1.Subsidy: ଆଜି ଚାଷୀଙ୍କୁ ମିଳିବ ଇନପୁଟ ସବସିଡି। ଧାନର କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ମିଳିବ ୮୦୦ ଟଙ୍କାର ଇନପୁଟ ସହାୟତା। ବରଗଡ଼ ସୋହେଲାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।
2.CBI Raid: ରାଜଧାନୀରେ CBI ରେଡ୍ । ଭୁବନେଶ୍ୱରରୁ ଜବତ ହେଲା ବିପୁଳ ଟଙ୍କା । ଏକ ଦାମୀ ଗାଡିରୁ ଲକ୍ଷାଧିକ ଟଙ୍କା ଜବତ କରାଯାଇଛି । ଗାଡି ଚେକିଂ ସମୟରେ ଧରିଲା ପୋଲିସ ।
3.Cm Mohan Majhi: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଆସନ୍ତା ବର୍ଷ ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହା କୁମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ପ୍ରଦେଶର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଶ୍ରୀ ଅନୀଲ ରାଜଭର ଏବଂ ଖାଦ୍ୟ ଓ ଯୋଗାଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ସତୀଶ ଚନ୍ଦ୍ର ଶର୍ମା ଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ତାଙ୍କ ବାସ ଭବନରେ ଭେଟି ମହାକୁମ୍ଭରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ଦେଇଛନ୍ତି।
4.MSME: ରାଜ୍ୟରେ ଏମ୍. ଏସ୍. ଏମ୍. ଇ ଅଭିବୃଦ୍ଧି ର ନୂଆ ବୁଷ୍ଟର। ଛୋଟ ଛୋଟ ଇଣ୍ଡଷ୍ଟ୍ରି କୁ ପ୍ରୋତ୍ସାହିତ କରିବା ପାଇଁ ସିଆଇଆଇ ର ଉଦ୍ୟମରେ ଏମଏସଏମଇ ରେ ସିରିଜ କରିବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ। ''ଏମ୍ଏସ୍ଏମ୍ଇ'' ରେ ସାମିଲ ହେବା ପାଇଁ ଗ୍ରାମାଚଂଳକୁ ପ୍ରଥମେ ଦୃଷ୍ଟି ଦେଇଛନ୍ତି ରାଜ୍ୟ ସରକାର।
5.Odisha News: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ରାଇରଙ୍ଗପୁରଠାରେ ତିନୋଟି ରେଳ ଲାଇନ- ବାଙ୍ଗିରିପୋଷି-ଗୋରୁମହିଷାଣୀ; ବୁଢ଼ାମରା-ଚକୁଳିଆ; ଏବଂ ବାଦାମପାହାଡ଼-କେନ୍ଦୁଝରଗଡ; ସମେତ ଆଦିବାସୀ ଗବେଷଣା ଏବଂ ବିକାଶ କେନ୍ଦ୍ର, ଦାଣ୍ଡବୋସ ବିମାନ ବନ୍ଦର; ଏବଂ ରାଇରଙ୍ଗପୁର ସବ୍-ଡିଭିଜନାଲ ହସ୍ପିଟାଲର ନୂତନ ଅଟ୍ଟାଳିକା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
6.Weather Update: ଓଡ଼ଶାରେ ଏବେ ବଢ଼ିବ ଶୀତ। ଗଲା କିଛି ଦିନ ଦେବ ଦିନ ବେଳା ତାତି ୩୦ ଡିଗ୍ରୀ ଉପରେ ରହୁଥିବା ରାତିରେ ଥଣ୍ଡା ଅନୁଭୂତ ହେଉଥିଲା। ମାତ୍ର ଗତକାଲି ଠାରୁ ରାତି ତାପମାତ୍ରା ୨ ରୁ ୪ ଡିଗ୍ରୀ ଖସିଛି ଓ ଥଣ୍ତା ବଢ଼ିଥିବା ଅନୂଭୁତ ହେଉଛି। ତେବେ, ସୋମବାର ଅର୍ଥାତ ୯ ରୁ ପାରଦ ଖସିବା ଓ ଥଣ୍ତା ବଢିବବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
