DA Hike: ହୋଲି ପରେ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଡବଲ ଖୁସି ଖବର! ଆକାଉଣ୍ଟକୁ ଆସିବ ମୋଟା ଅଙ୍କର ଟଙ୍କା
Advertisement

DA Hike: ହୋଲି ପରେ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଡବଲ ଖୁସି ଖବର! ଆକାଉଣ୍ଟକୁ ଆସିବ ମୋଟା ଅଙ୍କର ଟଙ୍କା

DA Hike: ଏଥର ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି ହୋଇପାରେ । ବର୍ତ୍ତମାନ କେନ୍ଦ୍ର କର୍ମଚାରୀମାନେ ୩୮ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି । ଯଦି ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ହୁଏ ତେବେ ଏହା ୪୨ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ମାତ୍ର କର୍ମଚାରୀମାନଙ୍କୁ ଏହାର ଲାଭ ମାର୍ଚ୍ଚ ମାସର ଦରମାରେ ମିଳିବ ।

DA Hike: ହୋଲି ପରେ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଡବଲ ଖୁସି ଖବର! ଆକାଉଣ୍ଟକୁ ଆସିବ ମୋଟା ଅଙ୍କର ଟଙ୍କା

7th Pay Commission, DA Hike: ପ୍ରାୟ ୬୨ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଓ ୪୮ ଲକ୍ଷ ପେନସନଭୋଗୀ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫକୁ ଅପେକ୍ଷା କରିବସିଛନ୍ତି । ହୋଲି ପୂର୍ବରୁ ମାର୍ଚ୍ଚ ପ୍ରଥମ ସପ୍ତାହରେ ହେବାକୁ ଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି । ଏଥର ମହଙ୍ଗା ଭତ୍ତା (Dearness Allowance) ୪ ପ୍ରତିଶତ ବୃଦ୍ଧି ହୋଇପାରେ । ବର୍ତ୍ତମାନ କେନ୍ଦ୍ର କର୍ମଚାରୀମାନେ ୩୮ ପ୍ରତିଶତ ମହଙ୍ଗା ଭତ୍ତା ପାଉଛନ୍ତି । ଯଦି ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି (DA Hike) ହୁଏ ତେବେ ଏହା ୪୨ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ମାତ୍ର କର୍ମଚାରୀମାନଙ୍କୁ ଏହାର ଲାଭ ମାର୍ଚ୍ଚ ମାସର ଦରମାରେ ମିଳିବ ।

ବର୍ଦ୍ଧିତ ମହଙ୍ଗା ଭତ୍ତା (DA) ଜାନୁଆରୀ ୨୦୨୩ରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ପ୍ରଦାନ କରାଯିବ । ଅର୍ଥାତ୍ ଜାନୁଆରୀ ଓ ଫେବୃଆରୀର ବକେୟା ପ୍ରଦାନ କରାଯିବ । ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ବର୍ଷକୁ ଦୁଇଥର ବୃଦ୍ଧି (DA Hike) କରାଯାଏ । ଏହି ବୃଦ୍ଧିତ ଦର ଜାନୁଆରୀ ଓ ଜୁଲାଇରେ ଲାଗୁ ହୋଇଥାଏ । ଡିସେମ୍ବରରେ AICPI ସୂଚକାଙ୍କ ୧୩୨.୩ ପଏଣ୍ଟକୁ ରହିଛି । ସରକାରଙ୍କ ତରଫରୁ ମହଙ୍ଗା ଭତ୍ତା ୪ ପ୍ରତିଶତ ବଢ଼ାଇଲେ ୧୮୦୦୦ ଟଙ୍କା ବେସିକ୍ ଦରମା ଉପରେ ୭,୫୬୦ ଟଙ୍କାର ମହଙ୍ଗା ଭତ୍ତା ମିଳିବ ।

