Top 10 News: ଏହି ସ୍ଥାନରେ ୨ ଦିନ ସ୍କୁଲ୍‍ କଲେଜ ବନ୍ଦ ଘୋଷଣା ଖବର ସହ ଅନ୍ୟାନ୍ୟ ଅପଡେଟ୍
Advertisement
Article Detail0/zeeodisha/odisha2520202

Top 10 News: ଏହି ସ୍ଥାନରେ ୨ ଦିନ ସ୍କୁଲ୍‍ କଲେଜ ବନ୍ଦ ଘୋଷଣା ଖବର ସହ ଅନ୍ୟାନ୍ୟ ଅପଡେଟ୍

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ଏହି ସ୍ଥାନରେ ୨ ଦିନ ସ୍କୁଲ୍‍ କଲେଜ ବନ୍ଦ ଘୋଷଣା ଖବର ସହ ଅନ୍ୟାନ୍ୟ ଅପଡେଟ୍

Top 10 News Headlines

Headlines 01. ଜାନୁୟାରୀ ଶେଷସୁଦ୍ଧା ରତ୍ନ ଭଣ୍ଡାରର ମରାମତି କାର୍ଯ୍ୟ ଶେଷ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କାର୍ତ୍ତିକ ମାସରେ ଭକ୍ତଙ୍କ ଭିଡ଼କୁ ଲକ୍ଷ୍ୟ କରି ରତ୍ନ ଭଣ୍ଡାର ମରାମତି କାର୍ଯ୍ୟକୁ ବନ୍ଦ ରଖାଯାଇଥିଲା। ଏବେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଏହି କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରି ବିଶ୍ୱ ଭୂଷଣ ହରିଚନ୍ଦନ।

Headlines 02. ଭାରତର ନୂଆ କମ୍ପଟ୍ରଲର ଅଡିଟର ଜେନେରାଲ୍‍ଙ୍କ ନାଁ ସାମ୍ନାକୁ ଆସିଛି। ରାଷ୍ଟ୍ରପତିଙ୍କ ଅନୁମୋଦନକ୍ରମେ କେ ସଞ୍ଜୟ କୁମାର ମୂର୍ତ୍ତିଙ୍କୁ ଏହି ପଦବୀର ନିଯୁକ୍ତ କରାଯାଇଛି। ୧୯୮୯ ମସିହାର ଏହି ଆଇଏଏସ୍‍ ଅଧିକାରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟରତ। 

Headlines 03. ଏମ୍ସରେ ଘଟିଲା ବିରଳ ଘଟଣା, ସମଗ୍ର ପୂର୍ବ ଭାରତରେ ଯାହା କେବେ ହୋଇ ନଥିଲା ତାହା ଆଜି ଘଟିଛି। ଦୀର୍ଘ ୨ ଘଣ୍ଟା ହେଲା ତାଙ୍କର ହଜି ଯାଇଥିବା ଜୀବନ ପୁଣିଥରେ ସଞ୍ଚାର ହୋଇଛି। ଏକ୍‌ମୋ ବିଶେଷଜ୍ଞ ଡ. ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ପ୍ରାୟ ୮୦ ମିନିଟ୍‌ର ମାରାଥନ୍ ସିପିଆର୍‌ ପରେ ଯୁବକଙ୍କୁ ଏକ୍‌ମୋ ପ୍ରଣାଳୀ ପ୍ରଦାନ ଆରମ୍ଭ କରିଥିଲେ। ତେବେ ଇସିପିଆର୍‌ ଦେବାର ୪୦ ମିନିଟ୍‌ ପରେ ଯୁବକଙ୍କ ହୃଦୟ କାର୍ଯ୍ୟ ଆରମ୍ଭ କରିଥିଲା। ପରବର୍ତ୍ତୀ ୩୦ ଘଣ୍ଟା ମଧ୍ୟରେ, ହୃଦୟର କାର୍ଯ୍ୟରେ ଯଥେଷ୍ଟ ଉନ୍ନତି ହେଲା, ଏବଂ ୯୬ ଘଣ୍ଟା ପରେ ରୋଗୀଙ୍କୁ ସଫଳତାର ସହିତ ଏକ୍‌ମୋରୁ ବାହାର କରାଯାଇଥିଲା।

