1.Vigilance Raid: ACF ରେବତୀ ରମଣ ଯୋଶୀ ଙ୍କ ଘରୁ ୧୪ ଲକ୍ଷ ପଚାଶ ହଜାର ଟଙ୍କା କେଶ ଏମାଉନ୍ଟ ସହ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ବିଭାଗ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ। ଆଜି ଭିଜିଲାନ୍ସ ପଞ୍ଜା ରେ ଜଙ୍ଗଲ ବିଭାଗ ହୀରାକୁଦ ବନ୍ୟ ପ୍ରାଣୀ ବିଭାଗ ର ଏ ସି ଏଫ୍ ରେବତୀ ରମଣ ଯୋଶୀ। ଆଜି ଭୋର ସକାଳୁ ଭିଜିଲାନ୍ସ ବିଭାଗ ତରଫରୁ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ୍ ରେବତୀ ରମଣ ଯୋଶୀ ଙ୍କ ଘରେ ଅଫିସ କ୍ଵାଟର ଅନ୍ୟାନ୍ୟ ସ୍ଥାନ ରେ ଥିବା ଘର ମାନଙ୍କ ରେ ରେଡ କରିଛି ।
2.Farmers Protest: ଦୀର୍ଘ ୮ମାସ ଧରି ଶମ୍ଭୁ ସୀମା ଅର୍ଥାତ ପଞ୍ଜାବ-ହରିୟାଣା ସୀମାରେ ବିରୋଧ କରୁଥିବା କୃଷକମାନେ ଆଜି ପୁଣିଥରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ଏଥର କୃଷକମାନେ 'ଦିଲ୍ଲୀ ଚଲୋ' ଆନ୍ଦୋଳନରେ ଟ୍ରାକ୍ଟର-ଟ୍ରଲିକୁ ସାମିଲ ନକରି ଚାଲି ଚାଲି ଆନ୍ଦୋଳନ ଆରମ୍ଭ କରିଛନ୍ତି ।
3.Accident News: କଟକ-ପାରାଦୀପ ମୁଖ୍ୟ ରାସ୍ତା ର ତାଳଦଣ୍ଡା ନିକଟରେ ଗ୍ୟାସ ପାଇପ ଲିକ। ଘଟଣା ରେ ଜଣେ ଶ୍ରମିକଙ୍କ ମୃତ୍ୟୁ। ମୃତ ଶ୍ରମିକ ହେଲେ ପାରାଦୀପ ବିଜୟ ଚନ୍ଦ୍ର ପୁର ଗ୍ରାମର ପରିମଳ ନାୟକ ବୟସ ୨୨ବୋଲି ଜଣାପଡିଛି। ସୂଚନାନୁଯାୟୀ ଆଜି ଦିନ ୧୨ଟା ସମୟରେ କଟକ-ପାରାଦୀପ ମୂଖ୍ୟ ରାସ୍ତା ର ତାଳଦଣ୍ଡା ବଜାର ନିକଟରେ ଗ୍ୟାସ ପାଇପଲାଇନ କାର୍ଯ୍ୟ ଚାଲୁ ରହିଥିବା ବେଳେ ଶ୍ରମିକ ଜଣଙ୍କ କୌଣସି କାରଣରୁ ତଳକୁ ଖସି ପଡିଥିଲେ। ଯାହା ଫଳରେ ଗ୍ୟାସ ଟି ଲିକ୍ କରି ଚାରି ଆଡକୁ ବ୍ୟାପି ଯାଇଥିଲା।
4.Weather Alert: ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ଏବଂ ଜାମ୍ମୁ କାଶ୍ମୀରରେ ପୁଣି ଥରେ ତୁଷାରପାତ ହେବାର ସମ୍ଭାବନା ରହିଛି। ଯଦିଓ ଏହା ଚଳିତ ବର୍ଷ ଶୀତ ଋତୁର ପ୍ରଥମ ତୁଷାରପାତ ନୁହେଁ, କିନ୍ତୁ ଏହି ତୁଷାରପାତ ଦେଶରେ ଶୀତର ମାତ୍ରାକୁ ଗୁରୁତର ଭାବେ ବୃଦ୍ଧି କରାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଡିସେମ୍ବର ୭ ତାରିଖ ରାତିରେ ପଶ୍ଚିମା ବାୟୁ ସକ୍ରିୟ ହେବ।
5.Amit Saha’s Chhatisgarh Visit: ଗୃହମନ୍ତ୍ରୀ ଅମିତ ଶାହ ୧୪ ତାରିଖରୁ ତିନିଦିନିଆ ଛତିଶଗଡ଼ ଗସ୍ତରେ ରହିବେ। ଦେଶର ସୁରକ୍ଷା, ମାଓ ସମସ୍ୟାକୁ ନେଇ ଉଚ୍ଚସ୍ତରୀୟ ଆଲୋଚନା ଏହି ଅବସରରେ ହେବେକୁ ସ୍ଥିର କରାଯାଇଛି। ଏହି ଅବସରରେ ସେ ରାୟପୁର ଏବଂ ଜଗଦଳପୁର ଗସ୍ତରେ ରହିବେ। ରା୍ରୟପୁରଠାରେ ଉଚ୍ଚସ୍ତରୀୟ ସମୀକ୍ଷା ସହ ରାଷ୍ଟ୍ରପତି ପୁଲିସ ପଦକ ବିତରଣ କରିବେ। ଏହାପୁରେ ଜଗଦଳପୁରଠାରେ ଆତ୍ମସମର୍ପଣ କରିଥିବା ପୂର୍ବତନ ମାଓବାଦୀଙ୍କ ସହ ଆଲୋଚନା କରିବେ।
