ଚୁଟକୀରେ ପଢନ୍ତୁ ସକାଳର ପ୍ରମୁଖ ଖବର...
Trending Photos
1-ଆସନ୍ତାକାଲି ଦେଶ ପାଳିବ ୭୬ତମ ସାଧାରଣତନ୍ତ୍ର ଦିବସ। ଭୁବନେଶ୍ବରର ଗାନ୍ଧି ମାର୍ଗରେ ହେବ ରାଜ୍ୟସ୍ତରୀୟ ପରେଡ୍। ଏଥିରେ ଭାଗ ନେବେ ୪୯ଟି ମାର୍ଚ୍ଚିଂ କଣ୍ଟିନଜେଣ୍ଟ। ପରେଡ଼ ସ୍ଥଳ ଓ ଆଖପାଖ ଅଂଚଳ ସିସିଟିଭି ନିୟନ୍ତ୍ରଣରେ ରହିବ।
2-ଆଉ ୪ ଇସ୍ରାଏଲ୍ ମହିଳାଙ୍କୁ ମୁକ୍ତ କରିବ ହମାସ୍ । ହମାସ୍ରେ ପଣବନ୍ଦୀ ଥିବା ୪ ମହିଳାଙ୍କ ନାଁ ସ୍ପଷ୍ଟ କଲା ଇସ୍ରାଏଲ୍। ଅକ୍ଟୋବର ୭ ଆକ୍ରମଣ ପରଠୁ ହମାସରେ ପଣବନ୍ଦୀ ଥିଲେ। ଯୁଦ୍ଧ ବିରତି ପରେ ଏବେ ପଣବନ୍ଦୀଙ୍କୁ ମୁକ୍ତ କରୁଛି ହମାସ୍ ।
3-୧୭ ଫେବ୍ରୁଆରୀ ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପିତ ହେବ। ଆର୍ଥିକବର୍ଷ ୨୦୨୫-୨୬ ପାଇଁ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍ ଆଗତ କରିବେ। ବଜେଟ ଆକଳନ ଗତ ଆର୍ଥିକବର୍ଷରୁ ଅଧିକ ରହିବ ବୋଲି କୁହାଯାଉଛୁ। ବଜେଟ୍ ଆଗତ ପୂର୍ବରୁ ଅଂଶୀଦାରଙ୍କ ମୋହନ ସରାକାର ମଧ୍ୟ ପରାମର୍ଶ ଲୋଡିବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ବୌଠକ ଡାକିଥିଲେ।
4- ବାପା ଗାଳି କରିବାରୁ ଝୁଲି ପଡ଼ିଲା ନାବାଳକ। ଧଉଳି ଥାନା କାଡିଂ ସାହିରେ ଅଭାବନୀୟ ଘଟଣା। ସ୍କୁଲ ନଯିବାରୁ ବାପା ଗାଳି କରିଥିବା ପରିବାର ପକ୍ଷରୁ ସୂଚନା। ପଞ୍ଚବଟୀ ଆଶ୍ରମ ନିକଟରୁ ପୁଅର ଝୁଲନ୍ତା ମୃତଦେହ ମିଳିଥିଲା। ପୋଲିସକୁ ନଜଣାଇ ପରିବାର ଲୋକ ଶବ ସତ୍କାର କରିଥିବା ସୂଚନା।
5-ରାଜ୍ୟରୁ ଶୀତ ଗାଏବ ହୋଇଯାଇଛି। ଜାନୁଆରୀ ଶେଷ ହୋଇ ନଥିବା ବେଳେ ଖରାର ପ୍ରକୋପ ମଧ୍ୟ ଦେଖିବାକୁ ମିଳୁଛି। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ଦେଇଛି। ଆଜିଠୁ ଦିନ ଓ ରାତି ତାପମାତ୍ରା କମିବ। ରାତିରେ ପୁଣି ଶୀତ ଅନୁଭୂତ ହେବ।ପଶ୍ଚିମା ବାୟୁ ପ୍ରଭାବରେ ୩୧ ଓ ୧ ତାରିଖ ବେଳକୁ ଘଡ଼ଘଡ଼ି ସହ ବର୍ଷା ହୋଇପାରେ।
