Top 10 news: ନକ୍ସଲଙ୍କ ସହ ଗୁଳି ବିନିମୟରେ ଜଣେ କମାଣ୍ଡୋ ଆହତ ଓ ପଢ଼ନ୍ତୁ ଆଉ ୧୦ ଗୁରୁତ୍ୱପୂର୍ଣ୍ଣ ଖବର
Advertisement
Article Detail0/zeeodisha/odisha2524207

Top 10 news: ନକ୍ସଲଙ୍କ ସହ ଗୁଳି ବିନିମୟରେ ଜଣେ କମାଣ୍ଡୋ ଆହତ ଓ ପଢ଼ନ୍ତୁ ଆଉ ୧୦ ଗୁରୁତ୍ୱପୂର୍ଣ୍ଣ ଖବର

Top 10 news: ନକ୍ସଲଙ୍କ ସହ ଗୁଳି ବିନିମୟରେ ଜଣେ କମାଣ୍ଡୋ ଆହତ ଓ ପଢ଼ନ୍ତୁ ଆଉ ୧୦ ଗୁରୁତ୍ୱପୂର୍ଣ୍ଣ ଖବର 

Top 10 news: ନକ୍ସଲଙ୍କ ସହ ଗୁଳି ବିନିମୟରେ ଜଣେ କମାଣ୍ଡୋ ଆହତ ଓ ପଢ଼ନ୍ତୁ ଆଉ ୧୦ ଗୁରୁତ୍ୱପୂର୍ଣ୍ଣ ଖବର
1.ଛତିଶଗଡ଼ରୁ ଓଡ଼ିଶା ସୀମାକୁ ପ୍ରବେଶ କରୁଥିବା ନକ୍ସଲଙ୍କ ସହ ଗୁଳି ବିନିମୟରେ ଜଣେ କମାଣ୍ଡୋ ଆହତ ହୋଇଛନ୍ତି। ତାଙ୍କୁ ହେଲିକପ୍ଟର ଯୋଗେ ବିଶାଖାପାଟଣାମ ସ୍ଥାନାନ୍ତର କରାଯାଇଛି। ପୁଲିସ ଡିଜି ଓ୍ୱାଇବି ଖୁରାନିଆଙ୍କ କହିବା ଅନୁସାରେ ପୂର୍ବ ସୂଚନାକୁ ଆଧାର କରି ମାଲକାନଗିରି ଜିଲ୍ଲାର ସାବେରୀ ନଦୀ ପାଖରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ନକ୍ସଲଙ୍କ ମୃତ ହୋଇଛନ୍ତି। ବନ୍ଧୁକ, ଗୁଳି ଏବଂ କିଛି ବ୍ୟାଗ୍‍ ଜବତ କରାଯାଇଛି। 
 
2.ରାଜ୍ୟରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ କ୍ଷେତ୍ରରେ ଶୈକ୍ଷିକ ବିକାଶ ଲାଗି ଏକ ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ ଗଠନ କରାଯିବ। ଏଥିନେଇ ସୂଚନା ଦେଇଛନ୍ତି ପ୍ରାଣୀ ଓ ମତ୍ସ୍ୟପାଳନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ବିଶ୍ୱ ମତ୍ସ୍ୟସମ୍ପଦ ଦିବସ ଅବସରରେ ଶ୍ରୀ ମଲ୍ଲିକ କହିଛନ୍ତି। 
 
3.ଓଡ଼ିଶା ଲୋକସେବା ଆୟୋଗଙ୍କ ଅଧ୍ୟକ୍ଷଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ବାରମ୍ବାର ଆଦେଶ ସତ୍ତ୍ୱେ ସେ ଡେଣ୍ଟାଲ୍‍ ସର୍ଜନଙ୍କ ନିଯୁକ୍ତି ସମ୍ପର୍କିତ ମେରିଟ ଲିଷ୍ଟକୁ ଦାଖଲ କରୁ ନଥିବାରୁ ହାଇକୋର୍ଟ କ୍ଷୋଭ ପ୍ରକାଶ କରିବା ସହ ତାଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ନୋଟିସ ଦେଇଛନ୍ତି। 
 
4.ଧର୍ମଗଡ଼ରେ  କୃଷିକୁ ପାଣି ଯୋଗାଣ ପାଇଁ ଚାଷୀ ଆନ୍ଦୋଳନ କରିଛନ୍ତି। ବିଶେଷ କରି ଇନ୍ଦ୍ରାବତୀ ନଦୀର ପାଣି ତାଙ୍କ ପାଖରେ ନପହଞ୍ଚି ଶିଳ୍ପ ପାଇଁ ବ୍ୟବହାର କରାଯାଉଥିବା ନେଇ ଅଭିଯୋଗ ହୋଇଛି। ଆନ୍ଦୋଳନରତ ଚାଷୀଙ୍କ ସମାଧାନ ପାଇଁ ଆଲୋଚନା କରିବାକୁ ପ୍ରତିଶୃତି ଦେଇଛନ୍ତି ଉପ ଜିଲ୍ଲାପାଳ। 
 
