Top News Headlines: ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha1968650

Top News Headlines: ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines | 19 November 2023 | ପଢ଼ନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

 

Top 10 News Headlines 19 November 2023

Top 10 News Headlines Today in Odia | 19 November 2023 | Evening| 1. Cricket World Cup 2023 Final: ପୁଣି ଥରେ କୋଟି କୋଟି ଭାରତୀୟ ପ୍ରଶଂସକଙ୍କ ସ୍ୱପ୍ନ ଭାଙ୍ଗିଯାଇଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ ର ଫାଇନାଲ୍ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତୀୟ ଦଳକୁ ୬ ୱିକେଟରେ ପରାସ୍ତ କରିଛି । ଅଷ୍ଟ୍ରେଲିଆର ଏହି ବିଜୟରେ ହିରୋ ବାମହାତୀ ଓପନର୍ ଟ୍ରାଭିସ୍ ହେଡ୍ ୧୩୭ ରନର ଚମତ୍କାର ଇନିଂସ ଖେଳି ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ । ଏହା ବ୍ୟତୀତ ଲାବୁସାଗ୍ନେ ୫୮ ରନ୍ ସ୍କୋର କରିଥିଲେ । ଟାଇଟଲ ମ୍ୟାଚରେ ଅଷ୍ଟ୍ରେଲିଆ ଆରମ୍ଭରୁ ଭାରତ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲା ।

2. Miss Universe 2023: ନିକାରାଗୁଆର ଶାନିସ୍ ପାଲାସିଓ ମିସ୍ ୟୁନିଭର୍ସ ଟାଇଟଲ୍ ଜିତିଛନ୍ତି । ୯୦ ଟି ଦେଶର ପ୍ରତିଯୋଗୀମାନଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତାରେ ଜିତିବା ପରେ ତାଙ୍କୁ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧାଯାଇଥିଲା । ସେ ୭୨ ତମ ମିସ୍ ୟୁନିଭର୍ସ ହୋଇଛନ୍ତି । ଅନ୍ତିମ ରାଉଣ୍ଡରେ ସେ ମିସ୍ ଥାଇଲ୍ୟାଣ୍ଡ ଓ ମିସ୍ ଅଷ୍ଟ୍ରେଲିଆ ସହିତ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ମିସ୍ ୟୁନିଭର୍ସ ୨୦୨୨ ଆର.ବୋନି ଗାବ୍ରିଏଲ୍ ତାଙ୍କ ଉତ୍ତରାଧିକାରୀଙ୍କୁ ମୁକୁଟ ଦେଇଥିଲେ । ଭାରତର ଶ୍ୱେତା ଶାରଦା ଶ୍ରେଷ୍ଠ ୧୦ ରାଉଣ୍ଡରୁ ବାଦ ପଡିଥିଲେ ।

3. SSC GD Constable Bharti 2023: ଜିଡି କନଷ୍ଟେବଳଙ୍କ ୭୫,୭୬୮ ପଦବୀରେ ନିଯୁକ୍ତି ପାଇଁ SSC ବିଜ୍ଞପ୍ତି ଜାରି କରିଛି । ନିଯୁକ୍ତି ପରୀକ୍ଷା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ୨୪ ନଭେମ୍ବରରୁ ଆରମ୍ଭ ହେବ । ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଆୟୋଗର ଅଫିସିଆଲ୍ ୱେବ୍ ସାଇଟ୍ https://ssc.nic.in/ ମାଧ୍ୟମରେ ଏହି ପଦବୀ ପାଇଁ ଆବେଦନ କରିପାରିବେ । 

4. Uttarakhand Tunnel Collapse: ଗତ ଏକ ସପ୍ତାହ ଧରି ଉତ୍ତରାଖଣ୍ଡର ଉତ୍ତରକାଶି ଜିଲ୍ଲାରେ ନିର୍ମାଣାଧୀନ ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି । କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କ ସହ ଉତ୍ତରାଖଣ୍ଡର ସିଏମ ପୁଷ୍କର ସିଂ ଧାମି ରବିବାର ଦିନ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ସେ ଉଦ୍ଧାର କାର୍ଯ୍ୟର ଯାଞ୍ଚ କରିଥିଲେ । ଏହା ପରେ ସେ କହିଥିଲେ ଯେ ଯଦି ଯଦି ମେସିନ୍ ସଠିକ୍ ଭାବରେ କାମ କରେ ତେବେ ଫସି ରହିଥିବା ଶ୍ରମିକମାନଙ୍କୁ ପ୍ରାୟ ଦୁଇରୁ ଅଢେଇ ଦିନ ମଧ୍ୟରେ ଉଦ୍ଧାର କରାଯାଇପାରିବ ।

