Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

H1. ଏକାକୀ ଲଢିବ ବିଜେପି: ମନମୋହନ
ରାଜ୍ୟରେ ବିଜେପି ଏକାକୀ ଲଢିବ ବୋଲି ସୂଚନା ଦେଇଛନ୍ତି ବିଜେପି ସଭାପତି ମନମୋହନ ସାମଲ। ଆଜି ତାଙ୍କ ଏକ୍ସରେ ଏକ ପୋଷ୍ଟ କରି ଆଗାମୀ ନିର୍ବାଚନରେ ବିଜେପି ଏକାକୀ ଲଢିବ ବୋଲି ସୂଚନା ପ୍ରଦାନ କରିଛନ୍ତି। ତେବେ ମେଣ୍ଟ ଆଶା ଏକ ପ୍ରକାର ମଉଳିଯାଇଥିବା ଜଣାପଡ଼ିଛି। 

H2. ଦାମୋଦର ରାଉତଙ୍କ ଦେହାନ୍ତ
ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଡା. ଦାମୋଦର ରାଉତଙ୍କ ଦେହାନ୍ତ ହୋଇଛି। ଗତକାଲି ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କିମ୍‍ସ୍‍ ହସ୍‍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।  ଆଜି ସକାଳ ୫ଟା ୨୩ ମିନିଟ ସମୟରେ ତାଙ୍କ ଦେହାନ୍ତ ହୋଇଥିବା ହସ୍‍ପିଟାଲ୍‍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ଏନେଇ ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଥିଲେ। 

H3. ସ୍ଵର୍ଗଦ୍ଵାରରେ ହେବ ଶେଷକୃତ୍ୟ
ପାରାଦୀପ-ଏରସମା ଅଭିମୁଖେ ଡାକ୍ତର ଦାମ ରାଉତଙ୍କ ପାର୍ଥିବ ଶରୀର। ପୁରୀ ସ୍ଵର୍ଗଦ୍ଵାରରେ ହେବ ଶେଷକୃତ୍ୟ। ପାରାଦୀପ ଯିବା ରାସ୍ତାରେ ପ୍ରଥମେ ରଘୁନାଥପୁରରେ କିଛି ସମୟ ରହିବେ। ସେଠାରୁ ତିର୍ତ୍ତୋଲରେ କିଛି ସମୟ ରହିବା ପରେ କୁଜଙ୍ଗ ବଜାରରେ ଶେଷ ଦର୍ଶନ ଲାଗି କିଛି ସମୟ ଲାଗି ଅଟକିବ। ପାରାଦ୍ଵୀପରେ ପରିକ୍ରମା ସହିତ ବିଜୁପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟରେ ଶେଷ ଦର୍ଶନ ଲାଗି ରହିବ ପାର୍ଥିବ ଶରୀର। ସେଠାରୁ ଏରସମା ପରିକ୍ରମା ପରେ ପୁରୀ ସ୍ଵର୍ଗଦ୍ଵାର ଅଭିମୁଖେ ବାହାରିବ ଦାମୋଦର ରାଉତଙ୍କ ପାର୍ଥିବ ଶରୀର।

H4. ବିଜେପି ଚତୁର୍ଥ ପ୍ରାର୍ଥୀ ତାଲିକା
ଭାରତୀୟ ଜନତା ପାର୍ଟି (ବିଜେପି) ଶୁକ୍ରବାର ଦିନ (୨୨ ମାର୍ଚ୍ଚ ୨୦୨୪) ଲୋକସଭା ନିର୍ବାଚନ ୨୦୨୪ ପାଇଁ ନିଜର ଚତୁର୍ଥ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଦୁଇଟି ରାଜ୍ୟ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହି ତାଲିକାରେ ସମୁଦାୟ ୧୫ଟି ନାମ ରହିଛି, ସେଥିମଧ୍ୟରୁ ଗୋଟିଏ ପୁଡୁଚେରୀ ପାଇଁ ଥିବାବେଳେ, ବାକି ୧୪ ଟି ତାମିଲନାଡୁ ପାଇଁ ରହିଛି। ଏହି ସମସ୍ତ ୧୫ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଦୁଇଜଣ ମହିଳା ପ୍ରାର୍ଥୀ ମଧ୍ୟ ଅଛନ୍ତି।

