Top 10 news: ଆଜି ଆସିବ ସୁଭଦ୍ରା ଟଙ୍କା ଓ ପଢ଼ନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଖବର
Advertisement
Article Detail0/zeeodisha/odisha2528439

Top 10 news: ଆଜି ଆସିବ ସୁଭଦ୍ରା ଟଙ୍କା ଓ ପଢ଼ନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଖବର

Top 10 news: ଆଜି ଆସିବ ସୁଭଦ୍ରା ଟଙ୍କା ଓ ପଢ଼ନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଖବର

Top 10 news: ଆଜି ଆସିବ ସୁଭଦ୍ରା ଟଙ୍କା ଓ ପଢ଼ନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଖବର
1.Subhadra Yojana: ଆଜି ଆସିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ସୁନ୍ଦରଗଡ଼(Sundergarh)ରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଇବେ । ଏଥିପାଇଁ ସୁନ୍ଦରଗଡ଼ରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
 
2.Odisha News: ଗଜପତି ଜିଲ୍ଲା ମୋହନା ବ୍ଲକରେ ଗଞ୍ଜେଇ ଚୋରା ଚାଲାଣକୁ ନେଇ ଗଜପତି ଏସପିଙ୍କ ଗ୍ରୀନ କ୍ଲିନ୍ ଅଭିଯାନ ଆରମ୍ଭ ହୋଇଯାଇଛି। ମୋହନା ବ୍ଲକ ଅନ୍ତର୍ଗତ ବଡ଼ସିନ୍ଧବା ଗ୍ରାମ ପଞ୍ଚାୟତ କୁଟିମେରା ଓ ପାଢ଼ୀଗାଁ ପାଖ ଜଙ୍ଗଲ ଜମିରେ ଗଞ୍ଜେଇ ଚାଷ ହୋଇଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ଯାହା ଫଳରେ ଗଜପତି ଏସପି ଯତୀନ୍ଦ୍ର ପଣ୍ଡାଙ୍କ ସହ ୭ ପ୍ଲାଟୁନ ପୋଲିସ୍ ଫୋର୍ସ ଉକ୍ତ ଜଙ୍ଗଲରେ ପହଞ୍ଚି ୪୨ ଏକରରେ ଗଞ୍ଜେଇ ଚାଷ କରାଯାଇଥିବା ୭୦ ହଜାର ଗଛକୁ ନଷ୍ଟ କରାଯାଇଛି।
 
3.Weather Report: ରାଜ୍ୟରେ ଶୀତର ପ୍ରବାହ ଜାରି ରହିଛି। ୩ ଜିଲ୍ଲା ସୁନ୍ଦରଗଡ଼, କନ୍ଧମାଳ ଓ କଳାହାଣ୍ଡିରେ ହାଲୁକାର ମଧ୍ୟମ ଧରଣର କୁହୁଡ଼ି ପଡ଼ିବାର ସମ୍ଭାବନା ଥିବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର କୌଣସି ସମ୍ଭାବନା ନାହିଁ। ଆକାଶ ପରି‌ଷ୍କାର ରହିବା ସହ ପାଗ ଶୁଖିଲା ରହିବ। ୨୭ ତାରିଖରେ ଗଞ୍ଜାମ, ଗଜପତି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ୨୮ ତାରିଖରେ ଗଞ୍ଜାମ, ଗଜପତି(Ganjam), ମାଲକାନଗିରି, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ(Puri) ଓ କୋରାପୁଟ(Koraput) ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
 
4.School Close: ଦିଲ୍ଲୀ-ଏନସିଆରରେ ପ୍ରଦୂଷଣର କ୍ରମାଗତ ବୃଦ୍ଧି ହେତୁ ଡିଏମ ମନୀଷ କୁମାର ବର୍ମା ନିର୍ଦ୍ଦେଶ ଦେଇଛନ୍ତି ଯେ ଗୌତମ ବୁଦ୍ଧ ନଗରର ସ୍କୁଲଗୁଡ଼ିକୁ ୨୪ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ ରଖାଯିବ। ଗୌତମ ବୁଦ୍ଧ ନଗରରେ ପ୍ରଦୂଷଣର ସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ପିଲାମାନଙ୍କର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ପ୍ରଶାସନ କୌଣସି ବୋର୍ଡ ସ୍କୁଲରେ ଦ୍ୱାଦଶ ପର୍ଯ୍ୟନ୍ତ ଶାରୀରିକ କ୍ଲାସ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଶାରୀରିକ ସ୍ତରରେ ଶିଶୁ କ୍ଲାସକୁ ଆସିବେ ନାହିଁ, ବିଦ୍ୟାଳୟଗୁଡ଼ିକ ସେମାନଙ୍କୁ କେବଳ ନଭେମ୍ବର ୨୫ ପର୍ଯ୍ୟନ୍ତ ଅନଲାଇନରେ ଶିକ୍ଷାଦାନ କରିବ। ପୂର୍ବରୁ ଏହି ନିଷେଧାଦେଶ କେବଳ ନଭେମ୍ବର ୨୩ ପର୍ଯ୍ୟନ୍ତ ଲାଗୁ କରାଯାଇଥିଲା, କିନ୍ତୁ ଗମ୍ଭୀର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ବୃଦ୍ଧି କରାଯାଇଛି।
 
