Top 10 News: ୮ ମାର୍ଚ୍ଚରେ ମିଳିବ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି, ଆସନ୍ତାକାଲି ଓଡି଼ଶା ଆସୁଛନ୍ତି ଜେ ପି ନଡ୍ଡା, ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2446790

Top 10 News: ୮ ମାର୍ଚ୍ଚରେ ମିଳିବ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି, ଆସନ୍ତାକାଲି ଓଡି଼ଶା ଆସୁଛନ୍ତି ଜେ ପି ନଡ୍ଡା, ଆଜିର ୧୦ ବଡ଼ ଖବର

Top 10 News Headlines: ସୁଭଦ୍ରା ଯୋଜନାରେ ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳି ସାରିଛି । ୧ କୋଟି ମହିଳାଙ୍କ ପାଖରେ ପହଞ୍ଚିବାକୁ ୪ ସ୍ଲାବ ରହିଛି । ମାର୍ଚ୍ଚ ୮ ପୂର୍ବରୁ ପ୍ରଥମ କିସ୍ତି ସମସ୍ତ ହିତାଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି । ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।  ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

Top 10 News Headlines 25 September 2024

Top 10 News Headlines 25 September 2024: H1. JP Nadda to Visit Odisha Tomorrow: ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ଏନେଇ ସୂଚନା ଦେଇଛନ୍ତି ବିଜେପି ସଭାପତି ମନମୋହନ ସାମଲ। ଦିନ ସାଢ଼େ ୧୧ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଦଳୀୟ କାର୍ଯ୍ୟାଳୟରେ ସାଂସଦ, ବିଧାୟକ ଓ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଦଳୀୟ ସଦସ୍ୟତା ଅଭିଯାନ ନେଇ ପରାମର୍ଶ ଦେବେ। ଏହାପରେ ପୁରୀ ଜିଲାର ସୁଆଣ୍ଡୋ ଗସ୍ତ ନେଇ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।

H2. Sagar Kavach-02 Coastal Security Exercise: ପାରାଦ୍ଵୀପରେ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ ସାଗର କବଚ-୨ । ଉପକୂଳର ସୁରକ୍ଷା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତି ବର୍ଷ ଦୁଇଥର ଆୟୋଜିତ ହେଉଛି ଏହି ମିଳିତ ସମରାଭ୍ୟାସ ସାଗର କବଚ। ଭାରତୀୟ ନୌସେନା, କୋଷ୍ଟଗାର୍ଡ, ସିଆଇଏସଏଫ, ମତ୍ସ୍ଯବିଭାଗ, ମେରାଇନ ପୋଲିସ, ପାରାଦ୍ଵୀପ ବନ୍ଦର, କଷ୍ଟମ ବିଭାଗ, ଅଗ୍ନିଶମ ବିଭାଗ, ଓଡ଼ିଶା ପୋଲିସ, ବନ ବିଭାଗ ଏପରି ୧୮ଟି ବିଭାଗ ଏହି ସମରଭ୍ୟାସରେ ଅଂଶଗ୍ରହଣ କରୁଛନ୍ତି।

H3. Odisha Govt Allows Group A Officers To Use Intra-State Air Services: ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ, ମୁଖ୍ୟ ସଚିବ ରାଜ୍ୟ ଭିତରେ କୌଣସି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିଲେ ବିମାନରେ ଯାଇପାରୁଥିଲେ। ଏହି ତାଲିକାରେ ଏବେ ଗ୍ରୁପ୍-ଏ ଶ୍ରେଣୀର ଅଧିକାରୀ ଯୋଡ଼ି ହୋଇଛନ୍ତି। ଯେଉଁ ଗ୍ରୁପ୍-ଏ କର୍ମଚାରୀ (ଲେଭେଲ୍‌-୧୨ ଏବଂ ଏହାଠାରୁ ଅଧିକ)ର ଥିବେ ସେମାନେ ଏହି ସୁବିଧା ପାଇବେ ବୋଲି ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। 