6-ଭାରତୀୟ କ୍ରିକେଟ ଦଳ ଏବଂ ଇଂଲଣ୍ଡ କ୍ରିକେଟ ଦଳ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଜାନୁଆରୀ ୨୫ରେ ଖେଳାଯିବ। ଏହି ମ୍ୟାଚ୍ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଟି-୨୦ ପାଇଁ ଇଂଲଣ୍ଡ ନିଜର ପ୍ଲେଇଂ ୧୧ ଦଳ ଘୋଷଣା କରିଛି। ଇଂଲଣ୍ଡ ଦଳରେ କେବଳ ଗୋଟିଏ ପରିବର୍ତ୍ତନ କରାଯାଇଛି। ଗସ୍ ଆଟକିନସନ୍ଙ୍କୁ ବେଞ୍ଚରେ ରଖାଯାଇଛି। ତାଙ୍କ ସ୍ଥାନରେ ଦ୍ରୁତ ବୋଲିଂ ଅଲରାଉଣ୍ଡର ବ୍ରାଇଡନ୍ କାର୍ସେଙ୍କୁ ଦଳରେ ସାମିଲ କରାଯାଇଛି।
7-ଆସନ୍ତା ୯ରେ ଦୁଲୁକିବ ବାରବାଟୀ । ଐତିହାସିକ ବାରବାଟୀ ଷ୍ଟାଡିଅମରେ ଖେଳାଯିବ ଭାରତ ବନାମ ଇଂଲଣ୍ଡ ଏକଦିବସୀୟ ମ୍ୟାଚ । ଭାରତ-ଇଂଲଣ୍ତ ଦିନିକିଆ ମ୍ୟାଚ୍ ର ଅନଲାଇନ୍ ଟିକେଟ୍ ୨ ରୁ ଓ ୫ ଓ ୬ ତାରିଖରେ କାଉଣ୍ଟରରେ ଟିକେଟ୍ ବିକ୍ରି ହେବ।
8-ଶୁକ୍ରବାର ୱାକଫ ସଂଶୋଧନ ବିଲ୍ ଉପରେ ସଂସଦୀୟ କମିଟି ବୈଠକରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ହଟ୍ଟଗୋଳ ଥମି ନଥିବା ଦେଖି କମିଟିର ୧୦ ଜଣ ସାଂସଦଙ୍କୁ ପୂରା ଦିନ ପାଇଁ କମିଟିର ସଦସ୍ୟତାରୁ ନିଲମ୍ବିତ କରାଯାଇଛି। ବୈଠକ ପୂର୍ବରୁ ବିରୋଧୀ ସଦସ୍ୟମାନେ ଦାବି କରିଥିଲେ ଯେ ଡ୍ରାଫ୍ଟ ଆଇନରେ ପ୍ରସ୍ତାବିତ ପରିବର୍ତ୍ତନଗୁଡ଼ିକୁ ଅଧ୍ୟୟନ କରିବା ପାଇଁ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯାଉନାହିଁ।
9-ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଆ ସିନେମା ‘ରଙ୍ଗଶୁର’ର ଅଭିନେତା ଓ କ୍ରୁର। ଆଜି ରାଜଭବନରେ ରାଜ୍ୟପାଳ ହରିବାବୁ କମ୍ଭବପାଟିଙ୍କୁ ଭେଟିଛନ୍ତି ସମସ୍ତେ।
10-ଆଜି ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ୍ । ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଖେଳାଯିବ ମ୍ୟାଚ । ପ୍ରଥମ ମ୍ୟାଚ୍ ଜିତି ଭାରତ ୧-୦ ଆଗୁଆ ରହିଛି।