ଭୁବନେଶ୍ୱର ଏମ୍ସରେ ଏହି ଘଟଣା ଆଜି ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଡାକ୍ତରମାନେ ଏହାକୁ ଠିକଣା ସମୟରେ ଡିକଣଶ ବିଜ୍ଞାନର ପ୍ରୟୋଗ ଏବ ମିଳିତ ପ୍ରଚେଷ୍ଠାର ଫଳ ବୋଲି କହିଛନ୍ତି। କେବଳ ଓଡ଼ିଶା ନୁହେଁ, ସମଗ୍ର ପୂର୍ବ ଭାରତରେ ପ୍ରଥମକରି ଏପରି ଇସିପିଆର୍ ପ୍ରଣାଳୀର ଚମତ୍କାର ଉପଯୋଗକରି ଜୀବନ ବଞ୍ଚାଯାଇଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି।
Trending Photos
ଭୁବନେଶ୍ୱର: ପୂରା ଦି’ ଘଣ୍ଟା ହୃଦ୍ସ୍ପନ୍ଦନ ବନ୍ଦ ହୋଇଗଲା। ୪୦ ମିନିଟ ଧରି ସିପିଆର୍ ଦିଆଗଲା ତଥାପି ବଞ୍ଚିବାର କୌଣସି ସୁରାକ ମିଳିଲା ନାହିଁ। ହେଲେ ଡାକ୍ତର ହାର ମାନିଲେ ନାହିଁ। ନିରନ୍ତର ଭାବେ କେବେ ପ୍ରୟୋଗ ହୋଇ ନଥିବା ପ୍ରଣାଳୀକୁ ବୈଜ୍ଞାନିକ ଢଙ୍ଗରେ ପ୍ରୟୋଗ କରିଲେ। ଲଗାତାର ସିପିଆର୍ ଦେଇ ଚାଲିଲେ। ଆଉ ପରବର୍ତ୍ତୀ ୪୦ ମିନିଟରେ ଫେରାଇ ଆଣିଲେ ହୃଦ୍ସ୍ପନ୍ଦନକୁ.. ଜୀବନକୁ, ଏହା ଆଶ୍ଚର୍ଯ୍ୟ ନୁହେଁ କି ଆଉ କ‘ଣ?
ଭୁବନେଶ୍ୱର ଏମ୍ସରେ ଏହି ଘଟଣା ଆଜି ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଡାକ୍ତରମାନେ ଏହାକୁ ଠିକଣା ସମୟରେ ଡିକଣଶ ବିଜ୍ଞାନର ପ୍ରୟୋଗ ଏବ ମିଳିତ ପ୍ରଚେଷ୍ଠାର ଫଳ ବୋଲି କହିଛନ୍ତି। କେବଳ ଓଡ଼ିଶା ନୁହେଁ, ସମଗ୍ର ପୂର୍ବ ଭାରତରେ ପ୍ରଥମକରି ଏପରି ଇସିପିଆର୍ ପ୍ରଣାଳୀର ଚମତ୍କାର ଉପଯୋଗକରି ଜୀବନ ବଞ୍ଚାଯାଇଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ଏକ୍ସଟ୍ରାକୋର୍ପୋରାଲ୍ କାର୍ଡିଓ-ପୁଲମୋନାରୀ ରେସୁସିଟେସନ୍ ଅଥବା ଇ-ସିପିଆର୍ ମାଧ୍ୟମରେ ଜୀବନ ଫେରି ପାଇଥିବା ଏହି ଯୁବକଙ୍କ ବୟସ ହେଉଛି ମାତ୍ର ୨୪ ବର୍ଷ। ସେ ଭାରତୀୟ ସେନାରେ କାର୍ଯ୍ୟ କରନ୍ତି। ତାଙ୍କ ଘର ନୟାଗଡ଼ ଜିଲ୍ଲାର ଓଡ଼ପଲା ଗାଁରେ। ସେପ୍ଟେମ୍ବର ୩୦ ତାରିଖ ଦିନ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା। ଚିକିତ୍ସା ପାଇ: ନିକଟସ୍ଥ ସ୍ୱାସ୍ଥ୍ରକେନ୍ଦ୍ରକୁ ଆସିଥିଲେ। ସେଠାରୁ ସେ ଜିଲ୍ଲ ହସ୍ପିଟାଲ୍ ଏବଂ ପରେ ଏମ୍କୁ ଆସିଥିଲେ। ଅକ୍ଟୋବର ପହିଲାରେ ଭୁବନେଶ୍ୱର ଏମ୍ସରେ ପହଞ୍ଚିବା ବେଳକୁ ତାଙ୍କ ଅବସ୍ଥା ବେଶ୍ ଜଟିଳ ଏମ୍ସରେ ପହଞ୍ଚିବାର କିଛି ସମୟ ପରେ ଯୁବକ ଜଣଙ୍କ ହୃଦ୍ଘାତରେ ଆକ୍ରାନ୍ତ ହୋଇଥିଲେ। ଜୀବନ ବଞ୍ଚାଇବା ନିମିତ୍ତ ୪୦ ମିନିଟ୍ର ପ୍ରାଥମିକ ସିପିଆର୍ ସତ୍ତ୍ବେ ତାଙ୍କର ହୃଦୟ କାର୍ଯ୍ୟ କରିନଥିଲା। ଏପରି