Amritpal Singh Arrest: ଗୁରୁଦ୍ବାରକୁ ଯାଇଥିଲା ଶରଣ ପଶିବାକୁ, ହେଲେ ମାଡି ବସିଲା ପୋଲିସ୍
Advertisement

Amritpal Singh Arrest: ଗୁରୁଦ୍ବାରକୁ ଯାଇଥିଲା ଶରଣ ପଶିବାକୁ, ହେଲେ ମାଡି ବସିଲା ପୋଲିସ୍

Amritpal Singh Arrest Updates: ବେଶ କିଛି ଦିନର ଲୁଚକାଳି ଖେଳ ପରେ ଶେଷରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଅମୃତପାଲ୍‌ ସିଂ (Khalistani leader Amritpal Singh)ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ପଳାତକ ଅମ୍ରୁତପାଲ ସିଂ ,(Amritpal Singh Arrest ) ଆତ୍ମସମର୍ପଣ କରିବା ପରେ ଅମୃତପାଲଙ୍କୁ ମୋଗାର ଗୁରୁଦ୍ୱାରାରୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Amritpal Singh Arrest Updates: ବେଶ କିଛି ଦିନର ଲୁଚକାଳି ଖେଳ ପରେ ଶେଷରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଅମୃତପାଲ୍‌ ସିଂ (Khalistani leader Amritpal Singh)ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ପଳାତକ ଅମ୍ରୁତପାଲ ସିଂ ,(Amritpal Singh Arrest ) ଆତ୍ମସମର୍ପଣ କରିବା ପରେ ଅମୃତପାଲଙ୍କୁ ମୋଗାର ଗୁରୁଦ୍ୱାରାରୁ ଗିରଫ କରାଯାଇଥିବା ସୂଚନା ମିଳିଛି । ୩୬ ଦିନ ପରେ ଫେରାର ଥିବା ଅମ୍ରୁତପାଲକୁ ଶେଷରେ ବାନ୍ଧିଛି ପୋଲିସ (Police)। ଗତ ମାର୍ଚ୍ଚ ୧୮ ତାରିଖରୁ ସେ ଫେରାର ଥିଲା । ରବିବାର ସକାଳେ ପଞ୍ଜାବର ମୋଗା ପୋଲିସ (Punjab Moga Police )ପାଖରେ ଆତ୍ମସପର୍ମଣ କରିଥିଲା । ପରେ ତାଙ୍କୁ ଗିରଫ କରି ପଚରାଉଚରା ଜାରି ରହିଛି ।

ପୋଲିସ ସୂଚନା ମୁତାବକ, ରବିବାର ମୋଗା ଜିଲ୍ଲାର (Moga dist)ରୋଡ ଭିଲେଜ ଅଞ୍ଚଳରେ ଥିବା ଏକ ଗୁରୁଦ୍ୱାରକୁ ଯାଇଥିଲା । ସେଠାରେ ଭଗବାନଙ୍କ ସରଣ ପଶିବା ସହ ପ୍ରବଚନ ଦେଉଥିଲା ଅମୃତପାଲ । ଗୁରୁଦ୍ୱାରରୁ କେହି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ସେଠାରେ ପହଞ୍ଚିବା ପରେ ଅମୃତପାଲ ଆତ୍ମସମତ୍ପଣ କରିଥିଲା । ପରେ ପୋଲିସ ତାଙ୍କୁ ଗିରଫ କରିଛି । ଅମ୍ରୁତପାଲକୁ ଆସାମର ଡିବ୍ରୁଗଡ଼କୁ (Dibrugarh airport) ନିଆଯିବା ନେଇ ସୂଚନା ମିଳିଛି । ସେଠାରେ ତାଙ୍କର ଅନ୍ୟ ୮ ଜଣ ଘନିଷ୍ଠ ସହଯୋଗୀ ଗିରଫ ହୋଇ ଏନଆଇଏ ହେପାଜତରେ ଅଛନ୍ତି । ଅମ୍ରୁତପାଲ ଫେରାର ହେବା ପରେ ତାଙ୍କର ଏହି ସହଯୋଗୀଙ୍କୁ (National Security Act) ଜାତୀୟ ସୁରକ୍ଷା ଆକ୍ଟ ଅନୁସାରେ ସମସ୍ତଙ୍କୁ ଗିରଫ କରାଯାଇଥିଲା । ଅମ୍ରୁତପାଲଙ୍କୁ (Amritpal Singh ) ସେଠାରେ ଏନଆଇଏ (NIA) ଜେରା କରିବ ବୋଲି ସୂଚନା ମିଳିଛି । ଖଲିସ୍ତାନୀ-ପାକିସ୍ତାନୀ ଏଜେଣ୍ଟ କୁହାଯାଉଥିବା ଅମ୍ରୁତପାଲ ଗତ କିଛି ବର୍ଷ ହେବ ପଞ୍ଜାବରେ ସକ୍ରିୟ ଥିଲେ । ପଞ୍ଜାବର ଖଲିସ୍ତାନୀ ସଙ୍ଗଠନ ‘ୱାରିସ ପଞ୍ଜାବ ଦେ’ (Waris Punjab De)ନେତୃତ୍ୱଭାର ଗ୍ରହଣ କରିବା ସହ ଆତଙ୍କରାଜ ଚଳାଇଥିଲେ । ଗତ ମାର୍ଚ୍ଚରେ ଅମୃତପାଲକୁ ଗିରଫ କରିବାକୁ ପୋଲିସ ଯାଇଥିବା ବେଳେ ପୋଲିସକୁ ଚକମା ଦେଇ ସେ ଫେରାର ହୋଇଯାଇଥିଲେ ।

