ମହଙ୍ଗା ଭତ୍ତା ବୃଦ୍ଧି ହେବା ପରେ କେନ୍ଦ୍ର କର୍ମଚାରୀଙ୍କୁ ମିଳିଲା ଆଉ ଏକ ଖୁସି ଖବର; ବଢ଼ିବ HRA, ଏହି ଦିନ ଆକାଉଣ୍ଟକୁ ଆସିବ ଟଙ୍କା!
Advertisement

ମହଙ୍ଗା ଭତ୍ତା ବୃଦ୍ଧି ହେବା ପରେ କେନ୍ଦ୍ର କର୍ମଚାରୀଙ୍କୁ ମିଳିଲା ଆଉ ଏକ ଖୁସି ଖବର; ବଢ଼ିବ HRA, ଏହି ଦିନ ଆକାଉଣ୍ଟକୁ ଆସିବ ଟଙ୍କା!

HRA Hike: ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଏହା ଜାନୁଆରୀ ଓ ଜୁଲାଇରେ କାର୍ଯ୍ୟକାରୀ ହୋଇଥାଏ । ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହୋଇଥାଏ । ଯେପରି ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଛି । ସେହିଭଳି ଜୁଲାଇ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବରରେ ନିଆଯାଇଥାଏ । 

ମହଙ୍ଗା ଭତ୍ତା ବୃଦ୍ଧି ହେବା ପରେ କେନ୍ଦ୍ର କର୍ମଚାରୀଙ୍କୁ ମିଳିଲା ଆଉ ଏକ ଖୁସି ଖବର; ବଢ଼ିବ HRA, ଏହି ଦିନ ଆକାଉଣ୍ଟକୁ ଆସିବ ଟଙ୍କା!

7th Pay Commission HRA Hike: କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଙ୍କ ପାଇଁ ଏକ ବଡ଼ ଖବର ଅଛି । ବିଗତ ଦିନରେ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି ହେବା ପରେ ବର୍ତ୍ତମାନ କର୍ମଚାରୀଙ୍କ ହାଉସ ରେଣ୍ଟ ଆଲାଉନ୍ସ ବା HRA ମଧ୍ୟ ବୃଦ୍ଧି ହେବାକୁ ଯାଉଛି । ନିକଟ ଅତୀତରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବୃଦ୍ଧି (DA Hike) କରିଛନ୍ତି, ଯାହା ପରେ କର୍ମଚାରୀମାନେ ୪୨ ପ୍ରତିଶତ ହାରରେ ଡିଏ (DA) ପାଇବେ । ମହଙ୍ଗା ଭତ୍ତା ବୃଦ୍ଧି କରିବା ପରେ ସରକାର ଘର ଭଡ଼ା ଭତ୍ତା (House Rent Allowance) ମଧ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି । କେନ୍ଦ୍ରର ମୋଦି ସରକାର ଖୁବ ଶୀଘ୍ର HRA ବିଷୟରେ ଘୋଷଣା କରିବେ ।

ମୋଦି ସରକାର (Modi Govt) ମଧ୍ୟ ଖୁବ୍ ଶୀଘ୍ର ଘର ଭଡ଼ା ଭତ୍ତା ( HRA) ବୃଦ୍ଧି କରିପାରନ୍ତି । ଏଥିପାଇଁ କେନ୍ଦ୍ର ସରକାର ପୂର୍ବରୁ ଏକ ବିଜ୍ଞପ୍ତି ଜାରି କରିସାରିଛନ୍ତି । ଏଠାରେ କହି ରଖୁଛୁ ଯେ, ୨୦୨୩-୨୪ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସରକାର HRA ବୃଦ୍ଧି କରିପାରନ୍ତି । ଯଦି ମହଙ୍ଗା ଭତ୍ତା ୫୦ ପ୍ରତିଶତ ସ୍ତରରେ ପହଞ୍ଚେ, ତେବେ ସେହି କ୍ଷେତ୍ରରେ ସରକାର ଘର ଭଡ଼ା ଭତ୍ତା (House Rent Allowance) କୁ ସଂଶୋଧନ କରିପାରିବେ । ବର୍ତ୍ତମାନ ସମୟରେ କେନ୍ଦ୍ର କର୍ମଚାରୀଙ୍କ ଦ୍ୱାରା ପ୍ରାପ୍ତ ମହଙ୍ଗା ଭତ୍ତା (DA) ୪୨ ପ୍ରତିଶତ ହୋଇଛି । ଆପଣଙ୍କୁ କହି ରଖୁଛୁ ଯେ, ଜୁଲାଇ ୨୦୨୧ରେ ଯେତେବେଳେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୫ ପ୍ରତିଶତ ଅତିକ୍ରମ କରିଥିଲା, ତା’ପରେ ସରକାର HRA ସଂଶୋଧନ କରିଥିଲେ, ଯାହା ପରେ କର୍ମଚାରୀଙ୍କ ବେତନରେ ବୃଦ୍ଧି ଘଟିଥିଲା । 

