Advertisement
Photo Details/zeeodisha/odisha2310013
photoDetails0hindi

Surya Shukra Yuti 2024: ସୂର୍ଯ୍ୟ-ଶୁକ୍ରଙ୍କ କୃପାରୁ ଚମକିବ ଏହି ସବୁ ରାଶିର ଭାଗ୍ୟ, ମିଳିବ ପୁଳା ପୁଳା ଟଙ୍କା ସାଙ୍ଗକୁ ଖୁସି ଖବର !

July Planet Transit 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଆସନ୍ତା ଜୁଲାଇ ମାସରେ ଏକାଧିକ ଗ୍ରହ ନିଜର ମୂଳ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି।  ପ୍ରେମ, ସମ୍ପର୍କ, ସୌନ୍ଦର‌୍ୟ୍ୟ ଏବଂ ଆନନ୍ଦର କାରକ କୁହାଯାଉଥିବା ଶୁକ୍ର ଆସନ୍ତା ଜୁଲାଇ ୭ ସକାଳ ୮ଟା ୩୦ ମିନିଟ୍ ସମୟରେ  କର୍କଟ ରାଶିକୁ ଚଳନ କରିବେ। ସେହିପରି, ଗ୍ରହମାନଙ୍କର ରାଜା ସୂର୍ଯ୍ୟ  ଜୁଲାଇ ୧୬ରେ ସେହି ରାଶିକୁ ଚଳନ କରିବେ। ଗୋଟିଏ ରାଶିରେ ସୂର୍ଯ୍ୟ-ଶୁକ୍ରଙ୍କ ମିଳନ ସୂର୍ଯ୍ୟ-ଶୁକ୍ର ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ଏହି ସଂଯୋଗ କିଛି ରାଶି ପାଇଁ ବେଶ ଲାଭଦାୟକ ରହିବ।  ସୂର୍ଯ୍ୟ ଓ ଶୁକ୍ର ଏହି ରାଶିରେ ଜୁଲାଇ ଶେଷ ପର୍ଯ୍ୟନ୍ତ ରହିବେ। ତେବେ, ଆସନ୍ତୁ ଜାଣିବା ସୂର୍ଯ୍ୟ-ଶୁକ୍ରଙ୍କ ମିଳନ ଯୋଗୁଁ କେଉଁ କେଉଁ ରାଶିଙ୍କ ଭାଗ୍ୟ ଫିଟିବାକୁ ଯାଉଛି। 

 

1/5

କର୍କଟ ରାଶି: ସୂର୍ଯ୍ୟ-ଶୁକ୍ରଙ୍କ ମହାମିଳନ ଯୋଗୁଁ କର୍କଟ ରାଶିର ଲୋକେ ଶୁଭଫଳ ପାଇବେ।  ଯେଉଁମାନେ ଅବିବାହିତ ଅଛନ୍ତି । ସେମାନଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ଯେଉଁମାନେ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ଏହି ଅବଧି ମଧ୍ୟରେ ଏକ ମନ ପସନ୍ଦର ଚାକିରି ମିଳିବ। କର୍ମକ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତିର ଯୋଗ ରହିଛି। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆକସ୍ମିକ ଧନଲାଭର ଯୋଗ ରହିଛି।  କିନ୍ତୁ ସ୍ପାସ୍ଥ୍ୟବସ୍ଥାରେ ସମସ୍ୟା ଦେଖାଦେବ।

 

2/5

କନ୍ୟା ରାଶି :  ଶୁକ୍ର ଓ ସୂର୍ଯ୍ୟଙ୍କ କୃପାରୁ  ଏହି ରାଶିର ଭାଗ୍ୟ ଆସନ୍ତାମାସ ଠାରୁ ଚମକିବ। ଶୁକ୍ର ଏହି ରାଶିର ପଞ୍ଚମ ଘରେ ଥିବାରୁ ବୈବାହିକ ଜୀବନ ସୁଖମୟ ହେବ। ଏହି ଅବଧି ମଧ୍ୟରେ ଆପଣ ଏକ ନୂତନ ଜମି ମଧ୍ୟ କ୍ରୟ କରିପାରନ୍ତି। ବ୍ୟବସାୟୀମାନଙ୍କ ପାଇଁ ସମୟ ଭଲ ଅଛି । ଏହି ସମୟରେ ଆପଣ ଏକ ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ। କିନ୍ତୁ ଆପଣ ନିଜ କାର୍ଯ୍ୟାଳୟର କିଛି ସମସ୍ୟାକୁ ନେଇ ଟେନସନରେ ରହିପାରନ୍ତି।

 

3/5

ତୁଳା ରାଶି : ଏହି ରାଶିର ଲୋକମାନଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବ ।  ଏମାନେ ଅନେକ ବଡ଼ ବଡ଼ କାର୍ଯ୍ୟ ମଧ୍ୟ ସମ୍ପନ୍ନ କରିବାରେ ସକ୍ଷମ ହେବେ। କୌଣସି ଯୋଜନା ସଂପୂର୍ଣ୍ଣ କରିବାର ଲାଭ ଆପଣ ପାଇପାରନ୍ତି। ଯେଉଁମାନେ ବିଦେଶ ଯିବାକୁ ଚିନ୍ତା କରୁଛନ୍ତି ସେମାନେ ଏକ ବିଦେଶ ଯାତ୍ରା କରିପାରନ୍ତି। ଯେଉଁମାନେ କାମ କରୁଛନ୍ତି ସେମାନେ ନିଜ ଚାକିରିରେ ପଦୋନ୍ନତି ପାଇପାରନ୍ତି। ଆୟ ବୃଦ୍ଧି ହେବାର ସମ୍ଭାବନା ରହିଛି। ଆହୁରି ମଧ୍ୟ, ବ୍ୟକ୍ତି ଧାର୍ମିକ କିମ୍ବା ଶୁଭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବାର ସମ୍ଭାବନା ରହିଛି। ଆକସ୍ମିକ ଧନ ଲାଭର ଯୋଗ ରହିଛି।

4/5

ବିଛା ରାଶି: ସୂର୍ଯ୍ୟ ଓ ଶୁକ୍ରଙ୍କ କୃପାରୁ ଏହି ରାଶିର ଲୋକଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିବ। ଏହି ଅବଧି ମଧ୍ୟରେ ଆର୍ଥିକ ଲାଭ ମିଳିବ । ଧନରେ ବୃଦ୍ଧି । ବ୍ୟବସାୟରେ ଆର୍ଥିକ ଲାଭ । ଦୂରସ୍ଥାନକୁ ଯାତ୍ରା ନେଇ ଯୋଗ ରହିଛି । ପରିବାରରେ ହସଖୁସି ଲାଗି ରହିବ ।

 

5/5

ମୀନ :  ଶୁକ୍ର ଓ ସୂର୍ଯ୍ୟଙ୍କ ସଂଯୋଗରୁ ଲାଭରେ ରହିବେ ଏହି ରାଶିର ଲୋକେ । ବିଦେଶ ଯାତ୍ରା କରିପାରନ୍ତି। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ।  ପ୍ରେମୀଯୁଗଳ ବିବାହ ବିଷୟରେ ଚିନ୍ତା କରିପାରନ୍ତି । କିନ୍ତୁ ବିବାହରେ ବିଳମ୍ବ ହୋଇପାରେ । ଆପଣ ଟଙ୍କା ରୋଜଗାର କରିବାରେ ସଫଳ ହେବେ । କିନ୍ତୁ ଆପଣଙ୍କର ଖର୍ଚ୍ଚ ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଇବ ।

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)