fallback

Also Read: Akshaya Tritiya 2023: ବିବାହରେ ହେଉଛି କି ବିଳମ୍ବ ? ତେବେ ଅକ୍ଷୟ ତୃତୀୟାରେ କରନ୍ତୁ ଏହି କାମ, ଦୂର ହେବ ସମସ୍ୟା

Also Read: Bhadrak News: ଯାତ୍ରା ପେଣ୍ତାଲରେ ବୃଦ୍ଧଙ୍କ ମୁଣ୍ତରେ ହାତ ମାରି ଫସିଲେ ଆଇଟମ୍ ଡ୍ୟାନ୍ସର, ଥାନାକୁ ହେବେ ଘୋଷଡା !

Also Read: Akshaya Tritiya 2023: ଅକ୍ଷୟ ତୃତୀୟାରେ ରାଶି ଅନୁସାରେ କିଣନ୍ତୁ ଏହି ସବୁ ଜିନିଷ, ବର୍ଷିବ ଧନ...

କ’ଣ ରହିଛି ମାମଲା?
-ଖଲିସ୍ତାନୀ-ପାକିସ୍ତାନୀ ଏଜେଣ୍ଟ ଭାବେ ତାଙ୍କ ବିରୋଧରେ ଅଭିଯୋଗ ରହିଛି ।
-ବେଆଇନ ଭାବେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଆଣୁଥିବା ନେଇ ଗୁଇନ୍ଦା ବିଭାଗ କହିଛି।
-ଗୁପ୍ତଚରଙ୍କ ସହାୟତାରେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଆଣିଥାଏ ଅମୃତପାଲ।
-ଅମୃତପାଲ ପଞ୍ଜାବକୁ ଦୁଇ ଭାଗ କରିବାକୁ ଷଡ଼ଯନ୍ତ୍ର ରଚିଛି।
-ସାମ୍ପ୍ରଦାୟିକ ଦଙ୍ଗା କରି ଖଲିସ୍ଥାନୀ ଭାବେ ନୂଆ ଦେଶ ଗଠନ ଲକ୍ଷ୍ୟ।
-ଯୁବପିଢିଙ୍କୁ ବନ୍ଧୁକ ଧରିବାକୁ ଅମୃତପାଲ ଉସୁକାଉଥିବା ଅଭିଯୋଗ ରହିଛି।
-ବିଦେଶରୁ ବେଆଇନ ଭାବେ ଟଙ୍କା ଆଣି ଦେଶଦ୍ରୋହୀ କାର୍ଯ୍ୟ କରୁଥିବା ଅଭିଯୋଗ।
-ଜାତୀୟ ସୁରକ୍ଷା ଆକ୍ଟରେ ଅମୃତପାଲଙ୍କ ବିରୋଧରେ ମାମଲା ରହିଛି।
-ଅମ୍ରୁତପାଲଙ୍କ ୮ ଘନିଷ୍ଠ ସହଯୋଗୀ ମଧ୍ୟ ଗିରଫ ହୋଇଛନ୍ତି।
-ସେମାନଙ୍କ ବିରୋଧରେ ମଧ୍ୟ ଜାତୀୟ ସୁରକ୍ଷା ଆକ୍ଟରେ ମାମଲା ରହିଛି।
-ଅମୃତପାଲଙ୍କ ସହଯୋଗୀଙ୍କୁ ଥାନାରୁ ଜୋରଜବଦସ୍ତି ନେଇଆସିଥିଲେ।
-ତାଙ୍କର ଶତାଧିକ ସମର୍ଥକ ଖଣ୍ଡା, ବନ୍ଧୁକ ଧରି ଆତଙ୍କରାଜ ଖେଳାଇଥିଲେ।