Advertisement
Photo Details/zeeodisha/odisha2293218
photoDetails0hindi

Lucky Zodiac Sign: ୧୫ ଜୁନରେ ରବି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 15 June 2024: ୧୫ ଜୁନ ଶନିବାର ଚନ୍ଦ୍ରମା ବୁଧରେ ସଞ୍ଚାର କରୁଛନ୍ତି । ଆହୁରି ମଧ୍ୟ, ଜ୍ୟେଷ୍ଠ ମାସର ଶୁକ୍ଲ ପକ୍ଷର ନବମୀ ତିଥି ରହିଛି । ଏହି ଦିନ ରବି ଯୋଗ, ଶୁକ୍ରାଦିତ୍ୟ ଯୋଗ ସମେତ ଉତ୍ତର ଫାଲଗୁନି ନକ୍ଷତ୍ରର ଏକ ଶୁଭ ମିଶ୍ରଣ ଅନୁଷ୍ଠିତ ହେଉଛି । ଯେଉଁଥିପାଇଁ ଦିନଟିର ଗୁରୁତ୍ୱ ବଢିଛି । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ଦିନ ୫ଟି ରାଶିର ବ୍ୟକ୍ତିବିଶେଷଙ୍କୁ ଶୁଭଫଳ ମିଳିବ ।

1/5

ମିଥୁନ ରାଶି- ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି । ଭାଗ୍ୟ ଆପଣଙ୍କ ସାଥ୍ ଦେବ । ପୂରଣ ହୋଇନଥିବା ଇଚ୍ଛା ପୂରଣ ହୋଇପାରେ । ଆର୍ଥିକ ଲାଭ ପାଇଁ ଅନେକ ସୁଯୋଗ ପାଇବେ । ଭାଗିଦାରୀରେ ବ୍ୟବସାୟ କରୁଥିଲେ ଦିନଟିରେ ସଫଳତା ପାଇବେ । ଶନିଦେବଙ୍କଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । ପିତାଙ୍କଠାରୁ ପୂର୍ଣ୍ଣ ସମର୍ଥନ ଏବଂ ଆଶୀର୍ବାଦ ମିଳିବ । ଜୀବନସାଥୀଙ୍କ ସହିତ ଗୁଣାତ୍ମକ ସମୟ ଅତିବାହିତ କରିବେ ।

2/5

ତୁଳା ରାଶି - ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି । ଦୀର୍ଘ ବିଚାରାଧୀନ କାର୍ଯ୍ୟ ଆରମ୍ଭ ହେବ । ଧନ ସମ୍ପତି ବୃଦ୍ଧି ପାଇବ । ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ହେବ । ଆଧ୍ୟାତ୍ମିକତା ପ୍ରତି ପ୍ରବୃତ୍ତି ବୃଦ୍ଧି ପାଇବ । ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଇଚ୍ଛା ପ୍ରକାଶ କରିବେ । ଅର୍ଥ ଉପାର୍ଜନର ନୂତନ ଉତ୍ସ ପାଇବେ । ନୂତନ ସମ୍ପତ୍ତି ଏବଂ ଯାନ କିଣିବାର ଇଚ୍ଛା ପୂରଣ ହେବ । ବୈବାହିକ ଜୀବନରେ ସମସ୍ୟା ଥିଲେ ତାହା ଦୂର ହେବ । ବ୍ୟବସାୟୀମାନେ କର୍ମକ୍ଷେତ୍ରରେ ଅଗ୍ରଗତି କରିବେ । ଘରେ କିଛି ଶୁଭ କାର୍ଯ୍ୟକ୍ରମ ଆୟୋଜନ ହୋଇପାରେ ।

3/5

ବିଛା ରାଶି- ଆପଣଙ୍କ ପାଇଁ ଏକ ସକରାତ୍ମକ ଦିନ ହେବାକୁ ଯାଉଛି । ଭବିଷ୍ୟତ ପାଇଁ କିଛି ଯୋଜନା ପ୍ରସ୍ତୁତ କରିବେ । ସମାଜରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହେବେ । ଋଣରୁ ମୁକ୍ତି ପାଇବା ପାଇଁ କରିଥିବା ପ୍ରୟାସ ଫଳପ୍ରଦ ହେବ । ବ୍ୟବସାୟିକ ଯାତ୍ରା ଲାଭଦାୟକ ହେବ ।  ବିନିଯୋଗ କରିବାକୁ ଚାହୁଁଥିଲେ ନିଶ୍ଚିତରେ କରିପାରିବେ । ବର୍ତ୍ତମାନର ବିନିଯୋଗରେ ଭବିଷ୍ୟତରେ ଆପଣ ବହୁତ ଲାଭ ପାଇବେ । ବ୍ୟବସାୟରେ ସଫଳତା ମିଳିବ । ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ ଏବଂ ବ୍ୟବସାୟ କ୍ଷେତ୍ରକୁ ବିସ୍ତାର କରିବ । କୋର୍ଟ କଚେରୀରେ ଅଟକି ରହିଥିବା ମାମଲାରେ ଆପଣ ଆସ୍ୱସ୍ତି ଲାଭ କରିବେ । ପାରିବାରିକ ଜୀବନରେ ଯଦି କୌଣସି ମତଭେଦ ଥାଏ ତେବେ ତାହାର ଅନ୍ତ ଘଟିବ ।

4/5

ମକର ରାଶି- ଆପଣଙ୍କ ପାଇଁ ଦିନଟି ଶୁଭ ଏବଂ ଫଳପ୍ରଦ ହେବାକୁ ଯାଉଛି । ଧନ, ବୁଦ୍ଧି, ଶିକ୍ଷା ଏବଂ ଜ୍ଞାନ ବୃଦ୍ଧି ପାଇବ । ସମାଜରେ ଆପଣଙ୍କର ମାନ ସମ୍ମାନ ବଢିବ । ଧାର୍ମିକ କାର୍ଯ୍ୟକଳାପରେ ଆଗ୍ରହ ପ୍ରକାଶ କରିବେ । ଭାଗ୍ୟ ଆପଣଙ୍କ ସାଥ୍ ଦେବ । ସରକାରୀ ଯୋଜନାର ଲାଭ ଆପଣ ପାଇପାରିବେ । ବ୍ୟବସାୟୀମାନେ ଭଲ ଲାଭ ଉପାର୍ଜନ କରିବେ ।

5/5

ମୀନ ରାଶି- ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ । ଉଭୟ ଚାକିରି ଏବଂ ବ୍ୟବସାୟରେ ସଫଳତା ମିଳିବ । ଆର୍ଥିକ ସ୍ଥିତି ସୁଦୃଢ ହେବ । କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ମାନ ସମ୍ମାନ ମିଳିପାରେ । ଲୋକସମ୍ପର୍କ ବୃଦ୍ଧିପାଇବ । କୌଣସି କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି । ରଣ ଭାରରୁ ମୁକ୍ତି ପାଇବେ । ପରିବାର ସଦସ୍ୟଙ୍କ ସହିତ ହସ ଖୁସିରେ ସମୟ ବିତାଇବେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)