୬.Raimati Ghiuria: ବିଶ୍ୱ ଦରବାରରେ ମାଣ୍ଡିଆକୁ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା କୋରାପୁଟର ରାଇମତି ଘିଉରିଆଙ୍କୁ ସମ୍ମାନସୂଚକ ଡକ୍ଟରେଟ ପ୍ରଦାନ କରିଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ଉପାଧି ପ୍ରଦାନ କରିଛନ୍ତି। ରାଇମତୀ ୩୦ଟି ମାଣ୍ଡିଆ ବିହନ ଏବଂ ୮୦ପ୍ରକାରର ଧାନ ବିହନକୁ ସଂରକ୍ଷଣ କରିପାରିଛନ୍ତି। ୪ଟି ପ୍ରକାର ବିହନକୁ ଓୟୁଏଟି ପକ୍ଷରୁ ପ୍ରସାରିତ କରାଯାଇଛି। ପଦ୍ମଶ୍ରୀ କମଳା ପୂଜାରୀ, କୃଷି ବିଜ୍ଞାନୀ ଏମ୍ଏସ୍ ସ୍ୱାମୀନାଥନଙ୍କ ପ୍ରେରଣାରେ ସେ ଏହି ମାଧ୍ୟମକୁ ବାଝି ଦେଶୀ ବିହନକୁ ସୁରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି।
7.Sports News: ପିଙ୍କ୍ ବଲ୍ ଟେଷ୍ଟର ପ୍ରଥମ ଇଂନିସରେ ୧୮୦ ରନରେ ଅଲଆଉଟ୍ ହେଲା ଟିମ୍ ଇଣ୍ଡିଆ । ଆଡିଲେଡ୍ ଟେଷ୍ଟର ପ୍ରଥମ ଇଂନିସରେ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ତେବେ ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା ।
8.Congress: ରାଜ ରାସ୍ତାରେ ଗର୍ଜିରେ ଯୁବ ଛାତ୍ର କଂଗ୍ରେସ । ପୋଲିସ ଉପରକୁ ଅଣ୍ଡା ମାରିଲେ । ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟରକୁ ତଳେ ପକାଇ ରାଜରାସ୍ତାରେ ପ୍ରତିବାଦ କଲେ ଯୁବ କଂଗ୍ରେସ।
9.India vs Sri Lanka Live Score U19 Asia Cup semifinal: ଏସିସି ଅଣ୍ଡର-୧୯ ଏସିଆ କପ୍ ୨୦୨୪ ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଶାରଜା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚକୁ ଭାରତ ସାତ ୱିକେଟରେ ଜିତି ଫାଇନାଲରେ ନିଜ ଟିକେଟ୍ ପକ୍କା କରିଛି। ମହମ୍ମଦ ଅମାନ ଛକା ମାରି ଏହି ମ୍ୟାଚକୁ ଜିତାଇଥିଲେ। ଭାରତୀୟ ଦଳର ବିଜୟର ହିରୋମାନେ ଥିଲେ ଚେତନ ଶର୍ମା ଏବଂ ଆୟୁଷ ମଥ୍ରେଙ୍କ ସହ ବୈବାଭ ସୂର୍ଯ୍ୟବଂଶୀ।
10.Pushpa 2 Box Office Collection Day 1: ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ୨ ପାଇଁ ସିନେ ପ୍ରେମୀ ମାନେ ଅତି ଉତ୍ସାହର ସହିତ ଅପେକ୍ଷା କରିଥିଲେ। ତିନି ବର୍ଷ ପରେ ଯେତେବେଳେ ଏହି ଚଳଚ୍ଚିତ୍ର ଆସିଲା, ସେତେବେଳେ ଏହା ଏକ ହଇଚଇ ସୃଷ୍ଟି କରିଥିଲା। ବର୍ତ୍ତମାନ ଏହାର ଦ୍ୱୀତିୟ ଭାଗକୁ ଏତେ ମାତ୍ରାରେ ପସନ୍ଦ କରାଯାଉଛି ଯେ ପ୍ରଶଂସକମାନେ ପ୍ରଥମ ଦିନରେ ବିଳମ୍ବିତ ରାତିର ଶୋ ଦେଖିଥିଲେ। ଚଳଚ୍ଚିତ୍ରଟି ପ୍ରଥମ ସପ୍ତାହରେ ବିପୁଳ ପରିମାଣର ରୋଜଗାର କରିବାର ସମସ୍ତ ଆଶା ଅଛି।