Headlines 04. କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ଦୀର୍ଘ ଦିନ ହେଲା ଚିକିତ୍ସାଧୀନ ଥିବା ଜିତା ମାଝିଙ୍କ ମୃତ୍ୟୁ ଘଟିଛି। ଏହାଦ୍ୱାରା ସମୁଦାୟ ମୃତକଙ୍କ ସଂଖ୍ୟା ୩ ହୋଇଛି। ପୂର୍ବରୁ ଏହି ଗାଁର ରୁମିତା ପାଟମାଝି ଏବଂ ରୁନୁ ମାଝିଙ୍କ ଏହି କାରଣରୁ ଦେହାନ୍ତ ହୋଇଥିଲା।  ଏହାଙ୍କ ସହ ଆଉ ଜଣେ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି। 

Headlines 05. ନଭେମ୍ବର ୨୦ ତାରିଖ ବୁଧବାରଠାରୁ ରାଜ୍ୟରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହେବ। ତେବେ ଏବର୍ଷର ଧାନ ସଂଗ୍ରହ ଉଭୟ ଚାଷୀ ଓ ସରକାର ଏବଂ ସରକାରୀ କଳ ପାଇଁ ଏକ ବିଶେଷ ଆହ୍ୱାନ ସୃଷ୍ଟି କରିଛି। ଏବର୍ଷର ଧାନ ସଂଗ୍ରହରେ ଅନେକ କିଛି ନୂଆ ବ୍ୟବସ୍ଥା ଗ୍ରହଣ କରାଯିବାକୁ ସ୍ଥିର କରାଯାଇଛି। ପ୍ରଥମତଃ ରାଜ୍ୟ ସରକାର ସର୍ବନିମ୍ନ ସହାୟକ ମୂଲ୍ୟରେ ୮୦୦ ଟଙ୍କା ବୃଦ୍ଧି କରି କ୍ବିଣ୍ଟାଲ୍‍ ପିଛା ଦର ୩୧୦୦ ଟଙ୍କା କରିଛନ୍ତି। ଏହାଛଡ଼ା କଟ୍‍ନୀ ଛଟନୀକୁ ବନ୍ଦ କରି ବୈଜ୍ଞାନିକ ଉପାୟରେ ଧାନର ଗୁଣାତ୍ମକ ମାନ ପରୀକ୍ଷଣ ବ୍ୟବସ୍ଥା କରାଯାଇଛି। 

Headlines 06. ଖରାପ ପାଗ ଏବଂ ପ୍ରଦୂଷଣ କାରଣରୁ ଦିଲ୍ଲୀରେ ଅବତରଣ କରିବାକୁ ଥିବା ୧୪ଟି ବିମାନକୁ ଅବତରଣ ପାଇଁ ସୁଯୋଗ ମିଳିପାରି ନାହିଁ। ସେଗୁଡ଼ିକୁ ସୋମବାରଦିନ ଜୟପୁର ଏବଂ ଡେରାଡୁନ୍‍ ପଠାଯାଇଥିବା ସୂଚନା ମିଳିଛି। ଆଜି ସକାଳେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ବଳ୍ପ ଦୃଶ୍ୟମାନ ହେତୁ ବିମାନ ସେବା ବାଧା ପାଇବାର ଆଶଙ୍କା ପ୍ରକାଶ କରାଯାଇଥିଲା। 

