Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2449886

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1. ବରିଷ୍ଠ ଆଇପିଏସ୍‍ ଅଧିକାରୀ ତଥା ପୂର୍ବତନ ଡିଜି ପୁଲିସ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ପଦବୀରେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକା।ର ଶ୍ରୀ ଷଡ଼ଙ୍ଗୀ ଏବେ ବିଜୁ ପଟ୍ଟନାୟକ ପୁଲିସ ଟ୍ରେନିଂ ପ୍ରତିଷ୍ଠାନର ନିର୍ଦ୍ଦେଶକ ରହିଛନ୍ତି। ଏହି ପଦବୀ ନେବା ପୂର୍ବରୁ ତାଙ୍କୁ ସ୍ୱେଚ୍ଛାକୃତ ଭାବେ ଅବସର ନେବାକୁ ହେବ। ତାଙ୍କୁ ୬୨ ବର୍ଷ ହେବା ଯାଏ ଅବା ୬ ବର୍ଷ ଲାଗି ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି। 

2. ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ମୁଖ୍ୟତଃ ୪ଟି ପ୍ରସ୍ତାବ ବାବଦରେ ଏହି କ୍ୟାବିନେଟ୍‍ ନିଷ୍ପତ୍ତି ନେବେ। ଏଥିରେ ସାଧାରଣ ବଣ୍ଟନ ବିଭାଗ ଓ ଆଇନ ବିଭାଗର ପ୍ରସ୍ତାବ ସାମିଲ ରହିଥିବା ଜଣାପଡ଼ିଛି।  

3. ଆସନ୍ତା ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ବୈଠକ ହେବ ନାହିଁ। କୌଣସି ଜରୁରୀ କାର୍ଯ୍ୟରେ ବ୍ୟସ୍ତତା କାରଣରୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣୀରେ ଯୋଗ ଦେଇ ପାରିବେ ନାହିଁ। ଏଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ବିଷୟରେ ସ୍ପଷ୍ଟ କରାଯାଇଛି। ଚଳିତ ମାସରେ ଗତ ସୋମବାରଦିନ ଅର୍ଥାତ୍‍ ଗୋଟିଏ ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନ ଶୁଣାଣି ହୋଇଥିଲା। 

4. ଏବେ ପ୍ରତି ଗାଁରେ ମହିଳାଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀକୁ ଉଚିତ ବଜାର ଯୋଗାଇବା ଉଦ୍ଦେଶ୍ୟରେ ମିଶନଶକ୍ତି ବଜାର ଖୋଲିବ। ପ୍ରଥମ ପର୍ଯ୍ୟାୟରେ ୨୬୫୬ ମାର୍ଟ ଖୋଲିବ। ପ୍ରତି ମାର୍ଟ ପାଇଁ ଦେଢ଼ ଲକ୍ଷ ହିସାବରେ ୪ କୋଟି ଟଙ୍କା ସରକାର ଖର୍ଚ୍ଚ କରିବେ। ଏସ୍‍ଏଚ୍‍ଜି ମହାସଂଘ ଏହାର ପରିଚାଳନା କରିବେ। 

5. ନବୀନ ପଟ୍ଟନାୟକଙ୍କ ସରକାର ସମୟରେ  ଭୁବନେଶ୍ୱର ବିମାନ ବନ୍ଦରଠାରୁ ପୁରୀର ପ୍ରସ୍ତାବିତ ବିମାନ ବନ୍ଦର ଯାଏ ପ୍ରସ୍ତାବିତ ରାସ୍ତା ପ୍ରକଳ୍ପକୁ ହଠାତ୍‍ ରୋକି ଦିଆଯାଇଛି। ଏହି ରାସ୍ତା ପ୍ରକଳ୍ପକୁ ତତ୍‍କାଳୀନ ସରକାର ଗ୍ରୋଥ୍‍ କରିଡର ବୋଲି ଆଖ୍ୟା ଦେଇଥିଲେ। ରାଜ୍ୟ ପୂର୍ତ୍ତ ବିଭାଗ ଏହାର ନିର୍ମାଣ ଦାୟିତ୍ୱ ନେଇଥିଲେ ମଧ୍ୟ ଏଥିରେ ଆଗକୁ ବଢ଼ୁ ନାହିଁ। 

