Accident news odia: ଭୟଙ୍କର ସଡ଼କ ଦୁର୍ଘଟଣାରେ ୨ ଶିଶୁ ମୃତ, ମାଆ ଆଗରେ ଚାଲିଗଲା ପୁଅ, ଝିଅ ଓ ଭାଇର ଜୀବନ
Advertisement
Article Detail0/zeeodisha/odisha1737045

Accident news odia: ଭୟଙ୍କର ସଡ଼କ ଦୁର୍ଘଟଣାରେ ୨ ଶିଶୁ ମୃତ, ମାଆ ଆଗରେ ଚାଲିଗଲା ପୁଅ, ଝିଅ ଓ ଭାଇର ଜୀବନ

Accident news odia: ବଲାଙ୍ଗୀରେ ପହଁଞ୍ଚିବାକୁ ଆଉ  ମାତ୍ର ୩ କିଲୋମିଟର ରହିଥିବା ବେଳେ ଜାତୀୟ ରାଜପଥ-୨୬ ସ୍ଥିତ ଛୁଇଁବନ୍ଧ ଛକ ନିକଟରେ କାରଟି ଦୁତ୍ର ଗତିରେ ଆସି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା ।

ସୌ(ସୋସିଆଲ ମିଡିଆ)

Accident news odia: ସାରା ରାଜ୍ୟ ପହଲି ରଜକୁ ନେଇ ଉତ୍ସବ ମୁଖର ରହିଥିବା ବେଳେ ବଲାଙ୍ଗୀରେ ଘଟିଛି ଏକ ଛାତିଥରା ସଡ଼କ ଦୁର୍ଘଟଣା (Balangir accident)। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ (Accident) ୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ହାଇୱା ଟ୍ରକକୁ କାରଟି ପଛ ପଟୁ ଧକ୍କା ଦେବାରୁ ଅକାଳରେ ଚାଲି ଯାଇଛି ଗୋଟିଏ ପରିବାରର ୫ ସଦସ୍ୟଙ୍କ ଜୀବନ । ଏଥିରେ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।ସୂଚନା ଅନୁସାରେ, ବଲାଙ୍ଗୀର ସହର ରାମଜୀପଡ଼ାର ଆୟୁର୍ବେଦିକ ଚିକିତ୍ସକ ଡ଼ଃ. ଜୟନ୍ତ ପ୍ରକାଶ ନାଏକଙ୍କ ପୁଅ ଅମନ ଓରଫ ଆତ୍ମଜ ନାଏକ ଆଗଲପୁର ଡୁଡୁକାରେ ଆୟୋଜିତ ଜଣେ ସଂପର୍କୀୟଙ୍କ ବିବାହ ଭୋଜିରେ ଯୋଗ ଦେବା ଲାଗି ନିଜ ପରିବାର ଓ ସଂପର୍କୀୟଙ୍କ ସହ ଡୁଡୁକା ଯାଇଥିଲେ । ସେଠାରେ ବିବାହ ଭୋଜି ଖାଇ ରାତି ପ୍ରାୟ ସାଢେ ୧୦ଟା ବେଳେ ବଲାଙ୍ଗୀରେ ଅଭିମୁଖେ ବାହାରିଥିଲେ । ବଲାଙ୍ଗୀରେ ପହଁଞ୍ଚିବାକୁ ଆଉ  ମାତ୍ର ୩ କିଲୋମିଟର ରହିଥିବା ବେଳେ ଜାତୀୟ ରାଜପଥ-୨୬ ସ୍ଥିତ ଛୁଇଁବନ୍ଧ ଛକ ନିକଟରେ କାରଟି ଦୁତ୍ର ଗତିରେ ଆସି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଧକ୍କା (Car Truck accident) ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡ଼ି ଭିତରେ ବସିଥିବା କିଛି ଲୋକେ ବାହାରକୁ ଛିଟିକି ପଡ଼ିଥିବା ବେଳେ ଆଉ କିଛି ଲୋକେ ଗାଡ଼ି ଭିତରେ ଫସି ରହିଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉଦ୍ଧାର କରିବା ନେଇ ଆଗେଇ ଆସିଥିଲେ । ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କର ମେଡ଼ିକାଲରେ ମୃତ୍ୟୁ ହୋଇଥିଲା । ମୃତକ ମାନେ ହେଲେ ଆତ୍ମଜ ନାଏକ(୨୫) ଆତ୍ମଜଙ୍କ ଭଉଣୀ ଇପସିତା ସାଏ (୨୭) ଇପସ୍ପିତାଙ୍କ ଝିଅ( ୬), ଆତ୍ମଜ ନାଏକ ମାମୁଁ ଦୀପ୍ତି ରଞ୍ଜନ ସାଏ ( ୩୫),  ଦୀପ୍ତି ରଞ୍ଜନ ଝିଅ ( ୬)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଆତ୍ମଜ ନାଏକମଙ୍କ ମାଆ ଆରତୀ ନାଏକ ( ୪୭) ଓ ଦୀପ୍ତି ରଞ୍ଜନ ପତ୍ନୀ ରଶ୍ମିତା ସାଏ (୨୯)ଙ୍କୁ ଗୁରୁତର ଅବସ୍ଥାରେ (Severely Injured) ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।  ଖବର ପାଇଁ ବଲଙ୍ଗୀର ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତାହାତଙ୍କୁ ବଲାଙ୍ଗୀରେ ମେଡ଼ିକାଲ ଆଣିଥିଲା । ସେଠାରୁ ଗୁରୁତର ଥିବା ୨ ଜଣଙ୍କୁ ବୁର୍ଲା ବଡ଼ ମେଡିକାଲରେ (Burla Medical)  ସ୍ଥାନାନ୍ତର କରାଯାଇଥିଲା । ଅନ୍ୟପଟେ ୫ ଜଣଙ୍କ ମୃତଦେହକୁ ବାଲାଙ୍ଗୀର ଡ଼ାକ୍ତରଖାନାରେ ରଖାଯାଇଛି । ଆଜି ଶବ ବ୍ୟବଚ୍ଛେଦ କରାଯିବା ନେଇ ସୂଚନା ରହିଛି । ଏହି ଖବର ପ୍ରସାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକ ଛାୟା ଖେଳିଯାଇଛି ।  