5.IAS ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏହାକୁ ନେଇ ସାଧାରଣ ପ୍ରଶାସନିକ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି ।
 
6.Srimandira: ଶ୍ରୀମନ୍ଦିର ରତ୍ନଭଣ୍ଡାର(Ratnabhandar)ର ଆବଶ୍ୟକ ମରାମତି ଓ ସଂରକ୍ଷଣ ପୂର୍ବରୁ କାନ୍ଥ, ଛାତ, ଚଟାଣ ଆଦିର ହୋଇଥିବା ବୈଷୟିକ ଯାଞ୍ଚ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି। ୪୫ ପୃଷ୍ଠାର ଏହି ରିପୋର୍ଟ ହସ୍ତଗତ ପରେ ଶ୍ରୀମନ୍ଦିର(Srimandira) ପ୍ରଶାସନ ରତ୍ନଭଣ୍ଡାର ମରାମତି ଦିଗରେ ତତ୍ପରତା ଦେଖାଇ ଏଏସ୍‌ଆଇକୁ ଚିଠି ଲେଖିଛି। 
 
7.Election Result: ଝାଡ଼ଖଣ୍ଡରେ JMM-କଂଗ୍ରେସ ମେଣ୍ଟର ବାଜିମାତ ହୋଇଛି । ୮୧ ବିଧାନସଭା ଆସନରୁ ଜେଏମଏମ୍ ନେତୃତ୍ବାଧୀନ ଗଠବନ୍ଧନ ଜିତିଛି ୫୬ ସିଟ୍ । ରାଞ୍ଚିରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା କର୍ମୀଙ୍କ ଜୋରଦାର ସେଲିବ୍ରେସନ ଦେଖିବାକୁ ମିଳିଛି। ଅନ୍ୟପଟେ, ମହାରାଷ୍ଟ୍ରରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟର ମହାସୁନାମୀ। ବିଧାନସଭା ନିର୍ବାଚନରେ ବୃହତ ବିଜୟ ପରେ ବିଜେପି, ଶିବସେନା ଓ ଏନ୍ସିପି ଶିବିରରେ ଜୋରଦାର ସେଲିବ୍ରେସନ୍ ଦେଖିବାକୁ ମିଳିଛି।
 
8.Modi:ନଭେମ୍ବର ୨୪ରେ ‘ଓଡ଼ିଶା ପର୍ବ ୨୦୨୪’ ରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅପରାହ୍ଣ ପ୍ରାୟ ସାଢ଼େ ପାଞ୍ଚଟାରେ ନୂଆଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମରେ ‘ଓଡ଼ିଶା ପର୍ବ ୨୦୨୪’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି ଅବସରରେ ସେ ଏକ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।
 
9.Odisha News: ଗିରଫ ହୋଇଛନ୍ତି ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଭାଇ ଭବ । ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଏବଂ ହାଟ ପାଇଁ ରାସ୍ତାରୋକ ଏକାଧିକ ମାମଲା ପରେ ଯାଜପୁରର ପାୱାରଫୁଲ ରାଜନେତା ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସଙ୍କୁ ଗିରଫ କରିଛି ପୋଲିସ୍। ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଗୌତମ ରାଏ ଏକ ପ୍ରେସମିଟ୍ କରି କହିଛନ୍ତି ଯେ, ମାଆ ବିରଜାଙ୍କ ନାଁରେ ରାଜନୀତି କରନ୍ତୁ ନାହିଁ ।
 
10. Odisha News:ଧାନ କିଣା ନେଇ ମିଲରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ମଣ୍ଡି ବ୍ୟତୀତ ବାହାରୁ ଧାନ କିଣିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମିଲ୍‌କୁ ସିଲ୍‌ କରାଯିବା ସହ କଳା ତାଲିକାଭୁକ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ନୂଆପଡ଼ାରେ ଏହି କାରଣ ପାଇଁ ମିଲ୍‌କୁ ସିଲ୍‌ କରାଯାଇଛି ତେଣୁ ଆଗକୁ ଯିଏ ବି ଏମିତି କାମ କରିବ ତା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।