ବର୍ତ୍ତମାନ ଯେତେବେଳେ ମହଙ୍ଗା ଭତ୍ତା (Dearness Allowance) ୫୦ ପ୍ରତିଶତରେ ପହଞ୍ଚିବ, ସେତେବେଳେ ସରକାର ପୁଣି ଥରେ HRA ସଂଶୋଧନ କରିପାରନ୍ତି । ଆପଣଙ୍କୁ ଏଠାରେ ଜଣାଇ ରଖୁଛୁ ଯେ, ଏଥର ସରକାର ଘର ଭଡା ଭତ୍ତା (House Rent Allowance) ୩ ପ୍ରତିଶତ ବୃଦ୍ଧି କରିବେ । ବର୍ତ୍ତମାନ କର୍ମଚାରୀମାନେ ୨୭ ପ୍ରତିଶତ ହାରରେ HRA ପାଉଛନ୍ତି । ଅର୍ଥାତ୍ ଏହା ୩୦ ପ୍ରତିଶତକୁ ବୃଦ୍ଧି ପାଇବ । ସରକାରଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଏହା (HRA) ୩୦ ପ୍ରତିଶତ ହେବ ଯେତେବେଳେ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ୫୦ ପ୍ରତିଶତକୁ ବୃଦ୍ଧି ପାଇବ ।

ଅଧିକ ପଢ଼ନ୍ତୁ:-ଭୀଷଣ ସଡ଼କ ଦୁର୍ଘଟଣା; କଂଗ୍ରେସ ବିଧାୟକଙ୍କ ପୁଅଙ୍କ ନିଧନ

ଅଧିକ ପଢ଼ନ୍ତୁ:-ପୁରୁଷ-ମହିଳାଙ୍କୁ ଏହି ୫ଟି କଥା ସର୍ବଦା ଗୁପ୍ତ ରଖିବା ଆବଶ୍ୟକ

ଅଧିକ ପଢ଼ନ୍ତୁ:-ଆଇପିଏଲ ଖେଳିବେ ଜସପ୍ରୀତ ବୁମ୍ରା! ସର୍ଜରୀ ପରେ ପ୍ରଥମ ଥର ପାଇଁ ମୁମ୍ବାଇ କ୍ୟାମ୍ପରେ ଆସିଲେ ନଜର

ଶ୍ରମ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ରାହକ ମୂଲ୍ୟ ସୂଚକାଙ୍କ (CPI-IW) ଆଧାରରେ ଡିଏ ଗଣନା କରାଯାଏ । ଦେଶରେ ମୁଦ୍ରାସ୍ଫୀତି କିପରି ବୃଦ୍ଧି ପାଉଛି? ସେହି ଅନୁଯାୟୀ, କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଥାଏ । ବର୍ତ୍ତମାନ ଜାନୁୟାରୀ ମାସରେ ସରକାର ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ, ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଏହା ଜାନୁଆରୀ ଓ ଜୁଲାଇରେ କାର୍ଯ୍ୟକାରୀ ହୋଇଥାଏ । ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହୋଇଥାଏ । ଯେପରି ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଛି । ସେହିଭଳି ଜୁଲାଇ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବରରେ ନିଆଯାଇଥାଏ ।