7.Odisha News: ଜିଲ୍ଲା ଶିକ୍ଷା ବିଭାଗର ବଡ଼ ଦୁର୍ନୀତିକୁ ନେଇ ପୁରୀ ଜିଲ୍ଲାର ଆପର ପ୍ରେସ ମିଟ୍। ଛାତ୍ର ଛାତ୍ରୀଙ୍କୁ ପୋଷାକ ବଣ୍ଟନରେ ଘୋଟାଲାକୁ ନେଇ ବର୍ଷିଲା ଆପ। ଆପ ଅଭିଯୋଗ କରିଛି ଯେ ସ୍କୁଲ ପିଲାଙ୍କୁ ଡ୍ରେସ ବଣ୍ଟନ ପାଇଁ ଉପ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଥିଲେ। ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମହିଳା ସେମିତି ଦ୍ଵାରା ଷ୍ଟିଚିଂ ପୋଷାକ ଛାତ୍ର ଛାତ୍ରୀଙ୍କୁ ବଣ୍ଟନ ହେବ। କିନ୍ତୁ ଏହାର ବ୍ୟତିକ୍ରମ କରି କିଛି ସଂସ୍ଥା ମାଧ୍ୟମରେ ଏହି ପୋଷାକ ବଣ୍ଟନ ହେଉଛି। ଏହାର ବଜାର ମୂଲ୍ୟ ୩୦୦ ରୁ ୩୫୦ ପାଇଁ ଟଙ୍କା ହୋଇଥିବା ବେଳେ ୫୦୦ ଟଙ୍କା ରାଜକୋଷରୁ ଖର୍ଚ୍ଚ ହେଉଛି।
8.Threat to PM Modi: ଶନିବାର ଦିନ ମୁମ୍ବାଇ ଟ୍ରାଫିକ ପୋଲିସକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହତ୍ୟା କରାଯିବ ବୋଲି ଏକ ଧମକପୂର୍ଣ୍ଣ ବାର୍ତ୍ତା ମିଳିଛି। ପୋଲିସ ଅଧିକାରୀ କହିଛନ୍ତି ଯେ ସେମାନେ ତଦନ୍ତ ଆରମ୍ଭ କରିଛନ୍ତି। ନମ୍ବର ଯାଞ୍ଚ କରିବା ପରେ ଏହା ରାଜସ୍ଥାନର ବୋଲି ଜଣାପଡିଛି। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ ସେଠାକୁ ଏକ ଟିମ୍ ପଠାଯାଇଛି।
9.Khan Sir Hospitalised: ସାରା ଭାରତରେ ପ୍ରସିଦ୍ଧ ଖାନ ସାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ତାଙ୍କୁ ପାଟନା ପ୍ରଭାତ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଛନ୍ତି। ବିପିଏସସି କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀମାନଙ୍କ ଉପରେ ଲାଠି ଚାର୍ଜ ଅଭିଯୋଗ ହେବା ପରେ ଖାନ ସାର୍ ଶୁକ୍ରବାର ଦିନ ରାସ୍ତାକୁ ଉହ୍ଲାଇଥିଲେ। ଗୁରୁ ରହମାନ ମଧ୍ୟ ତାଙ୍କ ସହ ଥିଲେ। ପ୍ରାୟ ସାତ ଘଣ୍ଟା ଧରି ବିପିଏସସି ପ୍ରାର୍ଥୀଙ୍କ ସହ ପ୍ରଦର୍ଶନ କରିବା ଯୋଗୁଁ ତାଙ୍କ ଅବସ୍ଥା ବିଗିଡି ଯାଇଛି।
10. Pushpa 2 Box Office Collection: ପୁଷ୍ପା ୨ ରିଲିଜ୍ ହେବା ମାତ୍ରେ ଏକ ହଇଚଇ ସୃଷ୍ଟି କରିଛି। ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ ଅନେକ ରେକର୍ଡ ଭାଙ୍ଗି ଏହାର ନାମ ସୃଷ୍ଟି କରିଥିଲା। ପ୍ରଥମ ଦିନରେ ଭାରତରେ ୧୭୪.୯ କୋଟି ଟଙ୍କା ରୋଜଗାର କରିବା ପରେ ଦ୍ୱିତୀୟ ଦିନରେ ଫିଲ୍ମ ୯୦.୧୦ କୋଟି ଟଙ୍କା ରୋଜଗାର କରିଛଇ, ଅର୍ଥାତ ଏହି ଚଳଚ୍ଚିତ୍ରଟି ୨ ଦିନରେ ଭାରତରେ ୨୬୫ କୋଟି ଟଙ୍କା ରୋଜଗାର କରିଛି।