H5. କଂଗ୍ରେସର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି
ଲୋକସଭା ନିର୍ବାଚନ ୨୦୨୪ ପାଇଁ କଂଗ୍ରେସ ତୃତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଦଳ ମୋଟ ୫୭ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି। କଂଗ୍ରେସ ଏହାର ତୃତୀୟ ତାଲିକାରେ ଅରୁଣାଚଳ ପ୍ରଦେଶରେ ୨ଟି, ଗୁଜୁରାଟରେ ୧୧ଟି, କର୍ଣ୍ଣାଟକରେ ୧୭ଟି, ମହାରାଷ୍ଟ୍ରରେ ୭ଟି, ରାଜସ୍ଥାନରେ ୬ଟି, ତେଲେଙ୍ଗାନାରେ ୫ଟି, ପଶ୍ଚିମବଙ୍ଗରେ ୮ଟି ଏବଂ ଗୋଟିଏ ଆସନରେ ପ୍ରାର୍ଥୀ ଦେଇଛନ୍ତି। ପୁଡୁଚେରୀ ନାମ ଘୋଷଣା କରାଯାଇଛି।

H6. ଓଡ଼ିଶା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ହଟିଲେ ବିଜୟ ପଟ୍ଟନାୟକ
ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ହଟିଲେ ବିଜୟ ପଟ୍ଟନାୟକ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ତାଙ୍କ ସ୍ଥାନରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଭକ୍ତ ଦାସଙ୍କୁ ନିଯୁକ୍ତ କରିଛନ୍ତି। ସେହିପରି ବିଜୟ ପଟ୍ଟନାୟକଙ୍କୁ ନିର୍ବାଚନ ସଂଯୋଜନା କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି।

H7. ଆବେଦନ ପ୍ରତ୍ୟାହାର କଲେ କେଜରିୱାଲ
ଦିଲ୍ଲୀ ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫଦାରୀ ବିରୋଧରେ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନକୁ ଶୁକ୍ରବାର ପ୍ରତ୍ୟାହାର କରିଛନ୍ତି। ତାଙ୍କ ଓକିଲ ଅଭିଷେକ ମନୁ ସିଂଘଭି ଏହି ସୂଚନା ଦେଇଛନ୍ତି। କେଜ୍ରିୱାଲଙ୍କ ଆବେଦନର ଶୁଣାଣି ପାଇଁ ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଏମ.ଏମ ସୁନ୍ଦରେସ ଏବଂ ଜଷ୍ଟିସ ବେଲା ଦ୍ୱିବେଦୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଧାର୍ଯ୍ୟ ହୋଇଥିଲା। ଏହାପୂର୍ବରୁ ସୁପ୍ରିମକୋର୍ଟ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆବେଦନକୁ ତୁରନ୍ତ ଶୁଣାଣି କରିବାକୁ ରାଜି ହୋଇଥିଲେ।

