ପ୍ରାୟ ସମଗ୍ର ମଣିପୁର ଘୋଷିତ ହେଲା ବିଶୃଙ୍ଖଳିତ ଅଞ୍ଚଳ, ୬ ମାସ ପର୍ଯ୍ୟନ୍ତ ବୃଦ୍ଧି ପାଇଲା AFSPA
Advertisement
Article Detail0/zeeodisha/odisha1890390

ପ୍ରାୟ ସମଗ୍ର ମଣିପୁର ଘୋଷିତ ହେଲା ବିଶୃଙ୍ଖଳିତ ଅଞ୍ଚଳ, ୬ ମାସ ପର୍ଯ୍ୟନ୍ତ ବୃଦ୍ଧି ପାଇଲା AFSPA

Manipur violence: ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ରାଜ୍ୟ ସରକାର ମଣିପୁର ପ୍ରାୟ ସମଗ୍ର ଅଞ୍ଚଳକୁ ୬ ମାସ ପାଇଁ ବିଶୃଙ୍ଖଳିତ ଅଞ୍ଚଳ ବୋଲି ଘୋଷଣା କରିଛନ୍ତି ।

 

Manipur violence (ସାଙ୍କେତିକ ଫଟୋ- ସୌ: ସୋସିଆଲ ମିଡିଆ)

Manipur violence: ମଣିପୁରରେ ହିଂସା ବନ୍ଦ ହେବାକୁ ନାମ ନେଉନାହିଁ । ବର୍ତ୍ତମାନ ବିରେନ ସରକାର ରାଜ୍ୟକୁ ଏକ ବିଶୃଙ୍ଖଳିତ ଅଞ୍ଚଳ ବୋଲି ଘୋଷଣା କରିଛନ୍ତି । ୧୯ ଟି ପୋଲିସ୍ ଷ୍ଟେସନ୍ ବ୍ୟତୀତ ସମଗ୍ର ମଣିପୁରକୁ ଏକ ବିଶୃଙ୍ଖଳିତ ଅଞ୍ଚଳ ବୋଲି ଘୋଷଣା କରାଯାଇଛି । ଅତ୍ୟଧିକ ଖରାପ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ନିକଟରେ ଦୁଇ ଛାତ୍ରଙ୍କ ମୃତ୍ୟୁ ପରେ ବିଶୃଙ୍ଖଳା ଆହୁରି ବୃଦ୍ଧି ପାଇଛି । ଲୋକମାନେ ରାଗିକି ଅଛନ୍ତି ଓ ହଜାର ହଜାର ଛାତ୍ର ଏହାକୁ ବିରୋଧ କରୁଛନ୍ତି । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ମଣିପୁର ସରକାର ୧ ଅକ୍ଟୋବରରୁ ଉପତ୍ୟକାର ୧୯ଟି ପୋଲିସ୍ ଷ୍ଟେସନ ବ୍ୟତୀତ ରାଜ୍ୟର ପାହାଡ଼ିଆ ଅଞ୍ଚଳରେ AFSPA କୁ ୬ ମାସ ବୃଦ୍ଧି କରିଛନ୍ତି ।

ଏହି ପୂରା ଘଟଣା ପରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି । କଂଗ୍ରେସ କହିଛି ଯେ ଜୁଲାଇରେ ନିଖୋଜ ହୋଇଯାଇଥିବା ଦୁଇ ଛାତ୍ରଙ୍କ ଜଘନ୍ୟ ହତ୍ୟା ସମଗ୍ର ଦେଶକୁ ଚକିତ କରିଛି । ମଣିପୁର ପ୍ରାୟ ୧୫୦ ଦିନ ଧରି ଜଳୁଛି, ହିଂସା ଘଟଣା କ୍ରମାଗତ ଭାବେ ସାମ୍ନାକୁ ଆସୁଛି । ଅଦ୍ୟାବଧି ରାଜ୍ୟରେ ଅନେକ ଲୋକ ପ୍ରାଣ ହରାଇଛନ୍ତି, ହଜାର ହଜାର ଲୋକ ଭୂମିହୀନ ହୋଇଯାଇଛନ୍ତି, ତଥାପି କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି ।

