Air India: ପୁଣି ଚର୍ଚ୍ଚାକୁ ଆସିଲା ଏୟାର ଇଣ୍ଡିଆ, କାରନାମା ଶୁଣିଲେ ଉଡିଯିବ ହୋସ
Advertisement
Article Detail0/zeeodisha/odisha1523244

Air India: ପୁଣି ଚର୍ଚ୍ଚାକୁ ଆସିଲା ଏୟାର ଇଣ୍ଡିଆ, କାରନାମା ଶୁଣିଲେ ଉଡିଯିବ ହୋସ

Air India News:  ପୁଣି ଥରେ ନିଜର କାରନାମ ପାଇଁ ଚର୍ଚ୍ଚାକୁ ଆସିଛି ବିମାନସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆ। ଏଥର ସୋସିଆଲ ମିଡ଼ିଆ ବ୍ୟବହାରୀକାରୀଙ୍କ ଦ୍ୱାରା ପ୍ରଶ୍ନ ଉଠାଯିବା ପରେ ଜବାବ ରଖିଛି ଏହି ବିମାନସେବା ପ୍ରଦାନକାରୀ ସଂସ୍ଥା

Air India: ପୁଣି ଚର୍ଚ୍ଚାକୁ ଆସିଲା ଏୟାର ଇଣ୍ଡିଆ, କାରନାମା ଶୁଣିଲେ ଉଡିଯିବ ହୋସ

Stone found in Air India Meal: ପୁଣି ଥରେ ଚର୍ଚ୍ଚାକୁ ଆସିଛି ବିମାନସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆ। ଜଣେ ମହିଳା ଯାତ୍ରୀଙ୍କୁ ପ୍ରଦାନ କରାଯାଇଥିବା ଖାଦ୍ୟରେ ପଥର ମିଳିବାକୁ ନେଇ ପୁନର୍ବାର ଚର୍ଚ୍ଚାକୁ ଆସିଛି ଏୟାର ଇଣ୍ଡିଆ। ଏହି ଘଟଣା ସମ୍ପର୍କରେ ମହିଳା ଯାତ୍ରୀ ସର୍ବପ୍ରିୟା ସାଙ୍ଗୱାନ ଏୟାର ଇଣ୍ଡିଆ କର୍ତ୍ତପକ୍ଷଙ୍କୁ ଟ୍ୱିଟ କରି ନିଜର ଅଭିଯୋଗ ଜଣାଇଛନ୍ତି। ଏହି ଘଟଣାରେ ଦୁଇଟି ଫଟୋ ମଧ୍ୟ ସେୟାର କରିଛନ୍ତି। ଏହାର ଫଟୋ ସେୟାର କରି ଖାଦ୍ୟରୁ ମିଳିଥିବା ପଥର ଖଣ୍ଡକୁ ଦେଖାଇଥିଲେ। ଯେଉଁ ଖାଦ୍ୟ ତାଙ୍କୁ ଏୟାର ଇଣ୍ଡିଆ ବିମାନ ୨୧୫ ପକ୍ଷରୁ ପ୍ରଦାନ କରାଯାଥିଲା।  

ଏହି ଫଟୋ ଟ୍ୱିଟ୍ କରିବା ସହ ଏୟାର ଇଣ୍ଡିଆ ଉଦ୍ଦେଶ୍ୟରେ ଟ୍ୟାଗ୍ କରି ମହିଳା ଯାତ୍ରୀ ଜଣଙ୍କ ଲେଖିଛନ୍ତି ଯେ, ପଥରମୁକ୍ତ ଖାଦ୍ୟ ନିଶ୍ଚିତ କରିବାକୁ ଏୟାର ଇଣ୍ଡିଆ ପାଖରେ ସମ୍ବଳ ଏବଂ ଅର୍ଥର ଆବଶ୍ୟକତା ନାହିଁ। ମୋତେ ଏୟାର ଇଣ୍ଡିଆ ବିମାନ ପକ୍ଷରୁ ପରିବେଷଣ କରାଯାଇଥିବା ଖାଦ୍ୟରେ ପଥର ମିଳିଛି। ବିମାନ ଚାଳକ ସଦସ୍ୟଙ୍କୁ ଅବଗତ କରିଛି। ଏପରି ଅବହେଳା ଗ୍ରହଣୀୟ ନୁହେଁ।