5.ଗୋଠପାଟଣା, ଦାସପୁର, ମଳିପୁରର ୮୩୬ ଏକର ଜମିରେ ତିଆରି ହେବ ନୂଆ ଯୋଜନାବଦ୍ଧ ସହର। ଏହାଦ୍ୱାରା ଭୁବନେଶ୍ୱର ଉପକଣ୍ଠର ରୂପ ରେଖ ବଦଳିବ ବୋଲି ଆଶା କରାଯାଇଛି। ୧୫ ବର୍ଷ ଭିତରେ ଏହି ସହର ନିର୍ମାଣ ହେବ। ଏଥିଲାଗି ଭାରତ ସରକାର ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ସମୁଦାୟ ୮ ହଜାର କୋଟି ଟଙ୍କା ସରକାର ଖର୍ଚ୍ଚ କରିବେ। ଏହା ଗ୍ରୀନ୍‍ ସିଟି ଭାବେ  ପରିଚିତ ହେବ। 
 
6.ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ଆରମ୍ଭ ହୋଇଛି। ଏହାକୁ ବର୍ଷ ତମାମ ପାଳନ କରାଯିବ। ଉଦ୍‍ଘାଟନୀ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇ ଡ. ମହତାବଙ୍କ ସ୍ମାରକୀ ସ୍ୱରୂପ ଡାକଟିକଟ ଏବଂ ମୁଦ୍ରା ଉନ୍ମୋଚନ କରିଥିଲେ। ଏହା ସହିତ ଗାଁ ମଜଲିସ୍‍ର ଇଂରାଜୀ ଓ ହିନ୍ଦୀ ଅନୁବାଦକୁ ମଧ୍ୟ ଉନ୍ମୋଚନ କରିଥିଲେ। 
 
7.ଭାରତର ପ୍ରମୁଖ ଶିଳ୍ପାନୁଷ୍ଠାନ ଆଦାନୀ ବିରୁଦ୍ଧରେ ପୁଣି ବିଦେଶରେ ଚର୍ଚ୍ଚା ହୋଇଛି। ଏହି କମ୍ପାନୀ  ଭାରତର ସରକାରୀ ଅଧ଼ିକାରୀଙ୍କୁ ଲାଞ୍ଚ ଦେଇ ବିଦେଶୀ ନିବେଶ ହାସଲ ପାଇଁ ଚେଷ୍ଟା କରିଥିବା  କୋର୍ଟରେ ଅଭିଯୋଗ ହୋଇଛି। ଏପରିକି ଏଥିରେ କୋଟି କୋଟି ଡଲାର କାରବାର ପାଇଁ ପ୍ରତିଶୃତି ଦିଆଯାଇଥିବା  କୋର୍ଟରେ ତଥ୍ୟ ଉପସ୍ଥାପନ କରାଯାଇଛି।
 
8.ଆଦାନୀ ବିରୁଦ୍ଧରେ ଆମେରିକା କୋର୍ଟରେ ମାମଲା ରୁଜୁ ହେବା ପରେ ଶେୟାର ବଜାରରେ ଆଦାନୀ ଷ୍ଟକ୍‍ ହ୍ରାସ ପାଇଛି। ଅପରପକ୍ଷେ ଆଦାନୀ ଏହି ଅଭିଯୋଗକୁ ଖଣ୍ଡନ କରିଛି। ଏହି ଅଭିଯୋଗ ବିରୁଦ୍ଧରେ ଆବଶ୍ୟକ ତଥ୍ୟ ଉପସ୍ଥାପନ କରାଯିବ ବୋଲି ଆଦେନୀ ପକ୍ଷରୁ କୁହାଯାଇଛି। 
 
9.ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଆଦାନୀ ଗ୍ରୁପ୍‍ ଅଧ୍ୟକ୍ଷ ଗୌତମ ଆଦାନୀଙ୍କୁ ଗିରଫ କରିବାକୁ ଦେବି କରିଛନ୍ତି। ତାଙ୍କୁ ଗିରଫ କରି ତଦନ୍ତ କରାଗଲେ ତଦନ୍ତ ଠିକଣା ରାସ୍ତାରେ ଯିବ ବୋଲି ସେ କହିଛନ୍ତି। ଆଦାନୀ ହିନ୍ଦୁସ୍ତାନକୁ ହାଇଜାକ୍‍ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। 
 
10.ବିଜେପି ପକ୍ଷରୁ ସାଂସଦ ତଥା ମୁଖପାତ୍ର ସମ୍ବିତ ପାତ୍ର ଏ ଘଟଣାରେ ଦଳର ପକ୍ଷକୁ ସ୍ପଷ୍ଟ କରିଛନ୍ତି। ଅଦାଲତରେ ମାମଲା ରହିଛି ଏବଂ ଏହି ମାମଲା ଆଇନ ଅନୁସାରେ ତା ବାଟରେ ଯିବ ବୋଲି ସେ କହିଛନ୍ତି। କମ୍ପାନୀ ବିରୁଦ୍ଧରେ ମାମଲା ରହିଥିବାରୁ କମ୍ପାନୀ ଏ ବବାଦରେ ତାହାର ପକ୍ଷ ରଖିବ ବୋଲି ସେ କହିଛନ୍ତି।