Top 10 News Today: ସରିଲା ନିର୍ବାଚନ ଏବେ ଫଳକୁ ଅପେକ୍ଷା, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2274050

Top 10 News Today: ସରିଲା ନିର୍ବାଚନ ଏବେ ଫଳକୁ ଅପେକ୍ଷା, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Today: ସରିଲା ନିର୍ବାଚନ ଏବେ ଫଳକୁ ଅପେକ୍ଷା, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Today: ସରିଲା ନିର୍ବାଚନ ଏବେ ଫଳକୁ ଅପେକ୍ଷା, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Today:

01- ଅଧିକାଂଶ ଏକଜିଟ ପୋଲ ସର୍ଭେରେ, ଏନଡିଏ ଏକ ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ଜଣାପଡିଛି। ରିପବ୍ଲିକ୍ ଟିଭି ପୋଲରେ ଏନଡିଏ ୩୫୩ ରୁ ୩୬୮ ସିଟ୍ ପାଇପାରିବ। ଯେଉଁଠାରେ ଇଣ୍ଡିଆ ମେଣ୍ଟକୁ ୧୧୮ ରୁ ୧୩୩ ଟି ସିଟ୍ ପାଇବ ବୋଲି ଆଶା କରାଯାଉଛି। ଅନ୍ୟମାନେ ୪୩ ରୁ ୪୮ ଟି ସିଟ୍ ପାଇପାରନ୍ତି। ଇଣ୍ଡିଆ ନ୍ୟୁଜ୍ ଡି ସର୍ଭେରେ ୩୭୧ ଟି ସିଟ୍ ଏନଡିଏ ଓ ୧୨୫ ଟି ସିଟ୍ ଇଣ୍ଡିଆ ଆଲାଇନ୍ସକୁ ଦିଆଯାଇଛି। ଏନଡିଟିଭି-ଜନ କି ବାତ୍ ସର୍ଭେରେ ବିଜେପିକୁ ୩୬୨ ରୁ ୩୯୨ ଟି ଆସନ ଦିଆଯାଇଛି। ଏହା ବ୍ୟତୀତ ଇଣ୍ଡିଆ ଆଲାଇନ୍ସ ୧୪୧ ରୁ ୧୬୧ ଟି ସିଟ୍ ପାଇପାରେ। ଅନ୍ୟମାନେ ୧୦ ରୁ ୨୦ ଟି ସିଟ୍ ପାଇବେ ବୋଲି ଆଶା କରାଯାଉଛି। ଆଜତକ ପକ୍ଷରୁ କରାଯାଇଥିବା ସର୍ଭେରେ ଏନଡିଏକୁ ୫୩ % ମିଳିଥିବା ସମୟରେ ଇଣ୍ଡିଆକୁ ୧୩ % ମିଳିଛି ।

02- ପୁରୀ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଚାପ ଖେଳ ସମୟରେ ହୋଇଥିବା ବାଣ ବିସ୍ଫୋରଣ ମାମଲାରେ ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି । ସକାଳ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ସମୟରେ ଆଜି ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ପୁରୀ ଜିଲ୍ଲାପାଳ । ବର୍ତ୍ତମାନ ମଧ୍ୟ ହସ୍ପିଟାଲରେ ୨୧ ଜଣଙ୍କର ଚିକିତ୍ସା ଚାଲିଛି ।

03- ଦେଶରେ ସମସ୍ତ ୭ଟି ପର୍ଯ୍ୟାୟ ଏବଂ ରାଜ୍ୟରେ ସମସ୍ତ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଶେଷ ହୋଇଛି । ଇଭିଏମରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ରାଜ୍ୟରେ ମୋଟ ୬୩.୧୮% ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି ।

04- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କନ୍ୟା କୁମାରୀରେ ପହଞ୍ଚି ଧ୍ୟାନରେ ବସିଥିଲେ । ଏଥିସହ ସୂର୍ଯ୍ୟ ଦେବଙ୍କ ପୂଜାର୍ଚ୍ଚନା କରିବା ପରେ ସ୍ୱାମୀ ବିବେକାନନ୍ଦଙ୍କୁ ମଧ୍ୟ ସ୍ମରଣ କରିଥିଲେ । ଆଜି ଦିନ ୧.୩୦ ସମୟରେ ଧ୍ୟାନ ଭଗ୍ନ କରିଥିଲେ ପ୍ରଧାନମନ୍ତ୍ରୀ । ସ୍ୱତନ୍ତ୍ର ହେଲିକପ୍ଟରରେ କନ୍ୟାକୁମାରୀରୁ ଥିରୁଅନନ୍ତପୁରମ ଆସିବା ପରେ ସେଠାରୁ ବିମାନ ଯୋଗେ ଦିଲ୍ଲୀ ଫେରିଛନ୍ତି।

05- ଯାଜପୁର ବରୀ ଅଞ୍ଚଳରେ ଦେଖାଦେଇଛି ନିର୍ବାଚନୀ ହିଂସା। ବୁଥ ରିଗିଂ ଅଭିଯୋଗ ଆସିଛି। ଏହାକୁ ନେଇ ବରୀ ସାହୁପଡ଼ା ୧୦୬ନମ୍ବର ବୁଥରେ ବିଜେପି ଓ ବିଜେଡି ସମର୍ଥକ ମୁହାଁମୁହିଁ ହୋଇଛନ୍ତି। ଏଥିରେ ତିନି ଜଣ ଆହତ ହୋଇଥିବା ସୂଚନା ରହିଛି । ସେପଟେ କୋଣାର୍କରେ ମତଦାନ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଛନ୍ତି। ଏଥିରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ଏଥିସହ ଗୋପ ବ୍ଲକର ୪୧ ନମ୍ବର ବୁଥରେ ଦୁଇ ଗୋଷ୍ଠୀ ହାତାହାତି, ଫଳରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ଆଘାତ ଲାଗିଛି।

06- ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି ତାଳଚେର ଅଞ୍ଚଳ ପରିଦର୍ଶନ କରି ରେଳବାଇ ଭିତ୍ତିଭୂମି ବିକାଶ ଏବଂ ଟ୍ରାଫିକ ସୁବିଧା ସମେତ ତାଳଚେର ଅଞ୍ଚଳରେ ଚାଲୁଥିବା ନିର୍ମାଣ କାର୍ଯ୍ୟ ନିରୀକ୍ଷଣ କରିଛନ୍ତି ।

07- ଆଜି ଶେଷ ପର୍ଯ୍ୟାୟ ନିର୍ବାଚନରେ ଭଦ୍ରକରେ ମତଦାନ ସମୟରେ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ମତଦାନ ବୁଥ ନିକଟରେ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମୁକ୍ତାଡ଼ିହି ଗାଁର ୪ ନମ୍ବର ବୁଥରେ ଏଭଳି ଘଟଣା ସାମ୍ନାକୁ ଆସିଛି । ପାରିବାରିକ ବିବାଦରୁ ଏପରି ଘଟଣା ଘଟିଛି । ସେହିପରି ରାଜନଗର ପ୍ରହରାଜପୁର ଗାଁରେ ପୋଖରୀରେ ବୁଡି ଶିଶୁକନ୍ୟାର ମୃତ୍ୟୁ ହୋଇଛି । ମାଆ ରଞ୍ଜୁଲତା ଝିଅକୁ ଘରେ ଛାଡି ଭୋଟ୍ ଦେବାକୁ ଯାଇଥିବା ସମୟରେ ଏପରି ଅଘଟଣ ଘଟିଥିବା କୁହାଯାଉଛି ।

08- ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ଦିନ ଆଜି ଜଗତସିଂହପୁର ନିଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ୭୫ନଂ ବୁଥରେ ଜଣେ ପ୍ରିଜାଇଡିଂ ଅଫିସର ନିଲମ୍ୱନ ହୋଇଛନ୍ତି । କାର୍ଯ୍ୟରେ ଅବହେଳା କରିଥିବା କାରଣରୁ ତାଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ଅରିନ୍ଦମ ଡାକୁଆ ନିଲମ୍ବନ କରିଛନ୍ତି। ପ୍ରିଜାଇଡିଂ ଅଫିସରଙ୍କ ନାମ ଲକ୍ଷ୍ମୀନାରାୟଣ ଦାଶ । ସେ ପେଶାରେ ଜଣେ ଅଧ୍ୟାପକ ।

09-  ଓଲିଉଡ ଅଭିନେତା ତଥା କଂଗ୍ରେସ ଲୋକସଭା ପ୍ରାର୍ଥୀ ମନୋଜ ମିଶ୍ରଙ୍କ ଫେସବୁକ ପୋଷ୍ଟକୁ ନେଇ ମଧ୍ୟ ଓଡ଼ିଶାରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଯାଇଛି । ମନୋଜ ମଧ୍ୟ ପବିତ୍ର ସ୍ଥାନ ହରିଶଙ୍କର ବାବାଙ୍କ ପୀଠରେ ପହଞ୍ଚି ଧ୍ୟାନ କରିଛନ୍ତି । ମନୋତ ନିଜ ଫେସବୁକ ପେଜରେ ଧ୍ୟାନ ସମୟର ଏକ ଫଟୋ ଛାଡି ସମ୍ୱଲପୁରୀ ଭାଷାରେ ଲେଖିଛନ୍ତି ଯେ, 'କୋଶଲ ରାଏଜ୍ ଲାଗି ହରିଶଙ୍କର ବାବା ନ ଧ୍ୟାନ କଲି । ଜୟ କୋଶଲ' । ମନୋଜଙ୍କ ଏହି ଫଟୋରେ ଦେଖିବାକୁ ମିଳିଛି ସେ ଏକ ଝରଣା କୂଳରେ ଧ୍ୟାନ ମୁଦ୍ରାରେ ବସିଛନ୍ତି । ମନୋଜଙ୍କ ପୋଷ୍ଟରେ ବିଭିନ୍ନ ପ୍ରକାରର ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

10- କେନ୍ଦୁଝରର ବିଶିଷ୍ଟ କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କର ଶେଷକୃତ୍ୟ ସମ୍ପୁର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ସମ୍ପନ୍ନ ହୋଇଛି । ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଶୋକବ୍ୟକ୍ତ କରିବା ସହିତ, ତାଙ୍କ ବାର୍ତ୍ତାରେ, ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଓଡ଼ିଶାର ଲୁପ୍ତପ୍ରାୟ କଣ୍ଢେଇ ନାଚ ପରମ୍ପରାକୁ ଉଜ୍ଜିବୀତ କରି ରଖିବାରେ ଗୁରୁତ୍ଵପୂର୍ଣ୍ଣ ଗ୍ରହଣ କରିଥିବା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମାଗୁଣି ଚରଣ କୁଅଁରଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ, ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।