Amazon satellite internet: ଇଣ୍ଟରନେଟ୍ ସେବା ଆରମ୍ଭ କରିବ ଆମାଜନ, ଏୟାରଟେଲକୁ ଦବ ଟକ୍କର !
Advertisement

Amazon satellite internet: ଇଣ୍ଟରନେଟ୍ ସେବା ଆରମ୍ଭ କରିବ ଆମାଜନ, ଏୟାରଟେଲକୁ ଦବ ଟକ୍କର !

ସାଧାରଣରେ ଜଣାଶୁଣା କମ୍ପାନୀ ଆମାଜନକୁ ନେଇ ଏବେ ଖୁବ ଚର୍ଚ୍ଚା ଜୋର ଧରିଛି । ଭାରତରେ ଏହାର ଉପଗ୍ରହ ଭିତ୍ତିକ ଇଣ୍ଟରନେଟ୍ ସେବା 'ପ୍ରୋଜେକ୍ଟ କୁଇପର' ଉତକ୍ଷେପଣ ଦିଗରେ କାର୍ଯ୍ୟ କରୁଥିବା ଜଣାଯାଇଛି । ଦେଶରେ ଉପଗ୍ରହ ବ୍ରଡବ୍ୟାଣ୍ଡ ସେବା (Satellite Broadband Service) ଯୋଗାଇବା ପାଇଁ କମ୍ପାନୀ ବିଭିନ୍ନ ସରକାରୀ ବିଭାଗରେ ଲା

Amazon satellite internet: ଇଣ୍ଟରନେଟ୍ ସେବା ଆରମ୍ଭ କରିବ ଆମାଜନ, ଏୟାରଟେଲକୁ ଦବ ଟକ୍କର !

Amazon satellite internet: ସାଧାରଣରେ ଜଣାଶୁଣା କମ୍ପାନୀ ଆମାଜନକୁ ନେଇ ଏବେ ଖୁବ ଚର୍ଚ୍ଚା ଜୋର ଧରିଛି । ଭାରତରେ ଏହାର ଉପଗ୍ରହ ଭିତ୍ତିକ ଇଣ୍ଟରନେଟ୍ ସେବା 'ପ୍ରୋଜେକ୍ଟ କୁଇପର' ଉତକ୍ଷେପଣ ଦିଗରେ କାର୍ଯ୍ୟ କରୁଥିବା ଜଣାଯାଇଛି । ଦେଶରେ ଉପଗ୍ରହ ବ୍ରଡବ୍ୟାଣ୍ଡ ସେବା (Satellite Broadband Service) ଯୋଗାଇବା ପାଇଁ କମ୍ପାନୀ ବିଭିନ୍ନ ସରକାରୀ ବିଭାଗରେ ଲାଇସେନ୍ସ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ଏହି ସେବାର ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳକୁ ଇଣ୍ଟରନେଟ୍ ସେବା (Internet services) ପ୍ରଦାନ କରିବା । ଆମାଜନ କମ୍ପାନୀ ଆଗାମୀ ବର୍ଷରେ ପ୍ରାୟ ୩,୨୩୬ ଲୋ ଆର୍ଥ ଅର୍ବିଟ (LEO) ଉପଗ୍ରହ ଉତକ୍ଷେପଣ କରିବାକୁ ପ୍ରସ୍ତୁତ ହେଉଛି । ଏହି ଉପଗ୍ରହ ମାଧ୍ୟମରେ ଦେଶର ପ୍ରତ୍ୟେକ କୋଣକୁ ଇଣ୍ଟରନେଟ୍ ସେବା ଯୋଗାଇ ଦିଆଯାଇପାରିବ ।

ଇକୋନୋମିକ୍ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଆମାଜନ ଭାରତରେ ଉପଗ୍ରହ ଇଣ୍ଟରନେଟ୍ ସେବା ଆରମ୍ଭ କରିବା ପାଇଁ ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ର (IN-SPACe) ରେ ନିୟମ ଅନୁଯାୟୀ ଆବେଦନ କରିଛି। ଯଦି IN-SPACe ପକ୍ଷରୁ ଆବେଦନ ମଞ୍ଜୁର କରାଯାଏ ତେବେ ଆମାଜନ ନିୟାମକ ଅନୁମୋଦନ (Regulatory approval) ପାଇବ । ଭାରତରେ ପ୍ରୋଜେକ୍ଟ କୁଇପର ଲଞ୍ଚ କରିବାକୁ ଆମାଜନକୁ ଟେଲିକମ୍ ବିଭାଗ (DoT) ରୁ ଏକ ଗ୍ଲୋବାଲ୍ ମୋବାଇଲ୍ ପର୍ସନାଲ କମ୍ୟୁନିକେସନ୍ (ଜିଏମ୍ପିସିଏସ୍) ଲାଇସେନ୍ସ ମଧ୍ୟ ଆବଶ୍ୟକ ହେବ। ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଆମାଜନ ୧ ଜିବିପିଏସ୍ ସ୍ପିଡ୍ ସହିତ ଇଣ୍ଟରନେଟ୍ ସେବା (Internet service with 1 Gbps speed) ପ୍ରଦାନ କରିବ ବୋଲି ଜଣାଯାଇଛି। କୁହାଯାଉଛି ଯେ, ଏହାର 'ସୁଲଭ ବ୍ରଡବ୍ୟାଣ୍ଡ' ସମଗ୍ର ଦେଶରେ ଉପଲବ୍ଧ ହେବ । ଏହା ସେହି ଅଞ୍ଚଳରେ ମଧ୍ୟ ପହଞ୍ଚିବ ଯେଉଁଠାରେ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ନାହିଁ ।

