7th Pay Commission: ସରକାରୀ କର୍ମଚାରୀଙ୍କୁ ବଡ଼ ଝଟକା, ମହଙ୍ଗା ଭତ୍ତା ଦେବାକୁ ମନା କଲେ ମୋଦି ସରକାର
Advertisement

7th Pay Commission: ସରକାରୀ କର୍ମଚାରୀଙ୍କୁ ବଡ଼ ଝଟକା, ମହଙ୍ଗା ଭତ୍ତା ଦେବାକୁ ମନା କଲେ ମୋଦି ସରକାର

DA Arrear: ବୁଧବାର ଅନୁଷ୍ଠିତ ହେବାକୁ ଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ମହଙ୍ଗା ଭତ୍ତା ବୃଦ୍ଧିକୁ ଅନୁମୋଦନ କରାଯିବ ବୋଲି ଆଶା କରାଯାଉଛି । କିନ୍ତୁ ଏହା ମଧ୍ୟରେ ପୁରୁଣା ମହଙ୍ଗା ଭତ୍ତା ବକେୟା ଦାବିକୁ ନେଇ କର୍ମଚାରୀମାନଙ୍କୁ ଝଟକା ଲାଗିଛି । ପୁରୁଣା ମହଙ୍ଗା ଭତ୍ତା ବକେୟା (DA Arrear) ଦେବାକୁ କେନ୍ଦ୍ର ସରକାରଙ୍କ ତରଫରୁ ସ୍ପଷ୍ଟ ମନା କରାଯାଇଛି । ଅବଶିଷ୍ଟ ୧୮ ମାସର ମହଙ୍ଗା ଭତ୍ତାର ବକେୟା ରାଶି କେନ୍ଦ୍ର କର୍ମଚାରୀଙ୍କୁ ପ୍ରଦାନ କରାଯିବ ନାହିଁ ବୋଲି କେନ୍ଦ୍ରର ମୋଦି ସରକାର ସ୍ପଷ୍ଟ କରିଛନ୍ତି ।

7th Pay Commission: ସରକାରୀ କର୍ମଚାରୀଙ୍କୁ ବଡ଼ ଝଟକା, ମହଙ୍ଗା ଭତ୍ତା ଦେବାକୁ ମନା କଲେ ମୋଦି ସରକାର

7th Pay Commission DA Arrear: ଜାନୁଆରୀ ୨୦୨୩ରୁ କେନ୍ଦ୍ର କର୍ମଚାରୀମାନେ (Central Government Employees) ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି ପାଇଁ ଅପେକ୍ଷା କରିଛନ୍ତି । ବୁଧବାର ଅନୁଷ୍ଠିତ ହେବାକୁ ଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ମହଙ୍ଗା ଭତ୍ତା ବୃଦ୍ଧି (DA Hikes) କୁ ଅନୁମୋଦନ କରାଯିବ ବୋଲି ଆଶା କରାଯାଉଛି । କିନ୍ତୁ ଏହା ମଧ୍ୟରେ ପୁରୁଣା ମହଙ୍ଗା ଭତ୍ତା ବକେୟା (DA Arrear) ଦାବିକୁ ନେଇ କର୍ମଚାରୀମାନଙ୍କୁ ଝଟକା ଲାଗିଛି । ପୁରୁଣା ମହଙ୍ଗା ଭତ୍ତା ବକେୟା (DA Arrear) ଦେବାକୁ କେନ୍ଦ୍ର ସରକାର (Central Government) ଙ୍କ ତରଫରୁ ସ୍ପଷ୍ଟ ମନା କରାଯାଇଛି । ଅବଶିଷ୍ଟ ୧୮ ମାସର ମହଙ୍ଗା ଭତ୍ତାର ବକେୟା ରାଶି କେନ୍ଦ୍ର କର୍ମଚାରୀଙ୍କୁ ପ୍ରଦାନ କରାଯିବ ନାହିଁ ବୋଲି କେନ୍ଦ୍ରର ମୋଦି ସରକାର (Modi Government) ସ୍ପଷ୍ଟ କରିଛନ୍ତି ।

ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ସରକାର ଏହି ସୂଚନା ଦେଇଛନ୍ତି । ମୋଦି ସରକାର (Modi Government) କହିଛନ୍ତି ଯେ, କୋରୋନା ଅବଧିରେ କର୍ମଚାରୀଙ୍କ ଅଟକାଯାଇଥିବା ମହଙ୍ଗା ଭତ୍ତା (DA) ରୁ ୩୪,୪୦୨.୩୨ କୋଟି ଟଙ୍କା ସଞ୍ଚୟ କରାଯାଇଛି । ଏହି ଟଙ୍କା ମହାମାରୀକୁ ରୋକିବା ପାଇଁ ବ୍ୟବହୃତ ହୋଇଥିଲା । ଆମେ ଆପଣଙ୍କୁ କହି ରଖୁଛୁ ଯେ, ୨୦୨୦ ମସିହାରେ କୋରୋନା ମହାମାରୀ ବ୍ୟାପିବା ପରେ କେନ୍ଦ୍ର କର୍ମଚାରୀଙ୍କ DA ବୃଦ୍ଧିର ତିନି କିସ୍ତି ରୋକା ଯାଇଥିଲା । ଜାନୁଆରୀ ୨୦୨୦, ଜୁଲାଇ ୨୦୨୦ ଏବଂ ଜାନୁୟାରୀ ୨୦୨୧ ପର୍ଯ୍ୟନ୍ତ ମହଙ୍ଗା ଭତ୍ତାର ୩ଟି କିସ୍ତି ପ୍ରଦାନ କରାଯାଇ ନଥିଲା । ପରେ ଏହାକୁ ଜୁଲାଇ ୨୦୨୧ରେ ପୁନଃ ଲାଗୁ ହୋଇଥିଲା ।

