Chrissie Mayr: ଏୟାରଲାଇନ୍ସ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ମହିଳା ହାସ୍ୟକାର, ସମସ୍ତଙ୍କ ସାମ୍ନାରେ ବଦଳାଇଲେ ପୋଷାକ
Advertisement
Article Detail0/zeeodisha/odisha1684764

Chrissie Mayr: ଏୟାରଲାଇନ୍ସ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ମହିଳା ହାସ୍ୟକାର, ସମସ୍ତଙ୍କ ସାମ୍ନାରେ ବଦଳାଇଲେ ପୋଷାକ

Chrissie Mayr Comedian: ଆମେରିକୀୟ ଏୟାରଲାଇନ୍ସ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି କ୍ରିସି ମାୟର। ଟ୍ୱିଟ କରି ନିଜ ସହ ଘଟିଥିବା ଘଟଣା ବିଷୟରେ ଜଣାଇଛନ୍ତି ଆମେରିକୀୟ ହାସ୍ୟ ଅଭିନେତ୍ରୀ। 

 

Chrissie Mayr: ଏୟାରଲାଇନ୍ସ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ମହିଳା ହାସ୍ୟକାର, ସମସ୍ତଙ୍କ ସାମ୍ନାରେ ବଦଳାଇଲେ ପୋଷାକ

American Comedian Chrissie Mayr: ବିମାନ କିମ୍ବା ବିମାନ ବନ୍ଦର ପରିସରରେ ଅନେକ ଥର ଯାତ୍ରୀଙ୍କ ସହ ଅସଦାଚରଣ କିମ୍ବା ଦୁର୍ବ୍ୟବହାର କରାଯାଇଥିବାର ଖବର ସାମ୍ନାକୁ ଆସିଥାଏ। ଏହି ଘଟଣାର ଫଟୋ
ଭିଡିଓ ମଧ୍ୟ ଭାଇରାଲ ହୋଇଥାଏ। ହେଲେ ଏଥର ଏୟାରଲାଇନ୍ସ ପକ୍ଷରୁ କରାଯାଇଥିବା ଲଜ୍ଜାଜନକ କାମ ସାମ୍ନାକୁ ଆସିଛି। ଯେଉଁଥିପାଇଁ ଦୁଇ ଜଣ ଯୁବତୀଙ୍କୁ ସମସ୍ତଙ୍କ ସାମ୍ନାରେ ପୋଷାକ ବଦଳାଇବାକୁ ପଡିଛି। ଏହି ଘଟଣା  ଯୁକ୍ତରାଷ୍ଟ୍ର ଆମେରିକାର ଲସ୍ ଭେଗାସ୍ ସହରରେ ଘଟିଥିବାର କୁହାଯାଉଛି। ଯେଉଁଠାରେ ଆମେରିକୀୟ ଏୟାରଲାଇନ୍ସ କର୍ମଚାରୀ ବିମାନ ଯାତ୍ରା କରିବା ପୂର୍ବରୁ ଯୁବତୀଙ୍କୁ ସେମାନେ ପିନ୍ଧିଥିବା ପ୍ୟାଣ୍ଟ ବଦଳାଇବାକୁ ବାଧ୍ୟ କରିଥିଲେ।

ଏୟାର ଲାଇନ୍ସ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ଯୁବତୀ
ଆମେରିକୀୟ ହାସ୍ୟ ଅଭିନେତ୍ରୀ କ୍ରିସି ମାୟର (American Comedian Chrissie Mayr) ଆମେରିକୀୟ ଏୟାରଲାଇନ୍ସ (American Airlines) ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏନେଇ ଟ୍ୱିଟ୍ କରି କହିଛନ୍ତି ଯେ ସେ ସମସ୍ତଙ୍କ ସାମ୍ନାରେ ପୋଷାକ ବଦଳାଇବାକୁ ବାଧ୍ୟ ହୋଇଛନ୍ତି। କ୍ରିସି ମାୟର ଟ୍ୱିଟ୍ କରି କହିଛନ୍ତି ଯେ, ଜଣେ ଆମେରିକୀୟ ଏୟାରଲାଇନ୍ସ କର୍ମଚାରୀ ମୋତେ ଏବଂ କିୟାନୁ ଥମ୍ପସନ (Keanu Thompson) ଙ୍କୁ ବିମାନ ଯାତ୍ରା କରିବା ପୂର୍ବରୁ ପ୍ୟାଣ୍ଟ ବଦଳାଇବାକୁ ବାଧ୍ୟ କରିଥିଲେ। ଯାହା ପୂର୍ବ ପୋଷାକ ଅପେକ୍ଷା ଅଧିକ ଶରୀର ଦେଖାଉଥିଲା। ଏହା କୌଣସି ପୁରସ୍କୃତ ସଦସ୍ୟଙ୍କୁ (Rewarded Member) ବ୍ୟବହାର କରିବାର ଉପାୟ ନୁହେଁ।