Also Read-Koraput News: ରାସନ୍ କାର୍ଡ ଏବଂ ଭତ୍ତା ପାଇଁ ଗୁରୁଣ୍ଡୁଛନ୍ତି ଦିବ୍ୟାଙ୍ଗ; କେବେ ପଶିବ ରାଜ୍ୟ ସରକାରଙ୍କ ଚେତା?

ପ୍ରକାଶ ଥାଉ କି, ମଙ୍ଗଳବାର ଦିନ ନାଇଜେରିଆରେ (Nigeria) ଏକ ଡଙ୍ଗା ବୁଡ଼ି (Boat Tragedy) ଯାଇଥିବା ସୂଚନା ମିଳିଛି। ଉତ୍ତର ନାଇଜେରିଆରେ ଏକ ବିବାହ ସମାରୋହରୁ କିଛି ଲୋକଙ୍କୁ ନେଇ ଫେରୁଥିବା ଏହି ଡଙ୍ଗା ନଦୀ ମଝିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଏନଆଇ ପକ୍ଷରୁ ସୂଚନା ମିଳିଥିବା ସୂଚନା ଅନୁଯାୟୀ ଏହି ଦୁର୍ଘଟଣାରେ ପ୍ରାୟ ୧୦୦ ଲୋକଙ୍କ ମୃତ୍ୟୁ ଘଟିଛି। ତେବେ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସ୍ଥାନୀୟ ଲୋକ ଓ ପୋଲିସ ଏଥିରେ ନିୟୋଜିତ ରହିଛନ୍ତି । ପୋଲିସର ମୁଖପାତ୍ର ଓକାସାନମି ଅଜୟ କହିଛନ୍ତି ଯେ, ‘ପଡୋଶୀ ନାଇଜର ନିକଟ କୁୱାରା ରାଜ୍ୟ ନାଇଜର ନଦୀରେ ଏକ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ ୧୦୦ ଜଣ ପ୍ରାଣ ହରାଇଥିବା ବେଳେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅଶଙ୍କା କରାଯାଉଛି’।