6. ଆସନ୍ତା ୨ ତାରିଖରୁ ବିଜେଡିର ପଦଯାତ୍ରା ଆରମ୍ଭ ହେବ।  ଏହାସହ ସଦସ୍ୟତା ସଂଗ୍ରହ ଅଭିଯାନ ମଧ୍ୟ ଆରମ୍ଭ ହେବ। ଏହି ପଦଯାତ୍ରା ୬ ତାରିଖ ଯାଏ ଚାଲିବ। ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବ୍ଲକ୍‍ ସ୍ତରରେ ପଦଯାତ୍ରା ବାହାରିବ। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ସମାଲୋଚନା କରିବା ଲାଗି ଏହି ପଦଯାତ୍ରାକୁ ବିଜେଡି ବ୍ୟବହାର କରିବ ବୋଲି ଜଣାପଡ଼ିଛି। 

7. ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ଲାଗି ବାଇସି ପାହାଚରେ ଦଉଡ଼ି ଲଗାଯାଇ ଅସ୍ଥାୟୀ ବାରିକେଡ୍‍ ବା ପ୍ରତିବନ୍ଧକ ଲଗାଯିବ। ପୂର୍ବରୁ ସିଂହଦ୍ୱାର ଦେଇ ଭକ୍ତଙ୍କ ପ୍ରବୋଶ ଥିଲା ଏବେ ସବୁ ଦ୍ୱାର ଦେଇ ଭକ୍ତ ପ୍ରବେଶ କରୁଛନ୍ତି। ଏଥିଲାଗି ପ୍ରତି ଦ୍ୱାରରେ ଯେପରି ଭକ୍ତ ବସିପାରିବେ ସେଥିଲାଗି ଛାଉଣି ବ୍ୟବସ୍ଥା ମଧ୍ୟ କରାଯାଇଛି। ଯୋତା ଷ୍ଟାଣ୍ଡ ଗୁଡ଼ିକୁ ପରିବର୍ଦ୍ଧିତ କରିବା ପାଇଁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛନ୍ତି।

8. ରାଜ୍ୟରେ ଏସ୍‍ମା ଲାଗୁ ସତ୍ତ୍ୱେ ନର୍ସିଂ ଷ୍ତଟାଫମାନେ କାରତ୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଏହାଦ୍ୱାରା ରାଜ୍ୟର ସମସ୍ତ ଚିକିତ୍ସାଳୟରେ ସମସ୍ୟା ଦେଖିବାକୁ ମିଳୁଛି।   ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍‍ୟ ଏନେଇ କୌଣସି ପଦକ୍ଷେପ ବା ଆଲୋଚନା କରାଯାଉ ନାହିଁ। ଫଳରେ ଉଭ୍ର ପକ୍ଷରେ ଅନିଶ୍ଚିତତା ଲାଗି ରହିଛି। 

9. ଏଥର ଧାନ ସଂଗ୍ରହକୁ ୧ କୋଟି ଟନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ସ୍ପଷ୍ଟ କରିଛନ୍ତି। ଧାନ କିଣା ସମୟରେ ପ୍ରତିଶୃତି ଅନୁସାରେ କୌଣସି କଟନୀ ଛଟନୀ ହେବ ନାହିଁ। ଏହାଛ଼ା ଉନ୍ନତ ଯାନ୍ତ୍ରିକ ପଦ୍ଧତି ଦ୍ୱାରା ଧାନର ମାନ ପରୀକ୍ଷଣ କରାଯିବାକୁ ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଛନ୍ତି। 

10. ଆଜିଠାରୁ ରାଜ୍ୟରେ ପାଗ ବଦଳିଛି। ଲଗାତାର ଲଘୁଚାପ ଜନିତ ବର୍ଷା ପରେ ପାଗ ଶୁଖିଲା ହୋଇଛି। କିନ୍ତୁ ଆସନ୍ତା ସପ୍ତାହରେ ପୁଣିଏକ ଲଘୁଚାପର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।