H8. ଭର୍ତ୍ତୃହରିଙ୍କୁ ଆଶ୍ୱସ୍ତି
ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ତାଙ୍କ ନାଁରେ ଥିବା   ଗିରଫ ପାରଓ୍ୱାନାରୁ ଆଶ୍ୱସ୍ତି ଲାଭ କରିଛନ୍ତି। ତାଙ୍କ ବିରୁଦ୍ଧରେ ୨୦୧୧ ମସିହାରେ ପୁଲିସ କର୍ମୀଙ୍କୁ ଦୁର୍ବ୍ୟବହାର ମାମଲାରେ କୋର୍ଟ ଗିରଫ ପରଓ୍ୱାନା ଜାରି କରିଥିଲେ। କୋର୍ଟରେ ହାଜର ନହେବା କାରଣରୁ ତାଙ୍କ ବିପକ୍ଷରେ କୋର୍ଟ ଏହି ନିଷ୍ପତ୍ତି ନେଇଥିଲେ। ଏବେ ସେ କୋର୍ଟଙ୍କ ପାଖରେ ନିଜକୁ ହାଜର କରାଇ ଏହି ଗିରଫ ପରଓ୍ୱାନା ଉପରେ ରୋକ ଲଗାଇବାକୁ ଅନୁେରାଧ କରିଥିଲେ। ଏବେ ତାଙ୍କ ବିରୁଦ୍ଧରେ ଥିବା ଅଭିଯୋଗର ଶୁଣାଣି ହେବ। 

H9. ଇତିହାସ ରଚିଲା ଇସ୍ରୋ; ‘ପୁଷ୍ପକ’ ବିମାନର ହେଲା ସଫଳ ପରୀକ୍ଷଣ
ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) କୁ ବଡ଼ ସଫଳତା । ଶୁକ୍ରବାର କର୍ଣ୍ଣାଟକର ଚିତ୍ରଦୁର୍ଗଠାରେ ‘ପୁଷ୍ପକ’ ବିମାନକୁ ସଫଳତାର ସହ ଅବତରଣ କରିଛି। ଟୁଇଟ ମାଧ୍ୟମରେ ଏହି ସୂଚନା ଦେଇଛି ଇସ୍ରୋ । ପୁଷ୍ପକ ବିମାନ ହେଉଛି ଏକ ଏସୟୁଭି ଆକାରର ପଙ୍ଖା ଭିତ୍ତିକ ରକେଟ, ଯାହାକୁ ‘ସ୍ବଦେଶୀ ସ୍ପେସ ସଟଲ’ ମଧ୍ୟ କୁହାଯାଏ। ପୁନଃ ବ୍ୟବହାର ଯୋଗ୍ୟ ରକେଟ ବିଭାଗରେ ସଫଳତା ହାସଲ କରିବା ପାଇଁ ଭାରତ ଏହା ଏକ ବଡ ପଦକ୍ଷେପ।

H10. ଆଜିଠାରୁ ଆଇପିଏଲ ଲଢେଇ

ଆଇପିଏଲ୍ ୨୦୨୪ ର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ଦଳ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏଥର ଚେନ୍ନାଇ ସୁପର କିଙ୍ଗ୍ସର ଦଳ ଜଣେ ନୂଆ ଅଧିନାୟକଙ୍କ ସହ ପଡ଼ିଆକୁ ଉହ୍ଲାଇବ। ହଁ ଆଜ୍ଞା, ଏଥର ଚେନ୍ନାଇର ନେତୃତ୍ୱ ମହେନ୍ଦ୍ର ସିଂ ଧୋନିଙ୍କ ହାତରେ ନୁହେଁ ବରଂ ରୁତୁରାଜ ଗାଇକୱାଡଙ୍କ ହାତରେ ରହିଛି। ଅନ୍ୟପକ୍ଷରେ ଆରସିବି ଏଥର ଏକ ନୂଆ ନାମ ସହିତ ଟୁର୍ଣ୍ଣାମେଣ୍ଟରେ ପ୍ରବେଶ କରିବାକୁ ଯାଉଛି। ପ୍ରଥମ ମ୍ୟାଚ୍ ଚେନ୍ନାଇର ଚେପାକ୍ ଷ୍ଟାଡିୟମରେ ରାତି ୮ ଟାରେ ଖେଳାଯିବ। ଉଭୟ ଦଳ ଏହି ମ୍ୟାଚ୍ ଜିତିବାକୁ ଓ ଟୁର୍ନାମେଣ୍ଟରେ ଏକ ବିଜୟ ସହିତ ଅଭିଯାନ ଆରମ୍ଭ କରିବାକୁ ଚାହୁଁଛନ୍ତି।