H4. Subhadra Yojana 2nd installment on March 8: ‘ସୁଭଦ୍ରା’ ଯୋଜନାରେ ୯୨ ଲକ୍ଷ ମହିଳା ଆବେଦନ କରିସାରିଲେଣି ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଉ ମାତ୍ର ୧ ସପ୍ତାହ ମଧ୍ୟରେ ଆବେଦନ ୧ କୋଟି ଛୁଇଁଯିବ ବୋଲି ସେ କହିଛନ୍ତି । ଇ-କେୱାଇସି ପାଇଁ ଟିକେ ସମୟ ଲାଗୁଛି ବୋଲି ଆବେଦନ ବିଳମ୍ୱ ହୋଇଛି । ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳି ସାରିଛି । ୧ କୋଟି ମହିଳାଙ୍କ ପାଖରେ ପହଞ୍ଚିବାକୁ ୪ ସ୍ଲାବ ରହିଛି । ମାର୍ଚ୍ଚ ୮ ପୂର୍ବରୁ ପ୍ରଥମ କିସ୍ତି ସମସ୍ତ ହିତାଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ପ୍ରଭାତି କହିଛନ୍ତି ।

H5. Mahalakshmi Murder Case: କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର ବୁଧବାର ଦିନ କହିଛନ୍ତି ଯେ ୨୯ ବର୍ଷୀୟା ମହିଳାଙ୍କ ନିର୍ମମ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଓଡି଼ଶାରେ ଉପସ୍ଥିତ ଥିବା ପୋଲିସ ସୂଚନା ପାଇଛି। ତାଙ୍କୁ ଧରିବା ଏବଂ ମାମଲାର ସମାଧାନ ପାଇଁ ସେଠାକୁ ତିନି ରୁ ଚାରିଟି ଟିମ୍ ପଠାଯାଇଛି। ଖବର ଅନୁଯାୟୀ ସମ୍ପୃକ୍ତ ଅଭିଯୁକ୍ତ ପ୍ରତାପ ରୟ ଓଡ଼ିଶାରେ ଆତ୍ମହତ୍ୟା କରି ଦେଇଛନ୍ତି।

H6. Jammu Kashmir Election Update: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜମ୍ମୁ କାଶ୍ମୀରରେ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ଆୟୋଗ ଦ୍ୱାରା  ଅପରାହ୍ନ ୫ଟା ପର୍ଯ୍ୟନ୍ତ ପ୍ରକାଶିତ ତଥ୍ୟ ଅନୁଯାୟୀ ୫୪ ପ୍ରତିଶତରୁ ଅଧିକ ଭୋଟ୍ ଗ୍ରହଣ କରାଯାଇଛି। ମତଦାନ କେନ୍ଦ୍ରରେ କଡା ସୁରକ୍ଷା ମଧ୍ୟରେ ସକାଳ ସାତଟାରୁ ମତଦାନ ଆରମ୍ଭ ହୋଇଥିଲା। ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ ଜମ୍ମୁ ଅଞ୍ଚଳର ମାତା ବୈଷ୍ଣୋ ଦେବୀ ଆସନରେ ସର୍ବାଧିକ ଭୋଟ୍ ହାର ୭୫.୨୯ ପ୍ରତିଶତ ରହିଛି। 

H7. Odisha Rain alert: ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ  ଓଡ଼ିଶା ଉପକୂଳ ପଶ୍ଚିମ କେନ୍ଦ୍ରୀୟ ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ  ଉତ୍ତର  ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।  ଏହାର ପ୍ରଭାବରେ ଆସନ୍ତା ୨ ଦିନ ରାଜ୍ୟରେ ଅଧିକ  ବର୍ଷା ହୋଇପାରେ।  ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି।   