କଂଗ୍ରେସ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଛି ଯେ ମଣିପୁର ଜଳୁଛି କିନ୍ତୁ କ୍ଷମତାକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତିତ ଅଛନ୍ତି । ମଣିପୁର ଉପରେ ଧ୍ୟାନ ଦେବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି । ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ମଣିପୁରର ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଚିନ୍ତିତ ନୁହଁନ୍ତି । ରାଜ୍ୟରେ ବିରେନ ସରକାରଙ୍କୁ ବରଖାସ୍ତ କରିବାକୁ କଂଗ୍ରେସ ଦାବି କରିଛି ।

ଏହି ହତ୍ୟାକାଣ୍ଡରେ ହଜାର ହଜାର ଛାତ୍ର ବିରୋଧ କରିଛନ୍ତି
ରାଜଧାନୀ ଇମ୍ଫାଲରେ ହତ୍ୟା ବିରୋଧରେ ହଜାର ହଜାର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଦ୍ୱିତୀୟ ଦିନ ପାଇଁ ଜାରି ରହିଛି । ଏହି ଘଟଣାରେ ରାଗିଯାଇ ଛାତ୍ରମାନେ ଏକ ବିକ୍ଷୋଭ ପ୍ରଦର୍ଶନ କରି ସ୍ଲୋଗାନ ଦେଇଥିଲେ । ଛାତ୍ରମାନେ କହିଛନ୍ତି ଯେ ସେମାନଙ୍କ ସହପାଠୀ ଛାତ୍ରଙ୍କୁ ଅପହରଣ ଓ ହତ୍ୟା ବିରୋଧରେ କଳା ବ୍ୟାଜ ପିନ୍ଧି ସେମାନେ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରୁଛନ୍ତି ।

ସିବିଆଇ ତଦନ୍ତରେ ବିଳମ୍ବ ଯୋଗୁଁ ରାଗି ଯାଇଛନ୍ତି ମହିଳା 
ଅନ୍ୟପକ୍ଷରେ, କୁକି ସମ୍ପ୍ରଦାୟର ଏକ ସଂଗଠନ ଅନୁସୂଚିତ ଜନଜାତି ଆଦିବାସୀ ନେତା ଫୋରମ୍ (ଆଇଟିଏଲଏଫ୍) ର ମହିଳା ୱିଙ୍ଗ ଚୁରାଚାନ୍ଦପୁରରେ ପ୍ରଦର୍ଶନ କରି ଆଦିବାସୀଙ୍କୁ ହତ୍ୟା ଓ ବଳାତ୍କାର ମାମଲାରେ ସିବିଆଇ ତଦନ୍ତରେ ବିଳମ୍ବ କରିଥିଲା । ମହିଳା ୱିଙ୍ଗର ସଂଯୋଜକ କହିଛନ୍ତି ଯେ ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ ନିର୍ଦ୍ଦେଶ ସତ୍ତ୍ୱେ କୁକି ସମ୍ପ୍ରଦାୟର ଲୋକଙ୍କ ହତ୍ୟା ଓ ବଳାତ୍କାର ଘଟଣାର ତଦନ୍ତ ଆରମ୍ଭ ହୋଇନାହିଁ ।

ପ୍ରତ୍ୟେକ କୋଣ ଅନୁକୋଣରେ ନିୟୋଜିତ ଅଛନ୍ତି ପୋଲିସ 
ଏହି ସମୟରେ ହିଂସା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ମଣିପୁର ପୋଲିସ, CRPF ଓ RAF କର୍ମଚାରୀଙ୍କୁ ଇମ୍ଫାଲରେ ନିୟୋଜିତ କରାଯାଇଛି । ଅଧିକାରୀଙ୍କ କହିବାନୁସାରେ, ପୋଲିସ ପରିସ୍ଥିତି ଉପରେ ନଜର ରଖିଛି ଓ ପ୍ରତ୍ୟେକ ପ୍ରକାରର କୋଣ ଅନୁକୋଣ ଉପରେ ନଜର ରଖାଯାଇଛି ଯାହାଦ୍ୱାରା କୌଣସି ପ୍ରକାର ହିଂସାକୁ ରୋକାଯାଇପାରିବ ।

ଏହା ବି ପଢ଼ନ୍ତୁ: Canadian Citizenship: ବିଗତ ପାଞ୍ଚ ବର୍ଷ ମଧ୍ୟରେ କେତେ ଲକ୍ଷ ଭାରତୀୟମାନେ ନେଇଛିନ୍ତି କାନାଡାର ନାଗରିକତା?