ବର୍ତ୍ତମାନ ସୁଦ୍ଧା ୩୮ ପ୍ରତିଶତ ଅନୁଯାୟୀ, ଏହି ମହଙ୍ଗା ଭତ୍ତା ୬୮୪୦ ଟଙ୍କା ହୋଇଥାଏ । ଯଦି ୪୨ ପ୍ରତିଶତ ମହଙ୍ଗା ଭତ୍ତା ହୁଏ ତ ବାର୍ଷିକ ଭାବେ ଦେଖିବା ତ ଏହି ବୃଦ୍ଧି ପ୍ରାୟ ୯,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ । ସେହିଭଳି, ଯଦି ଆମେ ସର୍ବାଧିକ ୫୬,୯୦୦ ଟଙ୍କାର ବେସିକ ଦରମା ଉପରେ DA ବୃଦ୍ଧିର ଆକଳନକୁ ଦେଖିବା, ତେବେ ଏହା ମାସକୁ ୨୨୭୬ ଟଙ୍କା ଓ ବର୍ଷକୁ ୨୭,୩୧୨ ଟଙ୍କା ହୋଇଥାଏ । ମାର୍ଚ୍ଚ ବେତନରେ ଡିଏ ବୃଦ୍ଧି ଟଙ୍କା ପାଇବା ସହିତ ଦୁଇମାସ ବକେୟା ମଧ୍ୟ ଦିଆଯିବ । ସେହି ଅନୁଯାୟୀ, ଆକାଉଣ୍ଟରେ ଭଲ ଟଙ୍କା ଜମା ହେବ । ଏହା ବ୍ୟତୀତ ଗଣମାଧ୍ୟମ ରିପୋର୍ଟରେ ମଧ୍ୟ ଦାବି କରାଯାଇଛି ଯେ ହୋଲି ପରେ କେନ୍ଦ୍ର କର୍ମଚାରୀଙ୍କ ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି କରି ସରକାର ମଧ୍ୟ ପୁରୁଣା ଦାବି ପୂରଣ କରିପାରନ୍ତି । ଯଦି ଫିଟମେଣ୍ଟ ଫ୍ୟାକ୍ଟର୍ ଉପରେ ନିଷ୍ପତ୍ତି ନିଆଯାଏ, ତେବେ କର୍ମଚାରୀଙ୍କ ବେତନରେ ଯଥେଷ୍ଟ ବୃଦ୍ଧି ଘଟିବ ।

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ବିରୋଧରେ ଆସିଲା ଗୁରୁତର ଅଭିଯୋଗ, ଯୁବତୀ କହିଲେ- ସେ ମୋର ପ୍ରାଇଭେଟ୍ ପାର୍ଟକୁ ଛୁଇଁଛନ୍ତି ଓ ମାରିଛନ୍ତି ଚାପୁଡ଼ା

ଅଧିକ ପଢ଼ନ୍ତୁ:-ସୁନା ଓ ରୁପା ପୁଣି ହେଲା ଶସ୍ତା, ଜାଣନ୍ତୁ ଆଜିର ନୂଆ ରେଟ୍

ଅଧିକ ପଢ଼ନ୍ତୁ:-ଜିଓ ଆଣିଲା ନୂଆ ପ୍ଲାନ୍! ୧୫୨ ରିଚାର୍ଜରେ ପୂରା ମାସ ପାଇଁ ମିଳିବ ଅସୀମିତ କଲିଂ, ଡାଟା

 

ବର୍ତ୍ତମାନ କର୍ମଚାରୀଙ୍କ ସର୍ବନିମ୍ ବେସିକ ଦରମା ହେଉଛି ୧୮,୦୦୦ ଟଙ୍କା । ଫିଟମେଣ୍ଟ ଫ୍ୟାକ୍ଟରରେ ପରିବର୍ତ୍ତନ ପରେ ଏହା ୨୬,୦୦୦ ଟଙ୍କାକୁ ବୃଦ୍ଧି ପାଇବ । ବର୍ତ୍ତମାନ, ଫିଟମେଣ୍ଟ ଫ୍ୟାକ୍ଟର୍ ୨.୫୭ ଗୁଣ ଓ ବେସିକ ଦରମା ୧୮,୦୦୦ ଟଙ୍କା ହିସାବରେ ଅନ୍ୟ ଭତ୍ତାକୁ ବାଦ ଦେଇ ୧୮,୦୦୦X ୨.୫୭= ୪୬୨୬୦ ଟଙ୍କା ମିଳିଥାଏ । କିନ୍ତୁ ଯଦି ଏହାକୁ ୩.୬୮କୁ ବୃଦ୍ଧି କରାଯାଏ, ତେବେ ଅନ୍ୟ ଭତ୍ତାକୁ ବାଦ ଦେଇ କର୍ମଚାରୀଙ୍କ ଦରମା ୨୬,୦୦୦ X୩.୬୮= ୯୫୬୮୦ ଟଙ୍କା ହେବ ।