1.Odisha assembly session 2024: ଭୁବନେଶ୍ୱର: ରାଜ୍ୟରେ ଆଦିବାସୀଙ୍କ ଜମିକୁ ପ୍ରଭାବଶାଳୀ ବ୍ୟକ୍ତିଙ୍କ କବଜାରୁ ଫେରାଇବାକୁ ସରକାର ପ୍ରୟାସ କରୁଛନ୍ତି। ଓଡ଼ିଶା ଭୂ-ସଂସ୍କାର ଆଇନର ୧୯୬୦ର ଧାରା ୨୩କ ବଳରେ ଆଦିବାସୀଙ୍କ ଜମିକୁ ମାଡିବସିଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରି ଏସସି-ଏସଟିଙ୍କୁ ସେମାନଙ୍କ ଜମିକୁ ଫେରାଇ ଦିଆଯାଉଛି। ଏହି କ୍ରମରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୫୪ଟି ମାମଲା ବିଚାରଧିନ ରହିଛି ବୋଲି ରାଜସ୍ୱ ମନ୍ତ୍ରୀ ଏକ ପ୍ରଶ୍ନର ଜବାବରେ ଗୃହରେ ଉତ୍ତର ରଖିଛନ୍ତି।
2.Odisha assembly session 2024: ଭୁବନେଶ୍ୱର: ଆଦିବାସୀ ଅଧ୍ୟୁଷିତ ବଲାଙ୍ଗୀର ଓ ବରଗଡ଼ ସୀମାରେ ଥିବା ଗନ୍ଧମାର୍ଦ୍ଦନକୁ ନେଇ ଏବେ ରାଜ୍ୟ ତମାମ ଚର୍ଚ୍ଚା ଜୋର ଧରିଛି। ଆଜି ବିଧାନସଭାର ପ୍ରଶ୍ନୋତ୍ତର କାଳରେ ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ଉଠିଛି। ଗନ୍ଧମାର୍ଦ୍ଦନରେ କେତେ ପରିମାଣରେ ଓ କେଉଁ ସବୁ ଖଣିଜ ପଦାର୍ଥ ରହିଛି। ଖନନ ପାଇଁ କେବେ ଓ କାହାକୁ ଅନୁମତି ଦିଆଯାଇଥିଲା ବୋଲି ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଗୃହରେ ପ୍ରଶ୍ନ କରିଥିଲେ।
3.Odisha News: ସମ୍ବଲପୁର ଚିଡିଆଖାନା ବା ସମ୍ବଲପୁର ଜୁ’ରେ ବାଘୁଣୀର ମୃତ୍ୟୁ। ବୁଧବାର ରାତି ୯ଟା ୩୦ମିନିଟ୍ରେ ବାଘୁଣୀ ରାନୀର ମୃତ୍ୟୁ ହୋଇଛି। ରାଣୀ ଅସୁସ୍ଥ ହୋଇପଡ଼ିଥିଲା। ଯାହାପରେ ତା’ ଚିକିତ୍ସା ଚାଲିଥିଲା। ମୃତ୍ୟୁ ସମୟରେ ରାଣୀର ବୟସ ୭ ବର୍ଷ ହୋଇଥିଲା।
4.Hemanta Soren: ନୂଆଦିଲ୍ଲୀ: ଆଜି ଝାଡଖଣ୍ଡରେ ସୋରେନ ସରକାରଙ୍କ କ୍ୟାବିନେଟ ବିସ୍ତାର ହେବ। ରାଜ ଭବନରେ ଦ୍ୱିପ୍ରହରରେ ସାଢେ ୧୨ଟାରେ ଷ୍ଟିଫେନ୍ ମାରାଣ୍ଡିଙ୍କୁ ପ୍ରୋଟେମ୍ ସ୍ପିକର ଭାବରେ ଶପଥ କରାଇବେ ରାଜ୍ୟପାଳ ସନ୍ତୋଷ କୁମାର ଗାଙ୍ଗୱାର। ଏହା ପରେ ଜେଏମଏମ, ଆରଜେଡି ଏବଂ କଂଗ୍ରେସ କୋଟାରୁ ୧୦ ରୁ ୧୧ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଯଦି ଉତ୍ସଗୁଡିକ ବିଶ୍ୱାସ କରାଯାଏ, ଜେଏମଏମ କୋଟାରୁ ୬ ଜଣ ବିଧାୟକ, କଂଗ୍ରେସରୁ ୪ ଜଣ ଏବଂ ଆରଜେଡିରୁ ଜଣେ ମନ୍ତ୍ରୀ ହେବେ। ଆଜି ସକାଳେ ରାଜ ଭବନକୁ ମନ୍ତ୍ରୀଙ୍କ ନାମ ପଠାଯିବ।
5.Maharastra Politics: ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ମହା ସହଯୋଗୀ ସରକାର ଆଜି ମହାରାଷ୍ଟ୍ରରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ବିଜେପି ବିଧାନସଭା ଦଳର ନେତା ଦେବେନ୍ଦ୍ର ଫଡନାଭିସ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ସହ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଅଜିତ ପାୱାର ମଧ୍ୟ ଶପଥ ଗ୍ରହଣ କରିବେ। ଏହି ସମୟରେ, ସୂତ୍ରରୁ ପ୍ରକାଶ ଯେ, ତିନି ଦଳର ୬ ଜଣ ବିଧାୟକ ମହାୟୁତୀଙ୍କ ମନ୍ତ୍ରୀ ଭାବରେ ଶପଥ ନେଇପାରିବେ।
