DA Hike: ଖୁସି ଖବର; ଜୁଲାଇରେ କେନ୍ଦ୍ର କର୍ମଚାରୀଙ୍କ ଦରମାରେ ହେବ ବମ୍ପର ବୃଦ୍ଧି, ସମୟ ପୂର୍ବରୁ ହେଲା ବଡ଼ ଖୁଲାସା!
Advertisement

DA Hike: ଖୁସି ଖବର; ଜୁଲାଇରେ କେନ୍ଦ୍ର କର୍ମଚାରୀଙ୍କ ଦରମାରେ ହେବ ବମ୍ପର ବୃଦ୍ଧି, ସମୟ ପୂର୍ବରୁ ହେଲା ବଡ଼ ଖୁଲାସା!

DA Hike: ଜାନୁଆରୀ ପାଇଁ ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସୂତ୍ରରୁ ସୂଚନା ମିଳିଛି । ବର୍ତ୍ତମାନ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ୩୮ ପ୍ରତିଶତ ଦରରେ ମହଙ୍ଗା ଭତ୍ତା ମିଳୁଛି । ଖୁବ୍ ଶୀଘ୍ର ଏହା ୪୨ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହାଦ୍ୱାରା ୬୫ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୪୮ ଲକ୍ଷ ପେନସନଭୋଗୀ ଉପକୃତ ହେବେ । ଏହା ପରେ ଜୁଲାଇ ୧, ୨୦୨୩ରେ ପୁଣି କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା DA ରେ ବୃଦ୍ଧି ଘଟିବ ।

DA Hike: ଖୁସି ଖବର; ଜୁଲାଇରେ କେନ୍ଦ୍ର କର୍ମଚାରୀଙ୍କ ଦରମାରେ ହେବ ବମ୍ପର ବୃଦ୍ଧି, ସମୟ ପୂର୍ବରୁ ହେଲା ବଡ଼ ଖୁଲାସା!

7th Pay Commission DA Hike: କେନ୍ଦ୍ରର ମୋଦି ସରକାର (Modi Govt) ଏପର୍ଯ୍ୟନ୍ତ ଜାନୁୟାରୀ ୨୦୨୩ ପାଇଁ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି ଘୋଷଣା କରିନାହାଁନ୍ତି । ତେବେ ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି (DA Hike) କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସୂତ୍ରରୁ ସୂଚନା ମିଳିଛି । ବର୍ତ୍ତମାନ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ (Central Government Employees) ୩୮ ପ୍ରତିଶତ ଦରରେ ମହଙ୍ଗା ଭତ୍ତା ମିଳୁଛି । ଖୁବ୍ ଶୀଘ୍ର ଏହା ୪୨ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହାଦ୍ୱାରା ୬୫ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୪୮ ଲକ୍ଷ ପେନସନଭୋଗୀ ଉପକୃତ ହେବେ । ଏହା ପରେ ଜୁଲାଇ ୧, ୨୦୨୩ରେ ପୁଣି କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା DA ରେ ବୃଦ୍ଧି ଘଟିବ ।

ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ AICPI ସୂଚକାଙ୍କ (AICPI Index) ଆକଳନ ଆଧାରରେ ଏହି ବୃଦ୍ଧି କରାଯାଇଛି । ଡିସେମ୍ବରରେ ହ୍ରାସ ପରେ ଜାନୁଆରୀ ପାଇଁ ଏହି ସଂଖ୍ୟା ପୁଣି ବୃଦ୍ଧି ପାଇଛି । ଏହି ଆକଳନକୁ ଦେଖିବା ପରେ ଲାଗୁଛି ଯେ ଆସନ୍ତା ଜୁଲାଇରେ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି (DA Hike) ଘଟିବ । ବାସ୍ତବରେ, ଜାନୁୟାରୀରୁ ଜୁନ୍ ପର୍ଯ୍ୟନ୍ତ AICPI ସୂଚକାଙ୍କ ଆଧାରରେ ଜୁଲାଇରେ DA ରେ ବୃଦ୍ଧି ଘଟିବ । ଜୁଲାଇ ପାଇଁ ଡିଏ ବୃଦ୍ଧି ପ୍ରାୟତଃ ସେପ୍ଟେମ୍ବରରେ କେନ୍ଦ୍ର ସରକାର (Central Government) ଘୋଷଣା କରନ୍ତି ।