H8. Paracetamol Fail Quality Test: ଆପଣ ଯଦି ଜ୍ୱର ହେଲେ ତୁରନ୍ତ ପାରାସିଟାମୋଲ ଖାଉଥାନ୍ତି, ତେବେ ସାବଧାନ ରୁହନ୍ତୁ। ଦେଶରସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO) ସର୍ବଶେଷ ମାସିକ ଡ୍ରଗ୍ ଆଲର୍ଟ ଜାରି କରିଛି। ଏଥିରେ ପାରାସିଟାମୋଲ ସମେତ ୫୩ ମେଡିସିନ୍ ଗୁଣାତ୍ମକ ପରୀକ୍ଷଣରେ ବିଫଳ ହୋଇଛି। ଏହି ଔଷଧଗୁଡ଼ିକରେ କ୍ୟାଲସିୟମ ଏବଂ ଭିଟାମିନ୍ D3 ସପ୍ଲିମେଣ୍ଟସ୍, ଆଣ୍ଟି-ଡାଇବେଟିସ୍ ଟେବେଲେଟ୍ ଏବଂ ଉଚ୍ଚ ରକ୍ତଚାପ ପାଇଁ ମେଡିସିନ୍ ମଧ୍ୟ ଅନ୍ତର୍ଭୁକ୍ତ।

H9. NADA sent notice to Vinesh Phogat: ନେସନାଲ ଆଣ୍ଟି-ଡୋପିଂ ଏଜେନ୍ସି (ନାଡା) ବୁଧବାର ରେସଲର ବିନେଶ ଫୋଗାଟଙ୍କୁ ତାଙ୍କ ବାସସ୍ଥାନ ବିଷୟରେ ସୂଚନା ପ୍ରଦାନ ନକରିବାରୁ ଏକ ନୋଟିସ ପଠାଇଛି ଏବଂ ୧୪ ଦିନ ମଧ୍ୟରେ ଏହାର ଉତ୍ତର ମାଗିଛି। NADA ର ରେଜିଷ୍ଟ୍ରେଡ୍ ଟେଷ୍ଟିଂ ପୁଲ୍ (ଆରଟିପି) ରେ ପଞ୍ଜୀକୃତ ହୋଇଥିବା ସମସ୍ତ ଖେଳାଳୀ ଡୋପ୍ ଡୋପ୍ ଟେଷ୍ଟ ପାଇଁ ସେମାନଙ୍କର ଉପଲବ୍ଧତା ବିଷୟରେ ସୂଚନା ଦେବା ଆବଶ୍ୟକ ଏବଂ ଏହି ଖେଳାଳୀମାନଙ୍କ ମଧ୍ୟରେ ବିନେଶ ମଧ୍ୟ ଅନ୍ତର୍ଭୁକ୍ତ।

H10. ICC Test Ranking Update: ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ବାଂଲାଦେଶକୁ ଏକ ବୃହତ ବ୍ୟବଧାନରେ ପରାସ୍ତ କରିଥିଲା। ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ଋଷଭ ପନ୍ତଙ୍କୁ ଏହି ର଼୍ୟାଙ୍କିଙ୍ଗରେ ଏକ ବଡ଼ ଲାଭ ମିଳିଛି। ଏଥି ସହିତ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି ଭେଟେରାନ ଖେଳାଳିଙ୍କୁ ପ୍ରଥମ ଟେଷ୍ଟ ମ୍ୟାଚରେ ରନ୍ ସ୍କୋର ନକରିବା ଯୋଗୁଁ କ୍ଷତି ସହିବାକୁ ପଡିଛି। ଉଭୟ ଖେଳାଳି ନୂଆ ର଼୍ୟାଙ୍କିଙ୍ଗରେ କ୍ଷତି ସହିଛନ୍ତି। ଯେଉଁଠାରେ ବିରାଟ କୋହଲି ଟପ୍-୧୦ ବାଦ୍ ପଡିଛନ୍ତି। ଏଥିସହ ରୋହିତ ଶର୍ମା ଦଶମ ସ୍ଥାନରେ ପହଞ୍ଚିଛନ୍ତି।

Also Read: Horoscope 26 September 2024: ୨୬ ସେପ୍ଟେମ୍ବରରେ ଭଗବାନ ବିଷ୍ଣୁ ଚମକାଇବେ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