ଜାନୁୟାରୀ ୨୦୨୦, ଜୁନ୍ ୨୦୨୦ ଏବଂ ଜାନୁଆରୀ ୨୦୨୧ ପାଇଁ DAରେ ଏକାଥରରେ ୧୭ ପ୍ରତିଶତ ବୃଦ୍ଧି ଘଟିଥିଲା ​​। କିନ୍ତୁ ଏହି ସମୟ ମଧ୍ୟରେ ଅଟକାଯାଇଥିବା ଟଙ୍କା କର୍ମଚାରୀମାନଙ୍କୁ ଦିଆଯାଇନଥିଲା । କର୍ମଚାରୀ ସଂଘ ତରଫରୁ ୧୮ ମାସର DA ବକେୟା ପାଇଁ କ୍ରମାଗତ ଦାବି କରାଯାଉଛି । କିନ୍ତୁ ଏହା ଉପରେ ମୋଦି ସରକାର କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କୁ ମହଙ୍ଗା ଭତ୍ତା (DA) ଓ ମହଙ୍ଗା ରିଲିଫ୍ (DR) ପ୍ରଦାନ କରିବାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି । ଲୋକସଭାରେ ସରକାର ତରଫରୁ ସ୍ପଷ୍ଟ କରାଯାଇଛି ଯେ, ବର୍ତ୍ତମାନ ବଜେଟର ନିଅଣ୍ଟ FRBM ଅଧିନିୟମର ଦୁଇଗୁଣ ଅଟେ । ତେଣୁ ଡିଏ ବକେୟା ଦେବାର କୌଣସି ପ୍ରସ୍ତାବ ନାହିଁ । ରାଜ୍ୟ ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ, ମହାମାରୀ ସମୟରେ ସରକାର ଏହି ବିପର୍ଯ୍ୟୟର ମୁକାବିଲା ପାଇଁ କଲ୍ୟାଣକାରୀ ଯୋଜନା ଆରମ୍ଭ କରିଥିଲେ । ଏଥିପାଇଁ ଟଙ୍କା ଆବଶ୍ୟକ ଥିଲା, ଏହି ଟଙ୍କା ଡିଏ ପେମେଣ୍ଟ ବନ୍ଦ କରି କରାଯାଇଥିଲା ।

ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆରେ ହଠାତ୍ ଏହି ଘାତକ ଖେଳାଳିଙ୍କ ହେଲା ଏଣ୍ଟ୍ରି, ଭୟରେ ଥରିବ ଅଷ୍ଟ୍ରେଲିଆ ଦଳ!

ଅଧିକ ପଢ଼ନ୍ତୁ-ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ ପୂର୍ବରୁ ଦଳରେ ହେଲା ବଡ଼ ପରିବର୍ତ୍ତନ, ହଠାତ୍ ବଦଳିଲା ଅଧିନାୟକ

ଅଧିକ ପଢ଼ନ୍ତୁ-ଏହି ବାସ୍ତୁ ଦୋଷ ଥିବାରୁ କେବେ ମଧ୍ୟ ଘରେ ଆସି ନଥାଏ ଧନ-ସମ୍ପତ୍ତି

ସେପଟେ ସୂଚନା ମୁତାବକ, ଜାନୁଆରୀ ୧ରୁ ମହଙ୍ଗା ଭତ୍ତା (DA) ୪ ପ୍ରତିଶତ ବୃଦ୍ଧି କରିବାକୁ ମୋଦି ସରକାର ନିଷ୍ପତ୍ତି ନେଇସାରିଛନ୍ତି । ବର୍ତ୍ତମାନ ଏହା ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି (DA Hike) ପାଇଛି । ଆପଣଙ୍କୁ କହି ରଖୁଛୁ ଯେ,  ମହଙ୍ଗା ଭତ୍ତା AICPI-IW ଆଧାରରେ ଗଣନା କରାଯାଏ । ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଏହା ଜାନୁଆରୀ ଓ ଜୁଲାଇରେ କାର୍ଯ୍ୟକାରୀ ହୋଇଥାଏ । ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହୋଇଥାଏ । ଯେପରି ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଛି । ସେହିଭଳି ଜୁଲାଇ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବରରେ ନିଆଯାଇଥାଏ ।