TOP 10 NEWS TODAY: ୨୦୨୪ ନିର୍ବାଚନରେ ୨ ଆସନରୁ ଲଢିବେ ବିଜେଡ଼ି ସୁପ୍ରିମୋ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement

TOP 10 NEWS TODAY: ୨୦୨୪ ନିର୍ବାଚନରେ ୨ ଆସନରୁ ଲଢିବେ ବିଜେଡ଼ି ସୁପ୍ରିମୋ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।  

TOP 10 NEWS TODAY: ୨୦୨୪ ନିର୍ବାଚନରେ ୨ ଆସନରୁ ଲଢିବେ ବିଜେଡ଼ି ସୁପ୍ରିମୋ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Today | 17 April | Evening 

1.BJD 5th MLA Candidate List: ୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକା ଜାରି କରିଛି ଶାସକ ବିଜୁ ଜନତା ଦଳ। ଏହି ନିର୍ବାଚନରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ପାରମ୍ପରିକ ଆସନ ହିଞ୍ଜିଳିକାଟୁ ସହ କଣ୍ଟାବାଞ୍ଝି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ବୁଧବାର (ଅପ୍ରେଲ ୧୭) ବିଜେଡ଼ି ୯ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଗତ ୨୦୧୯ ନିର୍ବାଚନରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ହିଞ୍ଜିଳିକାଟୁ ସହ ବିଜେପୁର ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

2.Israel Demand for India: ବେଶ କିଛି ଦିନ ଧରି ଇରାନ ସହ ଚାଲିଥିବା ବିବାଦ ମଧ୍ୟରେ ଇସ୍ରାଏଲ ବନ୍ଧୁ' ଭାରତ ପାଖରୁ ସାହାୟତା ଲୋଡ଼ିଛି। ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ ନାଓର ଗିଲୋନ କହିଛନ୍ତି ଯେ ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ, ଇରାନ ଭଳି ଦେଶ ନିୟନ୍ତ୍ରଣ କରିବାକୁ ଆମେ ଆଶା କରୁଛୁ। ଇସ୍ରାଏଲ୍  ରାଷ୍ଟ୍ରଦୂତ ଦାବି ଉପସ୍ଥାପ କରି କହିଛନ୍ତି ଯେ ଏ ସମ୍ପର୍କରେ ନୂଆଦିଲ୍ଲୀ ଜଣେ ବନ୍ଧୁ ଭାବରେ ପଦକ୍ଷେପ ନେବା ଉପରେ ପଦକ୍ଷେପ ନେଉ। ଇସ୍ରାଏଲ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରି ପଶ୍ଚିମ ଏସିଆକୁ ଅସ୍ଥିର କରିବା ତେହେରାନ ପକ୍ଷରୁ କରାଯାଉଥିବା ପ୍ରୟାସକୁ ଭାରତ ଅଟକାଉ। 

3.Assam CM Himanta Biswa Sarma: ନିର୍ବାଚନ ବେଳେ କଂଗ୍ରେସ ଦଳକୁ ସମାଲୋଚନା କରି ଚର୍ଚ୍ଚାକୁ ଆସିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ପୁଣି ଥରେ ସେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଏନେଇ ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେମାନେ ହେଉଛନ୍ତି 'ଅମୁଲ ବେବିଜ' (Amul Babies)। ଗାନ୍ଧୀ ପରିବାରକୁ ଦେଖିଲେ କ'ଣ ଲାଭ ହେବ? ସେମାନେ ଅମୁଲ ବିଜ୍ଞାପନ ପାଇଁ ଉପଯୁକ୍ତ। ସେଥିପାଇଁ ସେମାନେ ହେଉଛନ୍ତି 'ଅମୁଲ ବେବିଜ'। ତାଙ୍କୁ ଦେଖିବା ଅପେକ୍ଷା କାଜିରଙ୍ଗା ଗଣ୍ଡା ଦେଖିବା ଭଲ। କଂଗ୍ରେସ ସାଂସଦ ପ୍ରାର୍ଥୀ ଗୌରବ ଗୋଗୋଇଙ୍କ ସମର୍ଥନରେ ଏକ ରୋଡ୍ ସୋ ଆୟୋଜନ କରିବା ପାଇଁ ପ୍ରିୟଙ୍କା ଗାନ୍ଧୀ ଆସାମ ଜୋରହାଟ ଠାରେ ପହଞ୍ଚିବା ପରେ ଏକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବା ଶର୍ମା।

