12p pons brooks comet: ବିସ୍ଫୋରଣ ପରେ ମହାକାଶରେ ବଡ଼ ଧରଣର ପରିବର୍ତ୍ତନ; ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଦିଲ୍ଲୀ ଆକାରର ଧୂମକେତୁ
Advertisement
Article Detail0/zeeodisha/odisha1922465

12p pons brooks comet: ବିସ୍ଫୋରଣ ପରେ ମହାକାଶରେ ବଡ଼ ଧରଣର ପରିବର୍ତ୍ତନ; ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଦିଲ୍ଲୀ ଆକାରର ଧୂମକେତୁ

12p pons brooks comet: ମହାକାଶରେ ବିସ୍ଫୋରଣ ପରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଧୂମକେତୁ ୧୨ପି/ପନ୍ସ ବ୍ରୁକ୍ସ।

12p pons brooks comet: ବିସ୍ଫୋରଣ ପରେ ମହାକାଶରେ ବଡ଼ ଧରଣର ପରିବର୍ତ୍ତନ; ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଦିଲ୍ଲୀ ଆକାରର ଧୂମକେତୁ

comet 12p/pons-brooks ephemeris: ମହାକାଶରେ ଘଟିଯାଇଛି ଏକ ବିରଳ ଜାଗତିକ ଘଟଣା। ଯଦିଓ ପ୍ରତିଦିନ ମହାକାଶରେ ବିଭିନ୍ନ ପ୍ରକାରର ଘଟଣା ଘଟିଥାଏ। ସେଥିମଧ୍ୟରୁ ଗୋଟିଏ ହେଉଛି ଧୂମକେତୁ ୧୨ପି/ପନ୍ସ ବ୍ରୁକ୍ସ। ଯାହା ଗତ ଚାରି ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବିସ୍ଫୋରଣ ହୋଇଛି। ଏହି ଧୁମକେତୁର ଉଚ୍ଚତା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆମେ ସମସ୍ତେ ଜାଣିଛେ ଯେ ପୃଥିବୀର ସର୍ବୋଚ୍ଚ ଉଚ୍ଚତା ହେଉଛି ହିମାଳୟର ପର୍ବତମାଳାର ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ। ଯାହାର ଉଚ୍ଚତା ହେଉଛି ୮୮୪୮ ମିଟର। ମାଉଣ୍ଟ ଏଭରେଷ୍ଟ ଶୃଙ୍ଗର ଉଚ୍ଚତା ଏହି ଧୁମକେତୁର ଉଚ୍ଚତା ଠାରୁ ତିନି ଗୁଣ ଅଧିକ। ଯାହାକୁ ଥଣ୍ଡା ଆଗ୍ନେୟଗିରି ମଧ୍ୟ କୁହାଯାଏ। ଯଦି ଏହାର ଆକାର ବିଷୟରେ କୁହାଯାଏ, ତାହେଲେ ଏହାର ବ୍ୟାସ ହେଉଛି ପ୍ରାୟ ୩୦ କିଲୋମିଟର।

ଅକ୍ଟୋବର ୫ ତାରିଖରେ ହୋଇଥିଲା ବିସ୍ଫୋରଣ 
ଗତ ଅକ୍ଟୋବର ୫ ତାରିଖରେ ଏହି ଧୂମକେତୁରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ଏହା ପୂର୍ବରୁ ଗତ ଜୁଲାଇ ମାସରେ ଆଉ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ବ୍ରିଟିଶ ମହକାଶ ବିଜ୍ଞାନ ସଂଘ (British Astronomical Association) ଏହି ଧୂମକେତୁ ଉପରେ ସତର୍କ ନଜର ରଖିଛି। ଯେତେବେଳେ ୧୨ପି/ପନ୍ସ ବ୍ରୁକ୍ସ ଧୂମକେତୁର (12p pons brooks comet) କେନ୍ଦ୍ର ନିକଟରେ ବିସ୍ଫୋରଣ (blast in 12p pons brooks comet) ହୋଇଥିଲ, ସେତେବେଳେ ଧୂଳି ଧୂଆଁ ନିର୍ମିତ ବାଦଲର ଆଚ୍ଛାଦନ ଚାରିଆଡ଼େ ବ୍ୟାପି ଯାଇଥିଲା। ଯାହାର ଫଳସ୍ୱରୂପ ଏହି ଧୂମକେତୁରେ ଏକ ଶିଙ୍ଗ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଥିଲା। ଏହି ବିସ୍ଫୋରଣ ହେତୁ ମହାକାଶରେ ଧୂଳି ଅନ୍ୟ ଖଗୋଳୀୟ ପିଣ୍ଡକୁ ପ୍ରଭାବିତ କରିଛି। ଏହି ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି। ଯାହା ଦ୍ୱାରା ଏହି ଏହି ଧୁମକେତୁ ବିସ୍ଫୋରଣ କାରଣରୁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଜଣାପଡ଼ିବ।

ଫାଲକନ୍ ଭଳି ଦେଖାଯାଉଥିଲା ୧୨ପି/ପନ୍ସ ବ୍ରୁକ୍ସ ଧୂମକେତୁ 
ଏନେଇ ବିଶେଷଜ୍ଞ କହିଛନ୍ତି ଯେ ୧୨ପି/ପନ୍ସ ବ୍ରୁକ୍ସ ଧୂମକେତୁର ଅନିୟମିତ ଆକୃତି ଫାଲକନ୍ ଭଳି ଦେଖାଯିବା ଆରମ୍ଭ କରିଥିଲା। ହେଲେ ଗତ ଅକ୍ଟୋବର ୫ ତାରିଖରେ ଘଟିଥିବା ବିସ୍ଫୋରଣର ତୀବ୍ରତା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ହେଲେ ବ୍ରିଟିଶ ମହକାଶ ବିଜ୍ଞାନ ସଂଘ ବିଶ୍ୱାସ କରୁଛି ଯେ ବିସ୍ଫୋରଣର ତୀବ୍ରତା ଅନେକ ଗୁଣ ଅଧିକ ରହିଥିଲା। ବିସ୍ଫୋରଣ କାରଣରୁ ଧୁମକେତୁର ଆକାର ହ୍ରାସ ପାଇଥିଲା। ଅନୁସନ୍ଧାନକାରୀ କହିଛନ୍ତି ଯେ ଯେତେବେଳେ ଛୋଟ ଧୁମକେତୁ ପୃଥିବୀ ଆଡକୁ ଗତି କରିଥାଏ, ସେତେବେଳେ ବାୟୁମଣ୍ଡଳ ସହ ଘର୍ଷଣ ହେବା କାରଣରୁ ଏହାର ଅଧିକାଂଶ ଅଂଶ ଜଳି ଯାଇଥାଏ। ଯଦି ୧୨ପି/ପନ୍ସ ବ୍ରୁକ୍ସ କଥା କୁହାଯାଏ, ତାହେଲେ ପୃଥିବୀ ପ୍ରତି ଏହି ଧୂମକେତୁ ପକ୍ଷରୁ ଏକ ବଡ଼ ବିପଦ ରହିଛି।