ମ୍ୟାକ୍ସି ସ୍କର୍ଟ ପିନ୍ଧିବା ପାଇଁ ବିମାନ କମ୍ପାନୀ ହେଲା ଅସୁବିଧା
କ୍ରିସି ମେୟର ଏବଂ କିନୁ ଥମ୍ପସନ ମ୍ୟାକ୍ସି ସ୍କର୍ଟ (Maxi skirt) ପିନ୍ଧିଥିଲେ। ହେଲେ ଜଣେ ଆମେରିକୀୟ ଏୟାରଲାଇନ୍ସ କର୍ମଚାରୀ ତାଙ୍କୁ ଏହି ପୋଷାକ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ। ଏହା ପରେ ଉଭୟ କ୍ରିସି ମାୟର ଏବଂ କିୟାନୁ ଥମ୍ପସନଙ୍କୁ ସାମ୍ନାରେ ପୋଷାକ ବଦଳାଇବାକୁ ପଡିଲା। ଏହା ପରେ ସେମାନଙ୍କୁ ସର୍ଟ୍ସ୍ ପିନ୍ଧିବାକୁ ପଡିଲା। ଆମେରିକୀୟ ହାସ୍ୟ ଅଭିନେତ୍ରୀ ଜଣଙ୍କ ଟ୍ୱିଟ୍ କରି କହିଛନ୍ତି ଯେ, ତାଙ୍କୁ ଫାଟକ ଠାରେ ପୋଷାକ ବଦଳାଇବାକୁ ପଡିବ ଏବଂ ତାହା ପୁଣି ବିନା କୌଣସି ଆବରଣରେ ସମସ୍ତଙ୍କ ସାମ୍ନାରେ କରିବାକୁ ହେବ। କ୍ରିସି ମେୟର ତାଙ୍କର ଦୁଇଟି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କର ଗୋଟିଏ ଫଟୋ ମ୍ୟାକ୍ସି ସ୍କର୍ଟ ପିନ୍ଧିଥିବାର ଦର୍ଶାଉ ଥିବାବେଳେ ଦ୍ୱିତୀୟ ଫଟୋ ସର୍ଟ ପିନ୍ଧିଥିବାର ଦର୍ଶାଉଛି।

Also Read: US Rapper Desiigner: ବିମାନରେ ହସ୍ତମୈଥୁନ କରି ବିବାଦରେ ଆମେରିକୀୟ ରାପର୍ ଡେସିଗ୍ନେର

ଏୟାର ଲାଇନ୍ସ କମ୍ପାନୀ ବିରୋଧରେ ଆସିଲା ଅଭିଯୋଗ 

ଆମେରିକୀୟ ହାସ୍ୟ ଅଭିନେତ୍ରୀଙ୍କ ଦ୍ୱାରା ଏହି ଘଟଣା ସମ୍ପର୍କରେ ଅବଗତ କରାଯିବା ପରେ ଆମେରିକୀୟ ଏୟାରଲାଇନ୍ସ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ଲୋକ ସେମାନଙ୍କୁ ପରିହାସ କରୁଛନ୍ତି। କ୍ରିସି ମାୟର କରିଥିବା ଟ୍ୱିଟ ଭାଇରାଲ ହେବା ପରେ ଆମେରିକୀୟ ଏୟାରଲାଇନ୍ସ ପକ୍ଷରୁ ଏହାର ଜବାବ ରଖାଯାଇଛି। ଏନେଇ ଏହି ବିମାନ ସେବା ପ୍ରଦାନକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଆମେ ଆପଣଙ୍କ ମନ୍ତବ୍ୟକୁ ନେଇ ଚିନ୍ତିତ। ଦୟାକରି ଆମ ସହିତ ଯୋଗଯୋଗ କରନ୍ତୁ। ଆମେ ଏଠାରେ ଅଛୁ ଏବଂ ଶୁଣିବାକୁ ପ୍ରସ୍ତୁତ ରହିଛି। ଏହାର ଜବାବରେ କ୍ରିସି ମାୟର କହିଛନ୍ତି ଯେ, ଏହା ପ୍ରକୃତରେ ଅପମାନଜନକ ଏବଂ ମୁଁ ଆପଣଙ୍କ ପ୍ରତି ଅତ୍ୟନ୍ତ ବିଶ୍ୱସ୍ତ, ମୋର କ୍ରେଡିଟ୍ କାର୍ଡ ଏବଂ ଅନ୍ୟ ସବୁ କିଛି ରହିଛି।