ଏହି ଟ୍ୱିଟ୍ ଅନେକ ଟ୍ୱିଟର ବ୍ୟବହାରକାରୀଙ୍କୁ କ୍ରୋଧିତ କରିଛି। ଯେଉଁମାନେ ଟାଟା ସମୂହ ଦ୍ୱାରା ପରିଚାଳିତ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ଚରମ ଅବହେଳା ପାଇଁ ସମାଲୋଚନା କରିଛନ୍ତି। ଏୟାର ଇଣ୍ଡିଆ ପକ୍ଷରୁ ପ୍ରଦାନ କରାଯାଉଥିବା ସେବାକୁ ନେଇ ଟ୍ୱିଟର ୟୁଜର ପ୍ରଶ୍ନ ଉଠାଇଛନ୍ତି। ଏନେଇ ଜଣେ ୟୁଜର ଲେଖିଛନ୍ତି, ''ପ୍ରିୟ @ଟାଟା କମ୍ପାନୀ: JRD ଟାଟା ଥରେ ବିମାନ ଶିଳ୍ପ ପାଇଁ ମାନକ ସ୍ଥିର କରିଥିଲେ। ସରକାର ଏହାକୁ ଗ୍ରହଣ କରିବା ପୂର୍ବରୁ  #AirIndia ସଂସ୍ଥାକୁ ଏକ ସର୍ବଭାରତୀୟ ସମ୍ମାନିତ ବ୍ରାଣ୍ଡ ଭାବେ ନିର୍ମାଣ କରିଥିଲେ। ବର୍ତ୍ତମାନ ଏହାର ମାଲିକାନା ଆପଣଙ୍କ ପାଖକୁ ଫେରି ଆସିଛ। ହେଲେ ସେଠାରେ କୌଣସି କର୍ପୋରେଟ୍ ତଦାରଖ ହେଉନାହିଁ? ଆପଣ କିପରି #PeeGate ପରିଚାଳନା କରିବେ? ଆଉ ଏବେ ଏଭଳି ଘଟଣା ଘଟିଛି।  

ଅନ୍ୟ ଜଣେ ମନ୍ତବ୍ୟ ଦେଇଛନ୍ତି, ଭଗବାନ ଆଶୀର୍ବାଦ କରନ୍ତୁ। ଆପଣ ମଧ୍ୟ ଭଙ୍ଗା ଦାନ୍ତ ସହିତ ଶେଷ କରିଥାନ୍ତେ। ଏୟାର ଇଣ୍ଡିଆ ନିକଟ ଅତୀତରେ ସବୁଠାରୁ ଖରାପ କାର୍ଯ୍ୟ କରିଆସୁଛି। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେତେବେଳେ ଏୟାର ଇଣ୍ଡିଆ ବିମାନ ଶିଳ୍ପରେ ସର୍ବୋତ୍ତମ ଏୟାରଲାଇନ୍ସ ହେବାକୁ ପ୍ରତିଦ୍ୱନ୍ଦ୍ୱିତା କରୁଛି, ହେଲେ ସେତେବେଳେ ଜଣାପଡୁଛି ଯେ ଏୟାର ଇଣ୍ଡିଆ ଭାରତୀୟ ରେଳବାଇ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଏହା ଉପରେ ଜବାବ ରଖି ଏୟାର ଇଣ୍ଡିଆ ଟ୍ୱିଟ ସେହି ମହିଳା ଯାତ୍ରୀଙ୍କ ଉଦ୍ଦେଶ୍ୟରେ ଲେଖିଛି, ଏହି ଘଟଣା ସମ୍ବନ୍ଧରେ ଆମେ  ଆପଣଙ୍କ ଅଭିଯୋଗକୁ ଗ୍ରହଣ କରୁଛୁ। ଏହାକୁ ଆପଣ ଆମ ନୋଟିସକୁ ଆଣିଥିବାରୁ ଆମେ ଆପଣଙ୍କୁ ପ୍ରଶଂସା କରୁଛୁ।