ଡିସେମ୍ବର ୨୦୨୨ AICPI ସୂଚକାଙ୍କ ୧୩୨.୩ ପଏଣ୍ଟରେ ଥିଲା । ବିଗତ ଦିନରେ ପ୍ରକାଶିତ ଜାନୁଆରୀ ୨୦୨୩ର ଆକଳନ ୧୩୨.୮ ପଏଣ୍ଟରେ ପହଞ୍ଚିଛି । AICPI ଆଗାମୀ ସମୟରେ ଏହା ଉପରେ ଯାଇପାରେ । ଏଭଳି ପରିସ୍ଥିତିରେ ଜୁଲାଇ ୧ରୁ ଲାଗୁ ହେବାକୁ ଯାଉଥିବା ଡିଏର ବୃଦ୍ଧି ୪ ପ୍ରତିଶତ ହେବ ବୋଲି ଆଶା କରାଯାଉଛି । ଜାନୁଆରୀ ପରେ ଆସୁଥିବା AICPI ସୂଚକାଙ୍କ ଆଧାରରେ ଜୁଲାଇ ପାଇଁ ଡିଏ ଘୋଷଣା କରାଯିବ ।

ଅଧିକ ପଢ଼ନ୍ତୁ:-ସବୁଠୁ ମହଙ୍ଗା ଓ ଅଜବ ଚାକରାଣୀ; ଗୋଟିଏ ଦିନ ପାଇଁ ନିଅନ୍ତି ୧.୮ ଲକ୍ଷ ଟଙ୍କା, ନିବସ୍ତ୍ର ହୋଇ କରନ୍ତି ଘର କାମ

ଅଧିକ ପଢ଼ନ୍ତୁ:-ଖୁସି ଖବର: ୫୦୦ ଟଙ୍କା ଶସ୍ତାରେ ମିଳୁଛି ଗ୍ୟାସ ସିଲିଣ୍ଡର! ଶୀଘ୍ର କରନ୍ତୁ

ଅଧିକ ପଢ଼ନ୍ତୁ:-ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ମଝିରେ ହଠାତ୍ ବଦଳିଗଲେ ଦଳର ଅଧିନାୟକ, ଏହି ଖେଳାଳିଙ୍କୁ ମିଳିଲା କମାଣ!

 

ଆପଣଙ୍କୁ କହି ରଖୁଛୁ ଯେ, ସପ୍ତମ ବେତନ ଆୟୋଗ (7th Pay Commission) ଅଧୀନରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବର୍ଷକୁ ଦୁଇଥର ବୃଦ୍ଧି ପାଇଥାଏ । ବର୍ତ୍ତମାନ ଜାନୁଆରୀ ୨୦୨୩ର DA ଘୋଷଣା କରାଯିବ । ଏହା ପରେ ଜୁଲାଇ ୨୦୨୩ର DA ଘୋଷଣା କରାଯିବ । AICPI ସୂଚକାଙ୍କ ଆଧାରରେ ଏହା ସ୍ଥିର ହୋଇଛି ଯେ ମହଙ୍ଗା ଭତ୍ତାର ବୃଦ୍ଧି କେତେ ହେବ? ପ୍ରତ୍ୟେକ ମାସର ଶେଷ କାର୍ଯ୍ୟ ଦିବସରେ ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ (All India Consumer Price Index-AICPI) ର ଆକଳନ ପ୍ରକାଶ ପାଇଥାଏ । ଏହି ସୂଚକାଙ୍କ ୮୮ କେନ୍ଦ୍ର ଓ ସମଗ୍ର ଦେଶ ପାଇଁ ପ୍ରସ୍ତୁତ କରାଯାଇଛି ।