4.Odisha Chhattisgarh Border Sealed after Kanker Encounter: ମଙ୍ଗଳବାର (ଅପ୍ରେଲ ୧୬) ଛତିଶଗଡ଼ର କାଙ୍କେର ଜିଲ୍ଲାରେ ଏକ ବଡ଼ ନକ୍ସଲ ବିରୋଧି ଅଭିଯାନ କାର୍ଯ୍ୟକାରୀ କରିଥିଲା ସୁରକ୍ଷା ବଳ। ଏନେଇ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ୨୯ ନକ୍ସଲ ଟଳି ପଡ଼ିଛନ୍ତି। ଏହି ଘଟଣା ପରେ ଓଡ଼ିଶା ପୋଲିସ ଛତିଶଗଡ଼ ସୀମାକୁ ସିଲ୍ କରିଦେଇଛି। ଓଡ଼ିଶା-ଛତିଶଗଡ଼ ସୀମାରେ ରହିଥିବା ସମସ୍ତ ପ୍ରବେଶ/ପ୍ରସ୍ଥାନ ଦ୍ୱାର ବନ୍ଦ କରି ଦିଆଯାଇଛି। ସେହିପରି ଉଭୟ ରାଜ୍ୟକୁ ଯୋଡୁଥିବା ରାସ୍ତାକୁ ମଧ୍ୟ ବନ୍ଦ କରି ଦିଆଯାଇଛି। 

5.ABP C-Voter Survey on 2024 Election: ୨୦୨୪ ଲୋକସଭା ନିର୍ବାଚନରେ କେଉଁ ଦଳକୁ କେତେ ଆସନ ମିଳିବ ସେ ନେଇ ଏବିପି ନ୍ୟୁଜ-ସି ଭୋଟର ପକ୍ଷରୁ ଏକ ସର୍ଭେ କରାଯାଇଛି। ଏହି ସର୍ଭେ ଅନୁସାରେ ବିଜେପି ନେତତ୍ୱାଧିନ ଏନଡ଼ିଏ ମେଣ୍ଟ ତୃତୀୟ ଥର ଲାଗି କ୍ଷମତାକୁ ଫେରିପାରେ। ସେହିପରି କଂଗ୍ରେସ ନେତୃତ୍ୱାଧିନ ବିରୋଧି ମେଣ୍ଟ ଇଣ୍ଡିଆ ପରାଜୟ ବରଣ କରିବ। ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି ନେତତ୍ୱାଧିନ ଏନଡ଼ିଏ ଏକ ବଡ଼ ବିଜୟ ହାସଲ କରିପାରେ। ଏହି ସର୍ଭେ ଫଳାଫଳା ଅନୁସାରେ ଏନଡିଏ ୩୭୩ ଆସନ ପାଇପାରେ। ସେହିପରି ଇଣ୍ଡିଆ ୧୫୫ ସିଟ୍ ହାତେଇପାରେ। 

6.Bullet Train Project in India: ଆସନ୍ତା ୨୦୨୬ ବର୍ଷରେ ଅହମ୍ମଦାବାଦ-ମୁମ୍ବାଇ ମାର୍ଗରେ ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ଚଳାଚଳ କରିବା ନେଇ ଆଶା କରାଯାଉଛି। ଏହା ସହିତ ଆଗାମୀ ଦିନରେ ଅହମ୍ମଦାବାଦ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ବୁଲେଟ୍ ଟ୍ରେନ୍ ସେବା ଆରମ୍ଭ କରିବାକୁ ଯୋଜନା ରହିଛି। ଏହା ପରେ ଉଭୟ ସହର ମଧ୍ୟରେ ୧୨  ଘଣ୍ଟାର ଦୂରତା ପ୍ରାୟ ସାଢେ ୩ ଘଣ୍ଟା ପର୍ଯ୍ୟନ୍ତ ହ୍ରାସ ପାଇବ। ଏହା ସହିତ "ଇକୋନୋମିକ୍ ଟାଇମ୍ସ" ପକ୍ଷରୁ ପ୍ରକାଶିତ ଖବର ଅନୁଯାୟୀ ଜଣେ ଅଧିକାରୀ କହିଛନ୍ତି ଯେ ଦେଶରେ ସ୍ୱଦେଶୀ ଜ୍ଞାନକୌଶଳରେ ଉତ୍ପାଦିତ ବୁଲେଟ୍ ଟ୍ରେନ୍ ନିର୍ମାଣ ଆରମ୍ଭ ହୋଇଯାଇଛି। ଯିଏ ଘଣ୍ଟା ପ୍ରତି ୨୫୦ କିଲୋମିଟର ବେଗରେ ଯାତ୍ରା କରିବାକୁ ସକ୍ଷମ। 

