ରାଜଧାନୀରେ ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ
Advertisement
Article Detail0/zeeodisha/odisha2301794

ରାଜଧାନୀରେ ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ତମାଣ୍ଡୋ ଅଞ୍ଚଳରେ ଥିବା ସିଭି ରମଣ ଇଞ୍ଜିନିୟରିଂ କଲେଜ ନିକଟ ରାସ୍ତାପାର୍ଶ୍ବରୁ ଘର ମାଲିକ ସୁଶାନ୍ତ ଶତପଥୀଙ୍କ ମୃତଦେହ ମିଳିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

ରାଜଧାନୀରେ ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ୱରରେ ତମାଣ୍ଡୋ ଥାନା ଅଞ୍ଚଳରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଘର ମାଲିକଙ୍କୁ ହତ୍ୟା କରିଛି ଭଡ଼ାଟିଆ। ତମାଣ୍ଡୋ ଅଞ୍ଚଳରେ ଥିବା ସିଭି ରମଣ ଇଞ୍ଜିନିୟରିଂ କଲେଜ ନିକଟ ରାସ୍ତାପାର୍ଶ୍ବରୁ ଘର ମାଲିକ ସୁଶାନ୍ତ ଶତପଥୀଙ୍କ ମୃତଦେହ ମିଳିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ରାସ୍ତାରୁ ରକ୍ତାକ୍ତ ମୃତଦେହ ଜବତ କରିବା ପରେ ବିଭତ୍ସ ହତ୍ୟାକାଣ୍ଡ ହୋଇଥିବା ପୁଲିସ ଜାଣିବାକୁ ପାଇଛି। ପୁଲିସ ତଦନ୍ତ ଆରମ୍ଭ କରିଛି।

ଅନ୍ୟପଟେ ସୁଶାନ୍ତଙ୍କ ଘରେ ଭଡ଼ାରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ପୁଲିସ ସନ୍ଦେହ କରୁଛି। ତେବେ କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପୁଲିସ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଯାଞ୍ଚ କରି ସ୍ଥାନୀୟ ବାସିନ୍ଦାଙ୍କୁ ପଚରାଉଚରା କରୁଛି। ତାମାଣ୍ଡୋ ଥାନା ପୁଲିସର ଥାନା ଅଧିକାରୀ ଓ ଜୋନ୍ ଏସିପି ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି।