ନିଶା ମାଫିଆଙ୍କ ଉପରେ ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନ, ବିପୁଳ ନିଶା ସାମଗ୍ରୀ ଜବତ
Advertisement
Article Detail0/zeeodisha/odisha2263225

ନିଶା ମାଫିଆଙ୍କ ଉପରେ ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନ, ବିପୁଳ ନିଶା ସାମଗ୍ରୀ ଜବତ

ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୨୩ ଦିନରେ ୪ହଜାର ୯୭୬ଟି ମାମଲାରେ ୪ ହଜାର ୧୪୧ ନିଶା ମାଫିଆଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କ ନିକଟରୁ ବିପୁଳ ପରିମାଣର ମଦ, ଗଞ୍ଜେଇ ଓ ଧଳା ଜହର ଜବତ କରାଯାଇଛି।

ନିଶା ମାଫିଆଙ୍କ ଉପରେ ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନ, ବିପୁଳ ନିଶା ସାମଗ୍ରୀ ଜବତ

ଭୁବନେଶ୍ୱର, ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ନିଶା କାରବାର ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଶେଷ କରି ନିଶା ମାଫିଆଙ୍କ ଧରିବାକୁ ଧରପଗଡ଼ ଜୋରଦାର କରାଯାଇଛି। ମଦ ମାଫିଆ, ବେଆଇନ ବ୍ରାଉନସୁଗାର ବେପାରୀ ଓ ଗଞ୍ଜେଇ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୁଲିସ। ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୨୩ ଦିନରେ ୪ହଜାର ୯୭୬ଟି ମାମଲାରେ ୪ ହଜାର ୧୪୧ ନିଶା ମାଫିଆଙ୍କୁ ଗିରଫ କରିଛି ପୁଲିସ। ସେମାନଙ୍କ ନିକଟରୁ ବିପୁଳ ପରିମାଣର ମଦ, ଗଞ୍ଜେଇ ଓ ଧଳା ଜହର ଜବତ କରାଯାଇଛି।

ଅବକାରୀ ବିଭାଗର ସୂଚନା ଅନୁସାରେ, ବିଭିନ୍ନ ଜିଲ୍ଲାରେ ସ୍ଵତନ୍ତ୍ର ଟିମ୍ ପକ୍ଷରୁ ଚଢ଼ଉ କରାଯାଇଥିବା ବେଳେ ସମ୍ବଲପୁରର ସ୍ପେଶାଲ ସ୍କ୍ଵାଡ୍ ପକ୍ଷରୁ ୨ ହଜାର ୩୫୨ଲିଟର ବିୟର ଓ ଗୋଟିଏ ଟ୍ରକ୍ ଜବତ କରାଯାଇଛି। ସେହିପରି କଟକ ଅବକାରୀ ବିଭାଗ ଦ୍ଵାରା ୨ହଜାର ୮୦୦ ଲିଟର ବେଆଇନ୍ ମଦ, ଗୋଟିଏ ଚାରି ଚକିଆ ଯାନ ଓ ବାଲେଶ୍ବର ଅବକାରୀ ଅଧିକାରୀଙ୍କ ଦ୍ବାରା ୧ ହଜାର ୪୫୦ ଲିଟର ବେଆଇନ୍ ମଦ ସହ ଗୋଟିଏ କାର ଓ ୨ଟି ବାଇକ୍ ଏବଂ ବୌଦ୍ଧ ଅବକାରୀ ଦ୍ବାରା ଦ୍ୱାରା ୧୦୭୫ କେଜି ଗଞ୍ଜେଇ ଜବତ କରାଯାଇଛି। ସେହିପରି ଚଳିତ ମାସ ୨୩ ତାରିଖ ପର୍ଯ୍ୟନ୍ତ ୨ ଲକ୍ଷ ୪୯ ହଜାର ୫୧୦ ଲିଟର ଦେଶୀ ମଦ, ୮୭ ଲିଟର ନକଲି ବିଦେଶୀ ମଦ, ୫୩ ଲିଟର ଟିକସ ଫାଙ୍କି ବିଦେଶୀ ମଦ, ୨ ହଜାର ୬୧୩ଲିଟର ଭାରତ ତିଆରି ବିଦେଶୀ ମଦ, ୧୫ ହଜାର ୧୧୬ ଲିଟର ବିୟର, ୫ ହଜାର ୩୦୫ଲିଟର ମହୁଲି ମଦ, ୪୧୦ କିଲୋ ଭାଙ୍ଗ, ୧୮୫୨ ଲିଟର ଆସ୍କା ୪୦, ୮୪ହଜାର ୧୬୩ କେଜି ମହୁଆ ଫୁଲ ଏବଂ ୪ ହଜାର ୩୪ଟି ଗାଡ଼ି ସମୁଦାୟ ଜବତ ହୋଇଛି। ଏହିସବୁ ଘଟଣାରେ ୪ ହଜାର ୯୭୬ଟି ମାମଲା ରୁଜ୍ଜୁ ହେବା ସହିତ ୪ ହଜାର ୧୪୧ ଜଣ ନିଶା ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ସେହିପରି ବେଆଇନ ଗଞ୍ଜେଇ, ଡ୍ରଗସ୍ ଓ କଫ୍ ସିରପ୍ ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଘଟଣାରେ ୧୧୪ଟି ମାମଲା ରୁଜ୍ଜୁ ହୋଇଥିବା ବେଳେ ୧୩୦ଜଣ ମାଫିଆଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୨ ହଜାର ୯୫୧ କେଜି ଗଞ୍ଜେଇ, ୬୬ ଲିଟର କଫ ସିରପ୍ ଓ ୨ ହଜାର ୫୫୮ ଗ୍ରାମ୍ ଡ୍ରଗସ୍  କରାଯାଇଛି। ଜବତ ମଦ, ଗଞ୍ଜେଇ ଓ ଡ୍ରଗସ୍ ର ମୂଲ୍ୟ ୨୫କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଅନ୍ୟପଟେ ବିଭିନ୍ନ ଜିଲ୍ଲାରେ ରେକର୍ଡ ପରିମାଣର ୧୫ ଲକ୍ଷ ୮୪ ହଜାର ୪୫୦ଲିଟର ମହୁଆ ବା ମଦପ୍ରସ୍ତୁତ ପାଇଁ ଥିବା ପୋଚ ନଷ୍ଟ କରାଯାଇଛି।

Also Read- ୬ ରାଜ୍ୟକୁ ରେଡ୍ ଆଲର୍ଟ, ୨ ଦିନରେ ଅଂଶୁଘାତ ନେଲାଣି ୧୩ ଜୀବନ

Also Read- ମତଦାନ ସମୟରେ ଅଘଟଣ, ପୁଲିଂ ଏଜେଣ୍ଟଙ୍କର ମୃତ୍ୟୁ