କମ୍ପାନୀର ୱେବସାଇଟରେ ଥିବା ତଥ୍ୟ ଅନୁଯାୟୀ, ପ୍ରୋଜେକ୍ଟ କୁଇପର ୩,୨୩୬ LEO ଉପଗ୍ରହ ମାଧ୍ୟମରେ ଇଣ୍ଟରନେଟ୍ ବିତରଣ କରିବାକୁ ଲକ୍ଷ୍ୟ ରଖିଛି । ତେବେ ଏହି ଉପଗ୍ରହଗୁଡ଼ିକ ଏପର୍ଯ୍ୟନ୍ତ ଉତକ୍ଷେପଣ କରାଯାଇ ନାହିଁ। ଆଗକୁ ଏହି ଉପଗ୍ରହ ଗୁଡିକର ଅଧା ୨୦୨୬ ମସିହା ସୁଦ୍ଧା ଉତକ୍ଷେପଣ କରାଯାଇପାରିବ । ବ୍ରଡବ୍ୟାଣ୍ଡ୍ ଇଣ୍ଟରନେଟ ସେବା ଆରମ୍ଭ ହେବା ପରେ ଆମାଜନର ଇ-କମର୍ସ ସେବା ସହିତ ପ୍ରାଇମ ଭିଡିଓ ସେବା (Prime Video service with e-commerce services)ରେ ମଧ୍ୟ ବୃଦ୍ଧି ଘଟିବ । ଏଥିସହ କମ୍ପାନୀକୁ ଭଲ ଲାଭ ମିଳିବ ବୋଲି ଆଶା କରାଯାଉଛି ।

ତେବେ ଆପଣଙ୍କୁ କହିରଖୁଛୁ ଯେ, ଆମାଜନ ପ୍ରଥମ କମ୍ପାନୀ ନୁହେଁ ଯିଏ ଦେଶରେ ଉପଗ୍ରହ ଇଣ୍ଟରନେଟ୍ ସେବା ଆରମ୍ଭ କରିବାକୁ ଚାହୁଁଛି । ଏଲୋନ୍ ମସ୍କର କମ୍ପାନୀ ଷ୍ଟାରଲିଙ୍କ୍ ମଧ୍ୟ ଉପଗ୍ରହ ଇଣ୍ଟରନେଟ୍ ସେବା ଆରମ୍ଭ ପାଇଁ ପ୍ରୟାସ କରୁଛି । ଏହା କିଛି ବର୍ଷ ପୂର୍ବେ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ପାଇଁ ପ୍ରି-ବୁକିଂ ଆରମ୍ଭ କରିଥିଲା, କିନ୍ତୁ ପରେ ଗ୍ରାହକମାନଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରାଯାଇଥିଲା । ଏଥି ସହିତ ୱାନୱେବ ଏବଂ ଜିଓ ସାଟେଲାଇଟ୍ (Jio Satellite) ସରକାରଙ୍କ ଠାରୁ GMPCS ଲାଇସେନ୍ସ ଗ୍ରହଣ କରିଛି । ଯଦି ଆମାଜନ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଆରମ୍ଭ କରେ ତେବେ କେଉଁ ବର୍ଗର ଲୋକଙ୍କ ପାଇଁ ତାହା ସୁବିଧାଜନକ ହେବ କିମ୍ୱା ଦର କଣ ରହିବ ସେନେଇ କମ୍ପାନୀ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

Also Read- Operation Ajay: ‘ଅଜୟ’ ଫେରାଇ ଆଣିଲା ୨୧୨ ଭାରତୀୟ 

Also Read- International natural disaster day: ଆଜି ଆନ୍ତର୍ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ଦିବସ, ଜାଣନ୍ତୁ ଏହାର ଇତିହାସ