Advertisement
Photo Details/zeeodisha/odisha2449740
photoDetails0hindi

Lucky Zodiac Sign: ସେପ୍ଟେମ୍ବର ୨୮ରେ ସିଦ୍ଧ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 28th september 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନିବାର ଗଠିତ ଶୁଭ ଯୋଗରୁ ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ। ତେବେ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।

 

1/5

ମେଷ ରାଶି ଆଜି ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଉତ୍ସାହପୂର୍ଣ୍ଣ ରହିବ। ମେଷ ରାଶିର ବ୍ୟକ୍ତି ବିଶେଷ ଭଗବାନ ବିଷ୍ଣୁଙ୍କ କୃପାରୁ ବିଭିନ୍ନ ପ୍ରଶାସନିକ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିବେ। କିଛି ନୂଆ ଲୋକଙ୍କ ସହିତ ସାକ୍ଷାତ ହୋଇପାରେ। ଏହା ସହିତ ମାତୃପକ୍ଷରୁ ଆର୍ଥିକ ସହଯୋଗ ମିଳିପାରେ। ଚାକିରି କରୁଥିବା ବ୍ୟକ୍ତିଙ୍କୁ ଖୁସି ଖବର ମିଳିପାରେ। ନୁଆ କର୍ମକ୍ଷେତ୍ରରୁ ଚାକିରି ଅଫର ମିଳିପାରେ। ନିବେଶ ପାଇଁ ଭଲ ଦିନଟି ହେବାକୁ ଯାଉଛନ୍ତି। ସନ୍ଧ୍ୟାରେ ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ।

2/5

କନ୍ୟା ରାଶି କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ବେଶ ସ୍ୱତନ୍ତ୍ର ରହିବ। କନ୍ୟା ରାଶିର ବ୍ୟକ୍ତିବିଶେଷ ସମସ୍ତ ପ୍ରକାର ସଫଳତା ହାସଲ କରିବେ। ପରୋପକାର କାର୍ଯ୍ୟରେ ସମୟ ଅତିବାହିତ କରିବେ। ଚିନ୍ତା ମୁକ୍ତ ହେବେ। ଜୀବନଶୈଳୀରେ ସୁଧାର ଆସିବ। ଚାକିରିଆଙ୍କ ପାଇଁ ହସଖୁସିର ଦିନ ହେବାକୁ ଯାଉଛି। ଅନ୍ୟ ସ୍ଥାନରୁ ଚାକିରି ପାଇଁ ଭଲ ଅଫର ମିଳିପାରେ। ପ୍ରେମ ସମ୍ପର୍କରେ ସୁଧାର ଆଶିବ। ସନ୍ଧ୍ୟା ସମୟରେ ମାତାପିତାଙ୍କ ଆଶିର୍ବାଦ ନେବେ।

3/5

ବିଛା ରାଶି  ବିଛା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଅନୁକୂଳ ରହିଛି। ଏକାଦଶୀ ପାଇଁ ବିଛା ରାଶିର ବ୍ୟକ୍ତି ବିଶେଷଙ୍କ ଘରେ ଧାର୍ମିକ ମାହୋଲ ବଜାୟ ରହିବ। ନୂଆ ଜିନିଷ ଘର ପାଇଁ କିଣାକିଣି କରିପାରନ୍ତି। ବ୍ୟବସାୟୀଙ୍କ ପାଇଁ ଲାଭର ଦିନ ହେବ। ମୋଟା ଅଙ୍କର ଲାଭ ରୋଜଗାର କରିବେ। ସନ୍ଧ୍ୟା ସମୟରେ ଧାର୍ମିକ କାର୍ଯ୍ୟରେ ନିୟୋଜିତ ହୋଇ ସମୟ ଅତିବାହିତ କରିବେ। 

4/5

ମକର ରାଶି ମକର ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ସକରାତ୍ମକ ହେବାକୁ ଯାଉଛି। ସନ୍ତାନ ସନ୍ତତିମାନଙ୍କର କାର୍ଯ୍ୟ ଦେଖି ମକର ରାଶିର ବ୍ୟକ୍ତି ବିଶେଷଙ୍କ ମନ ପ୍ରସନ୍ନ ହେବ। ଏକାଦଶୀ କାରଣରୁ ପିତୃପୁରୁଷଙ୍କୁ ପିଣ୍ଡଦାନ ଦେବେ। ଧାର୍ମିକ ସ୍ଥଳ ଭ୍ରମଣ ଯାଇପାରନ୍ତି। ବ୍ୟବସାୟୀମାନେ ବିଦେଶି ବ୍ୟବସାୟରେ ନିଜକୁ ସାମିଲ କରିପାରନ୍ତି। ନୂଆ ସ୍ଥାନରୁ ଚାକିରି ମିଳିପାରେ। ସନ୍ଧ୍ୟାରେ ହସଖୁସିରେ ସମୟ ଅତିବାହିତ କରିବେ। 

5/5

ମୀନ ରାଶି ମୀନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ସକରାତ୍ମକ ହେବାକୁ ଯାଉଛି। ଅଟକି ଥବା କାର୍ଯ୍ୟର ସମାପ୍ତ ହେବାକୁ ଯାଉଛି। ଘରେ ଏକାଦଶୀ କାରଣରୁ ଧାର୍ମିକ କାର୍ଯ୍ୟର ଆୟୋଜିତ ହୋଇପାରେ। ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ବିଦେଶ ଯାତ୍ରା କରିବାକୁ ପଡିପାରେ। ବ୍ୟବସାୟୀମାନେ ମୋଟାଅଙ୍କର ଲାଭ କମାଇବେ। ସନ୍ଧ୍ୟାରେ ଧାର୍ମିକ କାର୍ଯ୍ଯରେ ସମୟ ଅତିବାହିତ କରିବେ। 

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।