6.Assembly: କେହି ଦଖଲ କରି ପାରିବେ ନାହିଁ ଆଦିବାସୀ ଜମି। ଭୂସଂସ୍କାର ଆଇନ ୧୯୬୦ ଅନୁସାରେ ଯଦି କେହି ଆଦିବାସୀ ଜମି କିଣନ୍ତି, ତାକୁ ବେଆଇନ ଘୋଷଣା କରି ଉଚ୍ଛେଦ ପ୍ରକ୍ରିୟା ଜରିଆରେ ସମ୍ପୃକ୍ତ ଆଦିବାସୀ ଲୋକଙ୍କୁ ଜମି ଫେରସ୍ତ ନିୟମ ରହିଛି। ଏପରି ୬୫୪ ମାମଲା ବିଚାରାଧୀନ ଅଛି।
7.Potato Issue: ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ସରକାରକୁ ବଦନାମ କରିବାକୁ ମନୁଷ୍ୟକୃତ ଆଳୁ ଅଭାବ ତିଆରି କରାଗଲା। ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମନା କଲେ ଆମେ ଆଳୁ ଦେବୁ ନାହିଁ, ଏବେ ପୁଣି ରାଜି ହେଲେ ଦେବାକୁ। କାହିଁକି ଏମିତି ରାଜନୀତି କଲେ ମୁଁ ଜାଣି ନାହିଁ। ମାର୍କେଟରେ ପରିମାଣ କମିଲେ ଦର ବଢ଼େ। ଏବେ ତ ପର୍ଯ୍ୟାପ୍ତ ଆଳୁ ରହିଛି। ଦର ବି ସ୍ୱାଭାବିକ ଅଛି, ଆଗକୁ ଆହୁରି କମିବ।
8.Rourkela: ରାଉରକେଲା ଷ୍ଟେସନ ନିକଟରୁ ୫୮ କେଜିର ରୂପା ଜବତ କରିଛି ଜିଆର୍ପି। ଏହାସହିତ ଜଣେ ବ୍ୟବସାୟୀଙ୍କୁ ଅଟକ ରଖିଛି ଜିଆର୍ପି। ରେଲୱେ ଷ୍ଟେସନରେ ସନ୍ଦେହଜନକ ଭାବେ ବୁଲୁଥିବା ବେଳେ ରାଞ୍ଚିର ଚନ୍ଦନ କୁମାରଙ୍କ ଠାରୁ ୭୫ କେଜି ରୁପା ଅଳଙ୍କାର ଜବତ କରି ତାଙ୍କୁ ଅଟକ ରଖିଛି ଜିଆରପି। ରୁପା ଅଳଙ୍କାର ସମ୍ପର୍କରେ କୌଣସି ସଠିକ୍ ଉତ୍ତର ଦେଇନପାରିବାରୁ ଘଟଣାର ଅଧିକ ତଦନ୍ତ ପାଇଁ ଜିଏସଟି ବିଭାଗକୁ ହସ୍ତାନ୍ତର କରାଯାଇଥିବା ରାଉରକେଲା ଜିଆରପି ଥାନା ଅଧିକାରୀ ପ୍ରକାଶ କରିଛନ୍ତି।
9.Odisha News: ଓଡ଼ିଶାରେ ବନ୍ଦ ହେବ ଗୋ ହତ୍ୟା। ଆସାମ ପରି ଓଡ଼ିଶାରେ ଗୋ ହତ୍ୟା ବନ୍ଦ ପାଇଁ ଆସିବ କଡ଼ା ଆଇନ। ରାଜ୍ୟ ସରକାର ଖୁବ ଶୀଘ୍ର ଆଇନ ସହ ବିଲ୍ ଆଣିବାକୁ ବିଚାର କରୁଛନ୍ତି। ଏହି ବଡ଼ ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
10.IND vs AUS 2nd Test: ବୋର୍ଡର-ଗାଭାସ୍କର ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟରେ ୨୯୫ ରନ୍ ହାରିଥିବା ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ଗୁରୁବାର ଦିନ (୫ ଡିସେମ୍ବର) ଦିନ ଆଡିଲେଡରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ପ୍ଲେଇଂ-୧୧ ଘୋଷଣା କରିଛି। ଏହି ଗୋଲାପୀ ବଲ୍ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ନିଜର ପ୍ଲେଇଂ ଇଲେଭେନରେ ଗୋଟିଏ ପରିବର୍ତ୍ତନ କରିଛି। କ୍ୟାପଟେନ ପ୍ୟାଟ୍ କମିନ୍ସ ସୂଚନା ଦେଇଛନ୍ତି ଯେ ଆହତ ଜୋଶ ହାଜଲେଉଡଙ୍କ ସ୍ଥାନରେ ସ୍କଟ ବୋଲାଣ୍ଡ ଖେଳିବେ। ଏହା ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନୁହେଁ। ହାଜଲେଉଡ୍ ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡିବା ପରେ ଏହା ଘଟିବା ନିଶ୍ଚିତ ଥିଲା।