7.Japan Currency Yen: ବିଶ୍ୱର ଅନ୍ୟତମ ବୃହତ୍ତ ଅର୍ଥନୀତି କୁହାଯାଉଥିବା ଜାପାନ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି। ଏହି ଦେଶ ଏହାର ମୁଦ୍ରା ତିଆରି ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନ କରିବାତୁ ଯାଉଛି। ଜାପାନ ଆସନ୍ତା ଜୁଲାଇ ମାସରୁ ନୂତନ ମୁଦ୍ରା ପ୍ରଚଳନ କରିବାକୁ ଯାଉଛି। ଚଳିତ ବର୍ଷ ଜାପାନ ମୁଦ୍ରା ୟେନ୍ (Japan Currency Yen) ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରମାଣିତ ହେବାକୁ ଯାଉଛି। ପ୍ରତି ୨୦ ବର୍ଷରେ ଜାପାନୀ ମୁଦ୍ରା ୟେନ୍ ପୁନର୍ବାର ଡିଜାଇନ (Japan Currency Yen Designing) ହେବା ସହ ଏହାକୁ ନୂତନ ରୂପ ଦିଆଯାଇଥାଏ। ଏହା ପୂର୍ବରୁ ଗତ ୨୦୦୪ ବର୍ଷରେ ଜାପାନୀ ମୁଦ୍ରାରେ ପରିବର୍ତ୍ତନ କରାଯାଇଥିଲା।

8.Ram Lalla Surya Tilak: ଅପ୍ରେଲ ୧୭ ତାରିଖ ବୁଧବାର ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ପାଳିତ ହୋଇଯାଇଛି ରାମ ନବମୀ ଏହି ଅବସରରେ ଅଯୋଧ୍ୟା ରାମ ମନ୍ଦିରରେ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥିଲା। ​​ଯେତେବେଳେ ଭଗବାନ ଶ୍ରୀରାମଙ୍କ କପାଳରେ ସୂର୍ଯ୍ୟ ତିଳକ ଲଗାଯାଇଥିଲା। ଭଗବାନ ଶ୍ରୀରାମଙ୍କ ସୂର୍ଯ୍ୟ ତିଳକ କାର୍ଯ୍ୟ କରିବା ମାତ୍ରେ ସମଗ୍ର ମନ୍ଦିର ପରିସର ଜୟ ଶ୍ରୀରାମ ଧ୍ୱନିରେ ପ୍ରତିଧ୍ୱନିତ ହୋଇଥିଲା। ସୂର୍ଯ୍ୟ ତିଳକର  ଭିଡିଓ ଏବେ ଭାଇରାଲ ହେଉଛି।

9.School Closed for 2 days due to Heatwave: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଏବଂ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ୩ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି। ଚଳିତ ବର୍ଷ ଅପ୍ରେଲ ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। 

10.IPL Match Today 2024: ଅପ୍ରେଲ ୧୭ ତାରିଖ ବୁଧବାର ଅହମ୍ମଦବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ ଠାରେ ମୁହାଁମୁହିଁ ହୋଇଛନ୍ତି ଗୁଜୁରାଟ ଟାଇଟନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ଷ। ଆଜି ଖେଳାଯାଇଥିବା ୩୨ ତମ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ଧାର୍ଯ୍ୟ ୨୦ ଓଭର ରେ ସମସ୍ତ ୱିକେଟ ହରାଇ ୮୯ ରନ୍ ସଂଗ୍ରହ କରିଛି। ୯୦ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଦିଲ୍ଲୀ ୪ ଓଭର ଖେଳ ପର୍ଯ୍ୟନ୍ତ ୨ ୱିକେଟ ହରାଇ ୪୨ ରନ୍ ସଂଗ୍ରହ କରିଛି।