Headlines 07. ମଣିପୁରରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ପୁଣିଥରେ ବୃଦ୍ଧି ପାଇବା ହେତୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ୍‍ କଲେଜ୍‍ ଦୁଇଦିନ ଲାଗି ବନ୍ଦ ଘୋଷଣା କରାଯାଇଛି। ଏହା ସହ ଏହି ଉତ୍ତେଜନା ସୃଷ୍ଟିର କାରଣ ଭାବେ ଗ୍ରହଣ କରାଯାଉଥିବା ତିନୋଟି ହତ୍ୟା କାଣ୍ଡ ବାବଦରେ ଏନ୍‍ଆଇଏ ତଦନ୍ତ ଆରମ୍ଭ କରିଛନ୍ତି। 

Headlines 08. ମାଟ୍ରିକ୍‍ ଫର୍ମ ପୂରଣରୁ ଆହୁରି ୭ ଦିନ ବୃଦ୍ଧି କରାଯାଇଚି। ଚଳିତ ମାସ ୩ ତାରିଖରୁ ଆରମ୍ଭ ହୋଇଥିବା ପରୀକ୍ଷା ଫର୍ମ ପୂରଣ କାର୍ଯ୍ୟକ୍ରମ ୧୮ ତାରିଖରେ ଶେଷ ହେବାର ଥିଲା। କିନ୍ତୁ ପରୀକ୍ଷାର୍ଥୀଙ୍କ ଦାବିକୁ ଆଖିରେ ରଖି ଏହି କାର୍ଯ୍ୟକ୍ରମକୁ ଆହୁରି ୭ ଦିନ ଅର୍ଥାତ୍‍ ନଭେମ୍ବର ୨୫ ଯାଏ ବୃଦ୍ଧି କରାଯାଇଛି। ଆଜି ମାଟ୍ରିକ୍‍ ବୋର୍ଡ ପକ୍ଷରୁ ଏହାକୁ ସ୍ପଷ୍ଟ କରାଯାଇଛି। 

Headlines 09. ବରିଷ୍ଠ ବିଜେପି ନେତା ତଥା  ରାଜ୍ୟର ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ଦେହାନ୍ତ ହୋଇଛି। ୬୭ ବର୍ଷ ବୟସରେ ଆଜି ତାଙ୍କର ଏକ ଘରୋଇ ହସ୍‍ପିଟାଲରେ ମୃତ୍ୟୁ ହୋଇଥିଲା। ଏହି ଖବର  ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇଛି। କଟକ ପ୍ରସିଦ୍ଧ ବାଲିଯାତ୍ରାରେ ସାଂସ୍କୃତି କାର୍ଯ୍ୟକ୍ରମକୁ ତାଙ୍କ ଆତ୍ମାକୁ ସମ୍ମାନ ଜଣାଇ ଆଜି ବନ୍ଦ ରଖାଯାଇଛି। 

Headlines 10. ହସ୍‍ପିଟାଲ୍‍ର ଅଗ୍ନି ନିରାପତ୍ତାକୁ ନିଶ୍ଚିତ କରିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ନିକଟ ଅତୀତରେ ଏପରି ଘଟଣା ଜନସାଧାରଣଙ୍କୁ ବିଚଳିତ କରୁଥିବାରୁ କେନ୍ଦ୍ର ସରକାର ରାଜ୍ୟମାନଙ୍କ ଅଧିକ କ୍ରିୟାଶୀଳ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏକ ଚିଠିରେ କେନ୍ଦ୍ର  ସ୍ୱାସ୍ଥ୍ୟ ସଚିବ ପୂଣ୍ୟ ଶୈଳ ଶ୍ରୀବାସ୍ତବ କହିଛନ୍ତି, ସମସ୍ତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ପ୍ରତିଷ୍ଠାନରେ ଲଗାଯାଇଥିବା ଅଗ୍ନିନିର୍ବାପକ ବ୍ୟବସ୍ଥାର ଯାଞ୍ଚ ପାଇଁ ରାଜ୍ୟକୁ ପରାମର୍ଶ ଦେଇଛି କେନ୍ଦ୍ର।

Also Read- ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଭାଇ ଅନମୋଲ ଆମେରିକାରୁ ଗିରଫ