Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2223171

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: 

1. ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି। ଅପରାହ୍ଣ ସାଢ଼େ ଦୁଇଟା ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ୪୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱରଠାରେ ୪୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ପଶ୍ଚିମ ଦିଗରୁ ଗରମ ଓ ଶୁଷ୍କ ବାୟୁ ପ୍ରବାହ ଯୋଗୁ ପରିସ୍ଥିତି ଏପରି ଅନୁଭୂତ ହେଉଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏପରିକି ଆସନ୍ତା ୫ ଦିନ ଯାଏ ଏଥିରୁ ନିସ୍ତାର ମିଳିବ ନାହିଁ।  

2. ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ଏକ ଯାତ୍ରୀବାହୀ ବସ ଅଗ୍ନିକାଣ୍ଡର ଶିକାର ହୋଇଛି। ହଠାତ୍‍ ଗାଡ଼ିର ତଳ ଭାଗରେ ନିଆଁ ଲାଗିବା ଦ୍ୱାରା ଏଥିରେ ଥିବା ୪୦ରୁ ଅଧିକ ଯାତ୍ରୀ ଆତଙ୍କିତ ହୋଇଥିଲେ। ପରେ ଗାଡ଼ି ଅଟକିବାରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଓହ୍ଲାଇ ପଡ଼ିଥିଲା। ୫୫ ନମ୍ବର ଜାତୀୟ ରାଜପଥର ଆନନ୍ଦ ନଗରଠାରେ ଏହି ଘଟଣା ଘଟିଛି।  ଘଟଣାର କାରଣ ଜଣାପଡ଼ି ନାହିଁ।

3. ଦୁଇଥର ବିଧାୟକ ହୋଇ ଟିକଟ ନ ମିଳିବାରୁ ବିଜୁ ଜନତା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ପର୍ଶୁରାମ ଧଡ଼ା। ସେ ୨୦୧୯ ଏବଂ ୨୦୧୪ ମସିହାରେ ବିଜେଡି ଟିକଟରେ ସୋରରୁ ବିଧାୟକ ହୋଇଥିଲେ। ହେଲେ ୨୦୨୪ରେ ଦଳ ତାଙ୍କୁ ଟିକଟ ଦେଇ ନଥିଲା। ଦଳରେ ଯୋଗ ଦେବା ପରେ ସେ କୌଣସି ପଦପଦବୀ ପାଇଁ ଲାଳାୟିତ ନୁହଁନ୍ତି ବୋଲି କହିଥିଲେ। ତେବେ ଦଳ ସୋରରୁ ଟିକଟ ଘୋଷଣା କରି ନଥିବାରୁ ଶ୍ରୀ ଧଡ଼ା  ବିଜେପି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ୨୦୦୯ ମସିହାରେ ବିଜେପି ଟିକଟରେ ନିର୍ବାଚନ ଲଢ଼ି ହାରିଥିଲେ ଶ୍ରୀ ଧଡ଼ା।

4. ନବରଙ୍ଗପୁରକୁ ନିର୍ବାଚନ ପ୍ରଚାର ଗସ୍ତରେ ଥିବା ବିଜେଡିର ହାଇପ୍ରୋଫାଇଲ୍‍ ନେତା ତଥା ଦ୍ୱିତୀୟ ନମ୍ବର ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ୍‍ଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଛି। ଏହା ଏକ ସ୍ୱଭାବିକ ଯାଞ୍ଚ ପ୍ରକ୍ରିୟା। ପୁଲିସ ଓ ମାଜିଷ୍ଟ୍ରେଟ୍‍ଙ୍କ ଉପସ୍ଥିତିରେ ଏହି ଅଚାନକ ଯାଞ୍ଚ କରାଯାଇଥିଲା। ନିର୍ବାଚନକୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ବେଆଇନ ଜିନିଷ ଥିବା ସନ୍ଦେହରେ ଏପରି ତଦନ୍ତ କରାଯାଇଥାଏ। 

5. ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍‍ ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ। ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁସାରେ ଏହି ପର୍ଯ୍ୟାୟରେ ସମୁଦାୟ ୩୦୫ ଜଣ ପ୍ରାର୍ଥୀ ଉଭୟ ଲୋକସଭା ଓ ବିଧାନସଭା ଆସନ ଲାଗି ନିଜର ମନୋନୟନ ପତ୍ର ଦାଖଲ କରିଛନ୍ତି। ଆଜି ଏହି ପ୍ରାର୍ଥୀପତ୍ରର ଯାଞ୍ଚ କରାଯାଉଛି। 

6. ଚତୁର୍ଥ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବାକୁ ଦାବି କରିଛନ୍ତି ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ। ପ୍ରବଳ ଗ୍ରୀଷ୍ମକୁ ଆଖିରେ ରଖି ଛୁଟି ପରେ ପରୀକ୍ଷା କରାଇବାକୁ ଛାତ୍ରୀମାନେ ନିବେଦନ କରିଛନ୍ତି। କିନ୍ତୁ କର୍ତ୍ତୃପକ୍ଷ ସେମାନଙ୍କ ଦାବିପତ୍ରକୁ କର୍ଣ୍ଣପାତ ନକରିବାରୁ ଆଜି ସେମାନେ ଆନ୍ଦୋଳନ କରିଛନ୍ତି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଏପ୍ରିଲ୍‍ ୩୦ରୁ ମେ ୧୮ ଯାଏ ପରୀକ୍ଷା ସ୍ଥିର କରାଯାଇଛି। 

7. ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ତଥା ସର୍ବଭାରତୀୟ ସ୍ତରର ପଞ୍ଚମ ପର୍ଯ୍ୟାୟ ସାଧାର ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁସାରେ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଏବଂ ଆସ୍କା ପ୍ରଭୃତି ୫ ସଂସଦୀୟ ନିର୍ବାଚନ ମଣ୍ଡଳୀ ଏବଂ ଏଠାର ଅନ୍ତର୍ଗତ ୨୮ ବିଧାନସଭା ମଣ୍ଡଳୀ ଲାଗି ନାମାଙ୍କନ ଦାଖଲ ଆରମ୍ଭ ହେବ। ଏହି ସବୁ ନିର୍ବାଚନ ମଣ୍ଡଳୀରେ ମେ’ ମାସ ୨୦ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ।  ଆସ୍କା ଲୋକସଭା ମଣ୍ଡଳୀର ୭ ବିଧାନସଭା ଆସନ ଲାଗି ନିର୍ବାଚନ ବିଜ୍ଞପ୍ତିରେ କିଛି କୁହାଯାଇ ନାହିଁ।

8. ନିର୍ବାଚନର ସମସ୍ତ ଭୋଟ୍‍କୁ ପୁଣିଥରେ ଯାଞ୍ଚ କରିବା ତଥା ଶତପ୍ରତିଶତ ଭିଭିପାଟ୍‍ ମସିନ୍‍ ସଂଯୁକ୍ତ କରିବା ନେଇ ସୁପ୍ରିମ୍‍ କୋର୍ଟଙ୍କ ପାଖରେ ଥିବା ସମସ୍ତ ମାମଲାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସୁପ୍ରିମ୍‍ କୋର୍ଟ । ନିର୍ବାଚନ ପରିଚାଳନା କରୁଥିବା ସଂସ୍ଥାନ ଉପରେ ବିଶ୍ୱାସ ଏବଂ ପରସ୍ପର ଭିତରେ ସହଭାଗୀତାହିଁ ସୁସ୍ଥ ଗଣତନ୍ତ୍ରର ପରିଚୟ ବୋଲି କହିଥିଲେ ସୁପ୍ରିମ କୋର୍ଟ। କିନ୍ତୁ ଯଦି ପ୍ରାର୍ଥୀ ଚାହିଁବେ  ଭୋଟ ଗ୍ରହଣ ପରେ ମାଇକ୍ରୋ କଣ୍ଟ୍ରୋଲରକୁ ଯାଞ୍ଚ କରିପାରିବେ। କିନ୍ତୁ ଏ ବାବଦ ଖର୍ଚ୍ଚ ପ୍ରାର୍ଥୀ ନିଜେ ବହନ କରିବେ।

9. ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (VVPAT) ସ୍ଲିପ୍ ମାଧ୍ୟମରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ମାଧ୍ୟମରେ ଦିଆଯାଇଥିବା ଭୋଟର ସମ୍ପୂର୍ଣ୍ଣ ଯାଞ୍ଚ ଦାବିକୁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ (୨୬ ଏପ୍ରିଲ୍) ପ୍ରତ୍ୟାଖ୍ୟାନ କରିଛନ୍ତି। ଜଷ୍ଟିସ ସଞ୍ଜିବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ବେଞ୍ଚ ମଧ୍ୟ ନିର୍ବାଚନରେ ​​ମତଦାନ କାଗଜକୁ ଫେରିଯିବାକୁ ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କୁ ଏହି ପ୍ରସଙ୍ଗକୁ ନେଇ ଟାର୍ଗେଟ୍ କରିଛନ୍ତି।

10. ଓଡ଼ଗାଁ ଡବଲ ମର୍ଡର ମାମଲାର ରାୟ ଶୁକ୍ରବାର ପ୍ରକାଶିତ ହୋଇଛି। ୨୭ଜଣ ସାକ୍ଷୀଙ୍କ ବୟାନ ଓ ପୁଲିସ ତଦନ୍ତକୁ ଭିତ୍ତି କରି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଏହି ହତ୍ୟା ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ଦୀର୍ଘ ୫ ବର୍ଷ ତଳେ ୨୦୧୯ ମସିହା ଜାନୁଆରି ମାସ ୧୭ ତାରିଖ ବୁଧବାର ବିଳମ୍ବିତ ରାତିରେ ଓଡ଼ଗାଁ କୃଷକ ବଜାର ରାତ୍ର ଜଗୁଆଳ ରଙ୍ଗଣୀପାଟଣା ଜାମୁସାହି ଗ୍ରାମର ତ୍ରିଲୋଚନ ସେଠୀ ବସଷ୍ଟାଣ୍ଡ ନିକଟରେ ଥିବା ସମୟରେ ଅଭିଯୁକ୍ତ ସାକେରୀ ପଞ୍ଚାୟତ କୁଶଢିପି ଗ୍ରାମର ନିରଞ୍ଜନ ମଳିକ ଓରଫ ନଣ୍ଡା ଜୀବନରୁ ମାରି ଦେବା ଉଦ୍ଦେଶ୍ୟ ନେଇ ଏକ କାଠ ଫାଳିଆରେ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲା। ଯାହା ଫଳରେ ତ୍ରିଲୋଚନ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ଲୋଚନଙ୍କୁ ଉଦ୍ଧାର କରି ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Also Read- Shukra Gochar 2024: ମାଳବ୍ୟ ରାଜଯୋଗ ଫିଟାଇବ ୫ ରାଶିର ଭାଗ୍ୟ, ହେବ ଧନର ବର୍ଷା !