ଅବସ୍ଥାରେ ସାଧାରଣତଃ ଦୁଇଟି ନିଷ୍ପତି ନିଆଯାଇଥାଏ। ମୃତ୍ୟୁ ଘୋଷଣା କରିବା କିମ୍ବା ଇ-ସିପିଆର୍ ପ୍ରଣାଳୀ ପ୍ରୟୋଗ କରିବା। ତେବେ ଏମ୍ସ ଡାକ୍ତରୀ ଦଳ ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରି ଯବାନଙ୍କର ଜୀବନ ବଞ୍ଚାଇବା ନିମନ୍ତେ ନିରନ୍ତର ଉଦ୍ୟମ କରିଥିଲେ। ଏକ୍ମୋ ବିଶେଷଜ୍ଞ ଡ. ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ପ୍ରାୟ ୮୦ ମିନିଟ୍ର ମାରାଥନ୍ ସିପିଆର୍ ପରେ ଯୁବକଙ୍କୁ ଏକ୍ମୋ ପ୍ରଣାଳୀ ପ୍ରଦାନ ଆରମ୍ଭ କରିଥିଲେ। ତେବେ ଇସିପିଆର୍ ଦେବାର ୪୦ ମିନିଟ୍ ପରେ ଯୁବକଙ୍କ ହୃଦୟ କାର୍ଯ୍ୟ ଆରମ୍ଭ କରିଥିଲା। ପରବର୍ତ୍ତୀ ୩୦ ଘଣ୍ଟା ମଧ୍ୟରେ, ହୃଦୟର କାର୍ଯ୍ୟରେ ଯଥେଷ୍ଟ ଉନ୍ନତି ହେଲା, ଏବଂ ୯୬ ଘଣ୍ଟା ପରେ ରୋଗୀଙ୍କୁ ସଫଳତାର ସହିତ ଏକ୍ମୋରୁ ବାହାର କରାଯାଇଥିଲା। ଦଳଗତ ଭାବେ ଉଲ୍ଲେଖନୀୟ ପାରଦର୍ଶୀତା, ସମନ୍ୱୟ ଏବଂ ଉତ୍ସର୍ଗୀକୃତ ପ୍ରଦର୍ଶନ ମାଧ୍ୟମରେ ଏପରି ଏକ ଜଟିଳ କାର୍ଯ୍ୟ ସମ୍ପାଦନ କରି ଜଣେ ଯବାନଙ୍କ ଜୀବନ ବଞ୍ଚାଇବା ଏକ ଅନନ୍ୟ ସଫଳତା।
ଏମ୍ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏପରି ଅନନ୍ୟ କାର୍ଯ୍ୟକୁ ସଫଳ ରୂପ ପ୍ରଦାନ କରିଥିବା ଡାକ୍ତରୀ ଦଳର ପ୍ରଶଂସା କରିଛନ୍ତି। ଏମ୍ସ ଭୁବନେଶ୍ୱର ଚିକିତ୍ସା ବିଜ୍ଞାନ ଓ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୁକ୍ତ ସମନ୍ବୟ ସହିତ ଅଗ୍ରଗାମୀ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସର୍ବଦା ଆଗରେ ରହିଆସିଛି। ଜୀବନ ବଞ୍ଚାଇବା ଏବଂ ଚିକିତ୍ସା ସେବାକୁ ଆଗକୁ ନେବା ପାଇଁ ଏହା ଆମର ଉତ୍ସର୍ଗୀକୃତ ଭାବନାର ଏକ ଉଦାହରଣ ବୋଲି ଡ. ବିଶ୍ବାସ ମତବ୍ୟକ୍ତ କରିଛନ୍ତି।
ଇ-ସିପିଆର୍ ପ୍ରଣାଳୀ ଏକ କଷ୍ଟସାଧ୍ୟ ପ୍ରକ୍ରିୟା ଏବଂ ଏହାକୁ ସଫଳତାର ସହିତ ପ୍ରୟୋଗ କରିବା ଏକ ଆହ୍ବାନ। ମାତ୍ର ଆମ ଡାକ୍ତରୀ ଦଳ ଏବଂ ଅନ୍ୟାନ୍ୟ ସହଯୋଗୀଙ୍କ ଦଳଗତ ମନୋଭାବ କାରଣରୁ ଏହା ସଫଳ ହୋଇପାରିଛି। ଏହି ସଫଳତା ଓଡ଼ିଶାର ଚିକିତ୍ସା ଇତିହାସରେ ଏକ ମାଇଲଖୁଣ୍ଟ ଭାବେ ହୃଦ୍ଘାତର ଚିକିତ୍ସାରେ ଏକ ସମ୍ଭାବନାପୂର୍ଣ୍ଣ ପଦ୍ଧତିର ପ୍ରତିନିଧିତ୍ବ କରିବ ବୋଲି ଡ. ଶ୍ରୀକାନ୍ତ ବେହେରା ମତ ପ୍ରକାଶ କରିଛନ୍ତି।
Also Read- ଆମ୍ବ ଟାକୁଆ ଖାଇ ଆଉଜଣଙ୍କ ମୃତ୍ୟୁ, ଯୋଗାଣମନ୍ତ୍ରୀଙ୍କ ଇସ୍ତଫା ଦାବି
Also Read- ୨୦ରୁ ଆରମ୍ଭ ହେବ ଧାନ ସଂଗ୍ରହ, ଜାଣି ରଖନ୍ତୁ ୫ ପ୍ରମୁଖ ବିନ୍ଦୁ