7th Pay Commission: କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଗୋଟିଏ ନୁହେଁ ବରଂ ମିଳିବାକୁ ଯାଉଛି ଦୁଇ-ଦୁଇଟି ବଡ଼ ଉପହାର!
Advertisement

7th Pay Commission: କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଗୋଟିଏ ନୁହେଁ ବରଂ ମିଳିବାକୁ ଯାଉଛି ଦୁଇ-ଦୁଇଟି ବଡ଼ ଉପହାର!

7th Pay Commission Updates: ଯଦି ସବୁକିଛି ଠିକ ରୁହେ, ତେବେ ଆଗାମୀ କିଛି ଦିନ ମଧ୍ୟରେ କେନ୍ଦ୍ର ସରକାର ଏହାର କର୍ମଚାରୀମାନଙ୍କୁ ଦୁଇଟି ବଡ଼ ଉପହାର ଦେଇପାରନ୍ତି ।

ସୌ: ସୋସିଆଲ ମିଡିଆ

7th Pay Commission Updates: DA Hike, କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଅଛି । ଯଦି ସବୁକିଛି ଠିକ ଅଛି, ତେବେ ଜୁଲାଇରେ ସେମାନେ ଏକାଠି ଦୁଇଟି ଉପହାର ପାଇପାରିବେ । ଜୁଲାଇରେ ପ୍ରଥମ ଉପହାର ମହଙ୍ଗା ଭତ୍ତାର ବୃଦ୍ଧି (DA Hike) ଓ ଦ୍ୱିତୀୟଟି ଫିଟମେଣ୍ଟ ଫ୍ୟାକ୍ଟରର ବୃଦ୍ଧି (Fitment Factor Increase) ହୋଇପାରେ । କେନ୍ଦ୍ରୀୟ କର୍ମଚାରୀଙ୍କ (Central Government Employees) ଚାହିଦାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଜୁଲାଇରେ ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି ଘୋଷଣା କରିପାରନ୍ତି । ଉଲ୍ଲେଖନୀୟ ବିଷୟ ହେଉଛି, କେନ୍ଦ୍ରୀୟ କର୍ମଚାରୀମାନେ ଦୀର୍ଘ ଦିନ ଧରି ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି କରିବାକୁ ଦାବି କରିଆସୁଛନ୍ତି । ବାସ୍ତବରେ, ଫିଟମେଣ୍ଟ ଫ୍ୟାକ୍ଟର୍ ଅନ୍ତର୍ଗତ ବେସିକ ସାଲାରି ବୃଦ୍ଧି ପାଇଥାଏ ।

ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି ପାଇଁ ଦାବି 
ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀଙ୍କୁ (7th Pay Commission) ୨.୫୭ ପ୍ରତିଶତ ହାରରେ ଫିଟମେଣ୍ଟ ଫ୍ୟାକ୍ଟର୍ ଦିଆଯାଉଛି । ଏହାକୁ ୩.୬୮ ଗୁଣକୁ ବୃଦ୍ଧି କରିବାର ଦାବି ହେଉଛି । ୨.୫୭ ରୁ ୩.୬୮ ପର୍ଯ୍ୟନ୍ତ ଫିଟମେଣ୍ଟ ଫ୍ୟାକ୍ଟରର (Fitment Factor) ବୃଦ୍ଧି ହେଲେ ସର୍ବନିମ୍ନ ବେସିକ ସାଲାରି ୧୮,୦୦୦ ରୁ ୨୬,୦୦୦ ଟଙ୍କାକୁ ବୃଦ୍ଧି ପାଇବ । ଯଦି କେନ୍ଦ୍ର ସରକାର ଏହି ଦାବି ମାନି ନିଅନ୍ତି , ତେବେ କେନ୍ଦ୍ରୀୟ କର୍ମଚାରୀଙ୍କ ସର୍ବନିମ୍ନ ବେତନରେ ଅନେକ ବୃଦ୍ଧି ଘଟିବ ।

ସର୍ବନିମ୍ନ ବେସିକ ସାଲାରି ୨.୫୭ ରୁ ୩.୬୮ କୁ ବୃଦ୍ଧି କରିବାକୁ ଦାବି 
ଉଲ୍ଲେଖନୀୟ କଥା ହେଉଛି, ଶେଷ ଥର ପାଇଁ ୨୦୧୬ ମସିହାରେ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି କରାଯାଇଥିଲା । ସେହି ବର୍ଷ ସପ୍ତମ ବେତନ ଆୟୋଗ ମଧ୍ୟ କାର୍ଯ୍ୟକାରୀ କରାଯାଇଥିଲା । ସେହି ସମୟରେ କର୍ମଚାରୀଙ୍କ ସର୍ବନିମ୍ନ ଦରମା ୬୦୦୦ ରୁ ୧୮,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କର ଯାଇଥିଲା । ଯେତେବେଳେ ଉଚ୍ଚତମ ସ୍ତର ୯୦,୦୦୦ ରୁ ୨.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ ସରକାର ପୁଣିଥରେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ବୃଦ୍ଧି କରିପାରିନ୍ତି ।

ସର୍ବନିମ୍ନ ବେସିକ ସାଲାରି ୧୮୦୦୦ ରୁ ୨୬୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ଦାବି
ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଫିଟମେଣ୍ଟ ଫ୍ୟାକ୍ଟର୍ ବେସିକ ସାଲାରି ନିର୍ଣ୍ଣୟ କରେ । ଏଥର ଯଦି ଫିଟମେଣ୍ଟ ଫ୍ୟାକ୍ଟରରେ ସମ୍ଭାବ୍ୟ ବୃଦ୍ଧି ହୁଏ, ତେବେ ସର୍ବନିମ୍ନ ବେସିକ ସାଲାରି ୧୮୦୦୦ ରୁ ୨୬୦୦୦ ଟଙ୍କାକୁ ବୃଦ୍ଧି ପାଇବ ।

ଏହା ବି ପଢନ୍ତୁ: Gopalganj: ୫ ହଜାରେ ବାଇକ୍, ୧୦ ହଜାରରେ କାର୍, ଏହି ଜିଲ୍ଲାରେ କବାଡି ଦରରେ ମିଳୁଛି ଗାଡି

ଏହା ବି ପଢନ୍ତୁ: Rs 2000 Note Withdrawn: ଏହି ୬ଟି କାରଣ ପାଇଁ ବନ୍ଦ ହୋଇଗଲା ୨୦୦୦ ଟଙ୍କିଆ ନୋଟ୍

ଏହା ବି ପଢନ୍ତୁ: World's Most Educated Man: ଆପଣ ଜାଣନ୍ତି କି ଦୁନିଆର ସବୁଠାରୁ ଶିକ୍ଷିତ ବ୍ୟକ୍ତି କିଏ? ଆମେରିକା କି ଜାପାନ ନୁହେଁ, ଏହି ଦେଶର ହେଉଛନ୍ତି ସେ ନାଗରିକ