5. Sanjay Gadhvi Passes Away: ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ତଥା ନିର୍ମାତା ସଞ୍ଜୟ ଗଡ଼ଭିଙ୍କର ଆଜି ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ  ୫୭ ବର୍ଷ ହୋଇଥିଲା।  ହୃଦଘାତ ଯୋଗୁଁ ତାଙ୍କର ନିଧନ ହୋଇ ଥିବା ଜଣାପଡି଼ଛି । ଯାହାକୁ ନେଇ ଶୋକ ପ୍ରକାଶ କରିଛନ୍ତି ବଲିଉଡର କଳାକାର। ମିଳିଥିବା ସୂଚନା ଅନୁଯାୟୀ,  ଆଜି ସକାଳେ ସଞ୍ଜୟ ଗଡ଼ଭି ଲୋଖଣ୍ଡୱାଲା ଅଞ୍ଚଳରେ ମର୍ଣ୍ଣିଂ ଓ୍ବାର୍କ କରିବାକୁ ଯାଇଥିଲ। ସେତେବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ପରେ ସଞ୍ଜୟଙ୍କୁ ନିକଟସ୍ଥ କୋକିଲାବେନ୍ ଅମ୍ବାନୀ ଡାକ୍ତରଖାନାକୁ ନେଇଥିଲେ ପରିବାର ଲୋକେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

6. President Murmu to visit Odisha: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ୨୦ ତାରିଖରୁ ତିନି ଦିନିଆ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଗସ୍ତରେ ଆସୁଛନ୍ତି । ଏହି ଗସ୍ତ ସମୟରେ ମହାମହିମ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ । ରାଷ୍ଟ୍ରପତି ନଭେମ୍ବର ୨୦ ତାରିଖ ଅର୍ଥାତ୍ ସୋମବାର ଦିନ ବାରିପଦାଠାରେ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର  ୩୬ତମ ବାର୍ଷିକ ଉତ୍ସବ ଓ ସାହିତ୍ୟ ମହୋତ୍ସବକୁ ଉଦ୍‌ଘାଟନ କରିବେ । ଏହା ସମେତ ମୟୂରଭଞ୍ଜ ଜିଲ୍ଲାର କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ରାଷ୍ଟ୍ରପତି ଲୋକାର୍ପଣ କରିବେ ।

7. Dharmendra Pradhan Launches PM SHRI Scheme In 63 Schools Of Odisha: ମୋଦୀ ସରକାରଙ୍କ ଦ୍ୱାରା ପରିଚାଳିତ ଓଡ଼ିଶାର ୬୩ଟି ସ୍କୁଲରେ ପିଏମ୍‌ଶ୍ରୀ ଯୋଜନା ଲାଗୁ ହୋଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନ ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେଇ ପିଏମଶ୍ରୀ ଯୋଜନାର ଶୁଭାରମ୍ଭ କରିଛନ୍ତି । ରାଜ୍ୟର ୩୭ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ୨୬ଟି ନବୋଦୟ ବିଦ୍ୟାଳୟରେ ପିଏମଶ୍ରୀ ଯୋଜନା କାର୍ଯ୍ୟକାରୀ ହୋଇଛି ।

8. Odisha Deputy Speaker Election: ଆସନ୍ତାକାଲି ରାଜ୍ୟରେ ଉପବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ହେବ ଓ ଏହା ସହ ୨୧ ତାରିଖରେ ନିର୍ବାଚନ ହେବ । ଶାସକ ବିଜେଡି ଦଳ ପାଖରେ ପ୍ରାର୍ଥୀ ଚୟନକୁ ନେଇ ସମସ୍ୟା ରହିଛି । ବାଚସ୍ପତି ଉପକୂଳ ଓଡ଼ିଶାର ହୋଇଥିବାରୁ ଉପବାଚସ୍ପତି ପଶ୍ଚିମ କିମ୍ବା ଉତ୍ତର ଓଡ଼ିଶାରୁ ହୋଇପାରନ୍ତି ବୋଲି ବେଶ୍ ଚର୍ଚ୍ଚା ହେଉଛି ।

9. Four Trillion Dollar Economy: ଭାରତର ଅର୍ଥନୀତିର ଆକାର ପ୍ରଥମ ଥର ପାଇଁ ୪ ଟ୍ରିଲିୟନ ଡଲାର ଅତିକ୍ରମ କରିଛି । ଏହା ସହ ଭାରତ ବର୍ତ୍ତମାନ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବାକୁ ଅତି ନିକଟତର ହୋଇଛି । ୫ ଟ୍ରିଲିୟନ ଡଲାର ଅର୍ଥନୀତି ହେବାର ଲକ୍ଷ୍ୟ ହାସଲ କରିବା ଦିଗରେ ଏହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ।

10. ICC World Cup 2023 Final: ଗୁଜୁରାଟର ଅହମ୍ମଦାବାଦରେ ରବିବାର (୧୯ ନଭେମ୍ବର) ଆଇସିସି କ୍ରିକେଟ୍ ବିଶ୍ୱକପ୍‌ର ଫାଇନାଲ୍ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ପରାଜୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ପିଏମ ମୋଦୀ ନିଜ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, “ପ୍ରିୟ ଟିମ୍ ଇଣ୍ଡିଆ, ବିଶ୍ୱକପ ସମୟରେ ତୁମର ପ୍ରତିଭା ଓ ନିଷ୍ଠା ଉଲ୍ଲେଖନୀୟ ଥିଲା । ତୁମେ ଉଚ୍ଚକୋଟିର ଖେଳି ଦେଶ ପାଇଁ ବହୁତ ଗର୍ବ ଆଣିଥିଲ । ଆମେ ଆଜି ଓ ସର୍ବଦା ଆପଣଙ୍କ ସହିତ ଛିଡା ହୋଇଛୁ ।"