ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ସ୍ୱପ୍ନରେ ଫଳ ଭର୍ତ୍ତି ଗଛ ଦେଖିବା ଦ୍ୱାରା କିମ୍ବା ଏକାଧିକ ଗଛରେ ଫଳ ଭର୍ତ୍ତି ହୋଇଥିବା ଦେଖିବା ମଧ୍ୟ ଶୁଭଙ୍କର। ଏହାର ଅର୍ଥ ଭବିଷ୍ୟତରେ ଆପଣଙ୍କୁ ବହୁତ ଧନ ପ୍ରାପ୍ତ ହେବ। ଧନୀର ହେବାର ସମ୍ଭାବନା ଅଧିକ। ସ୍ୱପ୍ନରେ କଳାରଙ୍ଗର କଙ୍କଡା ବିଛା ଦେଖିବା ମଧ୍ୟ ଶୁଭଙ୍କର ବୋଲି କୁହାଯାଏ। ଏହାର ଅର୍ଥ ହଠାତ୍‌‌ ଆପଣଙ୍କୁ ଧନ ପ୍ରାପ୍ତି ହେବ।

ଯଦି ଆପଣ ସ୍ୱପ୍ନରେ ସାପ ଦେଖନ୍ତି ତେବେ ଆପଣଙ୍କ ଧାନ ଦୌଲତ ରେ ବୃଦ୍ଧି ଘଟିବା ସହ ବିଭିନ୍ନ ସରକାରୀ କାମ ଗୁଡିକରେ ମଧ୍ୟ ସଫଳତା ହାସଲ ହୋଇପାରେ। ଯଦି ଆପଣ ସ୍ବପ୍ନରେ ନିଜକୁ ସ୍ମଶାନରେ ଦେଖନ୍ତି ତେବେ ତାହା ବି ଅତ୍ୟନ୍ତ ଶୁଭ ହୋଇଥାଏ। ଏହାର ମାନେ ହେଉଛି ଭବିଷ୍ୟତରେ ଆପଣଙ୍କର ବହୁ ଉନ୍ନତି ଘଟିବାର ଅଛି। ଆଗକୁ ଆପଣଙ୍କୁ ଖୁବ ମନ ସମ୍ମାନ ମିଳିବାର ମଧ୍ୟ ଅଛି ।

ଯଦି କୌଣସି ବ୍ୟକ୍ତି ସ୍ୱପ୍ନରେ ଦେବତା, ଗୁରୁ, ରାଜା ଏବଂ ଧଳା ପୋଷାକ ପିନ୍ଧିଥିବା ଜଣେ ମହିଳାଙ୍କର ଉପାସନା ଦେଖନ୍ତି, ତେବେ ଏହାର ଅର୍ଥ ହେଉଛି ତୁମର ଭଲ ସମୟ ଶୀଘ୍ର ଆରମ୍ଭ ହେବାକୁ ଯାଉଛି, ଦୁର୍ଭାଗ୍ୟ ସମାପ୍ତ ହେବ ଏବଂ ଶୁଭଫଳ ଆସିବ। ସ୍ୱପ୍ନ ବିଜ୍ଞାନ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ସ୍ୱପ୍ନରେ ଏକ ଧଳା ଜିନିଷ ଦେଖେ, ତେବେ ଏହାର ଅର୍ଥ ହେଉଛି ବ୍ୟକ୍ତିଙ୍କ ଜୀବନରେ ଶୀଘ୍ର ଧନ, ଗୌରବ, ସମ୍ମାନ ଏବଂ ଧନ ପାଇବା ସମ୍ଭାବନା ଅଛି।

Also Read: Richest City: ଆପଣ ଜାଣିଛନ୍ତି କି ବିଶ୍ୱର ଧନୀ ରାଷ୍ଟ୍ର କେଉଁଟା? ତାଲିକାରୁ ହଜିଗଲା ଭାରତର ନାଁ